କବିତା
କବିତା
ରାତି ୧୨ ଟା ବାଜି ସାରିଥିଲା ,କବି ଫେସବୁକରେ କବିତା ପୋଷ୍ଟିଂ କରୁଥିଲେ । ହଠାତ୍ ମେସେଞ୍ଜରରେ ଆସିଲା ,ସାର୍ ନମସ୍କାର ଆପଣଙ୍କ କବିତା ଗୁଡିକ ମୋତେ ବହୁତ ଭଲ ଲାଗେ ମୁଁ ପ୍ରାୟ ପ୍ରତିଦିନ ପଢେ । କବି ପଚାରିଲେ ତମେ କିଏ , ସେପଟୁ ଉତ୍ତର ଆସିଲା , ସାର ମୁଁ କବିତା କହୁଛି ।
କବିତା- ସାର ଆପଣଙ୍କୁ କିଛି ପଚାରିବାର ଥିଲା ପଚାରି ପାରିବିକି ?
କବି- ହଁ ପଚାର ।
କବିତା - ସାର ଆପଣ ଏତେ ଦୁଃଖର କବିତା କାହିଁକି ଲେଖନ୍ତି ?
କବି- ମୁଁ ଟିକେ ଦୁଃଖରେ ଅଛି ,ତା ପରେ ଦୁଃଖର କବିତା ଲୋକମାନଙ୍କ ହୃଦୟକୁ ବେଶୀ ଛୁଇଁ ଥାଏ ।
କବିତା - ଦୁଃଖର କାରଣ କଣ ଜାଣି ପାରିବିକି ?
କବି- ମୁଁ ଏବେ ହସ୍ପିଟାଲରେ , ବୋଉ ଆଇସିୟୁରୁ ଆଜି ବାହାରକୁ ଆସିଲା , କୋମାରେ ଅଛି ଜାଣେନା କେବେ ଠିକ ହେବ । ଘରେ ବି ଟିକେ ପ୍ରୋବ୍ଲେମ ଅଛି ।
କବିତା - ସାର ଆପଣ ହସ୍ପିଟାଲରେ ବସି କବିତା ଲେଖୁଛନ୍ତି ?
କବି- ହଁ , ଏ ଦୁଃଖର ସମୟ ଅତିବାହିତ କରିବାକୁ କବିତା ଲେଖେ ଓ ବୋଉକୁ ଶୁଣାଏ । କେବେ ସିଏ ଶୁଣେ କେବେ ଶୁଣେନି । ସେ କଣ ବୁଝେ ମୁଁ ଜାଣେନି ।
କବିତା - ସାର ଏତେ ଦୁଃଖରେ ବି ଆପଣ କବିତା ଲେଖି ପାରୁଛନ୍ତି ସେଇଟା ବଡ଼ କଥା । ମୁଁ ଆପଣଙ୍କୁ ଡିଷ୍ଟର୍ବ କରୁନିତ ?
କବି -ନା ,ହେଲେ ଏତେ ରାତି ଯାଏଁ ଚାହିଁ ରହିଛ କାହିଁ କି ?
କବିତା - ସେ ଆସି ନାହାନ୍ତି ସାର , ସେଥି ପାଇଁ ଆପଣଙ୍କ କବିତା ପଢ଼ୁଥିଲି ଓ ପୋଷ୍ଟ କରୁଥିଲି ।ସାର ମୁଁ ଆପଣଙ୍କ କବିତାକୁ ବୋଲିଛି ,ଶୁଣିବେକି ?
କବି- ସତରେ ହଁ ପଠାଇ ଦିଅ ।
କବିତା - ଏଇ ପଠାଇଦେଲି ସାର ଶୁଣିଲେ ?
ଟିକେ ପରେ….
କବି-ଆରେ ତୁମେତ ବହୁତ ବଢିଆ ଗାଉଛ । ମୋ କବିତା ତୁମଠୁ ଶୁଣି ଲାଗିଲା ସେ ପଦ ଗୁଡିକ ଜୀବନ୍ୟାସ ପାଇଯାଇଛନ୍ତି ।ସତରେ ବହୁତ ଭଲ ଲାଗିଲା । ଆଉକିଛି କବିତା ଭଲ ଲାଗିଲେ ଗାଇବ ଓ ମୋ ପାଖକୁ ପଠାଇବ । ମୋ କଥା ରଖିବ କବିତା ।
କବିତା - ସାର ଆପଣଙ୍କୁ ଭଲ ଲାଗିଲା ଶୁଣି ମୁଁ ବହୁତ ଖୁସି । ଏତେ ଦୁଃଖରେ ଆପଣଙ୍କ ମନରେ ଟିକେ ଖୁସି ଆସିଛି ଶୁଣି ଭଲ ଲାଗିଲା ସାର । ମେର ଟେଲିଫୋନ ନମ୍ବର ତା ଦେଉଛି କେବେବି ଚାହିଁଲେ କଥା ହୋଇପାରିବେ ।
କବି - ଧନ୍ୟବାଦ କବିତା ମୁଁ ତୁମ ପାଖରେ ରୁଣି ରହିଲି । କବିତା ଓ କଥା ବି କାହାର ଆଖିରୁ ଲୁହ ପୋଛିଦେଇପାରେ ମୁଁ ଆଜି ଜାଣିଲି ।
କବିତା- ସେଇଟା ବି ସାର ମୁଁ ଆପଣଙ୍କ କବିତା ପଢି ଶିଖିଛି । କେମିତି ଭଲ କବିତା ଲେଖିପାରିବି ମତେ ଟିକେ ଶିଖାଇବେ ସାର ।
କବି- କବିତାରେ ଟିକେ ଇମୋସନ ଦେଇ ଲେଖିବ , ପଦ ଛିଡ଼ିଲେ ବହୁତ ଭଲ । ନିଜେ ଦି ତିନିଥର ପଢି ଠିକ କରିବ ,ନହେଲେ ମୋତେ ଦେବ ମୁଁ ଠିକ କରିଦେବି ।
କବିତା -ସବୁ ଆପଣଙ୍କ ଆଶୀର୍ବାଦ ସାର, ଇଏ ବୋଧେ ଆସିଲେଣି ମୁଁ ଫେସବୁକ ବନ୍ଦ କରୁଛି ନମସ୍କାର ସାର ।