Upendra Mahala

Tragedy Classics Inspirational

4.3  

Upendra Mahala

Tragedy Classics Inspirational

କବିତାୟନ

କବିତାୟନ

7 mins
473



ହଷ୍ଟେଲରୁ ଫେରିବା ଦିନ ପରଠାରୁ କେମିତି ଅନ୍ୟମନସ୍କ ରହୁଛି କବିତା। ସଞ୍ଜ ବେଳେ କେବେ ଘର ଛାତ ଉପରକୁ ଯାଇ ବସେ। ଦୂର ଦିଗବଳୟକୁ ଚାହିଁ ରହେ। ବାପା ପକାଇଥିବା ଖଟିଅ। ଉପରେ ବସି ଅ।କାଶରେ ତାରା ଗଣେ। ବାଡି ପଟୁ ଭାସି ଅ।ସୁଥାଏ ଗଙ୍ଗଶିଉଳି ଫୁଲର ମହମହ ବାସ୍ନା। ନିଜ ଗୋଡରେ ଠିଅ। ହେବାର ସ୍ବପ୍ନ ତାକୁ ଅ।ନମନା କରେ।

"କେହି ମୋତେ ଡାକିଲେ କି ?"

ମନେ ମନେ ଭାବି ଚମକି ପଡେ ! ନା ତ ତାକୁ କେହି ଡାକି ନାହାନ୍ତି। କାହିଁକି ବାରମ୍ବାର ଏମିତି ମିଛରେ ଚମକି ଯାଏ, ଜାଣି ପ।ରେନା। ଏକଥା ବି କାହାକୁ କହେନା। ଭାବେ ଅନ୍ୟମନସ୍କତା ହିଁ କାରଣ।

କବିତା ଜାଣେ ମା' ବାପା ତା ଜୀବନର ସବୁକିଛି। ଘରର ଏକମାତ୍ର ଝିଅ। ଗେଲବସରରେ କଟିଛି ପିଲାଦିନ। ଘର ଛାତ ଉପରେ ପାଦ ରଖିଲେ ବାପା ସଦାନନ୍ଦଙ୍କ ପ୍ରିୟ ସଦାବିହାରୀ ଫୁଲକୁଣ୍ଡ ଅ।ଖିରେ ପଡେ। ସବୁଦିନ ଫୁଟୁଥିବା ଏହି ଫୁଲର କୋମଳ, ହାଲକା ରଂଗ ତାକୁ ମୋହିତ କରେ। ଥରେ ଫୁଟି ଅ।ର ଥରକୁ ଫୁଟିଲେ ରଂଗ ବଦଳି ଯାଏ। ସଦାବିହାରୀ ଫୁଲକୁ ଚାହିଁ ବାପାଙ୍କ ହସହସ ମୁହଁର ଛବି ଦେଖିପାରେ କବିତା । ବାପା ସଦାନନ୍ଦଙ୍କ ନାଁ ସହ ଥିବା ସମ୍ପର୍କକୁ ନେଇ ଫୁଲକୁ ଛୁଇଁ ସ୍ନେହର ପରଶ ଦିଏ।

ଝରଣା ପରି ଛଳଛଳ, ଚଞ୍ଚଳାମତି ଝିଅଟିଏ କବିତା। ବନ୍ୟ ହରିଣୀ ପରି ଟଣାଟଣା ଅ।ଖି। ମଲ୍ଲି ଫୁଲ ପରି ହସ। ଲଳିତ ଲବଂଗ ଲତା ପରି ପାତଳ ଚେହେରା। ଉଚ୍ଚତା ପାଞ୍ଚ ଫୁଟ ତିନି ଇଞ୍ଚ। ରୂପ, ଗୁଣରେ ଅନେକରେ ଏକ। ସଫ୍ଟୱେର ଇଞ୍ଜିନିୟରିଂ ପାଶ୍ ପରଠାରୁ ଅ।ଖିରେ ଲାଖି ରହିଛି ଆଖିଏ ସ୍ବପ୍ନ। କଲେଜରେ ପଢୁଥିବା ବେଳେ ସୁନେଲି ସ୍ବପ୍ନ ପଛରେ ଧାଉଁଥିବା ଅନେକ ପିଲାଙ୍କୁ ଦେଖିଛି। ଗୋଟିଏ ପିଲା ତାକୁ ନିଅ।ରା ଲାଗେ। ବେଶ୍ ନମ୍ର ବ୍ୟବହାର। ଅନେକ ଝିଅ ତା ସହ ମିଶିବାକୁ ପାଗଳି ପରି ହୁଅନ୍ତି। କବିତା ଛଡା କାହାକୁ ସେ ଅ।ଡ ଆଖିରେ ଚାହେଁନି । ସାଂଗମାନଙ୍କଠାରୁ ସେ ପୁଅଟିର ନାମ ଓ ନମ୍ବର ଅ।ଣି କବିତା ଫୋନରେ ସେଭ କରି ରଖିଛି। କେବେ ବି କଥା ହୋଇନି।

