STORYMIRROR

Sunanda Mohanty

Tragedy Inspirational Thriller

4  

Sunanda Mohanty

Tragedy Inspirational Thriller

ଖବରୀ ଚଢେଇ

ଖବରୀ ଚଢେଇ

3 mins
6

ଘରଟି ଗୋଟେ ରାଣୀହଂସପୁରୀ ଭଳି ଦେଖିବାକୁ. ସେ ଘରର ମାଲିକଙ୍କର ସ୍ୱର୍ଗବାସ ହେଲାବେଳକୁ ଘରର ଦୁଇ ପାର୍ଶ୍ୱରେ ଦୁଇଟି ଡେଙ୍ଗା ତାଳ ଗଛ ବଢ଼ି ସାରିଥିଲା ଓ ସେ ଦୁଇ ତାଳ ଗଛରେ ଥିଲେ ଦୁଇଟି ଖବରୀ ଚଢେଇ.ଯେତେ ଝଡ଼ ତୋଫାନ ଆସିଲେ ମଧ୍ୟ ତାଳ ଗଛର କିଛି କ୍ଷତି ହେଉନଥିଲା ତ ଖବରୀ ଚଟିଆ ଦୁହେଁ ଦୁଇଟି ପରିବାର ଗଢି ରହିଥିଲେ ମଧ୍ୟ କେବେ କାହା ସହିତ କଳି କରିବା କେହି ଦେଖିନଥିଲେ. ଏମିତିକି ଏ ଘରେ ରହୁଥିବା ଗାନ୍ଧବୁଢ଼ା ଓ ଗାନ୍ଧିବୁଢ଼ୀ ଦୁହେଁ ଏକତ୍ର ଦମ୍ପତ୍ତି ହୋଇ ଚଳିବା କାଳୁ ଏ ଦୁଇ ଖବରୀ ଚଟିଆ ଚଢେଇ ରହି ଆସୁଛନ୍ତି. ଏ ଘରେ ଥିବା ମୁରବୀଙ୍କୁ ଲୋକେ ଗାନ୍ଧିବୁଢା ବୋଲି ଏଇଥିପାଇଁ ଡାକନ୍ତି ଯେ ସେ କେବେ ଖରାପ କଥା କହୁନଥିଲେ, ଖରାପ କଥା ଦେଖୁନଥିଲେ କି ଖରାପ କଥା ଶୁଣୁନଥିଲେ ବରଂ ସର୍ବଦା ମିଠା କଥା ଵା ମଧୁର ବିନୟ ବଚନ କହି ପରକୁ ଆପଣାର କରିବା କଳା ଜାଣିଥିଲେ. ସ୍ତ୍ରୀ ମଧ୍ୟ ସହଧର୍ମିଣୀ ଓ ସହକର୍ମିଣୀ ହିସାବରେ ଏହି ସତ୍ୟ ପାଳନ କରି କହୁଥିଲେ ଉଚ୍ଚ ସ୍ୱରରେ କଥା କହିବା ଓ କ୍ରୋଧର ପ୍ରତିଫଳନ ସ୍ୱରୂପ କଡା କଥା କହିଲେ ସମ୍ପର୍କ ଖରାପ ହୁଏ, ଦୂରତା ବଢେ. ତେଣୁ ବୁଢ଼ା ବୁଢ଼ୀ ବୟସ ଆସିବା ପୂର୍ବରୁ ସ୍ୱାମୀ ସ୍ତ୍ରୀ ଦୁହିଁଙ୍କ ସତ୍ୟ ବଚନ, ପରୋପକାର, ମିଠା ବୋଲି ଯୋଗୁଁ ସେମାନେ ଗାନ୍ଧିବୁଢ଼ା ଓ ଗାନ୍ଧିବୁଢ଼ୀ ନାମରେ ବେଶ ଜଣାଶୁଣା ଥିଲେ. ଏ ଖବରରେ ଖବରୀ ଚଢେଇ ଦୁହେଁ ଉଲ୍ଲସିତ ହେଉଥିଲେ. କ୍ରମେ ବୁଢାଙ୍କ ଦେହାନ୍ତ ହେଲାପରେ ବୁଢ଼ୀ ଏକୁଟିଆ ହୋଇଗଲେ ସିନା ଏକମାତ୍ର ପୁଅ ଡାକ୍ତର ହୋଇସାରିଥିଲା. ସୁନ୍ଦର ପତ୍ନୀ ପାଇ ପତ୍ନୀ ସହ ଘରଠାରୁ ଦୂରରେ, ଚାକିରୀ ସ୍ଥାନରେ ଅବସ୍ଥାନ କରୁଥିଲା.ଦୂରରେ ରହୁଥିବା ପୁଅର ମଙ୍ଗଳ ମନାସି ଗାନ୍ଧିବୁଢ଼ୀ ଘରେ ଅଖଣ୍ଡ ଦୀପ ଜାଳୁଥିଲେ. ଦୁଃଖୀ ରଙ୍କିଙ୍କୁ ଖାଇବା ପାଇଁ ଭୋଜନ ସହ ଧୋତି ଚାଦର ଦାନ କରୁଥିଲେ ଓ ସ୍ୱାମୀଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ସତ୍ୟ ଓ ଅହିଂସାର ପୂଜାରିଣୀ ଥିଲେ.
       ପୁଅର ପୁଅ ହେବା ଖୁସିରେ ଆତ୍ମହରା ଗାନ୍ଧିବୁଢୀ ନାତି ଏକୋଇଶିଆକୁ କେତେ କଣ ନେଇ ପହଞ୍ଚିଗଲେ ପୁଅ ରହୁଥିବା କ୍ଵାଟରରେ. ବୋହୁର ଅଣଦେଖା ବ୍ୟବହାର ଓ ଶାଶୁ ଆଣିଥିବା ଜିନିଷ ସହିତ ବାପାଙ୍କ ଘରୁ ଆସିଥିବା ଜିନିଷର ତୁଳନା ଅର୍ଥାତ ଫରକ ଓ ସୌନ୍ଦର୍ଯ୍ୟ, ବିଭବ ତୁଳନା ଗାନ୍ଧିବୁଢ଼ୀଙ୍କୁ ବହୁତ ବାଧିଥିଲା. ପୁଅ ମଧ୍ୟ ସ୍ତ୍ରୀକୁ ସମର୍ଥନ କରୁଥିବାର ଦେଖି ଗାନ୍ଧିବୁଢ଼ୀ ପାଲା ପୂଜା ପରେ ଫେରିଆସିବାକୁ ବସିଥିବା ବେଳେ ବୋହୁ କହିଥିଲା ଯିବେ ଯଦି ଭଲ କିନ୍ତୁ ଆମଘରୁ ଆସିଥିବା ମିଠା ନେଇଯାଆନ୍ତୁ ବାଣ୍ଟିବେ. ଏମିତି ମିଠା ତାଙ୍କ ସାତପୁରୁଷିରେ କେହି ଖାଇନଥିବେ. ଗାନ୍ଧିବୁଢ଼ୀଙ୍କୁ ଏସବୁ କଥା ଖୁବ ବାଧିଥିଲେ ମଧ୍ୟ ସେ ମିଠା ଆଣି ଫେରିଆସି କେବଳ ସେସବୁକୁ ତାଳଗଛ ଦୁଇଟି ମୂଳରେ ପକ୍ଷୀମାନଙ୍କ ଆହାର ପାଇଁ ରଖିଥିଲେ. ଖବରୀ ଚଢେଇ ପରିବାର ଦ୍ବୟର ସମସ୍ତ ସଦସ୍ୟ ପକ୍ଷୀ ଵିନା ଗଣ୍ଡଗୋଳରେ ସେସବୁ ଖାଉଥିବା ଦେଖି କାନ୍ଦିପକେଇ ଥିଲେ ଗାନ୍ଧିବୁଢ଼ୀ. ଗାନ୍ଧିଜୀଙ୍କୁ ମନେପକେଇ ଭାବୁଥିଲେ ତିନିମାଙ୍କଡ଼ ଜରିଆରେ କେଡେ ସୁନ୍ଦର ବାର୍ତ୍ତା ଦେଇଥିଲେ ବାପୁ!