STORYMIRROR

Trilochan Karjee

Inspirational

4.8  

Trilochan Karjee

Inspirational

ଖବର କାଗଜ

ଖବର କାଗଜ

1 min
1.4K


ବାପା ସବୁବେଳେ କହନ୍ତି-ଖବର କାଗଜ ପଢିଲା ବେଳେ ଆରମ୍ଭରୁ ପଢିବୁ।

କିନ୍ତୁ ମୋର ସେଇ ପୁରୁଣା ବଦଭ୍ୟାସ। ଆଗ କ୍ରୀଡା ପୃଷ୍ଠା ଓଲଟାଇ ସାରିବା ପରେ ସିନେମା ପୃଷ୍ଠା ଓଲଟାଇବା ମୋର ନିତିଦିନିଆ ଖବର କାଗଜ ପଢା ହୁଏ।

ଟେଲିଭିଜନ ଖେଳ ଦେଖିବା ଅପେକ୍ଷା ଖବର କାଗଜରେ ଖେଳ ଖବର ପଢିବା ମୋତେ ବହୁତ ଭଲ ଲାଗେ।

ବିଶେଷତଃ କ୍ରୀଡା ସମୀକ୍ଷକଙ୍କ ମତାମତ ଉପସ୍ଥାପନ କରିଥିବା ଖବର ଆହୁରି ବହୁତ ବଢିଆ ଲାଗେ।

ବାପା ଗରଗର ହୋଇ କହନ୍ତି-ସବୁବେଳେ ଖେଳ ଦେଖିଲୁ ଆଉ ଖେଳ ଖବର ପଢୁଛୁ ସେଥିରେ କଣ ମିଳିବ।

ଯଦି ଦେଶଦୁନିଆର ଖବର ପଢେ, ଅତ୍ୟନ୍ତ କୈାଣସି ପ୍ରତିଯୋଗିତା ପରୀକ୍ଷାରେ କାମ ଦେବ।

ମୁଁ ବାପାଙ୍କ କଥାକୁ ଏ କାନରେ ପୁରାଇ ସେ କାନରେ ବାହାର କରିଦିଏ।

ଦିନେ ଖବର ପଢୁପଢୁ କ୍ରୀଡା ସଂପର୍କରେ ଏକ ପ୍ରଶ୍ନ ଦେଖିଲି।

ଉତ୍ତର ଟା ଅବଶ୍ୟ ମନେ ପଡୁନଥିଲା। ତଳେ ଦିଆହୋଇଥିବା ଫୋନ ନମ୍ବରରେ କଲ କରି ମୁଁ ଉତ୍ତର ଟି ବ୍ୟକ୍ତି ଜଣକୁ କହିଲି।

ବ୍ୟକ୍ତି ଜଣକ ଚିଲ୍ଲେଇ କହିଲେ - ଏ ପ୍ରଶ୍ନର ଉତ୍ତର ଦେଇ ଆପଣ ଜିତି ଯାଇଛନ୍ତି ଗୋଟେ ଆଇଫୋନ। ଏବେ ଆପଣ କଣ କହିବେ।

ମୁଁ କହିଲି - ବହୁତ ଧନ୍ୟବାଦ ସାର।

କିଛିଦିନ ପରେ ମୁଁ ଆଇଫୋନ ପୁରସ୍କାର ପାଇଲା ପରେ ବାପା ଆଶ୍ଚର୍ଯ୍ୟ ହୋଇ ପଚାରିଲେ ଏତେ ଟଙ୍କା କୋଉଠି ପାଇଲୁ ଯେ ପୁଣି ଏ ମୋବାଇଲ ଆଣିଲୁ।

ମୁଁ କହିଲି -ବାପା, ମୁଁ ସେଇ କ୍ରୀଡା ଖବର ପଢି ଆଉ ପଚରାଯାଇଥିବା ପ୍ରଶ୍ନର ଉତ୍ତର ଦେଇ ଏ ଆଇଫୋନ ପୁରସ୍କାରରେ ଜିତିଲି।

କେଉଁ ପ୍ରଶ୍ନ ପଚରାଯାଇଥିଲା ବାପା ପଚାରିଲେ।

ମୁଁ କହିଲି - ପ୍ରଶ୍ନ ଥିଲା ଯେ କ୍ରିକେଟର ବାପା କିଏ?

କିନ୍ତୁ ବାପା ଉତ୍ତର ଜାଣିବାକୁ ଚାହୁଁନଥିଲେ, ତା ପରଦିନ ବୁକ୍ ଷ୍ଟୋର ଯାଇ ମୋ ପାଇଁ କ୍ରିକେଟର ବଡ ବଡ ମାଗାଜିନ୍ ଆଣି ଦେଇଥିଲେ। ବୋଧେ ଏବେ ବାପାଙ୍କର କ୍ରିକେଟ ପ୍ରତି ଭଲ ପାଇବା ବଢିଗଲା।

ତ୍ରିଲୋଚନ କାର୍ଯୀ

ପାତ୍ରପୁର,ଗଂଜାମ


Rate this content
Log in

Similar oriya story from Inspirational