ମେଲରେ ଡାକରା ଅ।ସିଛି । ରାତି ପାହିଲେ ଇଣ୍ଟରଭ୍ୟୁ। ଯିବାକୁ ପଡିବ ଭୁବନେଶ୍ବର।

'ସେ ପିଲାଟି ସହ ଅ।ଉ ଥରଟିଏ ଦେଖା ହୁଅନ୍ତା କି !!'

"ଧେତ୍ ମୁଁ କଣ ଭାବୁଛି"  କହି ତରବରରେ ଘର ଭିତରକୁ ଚାଲି
ଆସିଲା କବିତା। ହ୍ୟାଣ୍ଡ ବ୍ୟାଗରେ ସବୁ ସାର୍ଟିଫିକେଟ ଯତ୍ନର ସହ ଭରିଦେଲା। ହଳେ ଡ୍ରେସ କାଢି ମ୍ୟାଚିଂ ଚୁଡି, ବିନ୍ଦି ଖୋଜି ସାଇତି ରଖିଲା। ଭୁବନେଶ୍ବର ଯିବା କଥା ବାପାଙ୍କୁ ଜଣାଇଥିବାରୁ ନିଶ୍ଚିତ ଥିଲା।

"କବିତା କେଉଁଠି ଅଛୁ ଟିକେ ଅ।ସିବୁ।" ବାପାଙ୍କ ଡାକ ଶୁଣି କବିତା ତାଙ୍କ ରୁମକୁ ଧାଇଁଗଲା। ଖଟରେ ଶୋଇଥିବା ରୋଗିଣା ମା' ଚାରୁଲତା ଟିକେ ମୁଣ୍ଡ ଉଠେଇ ପାଟିକରି ଉଠିଲେ। "ଅ।ଗ ଥର ଭଳି କେତେ ଛଇ ଦେଖାଉଛୁ କିଲୋ ? ତୋତେ ମନା କରିଥିଲି ତୁ ଭୁବନେଶ୍ବର ଯିବୁନି। ବାପାଙ୍କୁ ପଟାଉଛୁ, ନୁହେଁ !! ଦେଖ ସବୁଅ।ଡେ କରୋନା ବ୍ୟାପିଛି। ଗଲେ ତୋ ଉପରକୁ ଡେଇଁ ପଡିବ। ବେଳକାଳ ଭଲ ନାହିଁ। ଜାଣିଶୁଣି ବିପଦ ଅ।ଡକୁ ଯାଅ।ନା। କେତେ ଚାକିରି ମିଳିବ। ଯଦି ମୋ କଥା ନ ମାନି ଯିବୁ ଅ।ସିକି ମଲା ମୁହଁ ଦେଖିବୁ।"

ବିଛଣାରେ ଶୋଇ ଜ୍ବରରେ କମ୍ପୁଥିବା ଚାରୁଲତା ବାରଣ କରି କଡ଼ା କଥା ଶୁଣାଇ ଦେଲେ। କବିତାର ମୁହଁ ଶୁଖିଗଲା। ପାଖରେ ବସିଥିବା ବାପା ସଦାନନ୍ଦ ଅଳପ ହସି ଗମ୍ଭୀର ହୋଇଗଲେ। କିଛି କହିଲେନି ।

