Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!
Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!

Akshayakumar Dash

Crime

1  

Akshayakumar Dash

Crime

କାମନା

କାମନା

3 mins
337


ମନ୍ଦିରା ବସ୍ତି ର ଝିଅ।ଅନ୍ୟ ଝିଅ କଂ ପରି ସେତେ ଚାଲାକ ନୁହେଁ ।ହେଲେ ସଦା ସିଧା ସରଳ ।ତାକୁ ବୟସ କୋଡିଏ ଭିତରେ । ଏବେ କେମିତି ଚଞ୍ଚଳ ମନ ପରି ଜଣାପଡେ ।ତାକୁ ଦେଖିଲେ ମନରେ ଦୀପଦ କଥା ହେବାକୁ ଇଚ୍ଛା କରେ ।ହେଲେ ସୁଯୋଗ ପାଇନାହିଁ ।ତାର ଗୋରଦେହ ଲମ୍ବା ବେଣୀ ବେଶ ଆକର୍ଷଣ କରେ।ତାର ବାପା ନାହାନ୍ତି ।ମା ତାକୁ କାଡେକାଡେ ଜଗିଥାଏ ।ମଂଦିରା ମୋ ଘର ସାମ୍ନା ରାସ୍ତାରେ ଯିବାଆସିବା କରେ ।ବେଳେବେଳେ କିଛି ଯୁବକ ତାକୁ ଦେଖି କମେଟ ମାରନ୍ତି ।ମୋର ମନହୁଏ ସେମାନଙ୍କୁ କହିବାକୁ । କାଳେ କିଏ ମୋତେ ମଂଦିରା କୁ ନେଇ କିଛି ଖରାପ ଇଙ୍ଗିତ ଦେବେ । ଡରିଯାଏ ,ତଥାପି କେତେକ ସାଙ୍ଗ ତା ବିଷୟରେ ଚର୍ଚ୍ଚା କଲେ ସମ୍ଭାଳି ରହିପାରେ ନାହିଁ । ବାଆଁରେଇ କୁହେ ତୁମର କିଛି କାମାନାହିଁ ପର ଝିଅବୋହୁ କଂ ବିଷୟରେ ଚର୍ଚ୍ଚା କରୁଛ।ସେମାନେ ମତେ ବିଦ୍ରୁପ କରି କହନ୍ତି ,ତୋର ତାପ୍ରତି ଏତେ ଅଛିଯଦି ନେଇପଲ୍। ।ସାଙ୍ଗ ମାନଙ୍କ କଥା ବାଧେ ଚୁପ ରୁହେ ।

ସକାଳୁ ସକାଳୁ ବାହାରେ ବସି ଖବର କାଗଜ ପଢ଼ୁଥିଲି ।ମଦିରା କେମିତି କାହିଁକି ଆମ ଘରେ ଦେଖିଲି । ସେମତେ କଣେଇ କଣେଇ ଚାହିଁ ମୁରୁକି ହସିଦେଲା । ମୁଁ ସାହସ ଧରି ପଚାରିଲି ।କୁଆଡେ ଆସିଥିଲା ।ସେ ଉତର ଦେଲା ତୁମ ଘରକୁ ମୁ ମୋର ପ୍ରଶ୍ନରେ ଅପମାନିତ ହେଲି।କହିଲି କଣ କାମ ଥିଲା । ଟିକେ ଚାଲାକ ହୋଇକହିଲା, କଣ ଆସିବା ମନା?ମୁକହିଲି ନାଜେ କିଛି କାମ ଥିବ ।ସେ କିଛି ନକହି ଚାଲିଗଲା । ମୁଁ ଆଶ୍ଚର୍ଯ୍ୟ ହେଲି ତେବେ ସେତ କେବେ ଆସେନି କାହିଁକି ଆସିଥିଲା ।କାହାକୁ ପଚାରିବି ।ପଚାରିଲେ ଗୋଟିଏ ଉତ୍ତର ମିଳିବ ତୁ ତା ଖବର କାହିଁକି ରଖୁଛୁ ।ନା ସଂଧାନ ଲାଗେଇବି ।

ମନ୍ଦିରା ଜଣକ ବାଇକ ରେ ଯିବାର ଦେଖିଲି ।ତେବେ ସେ ବ୍ୟକ୍ତିଟି କିଏ ।ପୁଣି କିଛି ସମୟ ପରେ ସେ ଫେରିବା ଦେଖିଲି ।ବୋଧେ ତାର ଜଣାଶୁଣା କିଏ ହେବ ।ମନେମନେ କେତେ ସନ୍ଦେହ। ମନ୍ଦିରା କିଛି ଭୂଲ ରାସ୍ତାରେ ଯାଉନିତ ହଁ ହୋଇପାରେ। ଝିଅମାନଙ୍କ ବୟସ ହେଲେ ସାଙ୍ଗ ପ୍ରେମିକ ବହୁତ ଜୁଟନ୍ତି। ଏମିତି

