Parameswar Ojha

Drama Horror

4.0  

Parameswar Ojha

Drama Horror

କାମିନୀ ବେଜ୍

କାମିନୀ ବେଜ୍

20 mins
277



ସୁନ୍ଦରୀ ଝିଅ ଙ୍କ ଅପେକ୍ଷା ସୁନ୍ଦରୀ ସ୍ତ୍ରୀ ମାନଙ୍କ ପ୍ରତି ମହେଶ୍ ର କାହିଁକି ଯେ ଏତେ ଅଧିକ ଆକର୍ଷଣ ଏତେ ଦୁର୍ବଳତା ତାହା ସେ ଜାଣି ପାରିନି । ଫେସବୁକ ଖେଳଉ ଖେଳଉ କୋଉ ପ୍ରୋଫାଇଲ୍ ରେ ଗୋଟେ ସୁନ୍ଦରୀ ସ୍ତ୍ରୀଲୋକ ମୁହଁ ଦେଖିଦେଲେ ନିଜକୁ ରୋକି ପାରେନି । ତା ଭିତରକୁ ଯାଇ ଖେଳେଇ ଘାଣ୍ଟି ଚକଟି ପକାଏ ତାଙ୍କର ପ୍ରତ୍ୟେକ ପୋଷ୍ଟ  । କୋଉଥିରେ କେମିତି ଭଙ୍ଗି ରେ ଠିଆ ହୋଇଛନ୍ତି ନିଜ ଅସଲି ମୁହଁ କୁ କସମେଟିକ୍ ରେ ଲୁଚେଇ ନିଜକୁ କେତେ ସୁନ୍ଦରୀ  କରି ସଜେଇଛନ୍ତି , ବିଭିନ୍ନ ପ୍ରକାର ଶାଢ଼ୀ ବ୍ଲାଉଜ ଡ୍ରେସ୍ ପିନ୍ଧି ନିଜକୁ ଅଧିକ ଉତ୍ତେଜିତ କରି ଗଢି ତୋଳିଛନ୍ତି ତାହା ସେ ବାର୍ ବାର୍ ଦେଖେ । ମୁହଁ ଅପେକ୍ଷା ତାଙ୍କ ଦେହ ରେ ମହେଶ୍ ର ଅଧିକ ନଜର ଥାଏ  ଶରୀର ର କୋଉ ଅଂଶ କେତେ ଲୋଭନୀୟ କେତେ ଉନ୍ନତ ସେଇଟାକୁ ସେ ଆଗ ଖୋଜିବସେ ଫଟୋ ଗୁଡିକୁ ଜୁମ୍ କରି ବାରମ୍ବାର ଦେଖେ ପ୍ରତ୍ୟେକ ଅଂଶ କୁ ଉଲଗ୍ନ କରି ପକାଏ ତାର କାମାତୁର ଚାହାଣି ରେ । ଆଉ ଯାହା ଦେହ ତାର ପସନ୍ଦ ଆସେ ସଂଗେ ସଂଗେ ତାଙ୍କୁ ପର୍ଣ୍ଣ ନାୟିକା ସଜେଇ ଦିଏ ତା ସହ । ଗୋଟେ ମୁହୂର୍ତ୍ତ ପାଇଁ ହେଉ ପଛେ ସେଥିରେ ବହୁତ ଶାନ୍ତି ଲାଗେ ତୃପ୍ତି ଲାଗେ । ସେମାନଙ୍କ ସ୍ବାମୀ ଙ୍କ ପ୍ରତି ଈର୍ଷା ହୁଏ ତାର , ସତରେ କେତେ ସୌଭାଗ୍ୟ ତାଙ୍କର କେତେ ସୁନ୍ଦରୀ ଯୌବନ ରେ ଭରପୁର ସ୍ତ୍ରୀ ସବୁ ପାଇଛନ୍ତି ସେମାନେ । ବେଶ୍ ଉପଭୋଗ କରୁଥିବେ ପ୍ରତ୍ୟେକ ମୁହୂର୍ତ୍ତ ତାଙ୍କ ସହ , ଖୁବ୍ ରଙ୍ଗୀନ ହେଉଥିବ ସବୁ ରାତି ।

ବାସ୍ ଛତରା ଙ୍କର ଆଉ କାମ କ'ଣ ଥାଏ ଯେ , ଫେସବୁକ ‌ରେ ନିଜକୁ ଯଥେଷ୍ଟ ଭଦ୍ର ପରିଚୟ ଦେଇ ନମସ୍କାର କରି ଫ୍ରେଣ୍ଡ୍ ରିକ୍ୟୁଏଷ୍ଟ ପଠାଇ ଦିଏ ସେ । ଟିକେ ମେସେଞ୍ଜର ରେ ଅଧିକ ମିଶିଗଲେ ନମ୍ବର ମାଗି ବସେ ବେଲଜ୍ୟା ଭାବେ । କିଏ ଅଭଦ୍ରାମି ଅସଭ୍ୟ କହି ଗାଳିଦିଏ ତ , ଆଉ କିଏ ନାଁ ସହିତ ସଙ୍ଗେ ସଙ୍ଗେ ପୋଷ୍ଟ କରିଦିଏ ତାର କାରନାମା କୁ ଫେସବୁକ କାନ୍ଥରେ । ଆଉ କେହି କେହି ନମ୍ବର ଦିଅନ୍ତି , କିନ୍ତୁ ମହେଶ୍ ସହ କଥାବାର୍ତ୍ତା ହେବାର ପନ୍ଦର ଦିନ ଭିତରେ ହିଁ ତା'ର ଅସଲ ମୁଖା ଖୋଲିଯାଏ ସେମାନଙ୍କ ସାମ୍ନାରେ‌ । ସତରେ ନିଜକୁ ଯେତେ ଚାହିଁଲେ ବି ଭଦ୍ରତାର ଖୋଳପା ଭିତରେ ଅଧିକ ସମୟ ରଖି ପାରେନି ସେ । ଅଣ୍ଡାରୁ ଚିଆଁ ବାହାରିବା ପରି ମୁଁ ବାହାରି ଆସେ ମୋ ଅସଲ ଭୁମିକା କୁ ।

 ସେ ବି ଦୁରେଇ ଯାଆନ୍ତି ଗୋଟେ ପରେ ଗୋଟେ । ମହେଶ୍ ଯାହା ଖାଲି ଛଟପଟ ହୁଏ ତା ଭିତରେ ଭିତରେ । ବୟସ ୩୨ ହେଲାଣି ବାହା ନକରାଇ ପୁଅ କୁ ଅଭିଆଡ଼ା ରଖିଲେ ପୁଅ ଆ ତା ଉପରେ ଆଖି ପକାଇବା ଟା ତ ସ୍ବାଭାବିକ ନାଁ ? ହେଲେ ତା ବାପା ସେ କଥା ବୁଝିଲେ ତ । ଛାଡ ବାପା ତାଙ୍କ ଅଭାବି ପଣରେ କିଛି ଭୁଲ୍ କରିନାହାନ୍ତି, ମହେଶ୍ ବି ଏମିତି ଚୁଗୁଲାମି କରି ନିଜକୁ କେବେ ଦୋଷୀ ଭାବିନି । ଲାଗିଛି ଯେମିତି ହେଉ ଫେସବୁକ ରେ ଗୋଟେ କାହାକୁ ଫସେଇକି କିଛି ଗୋଟେ କରିଦେବ । ହେଲେ ହେଉ ପଛେ ବାପା ଙ୍କ ନାଁ ବଦନାମୀ , ଲାଗିଲେ ଲାଗୁପଛେ ତା ନାଁ ରେ ଗୋଟେ ଅଲିଭା କଳା ଦାଗ , କିନ୍ତୁ ସେ କିଛି ଗୋଟେ କରିଦେବ । ନିଜକୁ ଆଉ ଏମିତି ହନ୍ତସନ୍ତ କରି କେତେଦିନ ଅଶାନ୍ତ ରେ  ରହୁଥିବ ନିଜ ଘରକାମ ସହ ବାହାର ଯାଏଁ ସବୁ କାମ କରୁଥାଏ ମହେଶ୍ କିନ୍ତୁ ସବୁବେଳେ ନିଜ ଭିତରେ ଗୋଟେ ଅଶାନ୍ତ ଲାଭା ଟିଏ ହୋଇ ରହିଥାଏ ସେ ।

ଏମିତି ଦିନେ ଖରାବେଳ ଟାରେ ଖଟ ଉପରେ ଗଡୁ ଗଡୁ ଫେସବୁକ ଖୋଲି ଦେଲା ତ ଗୋଟେ ବନ୍ଧୁ ଅନୁରୋଧ ଆସିଛି । ନାଁ  କାମିନୀ , କାମିନୀ ବେଜ୍ । ତା ସହିତ ମେସେଞ୍ଜର ରେ ଗୋଟେ ହାଏ ବୋଲି ମେସେଜ୍ ଆସିଛି ।

ମହେଶ୍ ଆଉ ଡେରି ନକରି ତୁରନ୍ତ ତା ମେସେଞ୍ଜର ରେ ଉତ୍ତର ଫେରାଇଲି "'ହ୍ୟାଲୋ ମାମ୍ "

ସଙ୍ଗେ ସଙ୍ଗେ ଉତ୍ତର ଆସିଲା - ହାଏ , ହ୍ୟାଣ୍ଡସମ୍ "

ମହେଶ୍ ଏ ଉତ୍ତର ପଢି ଖୁସି ରେ କୁରୁଳି ଉଠିଲା ।

-" ଆପଣ ମୋତେ ଜାଣିଛନ୍ତି ?"

କାମିନୀ ବେଜ୍ ର ଉତ୍ତର ଆସିଲା

-" ବନ୍ଧୁ ହେବା ପାଇଁ ଆଗରୁ ଆପଣଙ୍କୁ ଜାଣିବା କ'ଣ ନିହାତି ଜରୁରୀ ?"

ତାପରେ ମହେଶ୍ ଲେଖିଲା

-" ନାଇଁ ସେମିତି କିଛି ନୁହେଁ ଯେ , ଆପଣ ମୋତେ ହ୍ୟାଣ୍ଡସମ୍ କହିଲେ ତ ସେଥିପାଇଁ ମୁଁ ପଚାରିଲି , ପ୍ରଥମ ପରିଚୟରେ ଏମିତି କେହି କାହାକୁ କହିବା ମୁଁ ଆଗରୁ ଜାଣିନି ।"

- " ଆପଣଙ୍କ ପ୍ରୋଫାଇଲ୍ ଫଟୋ ଦେଖି ମୁଁ ନିଜକୁ ରୋକି ପାରାଲିନି । ସେଥିପାଇଁ କହିଦେଲି । ସତରେ ଆପଣ ବହୁତ ହ୍ୟାଣ୍ଡସମ ଲାଗୁଛନ୍ତି  ହିରୋ ପରି । "

କାମିନୀ ବେଜ୍ ର ଏତିକି ଉତ୍ତର ମହେଶ୍ କୁ ଅସ୍ଥିର କରିଦେଇଥିଲା ।

ତାପରେ ସେ ଲେଖିଲା - ' ହେଲେ ଆପଣଙ୍କ ପ୍ରୋଫାଇଲ୍ ରେ ତ ଫଟୋ ନାହିଁ ? ଆପଣ କଣ ନିଜ ମୁହଁ କାହାକୁ ଦେଖାଇବେ ନାହିଁ ... ସେଥିପାଇଁ ଦେଇ ନାହାନ୍ତି ? "

ସେପଟୁ ଉତ୍ତର ଆସିଲା -" ନାଇଁ ସେମିତି କିଛି ନାହିଁ ଆଜିକାଲି ର ପିଲା ମାନେ ଫଟୋ ଦେଖୁ ଦେଖୁ ପଛରେ ପଡି ଯାଉଛନ୍ତି , ମେସେଞ୍ଜର ରେ ଚବିଶ ଘଣ୍ଟା ଚାର୍ଟିଂ ନମ୍ବର ମାଗି ଅସ୍ତବ୍ୟସ୍ତ କରି ପକାଉଛନ୍ତି , ସେଥିପାଇଁ ମୁଁ ରଖିନି ଫଟୋ "

ମହେଶ୍ ମନରେ ଟିକେ ସନ୍ଦେହ ହେଲା , ଏ ଠିକ୍ କଥା କହୁଛି ଯେ ହେଲେ ସେ ପୁଅ କି ଝିଅ ସେ କେମିତି ଜାଣିବ ?

ତା ପ୍ରକୃତି ବିଷୟରେ ତା ସାଙ୍ଗ ମାନେ ଭଲକି ଅବଗତ , ସେମାନେ ଯଦି ଜାଣିଶୁଣି ତା ସହ ଏମିତି ଖେଳୁଥାଇ ପାରନ୍ତି ।

ତେଣୁ ମନ କଥା ଖୋଲିଲା ମହେଶ୍ -" ମାମ୍ , ଯଦି ଖରାପ ନ ଭାବନ୍ତି ତେବେ ଆପଣଙ୍କ ଫଟୋ ଗୋଟେ ସେଣ୍ଡ୍ କରିବେ ? ଦେଖି ଥାଆନ୍ତି । ବିଶ୍ବାସ ରଖନ୍ତୁ ଡିଲେଟ୍ କରିଦେବି ଦେଖି ସାରି "

ସେପଟୁ ଉତ୍ତର ଆସିଲା -" ଆପଣ ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏ ମୋତେ ଭଲ ଲାଗୁଛନ୍ତି । ତେଣୁ ବିଶ୍ବାସ ରେ ଦେଉଛି । ଡିଲେଟ୍ ନ କରନ୍ତୁ କିନ୍ତୁ କାହାକୁ ଦେଖାଇବେ ନାହିଁ । କାରଣ ମୁଁ ବିବାହିତା "

ସତକୁ ସତ କାମିନୀ ବେଜ୍ ଫଟୋ ପଠାଇଲେ ।

 ସେ ଫଟୋ ଦେଖି ମହେଶ୍ ଦେଖିକି ହିଁ ରହିଗଲା । ଆଗରୁ ଯେତେ ସୁନ୍ଦରୀ ସ୍ତ୍ରୀଲୋକ ଙ୍କୁ ଦେଖିଥିଲେ ବି ୟାଙ୍କ ପରି ସ୍ତ୍ରୀ ଲୋକ ଟେ କାହାକୁ ବି ଦେଖିନଥିଲା। ସମସ୍ତ ଙ୍କ ଠୁଁ ଏ କାଇଁ ଅଧିକା ସୁନ୍ଦରୀ ଅଧିକ ଉତ୍ତେଜିତ ଲାଗୁଥିଲେ ଏ କାମିନୀ ବେଜ୍ । ଗୋଟେ ନୁହେଁ ଲାଗ ଲାଗ ଚାରୋଟି ଫଟୋ ପଠାଇଲେ କାମିନୀ । ନାଁ ଯେମିତି କାମିନୀ ମୁହଁ ଦେହ ସେମିତି । ଚାହାଣୀ ର ପ୍ରତ୍ୟେକ ଭଙ୍ଗୀ ରେ କାମନା ,

ପତଳା ଶାଢ଼ୀ ତଳେ ଅର୍ଦ୍ଧେକ ଝାପ୍ସା ଦିଶୁଥିବା ଉନ୍ନତ ବକ୍ଷୋଜ ଆଉ ପତଳା ପେଟ ର ସୁନ୍ଦର ନାଭି ରେ ଯେମିତି କାମନା ଭୁରି ଭୁରି ଭରି ରହିଥିଲା ମହେଶ୍ ପାଇଁ। ହଁ ତାକୁ ଲାଗିଲା କାମିନୀ ବେଜ୍ ଯେମିତି କେବଳ ତାକୁ ହିଁ ଆମନ୍ତ୍ରଣ କରୁଥିଲେ ତାଙ୍କ ନିକଟକୁ , କେବଳ ମହେଶ୍ କୁ ।

 ଏଥର କାମିନୀ ବେଜ୍ ର ପ୍ରଶ୍ନ ଆସିଲା -" କେମିତି ଲାଗିଲା ଫଟୋ ସବୁ ? ମହେଶ୍ ବାବୁ , ସେମିତି ରେ ମୁଁ ଆପଣଙ୍କୁ ନାଁ ଧରି ମହେଶ୍ ବାବୁ ଡ଼ାକି ପାରିବି ନାଁ ? "

- " ନିଶ୍ଚୟ ଡ଼ାକି ପାରିବେ ମ୍ୟାମ୍ "

-" ମ୍ୟାମ୍ ମ୍ୟାମ୍ କ'ଣ କହୁଛନ୍ତି ଯେ ସେତେବେଳୁ ? ମୋତେ କାମିନୀ ଡ଼ାକି ପାରନ୍ତି କିଛି ଅସୁବିଧା ନାହିଁ । "

-" କିନ୍ତୁ , ଏମିତି ହଠାତ୍ ?"

-" କିଛି କଥା ନାହିଁ ମହେଶ୍ ବାବୁ , ଆପଣ ଡ଼ାକି ପାରନ୍ତି ମୋର କିଛି ଅସୁବିଧା ନାହିଁ ।"

-" ଠିକ୍ ଅଛି "

-" ହେଲେ କହିଲେନି ଯେ , ଫଟୋ କେମିତି ଲାଗିଲା ?"

-" କ'ଣ କହିବି ମ୍ୟାମ୍ , ସରି କାମିନୀ ଜୀ । ଆପଣ ଏତେ ସୁନ୍ଦର ଯେ ଆପଣଙ୍କୁ ମୁଁ ଭାଷା ରେ ବର୍ଣ୍ଣନା କରି ପାରିବିନି । ଆଉ ଆପଣଙ୍କର ...."

ନିଜକୁ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କଲା ମହେଶ୍ , ଯଦି ଏମିତି ଏ ସୁନ୍ଦରୀ ଟେ ହାତରୁ ଖସି ଯିବ ତେବେ ଗଲା ବଡ ଅବଶୋଷ ରହିଯିବ ।

କାମିନୀ ବେଜ୍ ଙ୍କ ପ୍ରଶ୍ନ -" ପୁରା କହିଲେନି ମହେଶ୍ ବାବୁ ? ଅଧା ରଖିଦେଲେ , ଆଉ ମୋର କଣ.. ?

-' ନାଇଁ , ଆପଣଙ୍କ ଶାଢ଼ୀ ବହୁତ ସୁନ୍ଦର '

-" ମୋତେ ଲାଗୁଛି ଆପଣ ମୋତେ ଆଉ କିଛି କହିବାକୁ ଚାହୁଁଥିଲେ ।"

- " ନାଇଁ , ସେମିତି କିଛି ନାହିଁ । କିଛି ଭୁଲ୍ ବୁଝିବେନି ,  ଆପଣ ସତରେ ବହୁତ ସୁନ୍ଦରୀ । "

-" ଧନ୍ୟବାଦ , ମହେଶ୍ ବାବୁ , ଏତିକି କଥା ପାଇଁ ଏତେ ସଂକୋଚ କ'ଣ ଯେ , ଆପଣ ଜାଣି ନାହାନ୍ତି କି ମହେଶ୍ ବାବୁ ସୁନ୍ଦରୀ ଝିଅ ମାନଙ୍କ ସାମ୍ନାରେ ତାଙ୍କ ରୂପ ସୌନ୍ଦର୍ଯ୍ୟ ର ପ୍ରଶଂସା କଲେ ସେମାନେ ଅଧିକ ଖୁସି ହୁଅନ୍ତି ବୋଲି ? "

ମହେଶ ଉତ୍ତର ଫେରାଇବା ତାପରେ

-" ଠିକ୍ ଅଛି ତେବେ , ମୁଁ ଆଗକୁ ଅଧିକ କି ପ୍ରଶଂସା କରିବି ଆପଣଙ୍କ ସୌନ୍ଦର୍ଯ୍ୟ ର । କିନ୍ତୁ ଗୋଟେ କଥା ନିରାଟ ସତ ଯେ ଆପଣଙ୍କ ସୌନ୍ଦର୍ଯ୍ୟ ର ଯେତେ ବି ପ୍ରଶଂସା କଲେ ତାହା କମ୍ ହେବ । "

କାମିନୀ ବେଜ୍ ଙ୍କ ମେସେଜ୍ ରେ ଉତ୍ତର ତାପରେ

-" ହା... ହା...ହା..ହା......, ସତେ ନାଁ କ'ଣ ? ମୁଁ କଣ ଏତେ ସୁନ୍ଦରୀ ସତରେ ? ହା... ହା...ହା..ହା....."

- " ସତରେ ଆପଣ ବହୁତ ସୁନ୍ଦରୀ କାମିନୀ ଜୀ, ଆପଣଙ୍କ ବ୍ୟକ୍ତିଗତ ବିଷୟରେ ପଚାରି ପାରିବି ? ଯଦି କିଛି ଖରାପ ନ ଭାବନ୍ତି ତେବେ "

-"ହୁଁ , ପଚାରନ୍ତୁ "

-" ଆପଣଙ୍କ ସ୍ବାମୀ କ'ଣ କରନ୍ତି ? ଆଉ ଆପଣ ? "

-" ସେ ବରୋଦା ବ୍ୟାଙ୍କ୍ ରେ ଅଛନ୍ତି । ଆଉ ମୁଁ ଘରେ ବସି ବୋର୍ ହେଉଛି । ଆଉ ସେ ଅଫିସ୍ ରୁ ଫେରି ଶୋଉଛନ୍ତି ଯେ ଆଉ ଉଠୁନାହାନ୍ତି ଭାରି ବୋରିଂ ସତରେ ୟେ । ମୋତେ ଜମା ବି ବୁଝନ୍ତିନି । "

-" ତେବେ , ଆପଣ କ'ଣ ଚାହାନ୍ତି ?"