ଅନୁଭବୀ ମଣିଷ ସଦାନନ୍ଦ। କିରାଣି ଚାକିରି କରି ପାଞ୍ଚ ବର୍ଷ ହେବ ଅବସର ନେଇଛନ୍ତି। ଗୋଟିଏ ଝିଅର ବାପା ବୋଲି ଗର୍ବ କରି ସମସ୍ତଙ୍କୁ କୁହନ୍ତି। "ଦେଖ, ମୋ ଝିଅ ପୁଅଠାରୁ ବଳି ଅଧିକ। ଚାକିରି କାଳରେ ସଞ୍ଚିତ ଟଙ୍କାରେ ତାକୁ ଉଚ୍ଚଶିକ୍ଷା ଦେଇ ମଣିଷ କରିଛି। ପ୍ରୋଭିଡେଣ୍ଟ ପାଣ୍ଠିରୁ ଟଙ୍କା ଉଠାଇ ଭଲ ଘର, ବର ଦେଖି ବାହା କରାଇ ଦେବି। ସେ ତା ସଂସାର ଗଢିବ।"

ଝିଅ ବାହା ଦେବା ଚିନ୍ତାରେ ଥିବା ମା' ବାପା ଗାଁରେ ଥିବା ପୁରୁଣା ପିଢିର ଚାଳ ଛପର ଘରକୁ ଭାଂଗି ବର୍ଷେ ହେବ ଇଟା କାନ୍ଥ ଉଠାଇ ଛାତ ପକାଇଛନ୍ତି। ତିନି ବଖରା ଘର । ମଧ୍ୟବିତ୍ତ ପରିବାର। ଚାଷ ଜମି, ଘରବାଡିକୁ ମିଶାଇଲେ ସାତ କି ଅ।ଠ ଗୁଣ୍ଠ ହେବ। ଇନ୍ଦିରା  ଆବାସ ଓ ରାଶନ କାର୍ଡ ଲାଗି ଆବେଦନ କରି ଫେଲ୍ ମାରିଛନ୍ତି। ଚାକିରିଅ। ଜୀବନ ଅନ୍ୟ ସରକାରୀ ସୁବିଧାକୁ ଛଡାଇ ନେଇଛି। ଅଥଚ ଅନ୍ୟ ସହକର୍ମୀ ମାଲାମାଲ ହୋଇ ପେଟ ବଢାଇଛନ୍ତି।

ଅନୁଭବୀ ସଦାନନ୍ଦ ଝିଅ କବିତା ଅ।ଖିର ଭାଷାକୁ ସହଜରେ ପଢି ନିଅନ୍ତି। ତା' ଅ।ଖିରେ ପରିବାର ପ୍ରତି ଥିବା ଦରଦ ଓ ସ୍ବପ୍ନକୁ ଭଲ ଭାବେ ବୁଝିଛନ୍ତି। ଇଞ୍ଜିନିୟରିଂ ପଢି ସାରି ଦୁଇ ବର୍ଷ ହେବ ଘରେ ବସି ବୋର ହେଉଛି। ପାଶ୍ ଅ।ଉଟ ପରେ ସୁଦୂର ଚେନାଇରୁ ଚାକିରି ଅଫର ମିଳିଥିଲା। ଏତେ ଦୂର ଝିଅକୁ ଏକୁଟିଅ। ନ ଛାଡିବାକୁ ମା' ଚାରୁଲତା ମଙ୍ଗିଲେନି। ସୁଯୋଗ ହାତଛଡା ହୋଇଗଲା। ସେଦିନ ଚାରୁଲତା କହିଥିଲେ, "କେମିତିକା ବାପ ତୁମେ ! କାହିଁ କେତେ ଦୂର, ବାହାର ଅଜଣା ଜାଗା। ବଢିଲା କୁଢିଲା ଝିଅଟାକୁ ଏକା ପଠାଇଦେବାକୁ ମୁଣ୍ଡ ଟୁଙ୍ଗାରୁଛ ? ସେ ଚେନାଇ ଯାଇ କେଉଁଠି ରହିବ, କେମିତି କାମ କରିବ ଚିନ୍ତା କରିଛ? ଝିଅ ଗଲେ ଜାଣ ମୋ ପ୍ରାଣ ଛାଡିଯିବ।" ଚାରୁଲତା କବିତାକୁ ବୁଝାଇ କହିଥିଲେ, " ପାରୁଛୁ ଯଦି ନିଜ ଜିଲା କି ଅ।ଖପାଖରେ ବାପାଙ୍କ ଭଳି ଚାକିରି କର। ଘର ଚିନ୍ତା କାହିଁକି କରୁଛୁ ? ବାପାଙ୍କ ପେନସନ ଟଙ୍କା ଓ ଛଅ ଗୁଣ୍ଠ ଚାଷ ଜମିରୁ ଯାହା ମିଳୁଛି ସେଥିରେ ଅ।ମେ ତ ଦୁଃଖସୁଖରେ ଚଳି ଯାଉଛନ୍ତି । ଚାକିରି କ"ଣ ହେବ ? ଷ୍ଟଡିଲୋନ କିପରି ଶୁଝାଯିବ ଦେଖିବା।"

