STORYMIRROR

Sneha Mishra

Inspirational

3  

Sneha Mishra

Inspirational

kartika habisha

kartika habisha

2 mins
205

   

 

 

 ମାଆ,ମାଆ...ମାଲୋ ! କୋଇଠି ଅଛୁ,ଆଜି ଆମପାଇଁ ବହୁତ ବଡ଼ ଶୁଭଦିନ |ତୋର ସବୁ ଦୁଃଖ ଦୂର ହୋଇଗଲା |ମତେ ଆଜି ଗୋଟେ କାମ ମିଳିଗଲା ,ଗୁମାସ୍ତା ବାବୁଙ୍କ ପାଖରେ | କାମ କରିବି ,କାମ ସାଙ୍ଗେସାଙ୍ଗେ ପଢ଼ିବାକୁ ବି ସୁବିଧା ମିଳିବ |ତୋ କାର୍ତ୍ତିକ ହବିଷ ସୁବିଧା ରେ କରିପାରିବୁ ଆଉ ଆକାଶ ଦୀପ ବି ଜଳାଇ ପାରିବୁ |ଏଇକଥା ଶୁଣି ଉର୍ମିଳା ଖୁସିରେ ଗଦ୍‍ଗଦ୍‍ ହୋଇ ତା ସ୍ୱାମୀ ଙ୍କ ଫଟ ଆଗରେ ମୁଣ୍ଡିଆ ମାରିଲା,ଆଖିରୁ ଲୁହ ଝରିଯାଉଥାଏ |ଉର୍ମିଳା କାମରୁ ଛୁଟି ନେଇଛି ହବିଷ କରିବାପାଇଁ | କାର୍ତ୍ତିକ ମାସରେ ସାଇପଡ଼ିସାରେ ହବିଷ ଅନ୍ନଦେଇ ସବୁ ସନ୍ଧ୍ୟାରେ ପାରଣ କଲା |ପୁଅ ରାଜୁ ବି ହବିଷ ପାଇଁ ସବୁ ଯୋଗାଡ଼ କରିଦେଉଥାଏ |ଚତୁର୍ଦ୍ଦଶୀ ରେ ବ୍ରାହ୍ମଣ ଭୋଜନ ହେବ,ରାତିସାରା ଭଗବତ ପଢ଼ାହେବ ସବୁ ପ୍ରକାର ବ୍ୟବସ୍ଥା କରୁଥାଏ |ତା ପରଦିନ ସକାଳୁ ଭାଗବତ ପୋଥି ରଖିବାକୁ ଗଲାବେଳେ ହଠାତ୍‍ ରାଜୁର ପେଟରେ ଯନ୍ତ୍ରଣା ଆରମ୍ଭ ହେଲା |ପେଟ ଯନ୍ତ୍ରଣା ରେ ଛଟ୍‍ପଟ୍‍ ହେଉଥାଏ |କଥା ବି କହିପାରୁନଥାଏ |ବ୍ରାହ୍ମଣଙ୍କ ଭିତରେ ସୁକାନ୍ତ ବାବୁ ଙ୍କ ପୁଅ ଡାକ୍ତର |ରାଜୁର ଏଇ ଅବସ୍ଥା ଦେଖି ସୁକାନ୍ତ ବାବୁ ଫୋନ୍‍ କରି ତାଙ୍କ ପୁଅ ମନୋଜ କୁ ତୁରନ୍ତ ଡକାଇ ପଠାଇଲେ |ଫୋନ୍‍ ରେ ପେଟ ଯନ୍ତ୍ରଣା କଥା ଜଣାଇ ଥିଲେ |ଡାକ୍ତର ମନୋଜ ସାଙ୍ଗେସାଙ୍ଗେ ଆସି ପହଞ୍ଚି ଚିକିତ୍ସା କରିବା ପାଇଁ ରାଜୁ କୁ ନେଇଗଲା |କିନ୍ତୁ ରାଜୁକୁ ଦେଖିଲା ପରେ ଅବସ୍ଥା ଗୁରୁତର ବୋଲି ଜାଣିପାରିଲା |ଏମର୍ଜେନ୍ସି ଉପଚାର ପରେ ରାଜୁ କଥା କହିବାକୁ ସକ୍ଷମ ହେଲା | ମନୋଜ କାରଣ ପଚାରିବାରୁ ରାଜୁ କହିଲା- ଭାଇ , ମୋ ପାଖରେ ଆଉ କିଛି ଉପାୟ ନଥିଲା |କାର୍ତ୍ତିକ ମାସ ହବିଷ କରିବା ପାଇଁ ପଇସା ନଥିଲା |ଏ ବର୍ଷ ଆକାଶଦୀପ ଜଳାଇ ପାରିବନି ବୋଲି ବାପାଙ୍କ ଫଟୋ ସାମନାରେ ମା’ ଆଖିରୁ ଲୁହ ଗଡ଼ାଉଥିଲା |ମୋର ଏକମାତ୍ର ପାଠର ସମ୍ବଳ କାମ୍ପ୍ୟୁଟର୍‍ ବଦଳରେ ମଧ୍ୟ ପଇସା ର ଯୋଗାଡ଼ ହୋଇପାରୁନଥିଲା |ମୋ ଆଖି ଆଗରେ ଆକାଶ ଦୀପ ଜଳାଇବାପାଇଁ ମୋ ମା’ର କାନ୍ଦକାନ୍ଦ ମୁହଁ ନାଚିଯାଉଥିଲା | ଧନିକ ବାବୁଙ୍କ କିଡ୍‍ନି ର ମଧ୍ୟ ଆବଶ୍ୟକତା ଥିଲା | ତେଣୁ ଅନନ୍ୟୋପାୟ ହୋଇ କିଡ୍‍ନି ଡୋନେଟ୍‍ କରିଥିଲି |କାର୍ତ୍ତିକ ହବିଷ ପାଇଁ ପଇସା ର ଯୋଗାଡ଼ ହେଇଯିବାର ଖବର ଶୁଣି ମାଆ ମୁହଁ ରେ ଯେଉଁ ଖୁସିର ଝଲକ୍‍ ଦେଖିଲି ,ସେଥିରେ ମୋର ସବୁ କଷ୍ଟ ଭୁଲିଯାଇଥିଲି |


 ରାଜୁ ର କଥା ଶୁଣି ମନୋଜ ଅବାକ୍‍ ହୋଇ ରହିଗଲା |ସତରେ ଆଜିକାଲି ଯୁଗରେ କ’ଣ ଏମିତି ପୁଅ ଅଛନ୍ତି ?ମନୋଜ ର ବିଶ୍ୱାସ ହେଉନଥିଲା |

 


Rate this content
Log in

Similar oriya story from Inspirational