କାମିନୀ ବେଜ୍ ଙ୍କ ଉତ୍ତର ତାପରେ

-" ଆପଣ ଗୋଟେ ପୁରୁଷ ହୋଇ ଏକଥା ଜାଣି ପାରୁନାହାନ୍ତି ? ମୋତେ ପଚାରୁଛନ୍ତି ? ସ୍ତ୍ରୀ ଟିଏ କ'ଣ ଖାଲି ଖାଇବ ପିଇବ ଶୋଇବ ମାଆ ଟିଏ ହେବ ବାସ୍ , ଆଉ କିଛି ଲୋଡା ନାହିଁ ?"

-" ତା ମାନେ ?"

-" ଆପଣ , ଠିକ୍ ବୁଝିଛନ୍ତି ମହେଶ୍ ବାବୁ  , ମୋର ଦେହସୁଖ ଦରକାର ମୋତେ ସନ୍ତୁଷ୍ଟ କଲା ପରି ପୁରୁଷ ସାଥି ଟେ ଦରକାର । ଦେହ ର ବି ଗୋଟେ ଭୋକ ଥାଏ ମହେଶ୍ ବାବୁ । ଆଉ ଯଦି ସେଇଟା ପୁରଣ ନହେଲା ତେବେ କୋଉ ସ୍ତ୍ରୀ ଶାନ୍ତି ରେ ରହିବ ଆପଣ କୁହନ୍ତୁ ତ ? "

ମହେଶ୍ ଭିତରେ ଭିତରେ ଲୋଭାତୁର ହୋଇଗଲାଣି ସେତେବେଳେ କୁ । ତାପରେ ଲେଖିଲା

-" ମୁଁ ଆପଣଙ୍କ କ'ଣ କଥା ବୁଝି ପାରୁଛି କାମିନୀ ଜୀ , ହେଲେ ମୁଁ ବା କ'ଣ କରି ପାରିବି ? ଖାଲି ସମବେଦନା ଦେବା ବ୍ୟତୀତ "

ତା ପରେ କାମିନୀ ଙ୍କ ଉତ୍ତର -" କାହିଁକି ଆପଣ କ'ଣ ମୋର ସେଇ ପୁରୁଷ ସାଥି ହୋଇ ନି ? "

ନିଜ ମନକଥା କୁ ଯଥେଷ୍ଟ ଲୁଚେଇ କି ଧରା ନ ପଡ଼ିବା ଭଙ୍ଗୀ ରେ ଲେଖିଲା ମହେଶ୍

-" ମୁଁ , ମାନେ ଏମିତି ହଠାତ୍ କେମିତି ? "

-"ଆପଣ ପାରିବେ ମହେଶ୍ ବାବୁ, ମୋ ଦେହ ର ଭୋକ କୁ ଆପଣ ହିଁ ମେଣ୍ଟାଇ ପାରିବେ । "

-" ହେଲେ , ଆପଣ ତ ବିବାହିତା , ମୁଁ କେମିତି ଆପଣଙ୍କୁ , ମାନେ ..."

-" ହଁ , କେବଳ ଆପଣ ହିଁ ଏ ଅଶାନ୍ତ ଝଡକୁ ଶାନ୍ତ କରିପାରିବେ ମହେଶ୍ ବାବୁ କେବଳ ଆପଣ । ମୁଁ ସ୍ତ୍ରୀ ଟିଏ ଏତେ ଖୋଲାଖୋଲି କହି ପାରୁଛି ହେଲେ ଆପଣ ପୁରୁଷ ଟେ ହୋଇ ଏତେ ସଂକୋଚ ଏତେ ଲାଜ , ହା... ହା...ହା..ହା..... "

ନିଜକୁ ଭିତରୁ ବାହାରୁ ଏକଦମ୍ ପ୍ରସ୍ତୁତ କରିସାରି ମହେଶ ଏଇ ଶବ୍ଦ ଟି କହିଥିଲା କେବଳ ।

-" ତେବେ ,....?"

ତାପରେ କାମିନୀ ବେଜ୍‌ ଙ୍କ ର ଲୋଭନୀୟ ମେସେଜ୍

-" ଆସିବେ ନାଁ ମହେଶ୍ ବାବୁ , ସତରେ ଆପଣ ଆସିବେ ନାଁ ? ଅପେକ୍ଷା ରେ ରହିଲି ପ୍ଲିଜ୍ ଠକି ଦେବେନି ନିଶ୍ଚୟ ଆସିବେ। "

ଏଥର ମହେଶ୍ ମହେଶ୍ ହୋଇ ନଥିଲା , କାମିନୀ ବେଜ୍ ଙ୍କ ଉତ୍ତେଜକ ପରିଧାନ ସୁନ୍ଦର ମୁହଁ ସାଙ୍ଗ କୁ ଏପରି ମଦୁଆଲା ମେସେଜ୍ ।ଏଥର ମହେଶ୍ ନିଜକୁ ନିୟନ୍ତ୍ରଣରେ ରଖି ପାରୁନଥିଲା ,

ଏଥର ମହେଶ୍ ର ଲେଖିଲା

-" ମୁଁ ଆଉ ନିଜକୁ ରୋକି ପାରୁନି କାମିନୀ ଜୀ , କୋଉଠି କି ଯିବାକୁ ହେବ କୁହନ୍ତୁ । "

ପୁଣି କାମିନୀ ବେଜ୍ ଙ୍କ ଉତ୍ତର -" ଆପଣ ଆସିବେନା ମହେଶ୍ , ଠକି ଦେବେନି ନା ?"

ମହେଶ୍ ଅଧୈର୍ଯ୍ୟ 

-" ନିଶ୍ଚୟ ଯିବି ମୁଁ , ଖାଲି କେଉଁ ଠାକୁ ଯିବାକୁ ହେବ କୁହନ୍ତୁ , ଠିକଣା କୁହନ୍ତୁ କାମିନୀ ଜୀ "

-" ନିଧିପୁର କେବେ ଆସିଛନ୍ତି ମହେଶ୍ ବାବୁ ? "

-" ସୋମାନୁର୍ ଛକ ପାଖରୁ ବାଁ ପଟ କୁ ପଡ଼ିଥିବା ରାସ୍ତା ତ ?"

-" ହଁ ଏକଦମ୍ , ସେଇ ନିଧିପୁର ଛକରେ ଆସି ପହଞ୍ଚ ; ତା ପରେ ମୁଁ ମେସେଜ କରୁଛି "

ମହେଶ୍ ର ଉତ୍ତର

-" ଏବେ ଯିବି କି , ଦେଖା କରିବାକୁ ?"

-" ନାଇଁ , ରାତି ବାର ପରେ , "

କାମିନୀ ବେଜ୍ ଙ୍କ ଉତ୍ତର ଶୁଣିବା ପରେ ମହେଶ୍ କୁ ଯେମିତି କଥାଟା ଅଜବ ଲାଗିଲା , ସେ ତାପରେ ଲେଖିଲା

-" ଏତେ , ରାତି ! କାଇଁ ଆଉ ଟିକେ ଶିଘ୍ର ଗଲେ ଚଳିବନି ?"

-" ନାଇଁ ଚଳିବନି , ମୁଁ ଚାହେଁନା ମୋତେ କି ଆପଣଙ୍କୁ କେହି ସନ୍ଦେହ କରନ୍ତୁ ବା ମୋ ପାଇଁ ଆପଣ ଅସୁବିଧା ର ସମ୍ମୁଖୀନ ହୁଅନ୍ତୁ , ତେଣୁ ... । ଆମ ଘର ଏକ ଦମ୍ ନିରୋଳା ରେ ଥରେ ଗାଁ ପାର୍ ହୋଇ ଆସିଗଲେ ଆଉ କିଛି ଚିନ୍ତା ନାହିଁ , ତାଛଡା ରାତି ବାର ପରେ ଗାଁ ଏକଦମ୍ ଶୁନଶାନ୍ , କେହି ଆପଣଙ୍କୁ ଦେଖିବାର ଭୟ ବି ନାହିଁ । ଆପଣ ଖାଲି ସାହସ କରି ଆପଣଙ୍କ କାମିନୀ ଜୀ ଙ୍କ ପାଇଁ ଆସି ପାରିଲେ ହେଲା , ମହେଶ୍ ବାବୁ ଆସିବେ ନାଁ ? "

ମହେଶ୍ ଭାବିଲା ଏ କାମିନୀ ବେଜ୍ କିଛି ଭୁଲ୍ କହୁନି ।

ତାପରେ ମହେଶ୍ ର ପ୍ରଶ୍ନ

-" କାମିନୀ ଜୀ , ମୁଁ ଏତେ ରିକ୍ସ୍ ନେଇ ରାତି ଅଧରେ ଯିବି ଆପଣଙ୍କ ପାଖକୁ , ତେବେ ମୋତେ ଖୁସି କରିବେ ତ ?"

ତାପରେ କାମିନୀ ବେଜ୍ ଙ୍କ ଉତ୍ତର

-" ଯାହା ଚାହିଁବେ ସବୁ ପାଇବେ , ମୁଁ ସଂପୂର୍ଣ୍ଣ ଆପଣଙ୍କର , ଆଉ ଅଧିକ ବା କ'ଣ ଦରକାର ?"