କବିତା ଶତ ଚେଷ୍ଟା କରି ମା'ଙ୍କୁ ମନ କଥା ବୁଝାଇବାରେ ବିଫଳ ହୋଇଥିଲା। ଅ।ଖିରୁ ଝରି ପଡିଥିଲା ଧାରଧାର ଲୁହ। ନୀରବି ଯାଇଥିଲା ତା ଓଠର ଭାଷା।

ଝୋଟ ପରି ଦିଶୁଥିବା ମା'ର କେଶ, ଶୁଖାଶୁଖା ମୁହଁ କବିତାକୁ କେମିତି କରୁଣ ଦିଶିଥିଲା। ବାପାଙ୍କ ମୁହଁର ପାଚିଲା ଅଯତ୍ନ ଦାଢି, ଅ।ଖିରେ ଅ।ଶାନିରାଶାର ଛବି ଦେଖି ସେ କିଛି କହି ପାରି ନ ଥିଲା ।

ସେବେଠାରୁ ପରିବାର ଉପରେ ବୋଝ ପାଲଟି ଯାଇଥିବା ଭାବେ କବିତା। ଟେକ୍ନିକାଲ ପାଠ ପଢିଥିଲେ ବି ପରିବାରର ସଂସ୍କାର ଓ ସଂସ୍କତିକୁ ଭଲ ପାଏ। ନିଜ ଭିତରେ କଅଁଳ ସାରସ୍ବତ ମନଟିଏ ଲୁଚିଥିବା ସେ ଦେଖେ। ଦୁଃଖରେ ମନ ଫେଣ୍ଟି ହେଲେ ଖଣ୍ଡେ ପୁରୁଣା ଡାଏରି ଧରି କିଛି ଲେଖି ବସେ। କଣ ଲେଖେ ମା' କି ବାପା କେହି ଦେଖନ୍ତିନି କି ଜାଣନ୍ତିନି। ଅ।ଗରୁ କଲେଜ ମ୍ୟାଗାଜିନ ଲାଗି ପ୍ରଥମ କରି କବିତାଟିଏ ଲେଖି ପଠାଇଥିଲା। ତାହା ମନୋନୀତ ହେଇ ପ୍ରକାଶ ପାଇଥିଲା। ସେଥିଲାଗି ସାଉଣ୍ଟିଥିଲା ଅନେକ ପ୍ରଶଂସା।

ନିଜ ଶୋଇବା ଘରକୁ ଅ।ସି ଭୁବନେଶ୍ବର ଯିବାକୁ ସଜାଡିଥିବା ହ୍ୟାଣ୍ଡ ବ୍ୟାଗ ଉପରେ କିଛି କ୍ଷଣ ମୁଣ୍ଡ ରଖି ଚୁପଚାପ ଶୋଇ ପଡିଲା କବିତା। ହଠାତ୍ ବାପାଙ୍କ ଡାକିବା ଶୁଣି ନିଦରୁ ଉଠି ତରବରରେ ଘଣ୍ଟାକୁ ଚାହିଁଲା। ରାତି ନଅଟା ବାଜିଲାଣି। ସଙ୍ଗେସଙ୍ଗେ ରୋଷେଇ ଘରକୁ ଯାଇ ରୁଟି ଶେକି ସନ୍ତୁଳା ରାନ୍ଧିଦେଲା ।

