STORYMIRROR

jyotsna mayee panda

Inspirational

3  

jyotsna mayee panda

Inspirational

କାଳିଆର ଡୋରି

କାଳିଆର ଡୋରି

4 mins
177

ସେ ଲୀଳାମୟର ଲୀଳା ଅପାର l ସେ କେତେ ବେଳେ କେଉଁ ରୂପରେ ଦର୍ଶନ ଦିଏ ସେ ଭକ୍ତକୁ ତାହା ଗୋଟେ ସାଧାରଣ ମଣିଷ ବୁଝିବା କଷ୍ଟ l ସେ ଦିନର ସେ ଗୋଟେ ଅନୁଭୂତି ଭାବିଲେ ଆଜି ବି ମୋ ଲୋମ ଟାଙ୍କୁରୀ ଉଠେ l ଭକ୍ତର ଭକ୍ତି ରୂପକ ଡୋରିରେ ସବୁବେଳେ ସେ ନିଜକୁ ବାନ୍ଧି ରଖିବା ପାଇଁ ଖୁବ ଭଲପାଏ l ସେଥିପାଇଁ ସେ ପରା ଭାବର ଠାକୁର l ମୁଁ ଜୀବନରେ କେବେ ରଥଯାତ୍ରା ଦେଖି ନ ଥିଲି (ପୁରୀରେ )ସେଥିପାଇଁ ସବୁବେଳେ ମୁଁ କାଳିଆକୁ ଅଭିମାନ କରି ବହୁତ କଥା କହେ l ହଠାତ ଦିନେ ସାଙ୍ଗେ ସାଙ୍ଗେ ପ୍ରୋଗ୍ରାମ ହେଲା ପୁରୀ ରଥଯାତ୍ରା ଦେଖି ଯିବା ପାଇଁ l ଆଉ ମୋ ଝିଅ ସେତେବେଳେ ସାନ ହୋଇ ଥାଏ ସେଥିପାଇଁ ସ୍ୱାମୀ ଓ ଶାଶୁ ତାକୁ ରଖିବା ପାଇଁ କହିଲେ ଆଉ ସେମିତି ବି ସେ ଛୋଟ ବେଳୁ ମୋତେ ଛାଡି ରହିଯାଏ ମୁଁ କୌଣସି ଅଫିସିଆଲ ଟ୍ରେନିଂରେ ବାହାରକୁ ଗଲେ l କେବେ ମୋ ସହିତ ଯିବା ପାଇଁ ଜିଦ୍ କରେନି l ମୁଁ ଭାବେ ୱର୍କିଙ୍ଗ ଲେଡି ମାନଙ୍କ ଛୁଆ ମାନେ ବି ପରିସ୍ଥିତି ସହ ଖାପ ଖୁଆଇ ଚଲି ପାରନ୍ତି l