ମେସେଜ୍ ପଢି ଏଥର ମହେଶ୍ ଆଉ ନିଜକୁ ରୋକି ପାରିଲାନି , ବାଥରୁମ ଚାଲିଗଲା । 

ଟିକେ ପରେ କଥା ହେଉଛି କହି ମୋବାଇଲ୍ ରଖିଲା ବାଥରୁମ ରୁ ଆସିବା ପରେ ପୁଣି ମେସେଜ କଲା ମହେଶ୍ କାମିନୀ ବେଜ୍ କୁ ତାଙ୍କ ଫୋନ୍ ନମ୍ୱର୍ ମାଗିଲା । ତାପରେ କାମିନୀ ବେଜ୍ ଉତ୍ତର ଫେରାଇଲେ ମେସେଞ୍ଜର ରେ -" ଦୁଇଟା ରୁ ଗୋଟିଏ ସିଲେକ୍ଟ କରନ୍ତୁ ମହେଶ୍ , ଆପଣଙ୍କ ର ମୁଁ ଦରକାର ନାଁ ମୋ ନମ୍ବର ? "

ସେ ମେସେଜ୍ ରେ କି ଯାଦୁ ଥିଲା କେଜାଣି ମହେଶ୍ ଏକାଥର ଚୁପ୍ ହୋଇଗଲା । ଗୋଟିଏ ସାମାନ୍ୟ ନମ୍ବର ବଦଳରେ ସେ ଏମିତି ଏକ ସୁବର୍ଣ୍ଣ ସୁଯୋଗ କୁ ହାତଛଡ଼ା କରି ପାରିବନି , କେବେ ନୁହେଁ । 

ମେସେଜ ରାତି ସାରା ଚାଲିଲା ସେମିତି ଉଭୟଙ୍କ ର କିନ୍ତୁ ଠିକ୍ ରାତି ଚାରିଟା ବେଳକୁ ହିଁ ହଠାତ୍ ସବୁ ବନ୍ଦ ହୋଇଗଲା ।

 ମହେଶ୍ କିଛି ବୁଝି ପାରିଲାନି , ତାକୁ ଜୋରରେ ନିଦ ଆସୁଥିଲା ସେତେବେଳେ କୁ ସେ ନିଘୋଡ଼ ନିଦରେ ଶୋଇ ପଡ଼ିଲା ।

ସକାଳ ଆଠଟାରେ ବୋଉ ର ଡାକରେ ତା ନିଦ ଭାଙ୍ଗିଲା ।

ଝରକା ଦେଇ ଖରା ମୁହଁ ରେ ପଡ଼ିଲାଣି ମହେଶ୍ ର ।

କିନ୍ତୁ ରାତିର କଥା ସବୁ ଏପର୍ଯ୍ୟନ୍ତ ତାକୁ ଆବୋରି ବସିଥାଏ । ମୋବାଇଲ ଆଣି ଦେଖିଲା କାଳେ କିଛି ଗୁଡମର୍ଣ୍ଣିଂ ମେସେଜ ଆସିଥିବ କାମିନୀ ବେଜ୍ ଙ୍କ ର । ମେସେଞ୍ଜର ସାରା ଖେଳେଇଲା ଏ ମୁଣ୍ଡରୁ ସେ ମୁଣ୍ଡ , ପୁଣି ଉପରୁ ତଳ , ତଳୁ ଉପର , ହେଲେ ଗୋଟେ ବି ମେସେଜ ସେ ପାଇଲାନି କାମିନୀ ବେଜ୍ ଙ୍କର । ସର୍ଚ୍ଚ କଲା ମହେଶ୍ , ହେଲେ କାମିନୀ ବେଜ୍ ନାଁ ରେ ସେମିତି କେହି ବି ଦିଶିଲାନି ତାକୁ ।

ଫେସବୁକ ଫ୍ରେଣ୍ଡ୍ ଲିଷ୍ଟ ଦେଖିଲା ତନ୍ନ ତନ୍ନ କରି ହେଲେ କାମିନୀ ବେଜ୍ ନାଁ ରେ କେହି ବି ନଥିଲେ ତା ଲିଷ୍ଟ୍ ରେ ।

ଆଶ୍ଚର୍ଯ୍ୟ ହେଲା ମହେଶ୍ , ଏମିତି କେମିତି ସମ୍ଭବ ? ସେ ତ କିଛି ଡିଲେଟ୍ କରିନି ତେବେ କାଲିର ଘଟଣା ସବୁ କ'ଣ ତା ମନରେ ଭ୍ରମ ଥିଲା ଏସବୁ କ'ଣ ସ୍ବପ୍ନ ହିଁ ଥିଲା କେବଳ ?

ହୋଇପାରେ , ତାପରି ଏମିତି ସ୍ତ୍ରୀ ଲିଙ୍ଗ ପ୍ରତି ସବୁବେଳେ ଆକର୍ଷିତ ହେଉଥିବା କାମୁକ ଟେ ପାଇଁ ଏମିତି ସ୍ବପ୍ନ ବାସ୍ତବ ପରି ଲାଗିବା କିଛି ଆଶ୍ଚର୍ଯ୍ୟ କଥା ନୁହେଁ ।

ସେ ବିଷୟରେ ଆଉ ଅଧିକ ଚିନ୍ତା ନକରି ମହେଶ୍ ନିଜ ଦୈନନ୍ଦିନ କାମରେ ମନ ଦେଲା । ତାର ଆଜି ଉଠିବା ଡେରି ହୋଇ ଯାଇଛି ବୋଉ ସ୍ୟାଡେ ଗେଜେରେ ଗେଜେରେ ହେଉଛି , ତା କାମ ଆଜି ପଛେଇ ଯାଇଛି ବହୁତ । ବାଡି ପଟରୁ ଟ୍ରାକ୍ଟର ଟି ଦାଣ୍ଡ ପଟକୁ ବାହାର କଲା ମହେଶ୍ ।

ବୋଉ ର ଗେଜେର ଗେଜେର ସରୁନି ସକାଳ ପହରୁ

- " ସନିଆ ଦାଦି କେତେଥର ଡ଼ାକି ଗଲାଣି ? କୁଢିଆ ଭଳିଆ ଶୋଇଛୁ ଗଲା , ଜଳଦି ଖାଇକି ଯାଆ , ଆଜି ଯେମିତି ଶେଷ ହୁଏ ଛଣ ବୁହା । ତାର କାଲି ଭୋର୍ ରୁ ଘର ଛାଆ ହବ ।

ତାପରେ ପୁଣି ବିଶିନି ବଡାପା ଆଗୁଆ ଟଙ୍କା ଦେଇ ଯାଇଛି ତୁ ଆଉ କାହାର କାମ ନଧରୁ ଯେମିତି "

ମହେଶ୍ ଶିଘ୍ର ଖାଇଦେଇ ବାହାରିଗଲା ସନିଆ ଦାଦି ବିଲକୁ , ଛଣ ବୁହା ଦିନ ତିନିଟା ବେଳ ସୁଦ୍ଧା ସରିଗଲା । ଖାଇ ଦେଇ ଟିକେ ରେଷ୍ଟ ନେଇ ଭାବିଲା ଆଜି ଗୋଟେ ଟ୍ରିପ୍ କରିଦେବ ବିକାଶ ବଡାପା ଘର କାଲିକି ପୁଣି ଆଉ ଦୁଇ ଟ୍ରିପ୍ କରିଦେଲେ କାମ ଖତମ୍ । ଶାନ୍ତି ରେ ତ ଟିକେ ଶୋଇ ପାରିବି ନଅ ଟା ଯାଏଁ ନହେଲେ ବୋଉ ସକାଳ ପହରୁ ଚହଳେଇ ମୁଣ୍ଡ ଖରାପ କରିଦେବ ।

 

ବିକାଶ ବଡାପା ଘର ଅଲୋଡିଙ୍ଗ ସରୁ ସରୁ ସଂଧ୍ୟା ସାତଟା ହେଇଗଲା । ସବୁଦିନ ମହେଶ୍ ର ରୁଟିନ୍ କାମ ହେଲା ଗାଡ଼ିଟା କୁ କାମ ସାରି ଫେରିଲେ ଧୋଇକି ରଖିବା । ହେଲେ ଆଜି ବହୁତ ବାଧି ଯାଇଥିଲା ତା ଗୋଡ ହାତ ଖୁବ୍ ଜୋରରେ ବିନ୍ଧା ଛିଟିକା ହେଉଥିଲା । ଗାଡ଼ିଟା କୁ ସେମିତି ବାଡ଼ିରେ ପୁରେଇ ଦେଇ ଚାବି ପକାଇ ଧୂପ ଟା ବୁଲେଇ ଆଣି । ମାଛ ଭାତ ପେଟେ ବାଡେଇ ଦେଇ ଶୋଇ ପଡ଼ିଲା । ଆଉ ଯେତେ ଡାକିଲେ ବି ଉଠିଲାନି ରାତିରେ ଖାଇବାକୁ । ନିଘୋଡ଼ ନିଦରେ ଶୋଇ ଯାଇଛି ସଂଧ୍ୟା ବେଳୁ ।

 ମୋବାଇଲ କାଖ ତଳେ ଯେତେବେଳେ ଭାଇବ୍ରେଟ୍ ହେଲା ମହେଶ୍ ର ନିଦ ଭାଙ୍ଗିଗଲା ହଠାତ୍ । ନିଦ ବାଉଳାରେ ସମୟ ଦେଖିଲା ରାତି ବାର । ଏତେ ରାତିରେ କିଏ ଆଉ ହୋଇପାରେ , ମୋବାଇଲ୍ ଲକ୍ ଖୋଲିଲା ଦେଖିଲା କେତେ ଗୁଡିଏ ମେସେଜ୍ । ମେସେଞ୍ଜର ଭିତରକୁ ଗଲା ଦେଖିଲା କାମିନୀ ବେଜ୍ ର ମେସେଜ୍ ଆସିଛି । ହେଲେ ତାର ଭଲକି ମନ ଅଛି ସେତ ଡାଟା ଅଫ୍ କରି ଶୋଇଥିଲା ହେଲେ ଏମିତି କେମିତି ସମ୍ଭବ ! ତାପରେ ଉପରୁ ତଳକୁ ଆଙ୍ଗୁଠି ରେ ସ୍ବିପ୍ କରିଦେଇଛି ତ ଆଶ୍ଚର୍ଯ୍ୟ ର ସିମା ରହିଲା ନାହିଁ ମହେଶ୍ ର । କାରଣ ତା ଡାଟା ଅଫ୍ ହିଁ ଥିଲା , କିନ୍ତୁ ମେସେଜ କେମିତି ଆସିଲା !?

‌ ତାକୁ ଅଜବ ଲାଗୁଥିଲା ସବୁ । ତା ମୋବାଇଲ୍ ହ୍ୟାଙ୍ଗ୍ ହୋଇଥିଲା ନା ଅନ୍ୟକିଛି ଅସୁବିଧା । କାଇଁ କାଲି ଦିନ ସାରା ତ ଖୋଜିଲା ଯେତେ କାମିନୀ ବେଜ୍ ଙ୍କୁ ପାଇନଥିଲା , ତେବେ ବର୍ତ୍ତମାନ ହଠାତ୍ କେମିତି ମେସେଜ୍ ପୁଣି ଡାଟା ଅଫ୍ ରେ ...! ?