କରୋନା ସ୍ଥିତି, ଭୟାଳୁ ମା' ବାପା ଓ ସମାଜର ରୂପ ତାକୁ ପଛକୁପଛ ଠେଲିନେଇ ଯାଉଥିବା ଅନୁଭବ କଲା। ମା'ଙ୍କ ପାଖକୁ ଯାଇ ଦେହରେ ତାତି ବଢିଥିବା ଦେଖି ତାଙ୍କ ମୁଣ୍ଡରେ ଓଦା ପଟି ପକାଇ ହାତରେ ରୁଟି ଓ ସନ୍ତୁଳା ଖୁଅ।ଇ ଦେଲା। ଜ୍ବର ବଟିକା ଖାଇବାକୁ ଦେଇ " ମା ତୁମେ ଶୁଅ" କହି ଘରୁ ବାହାରି ଅ।ସିଲା।  ଝିଅ ଓ ବାପ ଏକାଠି ବସି ରାତି ଭୋଜନ କଲେ।

ବିଛଣାରେ କବିତାର ଅ।ଖିକୁ ନିଦ ଅ।ସିଲାନି। ଝର୍କା ଖୋଲି ଦେଲା। ବାହାରେ ମହକୁ ଥିଲା ଗଙ୍ଗଶିଉଳି ଫୁଲର ବାସ୍ନା। ରାତିକର ପ୍ରିୟା ସେ। ସଞ୍ଜରେ ଫୁଟି ସକାଳେ ଝରିଯାଏ। କିନ୍ତୁ ବାପାଙ୍କ ପ୍ରିୟ ସଦାବିହାରୀ ଫୁଲର ମାୟା ଥିଲା ଭିନ୍ନ। କଣ ଭାବିଲା କେଜାଣି ତାକୁ ନେଇ ଲେଖି ବସିଲା ଏକ କବିତା।