ସେସବୁର ଅର୍ଥ ନବୁଝି ଆଜିକାଲି ତାର ସଦୁପଯୋଗ ବଦଳରେ ଦୁରୁପଯୋଗ କରୁଛନ୍ତି ଲୋକେ. ମିଠା କଥାର ଅର୍ଥ ନୁଁହଁ ଖାଲି ଅଳ୍ପ ସ୍ୱର ବରଂ କାହାକୁ ଅପମାନ ଦେବା ପରି କଥା କହିବା ଉଚିତ ନୁଁହଁ. ଖରାପ କଥା ଶୁଣିଵାନି ଅର୍ଥ ନୁଁହଁ କିଏ କହୁଛି ଯଦି ଖାଲି କାନ ବନ୍ଦ କରିଦେବା ବରଂ ଏମିତି କହିବାରୁ କ୍ଷାନ୍ତ କରିବା ଉଚିତ. ସେମିତି ଖରାପ କଥା ଦେଖିଵାନି ଅର୍ଥ ଆଖି ବୁଜି ପଳାୟନପନ୍ଥି ନହୋଇ ଖରାପ କାର୍ଯ୍ୟ କରିବାକୁ ରୋକିବା ଉଚିତ. ଗାନ୍ଧିବୁଢ଼ୀଙ୍କ ମନକୁ ଏସବୁ ଆସିବା ପରେ ସେ ସେହି ତିନିମାଙ୍କଡ଼ଙ୍କ ମୂର୍ତ୍ତି ସହିତ ଏସବୁ କଥା ଖୋଦେଇ କରି ଲେଖି ତାକୁ ରଙ୍ଗ ଦେଇଥିଲେ ଏମିତି ଯେ ଗଲା ଆସିଲା ଲୋକେ ଘଡିଏ ଠିଆ ହୋଇ ତାକୁ ପଢୁଥିଲା ବେଳେ ଖବରୀ ଚଟିଆ ଉଡି ଉଡି ସେସବୁକୁ ଯେପରି ଗୀତ କରି ଗାଉଥିଲା ଓ ଖବର ନେଇ ଅନ୍ୟକୁ ଦେବାପାଇଁ ଡେଣା ଝାଡ଼ି ଥଣ୍ଟ କାଢି ଯାଉଥିଲା କୁଆଡେ କେଜାଣି ଉଡି.ଏମିତିକି ମୃତ୍ୟୁ ପୂର୍ବରୁ ବିଶାଳ କୋଠାଟିକୁ ସରକାରଙ୍କୁ ହସ୍ତାନ୍ତର କରି ଯିବା ପରେ ମଧ୍ୟ ଖବରୀ ଚଟିଆ ଚଢେଇ ଦୁଇଟି ରହି ଆସୁଥିଲେ ସେହି ତାଳଗଛଟିରେ. ସେହି କୋଠାରେ ଆଜି ସରକାରୀ ବ୍ୟାଙ୍କଟିଏ ମୁଣ୍ଡ ଟେକିଛି. ସମସ୍ତେ ଗାନ୍ଧିମୁଣ୍ଡ ବିଡା ସବୁକୁ ବ୍ୟାଙ୍କରେ ରଖୁଛନ୍ତି ଓ କାଢୁଛନ୍ତି ତଥା ପକେଟରେ ପୁରାଉ ଥିବା ବେଳେ କେହି ସେ ତିନିମାଙ୍କଡ଼ ମୂର୍ତ୍ତି ଓ ତା ତଳେ ଲିଖିତ ଭାଷା ସାହିତ୍ୟ ପଢୁ ନଥିଲେ. କେବଳ ଖବରୀ ଚଟିଆ ପକ୍ଷୀ ଗୁଡିକ ଉଡି ବୁଲୁଥିଲେ ତା ଚାରିପଟେ.



Rate this content
Log in

Similar oriya story from Tragedy