ଆଉ ଅଧିକ ନଭାବି ଭିତରକୁ ଗଲା , କାମିନୀ ବେଜ୍ ମେସେଜ କରିଥିଲେ

" କାଲି ରାତି ସାରା କେତେ ଟ୍ରାଏ କଲି ହେଲେ ଆପଣ ଶୋଇ ପଡ଼ିଥିଲେ ,

ଜାଣିଛ ମହେଶ୍ ବାବୁ କାଲି ଏତେ ଗରମ ଲାଗିଲା ଯେ ମୁଁ ସଂପୂର୍ଣ୍ଣ ଶାଢ଼ୀ ଖୋଲି ଶୋଇ ପଡିଥିଲେ,

ଫଟୋ ପଠାଇବି ଭାବୁଥିଲି ହେଲେ ଆପଣ ଶୋଇ ପଡ଼ିଥିଲେ । "

ମହେଶ୍ ଅଧୈର୍ଯ୍ୟ ହୋଇ କହିଲା -"  ଏବେ ପଠାଅନାଁ କାମିନୀ ଜୀ ପ୍ଲିଜ୍ , ସେ ଫଟୋ ଦେଖିବାକୁ ମୋର ଭାରି ଇଛା । "

କାମିନୀ ଉତ୍ତର ଫେରାଇଲା -" ସତରେ ଦେଖିବାକୁ ଚାହଁ ନା ଖାଲି ଏମିତି ଫଟୋରେ ଦେଖୁଥିବେ ?"

ତାପରେ ମହେଶ୍ ର ଉତ୍ତର

-" ହେଲେ , ମୋତେ ଭୟ ଲାଗୁଛି ଆପଣଙ୍କ ଗାଁ କିଏ ଯଦି ଦେଖିବ ମାରଧର୍ କରିବ ସେଥିପାଇଁ "

କାମିନୀ ଙ୍କ ଉତ୍ତର - " ଶୁଣ ମହେଶ୍ ବାବୁ ,ତମେ ପିଲା ନୁହଁ , ଯାହା ହେବ ଦେଖାଯିବ ମୁଁ ବି ତୁମ ସାଥ୍ ଦେବି ନାଁ ? ତମର କିଛି ଅସୁବିଧା ହେବନି ମୁଁ ପ୍ଲାନ୍ ବତେଇ ଦେବି ସେଇ ଅନୁସାରେ ଆସିବ । ଆଉ ଶୁଣ ମହେଶ୍ ବାବୁ ଜରୁରୀ କଥା  ‌ମୋ ବୋରିଂ ସ୍ବାମି ଦିଲ୍ଲୀ ଯାଇଛନ୍ତି , କାଲି କୁ ଫେରିବେ ତେଣୁ ଆଜି ହେଉଛି ଆମ ଦୁହିଁଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ମୁଁ ଜାଣେ ମହେଶ୍ ବାବୁ ଆପଣ ଆପଣଙ୍କ କାମିନୀ ପାଖକୁ ନିଶ୍ଚୟ ଆସିବେ ଆସିବେ ନାଁ ?"

ଏତିକି କହିବା ପରେ କାମିନୀ ‌ପଠାଇଥିଲା ମେସେଞ୍ଜର ରେ ତାର ଏକ ଅର୍ଦ୍ଧନଗ୍ନ ଫଟୋ । ବାସ୍ ନିଆଁ ପାଖରେ ଘିଅ ତରଳିବାକୁ‌ କେତେ ସମୟ ବା ନେବ ।

ଏଥର ଆଉ କିଛି ମେସେଜ୍ ନାହିଁ । କେବଳ ଗୋଟିଏ ମେସେଜ ପଠାଇଲା ମହେଶ୍ " ମୁଁ ଖୁବ୍ ଶିଘ୍ର ଯାଇ ପହଞ୍ଚୁଛି କାମିନୀ ଜୀ , ଅପେକ୍ଷା ରେ ଥାଅ ଆଜି ରାତି ଆମ ଦୁହିଁଙ୍କ ର "

ବହୁତ ସାବଧାନତାର ସହ ଉଠି ଘର କବାଟ କିଳଣି ଖୋଲି

ବାପାଙ୍କ ହୋଣ୍ଡା ସାଇନ୍ ବାଇକ୍ ଚାବି ନେଇ ବିନା ଶବ୍ଦରେ ଗାଡ଼ି କୁ ଗଡେଇ ଛକ ପର୍ଯ୍ୟନ୍ତ ନେଇ ସେଇଠୁ ଷ୍ଟାର୍ଟ କରି ମହେଶ୍ ଚାଲିଲା ସ୍ପିଡ୍ ରେ । ଘଣ୍ଟାକର ବାଟକୁ ସେ ଅଧ ଘଣ୍ଟା ରେ ସାରିଦେଲା । ନିଧିପୁର ଛକ ରେ ପହଞ୍ଚି ଗାଡି ବନ୍ଦ କଲା ମହେଶ୍ । ମୋବାଇଲ ବାହାର କରି ମେସେଜ କଲା

" ମୁଁ , ନିଧିପୁରଛକ ରେ ପହଞ୍ଚି ଗଲି , ଏଥର କୁଆଡେ ଯିବି କାମିନୀ ଜୀ ?"

କାମିନୀ ବେଜ୍ ର ଉତ୍ତର ଆସିଲା -" ବାଁ ପଟେ ଦେଖ ଗୋଟେ ବଡ ଚାକୁଣ୍ଡା ଗଛ ଅଛି , ସେପଟେ ସିଧା ଆସ ।"

" ତାପରେ ?"

" ତାପରେ ଯୋଉଠି ଠିକ୍ ଗୋଟେ ଚାରିଛକି ରାସ୍ତା ପଡ଼ିବ

  ସେଇଠୁ ଗାଡ଼ି ବନ୍ଦ କରି ପୋଲ ସିଧା ଆସିବ ଠିକ୍ ଦଶ ମିଟର । ଆସିବା ପରେ ବାଁ ପଟେ ଦେଖିବ ଗୋଟେ ଦୁଇ ତାଲିଆ କୋଠା ଘର ଆଉ ସେଇ ଘର କରିଡର୍ ରେ ମୁଁ ହିଁ ଠିଆ ହୋଇଛି ଗୋଟେ ହାଲକା ନାଲି ଲାଇଟ୍ ଜଳୁଥିବ ଦେଖିବ , ଆସି ତମେ ହାତ ହଲାଇବ ମୁଁ ତମକୁ ଦେଖି ଯେତେବେଳେ ହାତ ହଲାଇବି ତମେ ଭିତରକୁ ଆସିବ ।, ଶିଘ୍ର ଆସନା ମହେଶ୍ ମୁଁ ତମ ପାଇଁ ନିଜକୁ ପ୍ରସ୍ତୁତ କରି ରଖିଛି , ପ୍ଲିଜ୍ ଶିଘ୍ର ଆସ "

ମହେଶ୍ ଘଣ୍ଟା ଦେଖିଲା ସମୟ ବାରଟା ଦଶ , ମୋବାଇଲ ଟାଇମ୍ ବି ବାରଟା ଦଶ । ଆଶ୍ଚର୍ଯ୍ୟ ହେଲା ମହେଶ୍ ? ସେତ ଘରୁ ବାହାରିଥିଲା ଏଇ ସମାନ ସମୟ ରେ ତେବେ ଘଣ୍ଟା ଚାଲୁନି କ'ଣ ପାଇଁଁ ? ସେ ତ ଏତେଗୁଡେ ବାଟ ଅତିକ୍ରମ କରି ଆସିଲା ତେବେ ଏଇଟା କେମିତି ସମ୍ଭବ ! ପୁଣି ଡାଟା ଅଫ୍ ବେଳେ କାମିନୀ ବେଜ୍ ର ମେସେଜ୍ , ତାକୁ ବଡ ଅଜବ ଅଜବ ଲାଗୁଥିଲା ଏସବୁ ଘଟଣା । ଭାବିଲା ଫେରି ଚାଲି ଯିବ । ଏମିତି ଦୋଦୋପାଞ୍ଚ ଭିତରେ ପୁଣି ଗୋଟେ ମେସେଜ ଆସିଲା କାମିନୀ ବେଜ୍ ଙ୍କ ଠାରୁ

" ମହେଶ୍ ବାବୁ , ଆପଣ କ'ଣ ମୋତେ ଚାହୁଁନାହାଁନ୍ତି ? ତେବେ କ'ଣ ଭାବୁଛନ୍ତି ସେଠି ଛିଡ଼ା ହୋଇ ? ଜଳଦି ଆସନ୍ତୁ ନାଁ , ପ୍ଲିଜ୍.... ମୁଁ ଏଇଠି ଛିଡ଼ା ହୋଇଛି ଏଇ ଦେଖ  "

ମହେଶ୍ ଆଶ୍ଚର୍ଯ୍ୟ ହେଲା ତାକୁ ତେବେ କାମିନୀ କୋଉଠି ଦେଖୁଛି , ଆଗପଛ ଡାହାଣ ବାଁ ଚାହିଁଲା କିନ୍ତୁ କେହି ନଥିଲେ କୁଆଡେ ତାକୁ । ଗୋଟେ ଚିକମିକ୍ ଲାଇଟ୍ ତା ମୁହଁ ରେ ପଡିଲା ସିଧା ଚାହିଁଲା ମହେଶ୍ କିଟି କିଟି ଅନ୍ଧାର ରେ ବି ସ୍ପଷ୍ଟ ଦେଖି ପାରୁଥିଲା ତା ଠୁଁ ବହୁତ ଦୁରରେ ଗୋଟେ ସ୍ତ୍ରୀ ଲୋକ ତାକୁ ହାତ ଠାରି ଡାକୁଛି । ଏଥର ସାହସ ବଢିଲା ମହେଶ୍ ର ଗାଡି ସେଇଠାରେ ଗୋଟେ ଦୋକାନ ଆଢୁ ଆଳ ରେ ଲୁଚେଇ ଦେଇ ସିଧା ଚାଲି ଚାଲି ଗଲା ।

ସେ ହାତ ଠାରୁ ଥିବା ସ୍ତ୍ରୀ ଲୋକ ମାନେ କାମିନୀ ଏଥର ରାସ୍ତା ରୁ ଗେଟ୍ ଭିତରକୁ ଚାଲିଗଲା । ମହେଶ୍ ଚାଲି ଚାଲି ଯାଇ ପହଞ୍ଚିଲା ସେ ଘର ସାମ୍ନାରେ , ସିଧା ଚାହିଁଲା ଉପରକୁ ଯୋଉଠି କରିଡର୍ ରେ ଠିଆ ହୋଇ ହାତ ହଲେଇ ଇସାରା କରୁଥିଲା କାମିନୀ । ଏଥର ଗେଟ୍ ଖୋଲି ଭିତରକୁ ଗଲା ମହେଶ୍ ।

 କବାଟ ଖୋଲା ଥିଲା , ଧିରେ ଧିରେ ଭିତରକୁ ପଶିଲା ମହେଶ୍ । ହେଲେ ଘର ଭିତର କିଟ୍ କିଟ୍ ଅନ୍ଧାର ଥିଲା । ଏତେ ଅନ୍ଧାର ଯେ ଗୋଟେ ପାଦ ବି ସେ ଆଗକୁ ଦେଖି ପାରୁନଥିଲା । ଗୋଟେ ମହମବତୀ ମୁହଁ ପାଖରେ ଧରି ଅଚାନକ ମହେଶ୍ ସାମ୍ନାକୁ ଆସିଗଲା କାମିନୀ ବେଜ୍ ।

ମହେଶ୍ ଚମକି ଯାଇ ଛାତିରେ ଛେପ ପକାଇ ଦେଲା ।

କାମିନୀ ପଚାରିଲେ -" କ'ଣ , ଡରି ଗଲ ମହେଶ୍ ବାବୁ ?