ବି ତାର ମଧ୍ୟ ପ୍ରେମ କରିବା ର ବୟସ । କିନ୍ତୁ ମନ୍ଦିରା କାହା ଗାଡ଼ିରେ ବସି ଗଲେ ମୋଦେହ ସହେ ନାହିଁ ।

ସେଦିନ ବାଟରେ ମନ୍ଦିରା ଦେଖାହେଲା । ଭାବିଲି ପଚାରିବି। ହେଲେ ତାକୁଦେଖି ଭୂଲି ଗଲି ।ପଚାରିଲି କୁଆଡେ ଯାଇଥିଲା କିଛି ନକହି ହସିଦେଇ ଚାଲିଗଲା । ମନେମନେ ଭାବିଲି ଝିଅଟା ଏମିତି ହସିଦେଇ ଚାଲିଯିବାର କାରଣ କଣ ସେ କଣ ମତେ ଭଲପାଏ। ନା ଭାବିବ ଠିକନୁହେଁ ।

ସନ୍ଧ୍ୟା ସମୟ। ବାରଣ୍ଡାରେ ବସିଥାଏ । ରିକ୍ସରେ ମନ୍ଦିରା ମୁହଁ ଦିଶୁଛି। ମତେଦେଖି ଘୋଡେଇ ଦେଲା ମୁହଁ । ପୁଣି ଜାହାତ ଘୋଡେଇ ହୋଇଛି ତାହା ଗୋଟିଏ ନିର୍ବାଚନ ପ୍ରଚାର ପୋଷ୍ଟର । ଆଶ୍ଚର୍ଯ୍ୟ ହେଲି, ରିକ୍ସାବାଲା ତାଙ୍କ ଘର ଦୁଆରେ ଛାଡି ଫେରୁଛି,କଣ ପଇସା ନେଉନାହିଁ।କିଛି କଥା ଅଛି ।ଯାଇ ରିକ୍ସାବାଲା କୁ ପଚାରିଲି। ରିକ୍ସାବାଲା କହିଲା ବାବୁ ସେ ଝିଅକୁ ଲଙ୍ଗଳା ଆବସ୍ତାରେ ଡ୍ରେନକଡ଼ ରେ ପଡିଥିବାର ଦେଖିଲି ,ତାକୁ ଆଣି ଛାଡ଼ିଦେଇ ଯାଉଛି ।

ରିକ୍ସାବାଲା ର କଥା ଶୁଣି ମୋ ମୁଣ୍ଡ ରେ ଝାଳ ବୋହିଗଲା ।ଭାବିଲି ଯାଇ ପଚାରିବି ନା ସେ ଏମିତି ବେଳେ ଯନ୍ତ୍ରଣା ପାଉଛି କଟା ଘାରେ ଚୂନ ଦେବା ଠିକ ନୁହେଁ ।

ଆରଦିନ ତାଙ୍କ ଘରକୁ ଗଲି ।ତାର ମା ମତେଦେଖି କାନ୍ଦି କାନ୍ଦି କହିଲେ ଯାହା ତାହା ରିକ୍ସାବାଲା ର କଥା ଥିଲା। ମଦିରା ଘରଭିତରେ ସୋଇଥିଲା । ମତେ ଭେଟିବାକୁ ଚାହୁନଥିଲା । ମୁଁ ତାର ପାଖକୁ ଗଲି । ତାକୁ କିଛି ନପଚାରି ତାର ମୁଣ୍ଡ ଉପରେ ହାତ ଦେଲି । ଖଇ ଫୁଟୁଛି ଜର । ସଂଗେ ସଂଗେ ଆସି ଔଷଧ କିଣି ଆଣିଲି । ଉଠେଇ ଖାଇବାକୁ ଦେଲି । ମଦିରା ମତେ ଦେଖି କଇଁ କଇଁ ହୋଇ କାନ୍ଦୁଥିଲା । ବୁଝେଇଲି । ତାର ମା ଏକଥା କାହାକୁ ନକହିବାକୁ ମତେ ବାରମ୍ବାର ନେହୁରା ହୋଇ କହିଲେ ।ମୁଁ ମଧ୍ୟ ପ୍ରତିଶୃତି ଦେଲି କାହାକୁ କହିବି ନାହିଁ ।ଭାବିଲି ସମାଜ ରେ ନାରୀଲୋଭ ଭୋଗୀ ଦୁଷ୍କର୍ମ କରୁଥିବା ଅସାମାଜିକ ବ୍ୟକ୍ତି ମାନଙ୍କ ସଂଖ୍ୟା ବଢିଯାଇଛି । ନା ଭାଙ୍ଗି ଯାଇଥିବା ମନକୁ ଦୃଢ଼ କରିବାକୁ ହେବ । ମନ୍ଦିରା କୁ ପୁର୍ନମାତ୍ରାରେ ସହଯୋଗ କରିବି । ସମାଜର ମୁଖ୍ୟ ସ୍ରୋତରେ ତାକୁ ସୁରକ୍ଷା ଦେବା ମୋର ଧର୍ମହେଉ ।


Rate this content
Log in

More oriya story from Akshayakumar Dash

Similar oriya story from Crime