STORYMIRROR

Parameswar Ojha

Inspirational Others

3  

Parameswar Ojha

Inspirational Others

କଦଳୀ ଚୋପା

କଦଳୀ ଚୋପା

2 mins
168

ଦୋକାନ ଯିବା ପାଇଁ ଆଜି ବହୁତ ଡେରି ହୋଇ ଗଲାଣି ‌ । ସାତ ଟା ପୂର୍ବରୁ ଦୋକାନ ଖୋଲିବା କଥା । ଆଜି କିନ୍ତୁ ଘରେ କିଛି ଜରୁରୀ କାମ ଯୋଗୁଁ ଘରୁ ବାହାରୁ ବାହାରୁ ବହୁତ ଡେରି ହୋଇଗଲା , ଡେରି ହୋଇଗଲା ମାନେ ପୁରା ନଅ ଟା ପନ୍ଦର । ମୋବାଇଲରେ ସ୍ଲୋ ମ୍ୟୁଜିକ ଲଗେଇ ସାଇକେଲ ସ୍ପିଡ୍ ରେ ଚାଲୁଥାଏ । ପୁଣି ଜଣେ ଲୋକ ବହିନା ଦେଇଛି ମାଛ କଟା ପନିକି ଗୋଟେ ନେବ । ଫୋନ୍ କରି ସାରିଲାଣି ଦୁଇ ଥର । ମନ ତିବ୍ର ଯେତିକି ପନିକି ତିଆରି କଲେ ସେ ଲୋକ ନେବ ସେଥିପାଇଁ ବି ମନ ବିବ୍ରତ ସେତିକି । ହଠାତ୍ ସେ ବୁଲାଣି ପାଖରେ ବ୍ରେକ ମାରିବାକୁ ବାଧ୍ୟ ହେଲି । ସାଇକେଲ ଷ୍ଟାଣ୍ଡ ମାରି ପଛକୁ ଫେରି ରାସ୍ତା ମଝିରେ ପଡ଼ିଥିବା ସେ କଦଳୀ ଚୋପା କୁ ଆଗ ରାସ୍ତା ରୁ ଉଠାଇ ଖୁବ୍ ଦୁର ଅରମା କୁ ପକେଇଦେଲି । ଏପଟ ସେପଟ ଚାହିଁଲି କେହି ଜଣେ ହେଲେ ବି ଦେଖା ଯାଉ ନଥିଲେ , କିନ୍ତୁ ସେଇ ରାସ୍ତା ମଝିରେ କଦଳୀ ଚୋପା ପକାଇ ଥିବା ବ୍ୟକ୍ତି ବିଶେଷ ଙ୍କୁ ମନ ଭିତରେ ବେଶ୍ ସଂସ୍କୃତ ଭାଷାରେ ଗାଳି ଦେଲି ମନ ଶାନ୍ତି ହେବା ଯାଏଁ । 

କାଲି ପରି ଘଟଣା ମନେ ପଡିଗଲା ଆଖି ସାମ୍ନା ରେ , ମୋ ଆଖି ଆଗରେ ହିଁ ବୁଲୁ ଭାଇ ଆଉ ରମା ଭାଉଜ ଗାଡିଟା ଘୁସୁରି ଗଲା ଆଠ ଦଶ ହାତ ‌। ଭାଉଜ ଙ୍କ ମୁଣ୍ଡ ଫାଟି ରକ୍ତ ଧାର ଛୁଟୁଥାଏ ଆଉ ଭାଇଙ୍କ ଡାହାଣ ପଟ ଆଣ୍ଠୁ ଆଉ ହାତ କହୁଣୀ ଠାରୁ ମଣିବନ୍ଧ ପର୍ଯ୍ୟନ୍ତ ଜୋର୍ ସେ ଛେଲି ହୋଇ ଯାଇଥାଏ । ଓଃ କି ଦୃଶ୍ୟ ଖାଲି ଆଖି ରେ ଦେଖି ହେଉନଥାଏ । ସାମ୍ନା ମୁଣ୍ଡ ଫାଟି ଥିଲା ଭାଉଜ ଙ୍କ ର , ତୁରନ୍ତ ଗୋଟେ କାର୍ ରେ ପାଖ ଡାକ୍ତରଖାନା କୁ ନେଇ ଭର୍ତ୍ତି କରେଇବାରୁ ଜୀବନ ବଞ୍ଚି ଯାଇଥିଲା ଅଳ୍ପକେ । ହଁ ଏ ଘଟଣାକୁ ବର୍ଷେ ଉପରେ ହୋଇଗଲାଣି । ହୁଏତ ସେ ରାସ୍ତା ଆଉ ଏକ ଥିଲା ଆଉ ଦୁର୍ଘଟଣା ର କାରଣ ଥିଲା ରାସ୍ତା ରେ ପଡ଼ିଥିବା ଏମିତି ଆଉ ଏକ କଦଳୀ ଚୋପା । 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational