କାତ୍ୟାୟନୀ
କାତ୍ୟାୟନୀ
ଶାରଦୀୟ ନବ ଦିନାତ୍ମକ ପୂଜା ରେ ଷଷ୍ଠ ଦିବସ ମାତା କାତ୍ୟାୟନୀ ଙ୍କୁ ସମର୍ପିତ । ମାତା କାତ୍ୟାୟନୀ ଙ୍କ ବହୁତ୍ ସୁନ୍ଦର ରୋଚକ କାହାଣୀ ଅଛି । ଋଷି କାତ୍ୟାୟନ ଶକ୍ତି ମାତାଙ୍କୁ ପୁତ୍ରି ରୂପେ ପାଇବା ପାଇଁ ବହୁ ବର୍ଷ ତପସ୍ୟା କଲେ । ସେତେ ବେଳେ ମହିଷାସୁର ନାମକ ଦୈତ୍ୟ ବ୍ରହ୍ମା ଙ୍କ ବର ରେ ବଳୀୟାନ ହୋଇ ଅତ୍ୟାଚାର କରୁଥାଏ । ତିନି ଲୋକ ଥର ହର ହୋଇ ପ୍ରମାଦ ଗଣୁଥାନ୍ତି । ବ୍ରହ୍ମା ବିଷ୍ଣୁ ଓ ଶିବ ଙ୍କ ଅନୁରୋଧରେ ମାତା ଆଦ୍ୟା ଶକ୍ତି ଋଷିଙ୍କ ଆଶ୍ରମ ରେ କନ୍ୟା ରୂପରେ ଜନ୍ମ ନେଲେ । ସେ ଦିନ ଥିଲା ଆଶ୍ୱିନ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ । ଋଷି ତିନି ଦିନ ପର୍ଯ୍ୟନ୍ତ ମାତା ଙ୍କୁ ଆରାଧନା କଲେ । ଏହା ପରେ ମାତା ଶୁମ୍ଭ ନିଶୁମ୍ଭ ଙ୍କୁ ବଧ କଲେ ।
ମାତା କାତ୍ୟାୟନୀ ଦୂର୍ଗା ମାତାଙ୍କ ଅନ୍ୟ ରୂପ ।ମାତା ଙ୍କ ଉଜ୍ବଳ ଓ ଭବ୍ୟ ରୂପ ଦର୍ଶନ ମାତ୍ରକେ ଅନ୍ତର ରେ ଭକ୍ତି ଗଙ୍ଗା ପ୍ରବାହିତ ହୁଏ । କଲ୍ୟାଣ ମାୟୀ ମାତା ସଦା ସର୍ବଦା ବରଦା ହସ୍ତ ରେ ବିରାଜିତା । ମାତା ସିଂହ ବାହିନୀ ଅଟନ୍ତି ମାତା କାତ୍ୟାୟନୀ ଚତୁର୍ଭୁଜା ଅଟନ୍ତି । ଦୁଇ ହାତରେ ଖଣ୍ଡା ଓ କମଳ ପୁଷ୍ପ ଶୋଭା ପାଉଥିବା ବେଳେ ଗୋଟିଏ ହାତ ବରଦା ମୁଦ୍ରା ଓ ଅନ୍ୟ ହସ୍ତ ଟି ଅକ୍ଷୟ ମୁଦ୍ରା ରେ ଥାଏ ।
ମାତା ଙ୍କ
ର ଲାଲ ବସ୍ତ୍ର ଅତ୍ୟନ୍ତ ପ୍ରିୟ । ପୂଜା ସମୟ ରେ ତିନିଟା ହଳଦୀ ଗଣ୍ଠି, ହଳଦିଆ ପୁଷ୍ପ, ମହୁ ଭୋଗ,କଦଳୀ ଦେଲେ ମାତା ପ୍ରସନ୍ନ ହୁଅନ୍ତି । ଦୁର୍ଗା ଚାଳିଶା, ଦୂର୍ଗା ମନ୍ତ୍ର,ଦୁର୍ଗା ସ୍ତୁତି ଦ୍ଵାରା ମାତାଙ୍କୁ ପୂଜନ କରାଯାଏ । ମାତା ଙ୍କୁ ଷୋଳ ଶୃଙ୍ଗାର ଅର୍ପଣ କଲେ ଅଭିଷ୍ଟ ସିଦ୍ଧ ହୁଏ ।
ବିଶ୍ୱାସ ଓ ଭକ୍ତି ର ସହ ମାତା ଙ୍କୁ ପୂଜା କଲେ ସମସ୍ତ ବାଧା ବିଘ୍ନ ରୁ ମୁକ୍ତି ମିଳେ । ବିବାହ ବିଳମ୍ବ ହେଉଥିଲେ ମାତା ଙ୍କୁ ପୂଜା କରିବା ଦ୍ୱାରା ଶୁଭ ଫଳ ମିଳେ ।ମାତା ଙ୍କୁ ପୂଜା କରିବା ଦ୍ୱାରା ଗୁରୁ ବୃହସ୍ପତି ମଧ୍ୟ ପ୍ରସନ୍ନ ହୁଅନ୍ତି ।
ଗୋପୀ ମାନେ କାତ୍ୟାୟନୀ ଙ୍କୁ ଆରାଧନା କରି କୃଷ୍ଣ ଙ୍କୁ ପତି ରୂପେ ପ୍ରାପ୍ତ ହୋଇଥିଲେ । କାତ୍ୟାୟନୀ ମାତା ବ୍ରଜପୁର ର ଅଧିଷ୍ଠାତ୍ରୀ ଦେବୀ ଥିଲେ । ଗୋପୀ ମାନେ ପ୍ରତିଦିନ ମାତା କାତ୍ୟାୟନୀ ଙ୍କୁ ପୂଜା କରି ,ମନ ର ଅଭିଳାଷା ଜଣାଇ ଯମୁନା କୁ ଯାଉଥିଲେ । ସଙ୍କଟ ତାରିଣୀ ମାତା କାତ୍ୟାୟନୀ କଲ୍ୟାଣୀ, ଅଭୟ ବର ଦାୟିନୀ, ଦୁଷ୍ଟ ସଂହାରିଣୀ ଅଟନ୍ତି ।
ଆସନ୍ତୁ ଆଜି ନବ ରାତ୍ର ର ଷଷ୍ଠ ଦିବସ ରେ ମାତା କାତ୍ୟାୟନୀ ଙ୍କୁ ନିଜର ଦୁଃଖ ଜଣାଇ ପ୍ରଣତୀ ଜଣାଇବା ।
ଜୟ ମା କାତ୍ୟାୟନୀ।।।