ସେଥିପାଇଁ ମୁଁ ମୋ ମାଉସୀ, ମଉସା ଯେ କି ମୋତେ ବାପା ନ ଥିବାରୁ କନ୍ୟା ଦାନ କରିଥିଲେ l ତିନିଜଣ ବାହାରି ପଡ଼ିଲୁ ପୁରୀ l ଆଗରୁ ନା ରହିବା ପାଇଁ ହୋଟେଲ ବୁକ ହୋଇଛି ନା ଟ୍ରେନ... ସବୁ ସାଙ୍ଗେ ସାଙ୍ଗେ ହେଇଗଲା l ଆଉ ପୁରୀ ଅଭିମୁଖେ ଆମ ଯାତ୍ରା ଆରମ୍ଭ ହୋଇ ଗଲା l ମନରେ ବହୁତ ଆଶା ଆଜି କାଳିଆକୁ ପାଖରେ ଦେଖିବି ଆଉ ତା ଦେହରେ ଟିକେ ମଥା ଲୋଟାଇବି l ଦିନ ଗୋଟେରେ ପହଂଚିଲୁ ପୁରୀରେ ସେଦିନ ଟ୍ରେନ ଟିକେ ଲେଟ ଥିଲା l ଟିକେ ଫ୍ରେସ ହୋଇ ଖାଇବା ପାଇଁ ଗଲୁ l ସେଦିନ ମନ୍ଦିର ବନ୍ଦ ହୋଇଥିଲା କାହିଁକି ନା ଆର ଦିନ ରଥଯାତ୍ରା.... ସେଥିପାଇଁ ମହାପ୍ରଭୁଙ୍କ ନୀତିକାନ୍ତିରେ ବାଧା ନ ହେବ ବୋଲି ବୋଧେ ଭକ୍ତଙ୍କ ପାଇଁ ମନ୍ଦିର ବନ୍ଦ ଥିଲା l ରାତିରେ ଧର୍ମ ଜ୍ୟୋତି ହୋଟେଲରେ ରହିଲୁ ଯାହା କି ମନ୍ଦିର ପାଖରେ ଆଉ କାଳିଆକୁ ଟିକେ ଦେଖିବା ପାଇଁ ବୋଧେ ଏଟା ଭଲ ଜାଗା l ରାତିରେରେ ମୋଟେ ନିଦ ହେଲାନି ସେ କାଳିଆ କଥା ଭାବି...... କେମିତି ଭାବ ଲଗେଇ ମୋତେ ଏତେ ଜଂଜାଳ ଭିତରୁ ଟାଣିଆଣିଲା ତା ପାଖକୁ l ମୁଁ ନିଜେ ବି ଜାଣିପାରିଲି ନି lସକାଳ ହେଲା ଆଉ ମୋ ଅନେକ ଦିନ ର ଅପେକ୍ଷା ଆଜି ଅନ୍ତ ହେବ l କାଳିଆକୁ ଆଜି ହୃଦୟ ଭରି ଦେଖିବି.... ଆମେ ବାହାରି ପଡ଼ିଲୁ ବଡଦାଣ୍ଡକୁ l ସାଙ୍ଗେ ସାଙ୍ଗେ ଆସିଥିବାରୁ ଆମ ପାଖରେ କୌଣସି ଜାଗାରେ ବସି ସେ ରଥଯାତ୍ରାର ଦୃଶ୍ୟ ଉପଭୋଗ କରିବା ସୁବିଧା ନ ଥିଲା ସେଥିପାଇଁ ହଜାର ହଜାର ଲୋକଙ୍କ ଭିଡ଼ରେ ବହୁସମୟ ଛିଡା ହେବାକୁ ପଡିଲା l ମୁଁ ପୁଣି ବିପି ପେସେଣ୍ଟ.... ଏତେ ଭିଡ଼ରେ ମୋ ନିଶ୍ୱାସ ବନ୍ଦ ହେଲା ପରି ଲାଗିଲା ଭାବିଲି ଆଉ ସେ କାଳିଆକୁ ଦର୍ଶନ କରିବା ମୋ ପକ୍ଷରେ ଅସମ୍ଭବ l ମୁଁ ଏତେ ଭିଡ଼ରେ ଆଉ ରହିପାରିବିନି ମୋର ଶ୍ୱାସ ରୁଦ୍ଧ ହୋଇଯିବ l ଆଉ କଣ କରାଯିବ ମନେ ମନେ ତାକୁ ଡାକିଲି l ମଉସା ଟିକେଟ ପାଇଁ ଯାଇଥିଲେ ହେଲେ କୌଣସି ଜାଗାରେ ତାଙ୍କୁ ଟିକେଟ ମିଳିଲାନି l ହଠାତ ମୋ ପଛରେ ଜଣେ ସ୍ତ୍ରୀ ଲୋକ ଦେଖିଲି....ନ ଚିହିଁ ବି ସେ ମତେ ଦେଖି ଟିକେ ହସି ଦେଲେ ଆଉ ମୁଁ ବି ହସିଦେଲି । ଚେହେରାରୁ ସ୍ୱାଧି ପରି ଲାଗୁଥିଲେ...... ଦେହରେ ଧଳା ଲୁଗା ଆଉ ମୁହଁରେ ଗୋଟେ ବିରାଟ ରାମାନନ୍ଦୀ ଚିତା ।ମୋତେ ଧୀରେ କହିଲେ "ତୁମେ ବୋଧେ ପ୍ରଥମ ଥର ଆସିଛ "ମୁଁ ହଁ କହିଲି.... ସେ କହିଲେ... ଆଉଟିକେ ପରେ ପ୍ରବଳ ଭିଡ଼ ହେବ ଆଉ ଆପଣ ମନେ କିଛି ଦେଖି ପାରିବେନି ମୁଁ ସବୁ ବର୍ଷ ଏଠି ଆସେ ଆଉ କାଳିଆ ମନ୍ଦିର ଭିତରୁ ପହଣ୍ଡିରେ ବାହାରିବା ପରେ ତାକୁ ଟିକେ ଦେଖି ଦେଇ ଚାଲିଯାଏ।ଆମେ ସେତେବେଳେ ଏକ ମଠ ସାମ୍ନାରେ ଥିଲୁ.... ସ୍ତ୍ରୀ ଜଣକ ନିଜ ଆଙ୍ଗୁଳି ଦେଖାଇ କହିଲେ "ସେ କଳା ହେଇ କି ନାନା ବସିଛନ୍ତି ତାଙ୍କ ପାଖରେ ତିନଟା ଟିକେଟ ଅଛି ତୁମେ ଯାଅ ସେ ତୁମକୁ ସାହାଯ୍ୟ କରିବେ ଆଉ ମୁଁ ବି ସାଙ୍ଗେ ସାଙ୍ଗେ ନନାଙ୍କ ପାଖରେ ପହଂଚିଲି ଆଉ ନନାଙ୍କୁ ଟିକଟ କଥା କହିବାରୁ ସେ ସାଙ୍ଗେ ସାଙ୍ଗେ ତିନିଟା ଦେଲେ ଆଉ କହିଲେ, ତିନିହଜାର ପଡିବ ନେବେ ତ ମୁଁ ହଁ ଭରି ତାଙ୍କ ହାତରେ ପଇସା ଦେଇଦେଲି ସେତେବେଳେ ପହଣ୍ଡି ଆରମ୍ଭ ହୋଇଥିଲା ଆଉ ମୁଁ ସେ ସ୍ତ୍ରୀ ଲୋକଟିକୁ ଖୋଜିଲି ଟିକେ ଧନ୍ୟବାଦ ଜଣେଇ ବାକୁ lହେଲେ ସେ ଆଉ ସେଠି ନଥିଲେ l ଆମେ ଖୁବ ସୁନ୍ଦର ଭାବେ ପ୍ରଭୁଙ୍କୁ ଦେଖିଲୁ ସେଠି ଦିନ ସାରା ରହି ଆଉ ନନା ଜଣକ ଆମ ପାଇଁ ଖାଦ୍ୟ ପାନୀୟର ସବୁ ବ୍ୟବସ୍ଥା କରି ଦେଲେ ।

