STORYMIRROR

Ritupriya Behera

Drama Classics Inspirational

4  

Ritupriya Behera

Drama Classics Inspirational

କାଳି ବୋହୂ

କାଳି ବୋହୂ

2 mins
20

କଥାଟି ପ୍ରାୟ ବୋହୁତ୍ ଦିନ ତଳର, ମୁଁ ସେତେବେଳେ ଅଷ୍ଟମ କି ନବମ ପଢୁଥାଏ. ଆମ ପଡ଼ିଶା ଘର ଭାଇ ନୂଆ ନୂଆ ବାହା ହୋଇ ଭାଉଜ ଟିଏ ଆଣିଥାନ୍ତି. 


ନୂଆ ବୋହୂ ପିଲା ଆସିଥିବାରୁ ତାଙ୍କ ଘରକୁ ସାହି ର ଲୋକୋ ମାନେ ମୁହଁ ଦେଖଣା ପାଇଁ ଯାଉଥିଲେ. ଆଉ ମୁଁ ମଧ୍ୟ ସେମାନଙ୍କ ଭିତରୁ ଜଣେ ଥିଲି. 


ଭାଉଜଙ୍କ ସ୍ଵର ଖୁବ୍ ମିଠା, ଆଉ ସେ ଖୁବ୍ ଉଚ୍ଚ ଶିକ୍ଷିତା ମଧ୍ୟ, କଥାବାର୍ତ୍ତା, ଆଚାର ବ୍ୟବହାର ଭାରି ଧୀର ସ୍ଥିର ଓ ନମ୍ର, କିନ୍ତୁ ଦେଖିବାକୁ ସେ ଥିଲେ କଳା. ସାହି ଲୋକୋ ତାଙ୍କ ବିଷୟରେ ୟ୍ୟାଡୁ ସିଆଡୁ କରୁଥିବାର ମୋ କାନ ରେ ମଧ୍ୟ ପଡିଥିଲା. 


ଦିନେ ଭାଇ, ଭାଉଜ, ମୁଁ ଅଉ ମୋ ବଡ ଦିଦି ମିଶି ମନ୍ଦିର ଯାଇଥିଲୁ. ସେଠି ଭାଇ ମତେ ପଚାରିଲେ - "ଝିଅ ଭାଉଜ କେମିତି ଲାଗିଲେ ?"

ମୁଁ କହିଲି - "ଭଲ ଲାଗିଲେ. କଥା ବାର୍ତ୍ତା ବେଶ୍ ଭଲ. ମତେ ଭାରି ସର୍ଦ୍ଧା ହୁଅନ୍ତି."

ଭାଇ କହିଲେ- "ଆରେ ନା ରେ, ମୁଁ ପଚାରିଥିଲି କି ଦେଖିବାକୁ କେମିତି?"

ମୁଁ କହିଲି - "ଦେଖିବାକୁ ବି ଠିକ୍ ଠାକ୍. କି କଣ ହେଲା କି? କିଏ କିଛି କହିଲେ କି?"

ଭାଇ କହିଲେ - "ନା ମ, ଏ ସାହି ଲୋକୋ ଗୁଡା କାଳି ବୋଲି କହି ବାହୁନୁଥିଲେ ତ ସେ କଥା ବୋଉ ମତେ କହୁଥିଲା, ସେଥିପାଇଁ ପଚାରିଦେଲି."


ମୋ ଦିଦି ପାଖରେ ବସି ସବୁ ଶୁଣୁଥିଲା. ସେ ଟିକେ ମୁରୁକି ହସି କହିଲା- "କେଡେ ଅଜବ କଥା ନା ଭାଇ, ବିପଦ ପଡିଲେ ସେଇ ସାହି ଲୋକୋ ଏହି ମନ୍ଦିର କୁ ଆସି 'ରେ କାଳିଆ ରେ' ବୋଲି ଡାକ ପକାନ୍ତି. ଭାଉଜ ଆମର କେତେ ଭଲ, ଶାଶୁ ଶ୍ୱଶୁର ଙ୍କ ସେବା ରେ କେବେ ଅବହେଳା କରିନାହାନ୍ତି, ଆମକୁ ଏତେ ସ୍ନେହ କରନ୍ତି, ତମକୁ ଏତେ ଭଲ ପାଆନ୍ତି, କିନ୍ତୁ ଲୋକୋ ମାନେ ତାଙ୍କ ରୂପ ରେ ହିଁ ରହିଗଲେ. ଜାଗତ ର ନାଥ ଜଗନ୍ନାଥ ପରା କଳା ସେମାନେ ସେ କଥା ଭୁଲିଯାଆନ୍ତି. ସେଠି ସେମାନଙ୍କୁ କଳା ଗୋରା ଦେଖା ଯାଏନି."



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Drama