-" ନାଇଁ ଆପଣ ହଠାତ୍ ଏମିତି ଆସିଗଲେ ତ , ମୁଁ ସେଥିପାଇଁ ..."

-" ଏତେ କଷ୍ଟ କରି ପାଣି ପାଖକୁ ଆସିଛନ୍ତି , ଶୋଷ ମେଣ୍ଟାଇବା ପୂର୍ବରୁ ହିଁ ଏମିତି ଡରିଲେ ହେବକି ?"

-"କିନ୍ତୁ , ଆପଣ ଏତେ ଶିଘ୍ର ତଳକୁ କେମିତି ଓହ୍ଲାଇଲେ ଯେ ହଠାତ୍ "

-" ମୁଁ ଖୁବ୍ ଶିଘ୍ର ଚାଲେ ମହେଶ୍ ବାବୁ "

-" ଓଃ , ଘରଟି ଏତେ ଅନ୍ଧାର କ'ଣ ପାଇଁ ରଖିଛନ୍ତି କାମିନୀ ଜୀ ?"

କାମିନୀ ବେଜ୍ ମହେଶ୍ ର ପାଖକୁ ଲାଗି ଆସି କହିଲେ

-" ଅନ୍ଧାର ମୋର ପସନ୍ଦ , ତା ଛଡା ଏବେକା ପରିସ୍ଥିତି ରେ ଅନ୍ଧାର ହିଁ ବେଶ୍ ଭଲ । ଆପଣ ମୁଁ ଗୋଟିଏ ବିଛଣା ରେ ବାସ୍ ଅନ୍ଧାର ଭିତରେ , ଆଉ କ'ଣ ଦରକାର ଯେ ?"

ମହେଶ୍ ଶିହରିତ ହୋଇଗଲା ଏତିକି କଥାରେ । ଦେହ ସାରା ଯେମିତି ଗୋଟାପଣେ ଉତେଜନାରେ ଭରିଗଲା । ତାପରେ କହିଲା -" ସତରେ ଆପଣ ମୋ ସାମ୍ନାରେ ଠିଆ ହୋଇଛନ୍ତି ଆଉ ମୁଁ ଆପଣଙ୍କ ଘର ଭିତରେ ମୁଁ ଏ କଥାକୁ ବିଶ୍ବାସ କରି ପାରୁନି କାମିନୀ ଜୀ "

ଏତିକି କଥା ଶୁଣି କାମିନୀ ବେଜ୍ ହସିଲେ ଏକ ଅଦ୍ଭୁତ ପ୍ରକାର ହସ , ଯାହା ଶବ୍ଦ ରେ  ସଂପୂର୍ଣ୍ଣ ଘର ଟି ଯେମିତି ଥରି ଉଠିଲା ।‌ ମହେଶ୍ କୁ ଟିକେ ଭୟ ଲାଗିଲା । ସେ କିଛି ଆଉ ପଚାରିବାକୁ ସାହସ କଲାନି । କାଳେ ୟାର ହସରେ କେହି ପଡୋଶୀ ଉଠି ନପଡନ୍ତି ।

ଏଥର କାମିନୀ ବେଜ୍ ଇସାରା ରେ ମହେଶ୍ ତାଙ୍କ ପଛେ ପଛେ ଗଲେ ।

ଘରର କେତେ ଚକ୍କର ଲଗାଇବା ପରେ କାମିନୀ ବେଜ୍ ଗୋଟେ ଘରର ଦରଜା ଖୋଲିଲେ । ଭିତରକୁ ପଶି ଯାଇ କାମିନୀ ବେଜ୍ ଲାଇଟ୍ ଜଳାଇଲେ । ଏକ ନାଲି ଆଲୋକ ଘରସାରା ଖେଳିଗଲା ।

ମ‌ହେଶ୍ ସେ ଘର ଭିତରେ ପାଦ ରଖି ଆଖି ବୁଲେଇ ଆଣିଲା , ବାଃ କି ସୁନ୍ଦର , କେତେ ସୁନ୍ଦର ସାଜ ସଜା , ସୁନ୍ଦର ଖଟ ମୁଲାୟମ ଗଦି ସାଙ୍ଗ କୁ ଗୋଲାପ ଚିତ୍ର ଥିବା ବେଡସିଟ୍ ଆଉ ତା ଉପରେ ସତେଜ ଗୋଲାପ ର ପାଖୁଡ଼ା ବିଛା ଯାଇଛି ।

ଏଥର ମହେଶ୍ କାମିନୀ ବେଜ୍ ଙ୍କୁ ଭଲକି ଦେଖିଲା , ମୁହଁ କୁ ଚାହିଁ ରହିଲା ସେମିତି , ସତରେ କାମିନୀ ବେଜ୍ ହିଁ ସେମିତି ସୁନ୍ଦରୀ ସ୍ତ୍ରୀଲୋକ ଟେ ଥିଲା । ଆଖି ନାକ ଗାଲ ଓଠ ସଂପୂର୍ଣ୍ଣ ମୁହଁ ଟି ସୁନ୍ଦରୀ ‌ହିରୋଇନ୍ ପରିକା ଥିଲା । ଏଥର ମହେଶ୍ ଧିରେ ଧିରେ ତଳକୁ ଖସିଲା , ଓଃ କାମିନୀ ବେଜ୍ ର ଛାତି ଅକ୍ଷତା ପୂର୍ଣ୍ଣ ଯୌବନା ଝିଅ ଟିର ଛାତି ପରି ଏକଦମ୍ ଭରପୁର ସହ ଲୋଭନୀୟ ଥିଲା । ପିନ୍ଧି ଥିବା ପତଳା ଶାଢ଼ୀ ତଳୁ ସେ ସ୍ପଷ୍ଟ ଦେଖି ପାରୁଥିଲା କାମିନୀ ବେଜ୍ ଙ୍କ ଅଶି ପ୍ରତିଶତ ଖୋଲାଥିବା ଉନ୍ନତ ବକ୍ଷୋଜ ର ବିଭାଜିତ ଭରପୁର ଅଂଶ । ଆଉ କାମିନୀ ବେଜ୍ ଙ୍କ ପତଳା ପେଟ ରେ ନାଭି ବେଶ୍ ଆକର୍ଷଣୀୟ ଦିଶୁଥିଲା , ଅଣ୍ଟା , ସତରେ ଘାଇଲା କଲା ପରି ‌। ଏଥର କାମିନୀ ବେଜ୍ ପଛକୁ ବୁଲି ପଡି ନିଜକୁ ପ୍ରଦର୍ଶିତ କଲା , ଶାଢ଼ୀ ଖସାଇଦେଲା ପିଠି ରୁ , ବ୍ଲାଉଜ ପିଠି ଭାଗରେ କେବଳ ଦୁଇଟି ଫିତା ରେ ହିଁ ବନ୍ଧା ଯାଇଥିଲା , ଦୁଇଟି ଫିତା ବ୍ୟତୀତ ସଂପୂର୍ଣ୍ଣ ପିଠିଟା ଖୋଲା ହିଁ ଥିଲା । ମହେଶ୍ ଦେଖିଲା କେବଳ ସାମ୍ନା ପଟ ନୁହେଁ କାମିନୀ ବେଜ୍ ର ଖୋଲା ପିଠି ମାଂସାଳ ଅଣ୍ଟା ଅଣ୍ଟା ର ଭାଙ୍ଗ ଆଉ ତା ତଳକୁ ଭରପୁର ପିଚା ବେଶ୍ ଲୋଭନୀୟ ଥିଲା । ଘର ଭିତର ଟା ଏକ ଅପୂର୍ବ ମହକରେ ମହକି ଯାଉଥିଲା ।

ଏଥର କାମିନୀ ବେଜ୍ କହିଲେ -" କ'ଣ ମହେଶ୍ ବାବୁ , ପାଖକୁ ଆସିବେ ନାଁ ସେମିତି ଚାହିଁ ରହିଥିବେ ସେଠି ? "

ମହେଶ ନିଜକୁ ଆଉ ରୋକି ପାରିଲାନି ସିଧା ଦୌଡ଼ିଗଲା ଆଉ କାମିନୀ ବେଜ୍ ଙ୍କୁ ଜୋରସେ କୁଣ୍ଢେଇ ଧରି ତାଙ୍କ ଓଠରେ ଗାଲରେ ବେକରେ ଛାତିରେ ଏକାଧିକ ଚୁମ୍ବନ ଦେଇ ଚାଲିଲା ।

କାମିନୀ ବେଜ୍ ବି ମହେଶ୍ ଙ୍କୁ ଚୁମ୍ବନ ଦେଉ ଦେଉ କହିଲେ -" ସତରେ ମହେଶ୍ ବାବୁ , ଏଇ ମୁହୁର୍ତ୍ତ କୁ ମୁଁ କାହିଁ କେତେଦିନୁ ଅପେକ୍ଷା କରିଥିଲି । ଓଃ.... ଆପଣ ମୋର ବର୍ଷ ବର୍ଷ ର ଓରମାନ ମେଣ୍ଟାଇଦେଲେ ମହେଶ୍ ବାବୁ ।

ମହେଶ୍ କୁ ଏଥର ଖଟ ଉପରକୁ ଟେକି ନେଇ ଶୁଆଇଦେଲେ କାମିନୀ ବେଜ୍ , ତାପରେ ନିଜ ସହ ଜଡେଇ ଧରିଲେ ମହେଶ୍ କୁ ।

ମହେଶ୍ କୁ ମୁହୁର୍ତ୍ତକ ପାଇଁ ଲାଗିଲା ଯେମିତି ସେ ପବନରେ ଉଡ଼ି ଉଡ଼ି ଆସି ଖଟରେ ହଠାତ୍ ପଡ଼ିଗଲା । ଚମକି ପଡ଼ିଲା ସେ , ଯେମିତି ତା ଶରୀର ର ବିନା ସହଯୋଗରେ ତାକୁ କେହି ଖଟ ଉପରକୁ ନେଇ ଆସିଲା ସେମିତି ଅନୁଭବ ହେଲା ତାକୁ ।  ମହେଶ୍ ଏଥର ସେକଥା ଅଧିକ ଭାବି ତା ମୁଡ୍ ଖରାପ କରିବାକୁ ଚାହିଁଲାନି । ଏଥର ମହେଶ୍ କାମିନୀ ବେଜ୍ ର ବ୍ଲାଉଜ ର ଫିତା ଧିରେ ଧିରେ ଖୋଲିବାକୁ ଲାଗିଲା । ଆଉ କାମିନୀ ବେଜ୍ ଆହୁରି ଜୋରରେ ମହେଶ୍ କୁ ପାଖକୁ ଭିଡ଼ି ଧରିଲେ । କାମିନୀ ବେଜ୍ ଙ୍କ ମାସଂଳ ବକ୍ଷୋଜ ମହେଶ୍ ଙ୍କ ଛାତି ରେ ଚାପି ହୋଇ ତା ମନରେ ଅୟୁତ ଅୟୁତ କାମନା ର ନିଆଁ କୁହୁଳିବାରେ ଲାଗିଥିଲା ।

ଖଟ ସାମ୍ନାରେ ଥିବା ଆଇନା ରେ ହଠାତ୍ ନଜର ପଡିଗଲା ମହେଶ୍ ର , ସେ ଚମକି ପଡ଼ିଲା ତା ତଣ୍ଟି ଅଠା ଅଠା ହୋଇଗଲା । ଆଇନା ର ଦୃଶ୍ୟ ଦେଖି ସେ ହତବାକ ହୋଇଗଲା । ଆଇନା ରେ ସେ ଖଟ ଉପରେ ଏକା ଶୋଇଥିଲା କେବଳ ତା ଉପରେ କେହିବି ନଥିଲେ । କିନ୍ତୁ କାମିନୀ ବେଜ୍ ତାକୁ କୁଣ୍ଢେଇ କି ଧରିଥିଲା । ପୁଣି ଆଇନା କୁ ଚାହିଁଲା ମହେଶ୍ ସେଇ ଏକା ଦୃଶ୍ୟ , ସେ ଏକା ହିଁ ଥିଲା ଆଇନାରେ କିନ୍ତୁ ତା ଉପରେ କାମିନୀ ବେଜ୍ ଶୋଇଛି ସେ ଦିଶୁନଥିଲା ମୋଟେ ।

ଏଥର ଉତ୍ତେଜନାରେ ପୂରି ଯାଇଥିବା ମହେଶ୍ ର ଦେହ ଟା ହଠାତ୍ ଝାଳେଇଗଲା ଦଃଶ୍ଚିନ୍ତା ଆଉ ଭୟରେ । ତାର ସବୁ କାମନା ବାସନା ନିଶା ଏକଦମ୍ ଉତୁରି ଗଲା ଦେହ ରୁ । ଏଥର ସେ ତାର ସବୁ ଜୋର୍ ଲଗେଇ କାମିନୀ କୁ ତା ଉପରୁ ଖଟ କଡକୁ ଫୋପାଡି ଦେଇ ବାହାରକୁ ଦୌଡ଼ିବାକୁ ଲାଗିଲା । କିନ୍ତୁ ବାହାରକୁ ଯିବା ପାଇଁ ଶେଷ କବାଟ ପାଖରେ ପହଞ୍ଚିବା କ୍ଷଣି ହିଁ ସେ କବାଟ ଧଡାସ୍ ଆବାଜ୍ କରି ବନ୍ଦ ହୋଇଗଲା । ମହେଶ୍ ଯେତେ ଚେଷ୍ଟା କଲା ଯେତେ ଜୋର୍ ଲଗାଇଲା ଆଉ ସେ କବାଟ ବିଲକୁଲ ଖୋଲିଲାନି ।  ଏବେ ମହେଶ୍ ସଂପୂର୍ଣ୍ଣ ଭାବେ ଡରିଯାଇ ଏପଟ ସେପଟ ପାଗଳଙ୍କ ପରି ବାହାରକୁ ବାହାରିବାର ବାଟ ଖୋଜିବାକୁ ଲାଗିଲା ।

ପଛରୁ କାମିନୀ ବେଜ୍ ର ଅଦ୍ଭୁତ ଆବାଜ୍ ଶୁଭିଲା

-" କୁଆଡେ ଯାଉଛନ୍ତି ମହେଶ୍ ବାବୁ , ମୁଁ ଆପଣଙ୍କୁ ସେଠି ବିଛଣାରେ ଅପେକ୍ଷା କରିଛି ଅଥଚ ଆପଣ ?"

ମହେଶ୍ ଏଥର ଗୁହାରି କଲା

-" ପ୍ଲିଜ , ଦୟାକରି ମୋତେ ଯିବାକୁ ଦିଅନ୍ତୁ "

କାମିନୀ ବେଜ୍ ଏଥର ସେଇ ସଂପୂର୍ଣ୍ଣ ଘରଟି ଥରାଇଲା ପରି ହସ ହସିଲା , ତାପରେ -" ହଁ ଆପଣ ଯିବେ , କିନ୍ତୁ ମୋତେ ଶାନ୍ତ କରିସାରିଲା ପରେ , ତା ପୂର୍ବରୁ ଯିବା କଥା ଭୁଲି ଯାଆନ୍ତୁ । କାହିଁକି ନା ମୁଁ ଯେ ପର୍ଯ୍ୟନ୍ତ ନ ଚାହିଁଛି ସେ ପର୍ଯ୍ୟନ୍ତ ଆପଣ ଏ ଘରୁ ପାଦେ ବି ବାହାରକୁ ଘୁଞ୍ଚି ପାରିବେନି । ଯେମିତି ଲାଳସା ରେ ଉନ୍ମାଦନା ହୋଇ ଖୁସି ରେ ଆସିଥିଲେ ସେମିତି ଖୁସି ରେ ମୋତେ ସନ୍ତୁଷ୍ଟ କରନ୍ତୁ । ଅଯଥା ଭୟଭୀତ ହୋଇ ସମୟ ନଷ୍ଟ ନକରି ବିଛଣା କୁ ଆସନ୍ତୁ, ପ୍ରିୟ ମହେଶ୍ ବାବୁ ଭଲରେ ଭଲରେ ଆସନ୍ତୁ "

ଏତିକି କହିସାରି କାମିନୀ ଶୁନ୍ୟ ରେ ଉପରକୁ ଉଠିବାକୁ ଲାଗିଲା । ତାର ପାଦ ଦୁଇ ଦିଶୁନଥିଲା ସେ ଯାଗା ଶୁନ୍ୟ ଥିଲା ଖାଲି ଶାଢ଼ୀ ପବନରେ ଉଡୁଥିଲା ଯାହା ।

ଏଥର ମହେଶ୍ ଗୋଟା ପଣେ ଥରିବାକୁ ଲାଗିଲା ଯୋର୍ ରେ ଚିଲ୍ଲେଇବାକୁ ଲାଗିଲା କିନ୍ତୁ ଦୁଃଖ ର କଥା ତା ଆବାଜ୍ ପାଟି ବାହାରକୁ ଟିକେ ବି ଶୁଣୁନଥିଲା । ଯେତେ ଚେଷ୍ଟା କରି ଜୋର୍ ଲଗାଇ ଚିଲେଇକି ସେ ଥକି ପଡୁଥିଲେ ବି ,  ସେଇ ଏକା ଅବସ୍ଥା ଆବାଜ୍ ଟିକେ ବି ଆସୁନଥିଲା ବାହାରକୁ ।

ଏଥର ମହେଶ୍ ଏ ଘର ସେ ଘର ଦୌଡ଼ି ବାକୁ ଲାଗିଲା କିନ୍ତୁ ସେ ଯୋଉ ଘର ଦ୍ବାର ମୁହଁ ଖୋଲିଲା ଭିତରେ ଥିଲା କାମିନୀ , କାମିନୀ କେବଳ କାମିନୀ । ଆଉ କିଛି ଉପାୟ ନପାଇ ଏଥର ମହେଶ୍ ଶିଡି ରେ ଛାତ ଉପରକୁ ଦୌଡ଼ି ବାକୁ ଲାଗିଲା ହେଲେ ସିଡି ଘର କବାଟ ଖୋଲିଦେଲା ତ ସେପାଖ ରେ ବି ଠିଆ ହୋଇଥିଲା କାମିନୀ । ମହେଶ୍ ଚମକି ପଡ଼ି ଭୟରେ ସିଡି ରେ ଗଡି ଗଡ଼ି ତଳେ ପଡିଗଲା ତା'ପରେ ଆଖି ଖୋଲି ଦେଇ ଉପରକୁ ଚାହିଁ ଦେଇଛି ତ ଛାନିଆ ହୋଇଗଲା ମହେଶ୍ । ଛାତ ରେ ଅଠା ପରି ଲାଗି ରହି ଖୋଲା ବାଳ କୁ ତଳକୁ ଓହଳେଇ ବଡ ବଡ ଆଖି ରେ ଚାହିଁଛି ତାକୁ କାମିନୀ । କୁଆଡେ ଯିବ କିଛି ଭାବିବା ପୂର୍ବରୁ ହିଁ କାମିନୀ ମହେଶ୍ ଉପରକୁ କୁଦିଲା ଖୁବ୍ ତୀବ୍ର ବେଗରେ ଗୋଟେ ସେକେଣ୍ଡ ରେ ହିଁ ମହେଶ ର ମୁହଁ ପାଖରେ କାମିନୀ । ଏତେ ଜୋରରେ କାମିନୀ ଚିଲେଇଲା ଯେ ମହେଶ୍ କୁ ଲାଗିଲା ଯେମିତି ତା କାନ ଗିରି ଫାଟି ଯାଇକି ରକ୍ତ ବାହାରୁଛି,  ତାପରେ କଣ ହେଲା ସେ କିଛି ଜାଣିନି ।

ଯେତେବେଳେ ମହେଶ୍ ର ଆଖି ଖୋଲିଲା ସେତେବେଳେ ସେ ବିଛଣା ଉପରେ ଶୋଇ ଥିଲା । ତା ସାମ୍ନାରେ ସମ୍ପୂର୍ଣ୍ଣ ଉଲଗ୍ନ ହୋଇ ଠିଆ ହୋଇଥିଲା କାମିନୀ । ତାକୁ ଦେଖି ବିକଟାଳ ହସ ହସୁଥିଲା । ମହେଶ୍ ଉପରକୁ କୁଦି ପଡି କହିଲା କାମିନୀ -" ଦେଖ , ମୋର କେତେ ସୁନ୍ଦର ଦେହ ଭରପୁର ଯୌବନ ଆସ ମୋ ସାଥ୍ ଦିଅ ମୋତେ ଶାନ୍ତ କର ମହେଶ୍ ବାବୁ ମୋତେ ଶାନ୍ତ କର "

ମହେଶ୍ ଏଥର ହଲିବାକୁ ଲାଗିଲା କିନ୍ତୁ ତା ହାତ ଗୋଡ ଆଉ ଗୋଟେ ଇଞ୍ଚେ ବି ହଲିଲାନି ଯେମିତି ତା ହାତ ଗୋଡ କୁ କିଏ ଶକ୍ତ ଭାବେ ବାନ୍ଧି ଦେଇଛି । ଏଥର ଆଉ କିଛି ଚାରା ନଥିଲା ମହେଶ୍ ର ଯେତେ ଚେଷ୍ଟା କଲା କିଛି ବି ଲାଭ ନାହିଁ । ଏଥର ଅସ୍ତବ୍ୟସ୍ତ ହୋଇ ଚିଲ୍ଲେଇବାକୁ ଚେଷ୍ଟା କଲା ମହେଶ୍ । ଏଥର କାମିନୀ ଗୋଟେ ଶକ୍ତ ଚାପୁଡ଼ା ବସେଇଲା ମହେଶ୍ ଗାଲରେ । ମହେଶ୍ ମୁଣ୍ଡ ଝାଇଁ ଝାଇଁ ହୋଇଗଲା ।

ଏଥର କାମିନୀ କହିଲେ -" ଆପଣ ଏମିତି କାଇଁ ହଉଛନ୍ତି ମହେଶ୍ ବାବୁ ? କିଛି କରି ପାରିବେନି ଚୁପଚାପ୍ ମୋ ସାଥ୍ ଦିଅନ୍ତୁ , ଖୁସି ରେ ଖୁସି ରେ ଯେମିତି ଆସିଥିଲ ମନ ନେଇ । ନହେଲେ ଜୀବନ ନେଇ ଯାଇ ପାରିବନି ଏଠୁ , ଯେ ପର୍ଯ୍ୟନ୍ତ ମୋତେ ଶାନ୍ତ ନକରିଛ । କଣ ମହେଶ୍ ବାବୁ ମୋତେ ଶାନ୍ତ କରିବେ ନାଁ ମୁଁ  ଆପଣଙ୍କ ଦେହ ରୁ ଜୀବନ‌ ଟାକୁ ଛଡେଇ ନେଇ ଆପଣଙ୍କ ଆତ୍ମା ସହ ସମ୍ଭୋଗ କରିବି ? ନିଷ୍ପତ୍ତି ଆପଣଙ୍କ ର "

ଏଥର ମହେଶ୍ ପାଖରେ ଆଉ କିଛି ଉପାୟ ନଥିଲା ସେ ନିଜକୁ ଡର ଭୟ ରେ କାମିନୀ ସହ ସମ୍ଭୋଗ କରିବାକୁ ବାଧ୍ୟ ରେ ପ୍ରସ୍ତୁତ କଲା , କିନ୍ତୁ ସେତେବେଳକୁ ମହେଶ୍ ର ଉତେଜନା ବିଲକୁଲ ବି ନଥିଲା କିନ୍ତୁ କାମିନୀ ଭିତରେ ସେତେବେଳେ କୁ ହଜାର ହଜାର କାମନା କୁହୁଳି ନିଆଁ ଧରି ସାରିଥିଲା ଯାହା ମହେଶ୍ କୁ ଗୋଟାପଣେ ଜାଳି ପୋଡ଼ି ଧ୍ବଂସ କରିଦେବାକୁ ଯଥେଷ୍ଟ ଥିଲା ।


ସକାଳ ହୋଇ ସାରିଥିଲା , ମହେଶ୍ କୁ ଦାଣ୍ଡିଆ ଶ୍ମଶାନ ର ଅପରିଷ୍କାର କିଆ ବୁଦା ଭିତରୁ ମୃତ ଅବସ୍ଥାରେ ଉଦ୍ଧାର କରିଥିଲା ପୋଲିସ୍ । ମହେଶ୍ ର ଗାଡି ପଡ଼ିଥିଲା ଏକ ନାଳ ଭିତରେ । ତା ଶବ ବ୍ୟବଚ୍ଛେଦ ପାଇଁ ପଠାଗଲା , ରିପୋର୍ଟ ରେ ଥିଲା ହୃଦଘାତ ସହ ଅତ୍ୟଧିକ ସମ୍ଭୋଗ ମୃତ୍ୟୁ ର କାରଣ ।

କିନ୍ତୁ ଏ ମୃତ୍ୟୁ କାଣ୍ଡ ର ତଦନ୍ତ କରିବା ଛଅ ମାସ ହୋଇଗଲାଣି ଏ ପର୍ଯ୍ୟନ୍ତ କିଛି ବି ପୋଲିସ ହାତରେ ଲାଗିନି । ଏ ମୃତ୍ୟୁ କାଣ୍ଡ ବଡ ରହସ୍ୟ ଓ ଚ୍ୟାଲେଞ୍ଜ ହୋଇ ରହିଛି ସେମାନଙ୍କ ପାଇଁ ଆଉ ଏମିତି ରହିଥିବ ମଧ୍ୟ ।


ନିଧିପୁର ଗାଁ ଲୋକମାନେ ଯାହା କୁହନ୍ତି , ଆଜିକୁ ଦଶ ବର୍ଷ ତଳ ର ଘଟଣା । ପାଖ ଗାଁ ରୁ ଏ ଗାଁ କୁ ବୋହୂ ହୋଇ ଆସିଥିଲା କାମିନୀ । ସ୍ବାମୀ ଅଖିଳେଶ୍ ବରୋଦା ବ୍ୟାଙ୍କ୍ ରେ ଚାକିରି କରନ୍ତି । ଦୁଇ ଦୁଇଟା ସନ୍ତାନ ର ଜନନୀ ହୋଇଥିଲେ ମଧ୍ୟ କାମିନୀ ସବୁବେଳ ପାଇଁ ଦେହ ସୁଖ ଚାହୁଁଥିଲା । ସ୍ବାମୀ ଙ୍କ ସଙ୍ଗ ତା ପାଇଁ ଯଥେଷ୍ଟ ନଥିଲା । ସ୍ବାମୀ ଅଫିସ୍ କୁ ବାହାରି ଯିବା ପରେ ସେ ଫେସବୁକ ରେ ଅନ୍ୟ ପୁରୁଷ ମାନଙ୍କୁ ଫସାଉଥିଲା , ମେସେଞ୍ଜର ରେ କଥା ହୋଇ ଅଶ୍ଲୀଳ ଫଟୋ ପଠାଇ ସେମାନଙ୍କୁ ଘରକୁ ନିରୋଳା ସମୟରେ ଡ଼ାକି ତାଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲା କାମିନୀ । ବହୁତ ଦିନ ମାସ ମାସ ଧରି ଏମିତି ଚାଲୁଥିଲା ତା କାରନାମା । ଜଣେ ନୁହେଁ ଏକାଧିକ ପୁରୁଷ ମାନଙ୍କ ସହ ସଂପର୍କ ରଖିଥିଲା ଏ କାମିନୀ ବେଜ୍ । ସବୁବେଳେ ଚୋର ଘର ଅନ୍ଧାର ନଥାଏ ସେମିତି ଦିନେ ତାର ଏ ପାପ କାମ ସ୍ବାମୀ ଙ୍କ ନଜରରେ ଧରା ପଡିଗଲା । ସ୍ତ୍ରୀ ସାଙ୍ଗ ରେ ଅନୈତିକ ସଂପର୍କ ବେଳେ ଧରାପଡ଼ିଥିବା ଯୁବକ ନାଁ ରେ ଥାନାରେ କେସ୍ କଲେ ଅଖିଳେଶ୍ । ତାପରେ ତାଙ୍କ ବଦମାସ୍ ସ୍ତ୍ରୀ କୁ ଉଚିତ୍ ଶାସ୍ତି ଦେବାକୁ ସେ ଗୋଟେ ଘରେ ତାକୁ ବନ୍ଦ କରି ଦେଇଥିଲେ । ଖାଦ୍ୟ ତ ତିନି ସମୟରେ ମିଳୁଥିଲା କାମିନୀ କୁ । ହେଲେ କାମିନୀ ପାଇଁ ତା ପେଟର ଭୋକ ଠାରୁ ଦେହ ର ଭୋକ ଯଥେଷ୍ଟ ଅଧିକ ଥିଲା । ସେଇ ଦେହ ର ଭୋକ ରେ ଆଉଟୁ ପାଉଟୁ ହୋଇ ସେ ମରିଯାଇଥିଲା ସେ ଘର ଭିତରେ ଦିନେ ‌। ପରେ ସ୍ବାମୀ କୁ ଜେଲ୍ ହୋଇଗଲା । ଦାଣ୍ଡିଆ ଶ୍ମଶାନ ରେ କାମିନୀ ବେଜ୍ ର ଶବ କୁ ପୋଡ଼ା ଯାଇଥିଲା ।

ଆଉ କାମିନୀ ବେଜ୍ ମରିବା ର ଦଶ ଦିନ ପରେ ଜେଲ୍ ଭିତରେ ମୃତ ଅବସ୍ଥାରେ ତାଙ୍କ ସ୍ବାମୀ ଅଖିଳେଶ୍ ଙ୍କୁ ଉଦ୍ଧାର କରିଥିଲା ପୋଲିସ୍ ।

ଅଖିଳେଶ୍ ଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ସମାନ ଥିଲା ଦାଣ୍ଡିଆ ଶ୍ମଶାନ ରେ ସେଇ କିଆ ବୁଦା ମୂଳେ ଯେତେ ସବୁ ମୃତ୍ୟୁ ଘଟିଥିବା ଯୁବକ ମାନଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ସହ । 

ହଁ ମୃତ୍ୟୁ ପରେ କାମିନୀ ବେଜ୍ ର ଆତ୍ମା ମହେଶ୍ ସମେତ ପ୍ରାୟ ଆଠ ଜଣଙ୍କୁ ଏମିତି ସେଇ ଦାଣ୍ଡିଆ ଶ୍ମଶାନ କୁ ଡକାଇ ଜୀବନରୁ ମାରି ସାରିଥିଲା ।


--------------------୦୦୦---------------------


✍️... ପରମେଶ୍ବର ଓଝା

କେନ୍ଦ୍ରାପଡ଼ା

ମେଲ୍- ojhaparameswar@gmail.com

ମୋ- ୬୩୫୫୧୩୩୩୦୧


Rate this content
Log in

Similar oriya story from Drama