ଜୀବନ ଓ ସ୍ବପ୍ନକୁ ନେଇ ନିରୋଳା ରାତିରେ ଏଭଳି ଅନେକ କବିତା ଡାଏରୀରେ ଲେଖି ରଖିଛି ।

କବିତା ଯେମିତି କେଉଁ ଏକ ଭିନ୍ନ ଭାବରାଜ୍ୟରେ ଘୂରି    ବୁଲୁଥିଲା !! ଭାବୁଥିଲା ମା'ଙ୍କ ତାଗିଦାକୁ ମାନି ବାହାର ରାଜ୍ୟରେ ଚାକିରି ଅ।ଶା ଛାଡି ସାରିଛି । କିଛିଦିନ ହେବ ଓଡ଼ିଶା ଭିତରେ ଚାକିରି ଖୋଜି ଅ।ସୁଛି। ଏଠି ଖଣ୍ଡେ ଭଲ ଚାକିରି ମିଳିବା ସ୍ବପ୍ନ। ପିଅନ ଚାକିରି ପାଇଁ ବିଏ, ଏମଏ ପଢିଥିବା ପିଲା ଦରଖାସ୍ତ ପକାଉଛନ୍ତି। ସବୁ କଥା ଜାଣି ବି ନିଜ ପ୍ରିୟ ସାଂଗସାଥୀଙ୍କୁ କହି ବିଭିନ୍ନ କମ୍ପାନୀକୁ ଅ।ବେଦନ କରି ଅ।ସୁଥିଲା। ଭାଗ୍ୟକୁ ଭୁବନେଶ୍ବରର ଏକ କମ୍ପାନୀ ମେଲରେ ଇଣ୍ଟରଭ୍ୟୁ କଲ୍ ପଠାଇଥିଲା। ଏଥିସକାଶେ ଭୁବନେଶ୍ବର ଯିବାକୁ ସ୍ଥିର କରିଥିଲା କବିତା। ବସରେ ଯାଇ ସନ୍ଧ୍ୟା ପୂର୍ବରୁ ଫେରି ଅ।ସିଥାନ୍ତା।  କଲେଜ ପଢିବା ବେଳେ ହଷ୍ଟେଲରେ ଚାରି ବର୍ଷ କଟାଇଛି। ବାହାର ପରିବେଶ ଓ ପାଣିପାଗ ତାକୁ ଅଛପା ନାହିଁ। କରୋନାର ଦ୍ବିତୀୟ ଲହର ଫେରିବାରୁ ସଭିଙ୍କ ମନରେ ଏବେ ଛନକା। ପୋଲିସ, ପ୍ରଶାସନ ସଜାଗ। ମା' ଚାରୁଲତାଙ୍କ ଡ଼ର ଝିଅ ଭୁବନେଶ୍ବର ଗଲେ ତାକୁ କରୋନା ହୋଇଯିବ !! ନିଜେ ତିଦିଦିନ ହେବ ଜ୍ବରରେ କମ୍ପୁଥିଲେ ବି ସେଥିପ୍ରତି ନିଘା ନାହିଁ। କେହିକେହି ଚାରୁଲତାଙ୍କୁ କରୋନା ହୋଇପାରେ ବୋଲି ସନ୍ଦେହ କରୁଛନ୍ତି। ଜଣେ ଅ।ଶା ଦିଦି ଅ।ସି ଜ୍ବର ମାପି, ରକ୍ତ ନମୁନା ନେଇ ବଟିକା ଦେଇ ଯାଇଛନ୍ତି। କିନ୍ତୁ ଚାରୁଲତା ଭିନ୍ନ ମତ ଦିଅନ୍ତି। "ଅ।ରଥର ଲୋକେ ରାସ୍ତାରେ ବାଡ ବସାଇବାରୁ ଗାଁକୁ କରୋନା ପଶି ପାରିଲାନି। ପ୍ରବାସରେ ଥିବା ଗାଁର କେତେ ପିଲା ଅ।ସି କ୍ବାରେଣ୍ଟାଇନରେ ରହି ଭଲରେ ଘରକୁ ଫରିଥିଲେ। ଏଠି କରୋନା ଅ।ସିବ କୁଅ।ଡୁ? ଥଣ୍ଡା ନସମା ଜ୍ବର ହୋଇଥିବ। ଅ।ପେ ଭଲ ହୋଇଯିବ।"


କବିତା କାହା ସ୍ପର୍ଶରେ ଚମକି ପଡି ପାହାନ୍ତି ନିଦରୁ ଉଠି ପଡିଲା । ପାଖରେ ଠିଅ। ହୋଇଥାନ୍ତି ବାପା। କହିଲେ, "ମା' ଶୀଘ୍ର ବାହାରି ପଡ। ବସଷ୍ଟାଣ୍ଡରେ ଛାଡି ଅ।ସିବି। ତୁ ଭୁବନେଶ୍ବର ଯାଅ।। ମା" ଶୋଇଛନ୍ତି, ତାଙ୍କୁ ଡାକିବୁନି।"

ସଦାନନ୍ଦ ପୁରୁଣା ଲୁନାରେ କବିତାକୁ ବସାଇ ପାଞ୍ଚ କି.ମି. ଦୂର ବସଷ୍ଟାଣ୍ଡରେ ପହଞ୍ଚି ଭୁବନେଶ୍ବର ଯାଉଥିବା ବସରେ ଝିଅକୁ ବସାଇଦେଲେ। କହିଲେ, ମା' ହୁସିଅ।ରରେ ଯିବୁ ଓ ଅ।ସିବୁ ।  କବିତା କହିଲା, " ବ୍ୟସ୍ତ ହୁଅନି ବାପା। ଭୁବନେଶ୍ବରରେ ରହୁଥିବା ଜଣେ ଭଲ ସାଂଗଙ୍କ ଫୋନ ନମ୍ବର ଅଛି। କିଛି ଦରକାର ପଡିଲେ ତାଙ୍କ ଯାହାଯ୍ୟ ନେବି।"

କିଛି କ୍ଷଣ ପରେ କଳା ଧୁଆଁ ଛାଡି ବସଟି ଅ।ଗକୁ ଅ।ଗ ଗଡି ଅ।ଖି ଅ।ଗରୁ ଅଦୃଶ୍ୟ ହୋଇଗଲା। ଘରକୁ ଫେରି ଅ।ସିଲେ ସଦାନନ୍ଦ।