ରଥ ବଡ ଦାଣ୍ଡରେ ଗଡ଼ିଲାଣି ଆଉ ଆମେ ହୋଟେଲ ଅଭିମୁଖେ ବାହାରିଲୁ l ପୁଣି ମନରେ ଗୋଟେ ଅଶାନ୍ତି ଥାଏ ଯେ ଆମେ ରଥ ପାଖରେ ରହି ପ୍ରଭୁଙ୍କ ରଥ ଦଉଡି ଛୁଇଁ ଥାନ୍ତୁ କିନ୍ତୁ ଏତେ ଭିଡ଼ରେ ଆଉ ଏହା ସମ୍ଭବ ହେବ ନି । ହୋଟେଲକୁ ଆସିଲୁ ଆଉ ଟିକେ ଫ୍ରେସ ହୋଇ ବାହାରକୁ ବାହାରିଲୁ, କି ଆଶ୍ଚର୍ଯ୍ୟ..... ଆମ ହୋଟେଲ ବାଟରେ ହିଁ ରଥ ରହିଯାଇଛି କାଳିଆର ଆଉ ଦୁଇ ରଥ ମାଉସୀ ଘରେ ପହଂଚିସାରିଲେଣି. କାଳିଆ ରଥ ଆଜି ଏଠୁ ଯିବନି ପୁଣି କାଲି ଯିବ। ମୋ ଖୁସିର ସୀମା ରହିଲାନି । ଭିଡ଼ ବି ଟିକେ କମିଲାଣି । ଗୋଟେ ବଡ଼ ତୁଳସୀ ମାଳ ନେଲି ସେ କାଳିଆ ପାଇଁ ଆଉ ସନ୍ଧ୍ୟା ଆଳତି ବି ଭଲ ଭାବରେ ଦେଖିଲି ।ରାତିରେରେ ମୋତେ ଆଉ ନିଦ ହେଲାନି ସେ ସ୍ତ୍ରୀ କଥା ଆଉ ମୋ କାଳିଆ କଥା ସବୁ ମୋତେ ମିରାକିଲ ଭଳି ଲାଗିଲା..... ଆଜି ଏ ପବିତ୍ର ରଥଯାତ୍ରା ଦିନ ସେ ସ୍ମୃତି ସବୁ ଭାସୁଛି ମୋ ଆଖିରେଆଗରେ । ଭୋର ଚାରିଟାରେ ଗାଧୋଇ ପୁଣି ଥରେ ସେ କଳା ସାଆନ୍ତକୁ ବହୁତ ପାଖରେ ଦର୍ଶନ କଲୁ l ମୋର ସେ ପିତୃ ତୁଲ୍ୟ ମଉସା ଆଜି ଏ ଦୁନିଆରେ ନାହାନ୍ତି ।

ଛ ମାସ ଆଗରୁ ସେ ହାଟ ଷ୍ଟ୍ରୋକରେ ଚାଲି ଗଲେ । ଆଜି ମୋର ସେ ଭାବର ଠାକୁରଙ୍କୁ ଅନୁରୋଧ କରୁଛି ତାଙ୍କ ଆତ୍ମାର ସଦଗତି ପାଇଁ.... ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational