STORYMIRROR

Ritupriya Behera

Comedy Drama Inspirational

4  

Ritupriya Behera

Comedy Drama Inspirational

ଝିଅ ଜନମ

ଝିଅ ଜନମ

1 min
10

ଏଇ କିଛି ଦିନ ତଳର କଥା, ମୋ ନଣନ୍ଦ ଗର୍ଭବତୀ ହୋଇ ଘରକୁ ଆସିଥିଲେ, ସାଦ ଖୁଆ ମଧ୍ୟ ଖୁବ୍ ଧୁମ୍ ଧାମ୍ ରେ ହୋଇଥୁଲା, କିନ୍ତୁ ନଣନ୍ଦ ଙ୍କୁ ମୁଁ କେଜାଣି କାହିଁକି ହତାଶ ଦେଖୁଥୁଲି, ଭାବୁଥୁଲି ବୋଧେ ଛୁଆ ଜନ୍ମ ହେବା ସମୟ ନିକଟବର୍ତ୍ତୀ ହୋଇ ଆସୁଛି ସେଥ‌ିଯୋଗୁଁ ସେ ସେପରି ବ୍ୟସ୍ତ ଅଛନ୍ତି.


କିଛି ଦିନ ପରେ ତାଙ୍କ ଶୁଖୁଲା ଶୁଖୁଲା ମୁହଁ ଦେଖ୍ ରହିପାରିଲିନି, ସନ୍ଧ୍ୟା ସମୟରେ ବସି ତା ଖାଉ ଖାଉ ପଚାରିଲି- "ରୁନୁ!! ସବୁ ଠିକ୍ ତ? କାହିଁକି ଏତେ ଦୁଃଖୀ ଜଣା ପଢୁଛ? କିଛି ଅସୁବିଧା ଅଛି ଯଦି କହୁନ.."


କହିବି କହିବିନି ର ଦୋଦୋପାନ୍ସ ଭିତରେ ସେ କହିଲେ- "ଆଠ ମାସ ପୁରିବାକୁ ବସିଲାଣି


-"ହେଲେ?? ହେଲେ ପୁଣି କଣ??"


-"ହେଲେ କେହି ଝିଅ ଟିଏ ହେଉ ବୋଲି ଆଶୀର୍ବାଦ ଦେଲେନି ଯେ? ସବୁ ଖାଲି ପୁଆ ପୁଆ ହଉଛନ୍ତି. ଯଦି ମୋର ପୁଅ ନ ହୋଇ ଝିଅ ଟିଏ ହେଲା ତେବେ??"


ସେତିକି ଶୁଣି ମୋ ନଣଦେଇ କୋଉଠି ଥୁଲେ କେଜାଣି ଆସି କହିଲେ- "ତେବେ ପୁଣି କଣ?? ଭଲ ହବ ଝିଅ ଟେ ହେବ."


ଏକଥା ଶୁଣି ନନ୍ଦନ ପୁଣି କହିଲେ- "ହେଲେ ସମ୍ପର୍କୀୟ, ବନ୍ଧୁ ପରିଜନ ସବୁ କହୁଥିଲେ ପୁଅ ଟିଏ ହେଲେ ବଂଶ ଆଗକୁ ବଢେଇବ ବୋଲି..!!"


ନଣଦେଇ ଏଇ କଥା ଶୁଣି ପ୍ରଥମ ହସିଲେ ଏବଂ କହିଲେ- "ହଇହୋ !! ମୁଁ କୋଉ ରାଜା ମହାରାଜା ହୋଇଛି ଯେ ମୋ ବଂଶ ଆଗକୁ ନ ବଢିଲେ ମୋ ରାଜ୍ୟ ଧ୍ୱଂସ ହେଇଯିବ, ମତେ ତ ତମ ପରି ଝିଅ ଟିଏ ହିଁ ଦରକାର, ନା କଣ କହୁଛ ଭାଉଜ?? ""


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Comedy