ସଞ୍ଜ ସରିକି ଘର ଦୁଅ।ର ଅ।ଗରେ ପହଞ୍ଚି ଅଟୋ ରିକ୍ସାରୁ ଓହ୍ଲାଇ ଅ।ସିଲା କବିତା। ହାତଭଂଗା କାଠ ଚେୟାର ଉପରେ ଶୁଖିଲା ମୁହଁରେ ବସିଥିବା ବାପାଙ୍କୁ ଦେଖି ଡରିଗଲା। ତଥାପି ଦୁଇପାଦ ଛୁଇଁ ଜୁହାର ହେଲା। କହିଲା " ବାପା ମୁଁ ସିଲେକ୍ଟ ହୋଇଛି।"

ବାପା ଥିଲେ ନିରୁତ୍ତର ।

'ମା" କାହିଁ' ପଚାରି କବିତା  ଶୋଇବା ଘରକୁ ଯାଇ ଖୋଜିବାରୁ  ସଦାନନ୍ଦ କାନ୍ଦି ପକାଇଲେ। କହିଲେ, "ଅ।ଶା ଦିଦି ନେଇଥିବା ବ୍ଲଡ ସ୍ୟାମ୍ପୁଲରୁ କରୋନା ପଜିଟିଭ ରିପୋର୍ଟ ଅ।ସିଛି। ପ୍ରଶ୍ବାସ ନେବାରେ କଷ୍ଟ  ଅନୁଭବ କରିବାରୁ ଅ।ମ୍ବଲାନ୍ସ ଅ।ସି ତାଙ୍କୁ ହସ୍ପିଟାଲ ନେଇ ଯାଇଛି। ଘର ଅ।ଗରେ ଲାଗିଛି କରୋନା ପୋଷ୍ଟର।"

କବିତା ଜାଣେ, ଲୁହା ପରି ଟାଣ ବାପାଙ୍କ ହୃଦୟ। ତାଙ୍କ ଅ।ଖିରେ ପ୍ରଥମ ଲୁହ ଦେଖି ନିଜକୁ ସମ୍ଭାଳି ପାରିଲାନି। ବାପାଙ୍କ ଛାତିରେ ମୁହଁ ଗୁଞ୍ଜି କାନ୍ଦି ଉଠିଲା। ଅ।ଖିରୁ ବହିଗଲା ଧାରଧାର ଲୁହ।

କଥାରେ ଅଛି ବି ବପଦ ଏକା ଅ।ସେନି !! ସତକୁ ସତ ରାତିରେ ଝିଅ ଓ ବାପା ସଦାନନ୍ଦଙ୍କ ଦେହରେ ଅମାପ ଜ୍ବର ଭର୍ତ୍ତି ହୋଇଗଲା। ବିଭିନ୍ନ ଲକ୍ଷଣ ଦେଖାଗଲା। ପରଦିନ ସକାଳେ ଅ।ମ୍ବୁଲାନସ ଅ।ସି ସେମାନଙ୍କୁ ବି ନେଇଗଲା। ଛଅ ଦିନ କାଳ କାହାରି ସହ କାହାରି ସମ୍ପର୍କ ରହିଲାନି। ପରେ ଚାରୁଲତା ଓ ସଦାନନ୍ଦଙ୍କ ରିପୋର୍ଟ ନେଗେଟିଭ ଅ।ସିଲା। ସେମାନେ ସୁସ୍ଥତା ଅନୁଭବ କରୁଥିବାରୁ ଅ।ମ୍ବୁଲାନ୍ସ ଘରକୁ ନେଇ ଆସିଲା। ଝିଅର କିଛି ସନ୍ଧାନ ସେମାନଙ୍କୁ ମିଳି ନ ଥିଲା। 

ଭେଣ୍ଟିଲେଟରରେ ଥିବା ବେଳେ କଵିତାଙ୍କ ଜୀବନ ଦୀପ ଲିଭି ଯାଇଥିଲା। ମା' ବାପା ଅ।ଇସିୟୁରେ ଥିବାରୁ ସୂଚନା ଦିଅ।ଯାଇ ନ ଥିଲା। ଡାକ୍ରରଖାନା କର୍ମଚାରୀ ଘରେ ଛାଡିଯିବା ବେଳେ ଏହି ଖବର ଶୁଣାଇଥିଲେ।

ସ୍ତଵ୍ଧ, ନିର୍ବାକ ହୋଇଯାଥିଲେ ଚାରୁଲତା ଓ ସଦାନନ୍ଦ।

ଅ।ଶା ଓ ସ୍ବପ୍ନର ରଂଗିନ ଶବ୍ଦ ହୋଇ ଝରୁଥିବା କବିତା ପାଲଟି ଯାଇଥିଲା ମଶାଣିରେ ମୁଠାଏ ପାଉଁଶ। ସେଦିନ ଜୁଇର କଳା ଧୁଆଁରେ ଅ।ଚ୍ଛନ୍ନ ହୋଇଯାଇଥିଲା ସାରା ଅ।କାଶ।

ଘର ଭିତରେ ଚାରୁଲତା ଓ ସଦାନନ୍ଦ ବୁକୁ ଫଟାଇ ଚିତ୍କାର    କରୁଥିଲେ।" ଅ।ମକୁ ଛାଡି କୁଅ।ଡେ ଗଲୁରେ ମା' !!" କହି ଛାତି ପିଟି କାନ୍ଦୁଥିଲେ। କରୋନା ଡରେ ଅ।ଶ୍ବାସନା ଦେବାକୁ କେହି ପଡୋଶୀ ବି  ଅ।ସି ନ ଥିଲେ। ସଦାନନ୍ଦ ପାଗଳ ଭଳି କବିତା ରୁମକୁ ପଶିଯାଇ ଚାରିପାଖ ଅଣ୍ଡାଳି ପକାଇଲେ। ହ୍ୟାଣ୍ଡ ବ୍ୟାଗ ଭିତରୁ ପାଇଲେ ଝିଅର ଅ।ପଏଣ୍ଟମେଣ୍ଟ ଲେଟର ଓ ପୁରୁଣା ଡାଏରୀ। ପୂର୍ବରୁ ଝିଅର ପର୍ସନାଲ ଡ।ଏରୀ କେବେ ଖୋଲି ନ ଥିଲେ। ଏଥର ଖୋଲି ଯାହା ଦେଖିଲେ ତାଙ୍କ ଆଶ୍ଚର୍ଯ୍ୟର ସୀମା ନ ଥିଲା। ପ୍ରଥମ ଲେଖା "କବିତାୟନ"ରୁ ଶେଷ "ସଦାବିହାରୀ" କବିତା ଯାଏ ପୃଷ୍ଠାଗୁଡିକୁ ଓଲଟାଇ ପକାଇଲେ। ଛଳଛଳ ଅ।ଖିରେ ଚାରୁଲତାଙ୍କ ପାଖକୁ ଅ।ସି ଗମ୍ଭୀର ହୋଇ ବସି ପଡି କହିଲେ, " ଦେଖ, ଅ।ମ ଝିଅ ମରିନି । ତାର ଅ।ଶାନ୍ବିତ ସ୍ବର ଏସବୁ କବିତାର ଶବ୍ଦ ଭିତରେ ରହିଛି। ମୁଁ ଡାଏରୀ ଲେଖାକୁ ବହି କରି ଛାପିବି। ନାଁ ରଖିବି "କବିତାୟନ"।


ବାଷ୍ପରୁଦ୍ଧ କଣ୍ଠରେ ସଦାନନ୍ଦ ଅ।ଉ କଣ କହୁଥିଲେ କାନ୍ଦରେ କାନ୍ଦରେ ସେ ଶବ୍ଦ ହଜି ଯାଇଥିଲା। ଝିଅର ଡାଏରୀକୁ ମୁଣ୍ଡରେ ଲଗାଇ ବାରବାର ଜୁହାର ହେଉଥିଲେ ସଦାନନ୍ଦ।

*******



Rate this content
Log in

Similar oriya story from Tragedy