Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!
Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!

Sriman Bapu

Inspirational

3.8  

Sriman Bapu

Inspirational

କାଗଜ ରକେଟ୍

କାଗଜ ରକେଟ୍

2 mins
12.1K


        


କୁନିବାପା ! ତୁମକୁ କାଗଜରେ ରକେଟ୍ ବନେଇ ଆସେ ? ପାଠ ପଢ଼ୁ ପଢ଼ୁ ପଚାରିଲା ପାଞ୍ଚ ବର୍ଷର ସବା ସାନ ଝିଆରୀ ବୁଗୁଲି । ସ୍ତ୍ରୀ ମୋର ନଅ ବର୍ଷର ଝିଆରୀ ଇତିକୁ ପଢ଼ୋଉ ଥିଲେ ସେ ସମୟରେ ଦୁହେଁ ମୁଣ୍ଡ ଉଠେଇ ଚାହିଁଲେ । ମୋ ଝିଆରୀ ମାନଙ୍କର ଦୃଢ଼ ବିଶ୍ୱାସ ତାଙ୍କ କୁନିବାପାଙ୍କୁ ସବୁ ବନେଇ ଆସେ କାରଣ ତାଙ୍କ ନଜରରେ ତାଙ୍କ କୁନିବାପା ଜଣେ ବଡ଼ ଆଟିଷ୍ଟ । ମୁଁ ଭାବିଲି ପିଲାଗୁଡ଼ାକ କେତେ ପଢ଼ିବେ ? ଟିକେ ମଜ୍ଜା କରିବା , ତେଣୁ ବଡ଼ ଆତ୍ମବିଶ୍ବାସର ସହ ବଡ଼ ହଁ ଟିଏ ମାରିଦେଲି । ସାଙ୍ଗେ ସାଙ୍ଗେ ଇତି ରଫ୍ ଖାତାରୁ କାଗଜ ଖଣ୍ଡେ ଫାଡ଼ି ଆଣି ମୋତେ ଧରେଇ ଦେଲା। ପିଲା ଦୁହେଁ ଘେରି ଗଲେ , ହେଲେ ଆଶ୍ଚର୍ଯ୍ୟ ! କେମିତି ବନେ ରକେଟ୍ ? କିଛି ମନେ ପଡୁନି ତ ! ଟିକେ ପୂର୍ବରୁ ଥିବା ମୋର ଦୃଢ଼ ଆତ୍ମବିଶ୍ବାସ କୁଆଡ଼େ ପାଣି ଫାଟିଗଲା ! ସ୍ତ୍ରୀ ମୋର ଅସହାୟତାକୁ ଲକ୍ଷ୍ଯ କରି କଟା ଘାରେ ଲୁଣ ମାରିଲା ପରି କହିଲେ , ତୁମକୁ କାଗଜ ରକେଟ୍ ବନେଇ ଆସେନି ? ସ୍ତ୍ରୀର ତାଛ୍ଛଲ୍ଯ ଶୁଣି ନିଷ୍କପଟ ଝିଆରୀ ଦୁଇଟି ଖିଲି ଖିଲି କରି ହସିଦେଲେ, ମୋ ଦେହରେ ଚେଁ କରି ଲାଗିଗଲା। ରାଗିଯାଇ ସ୍ତ୍ରୀକୁ ବୃଥା ମୋ ପ୍ରୟାସର ଚିହ୍ନସୁରୂପ ନାନା ଭାଙ୍ଗ ଥିବା କାଗଜ ଖଣ୍ଡକ ବଢ଼ାଇ ଦେଇ କହିଲି,କରିଲ ଦେଖିବା ! ମନେ ମନେ ଚାହୁଁଥିଲି ହେ ପ୍ରଭୁ ! ସେ କରି ନ ପାରନ୍ତା କି , ସ୍ତ୍ରୀର ଆତ୍ମବିଶ୍ବାସ ଦେଖି ଡ଼ର ବି ଥିଲା ଯଦି କରିଦେବ ନା ତାହେଲେ ଗଲା ମୋର ଇଜ୍ଜତ ଛୁଆଙ୍କ ଆଗରେ । ଯାହା ହେଉ ତାଙ୍କର ବି ମନେ ପଡ଼ିଲା ନାହିଁ,ସବୁଠୁ ଖୁସି ମୁଁ ହେଲି । କହିଲି ଆଉ ଭାରି ବାହାଦୁରୀ ମାରୁଥିଲ ତ ! ମୋ କଥାକୁ ସେତେ ଗୁରୁତ୍ୱ ନଦେଇ ସେଠୁ ସେ YouTube ରେ ଖୋଜିଲେ, ହେଲେ ତଳ ମହଲାରେ Network ଭଲ ଆସେନି ତେଣୁ ମୁଁ କାଗଜ ଖଣ୍ଡକ ଛଡେଇ ନେଇ ଉପର ମହଲାର ମୋ ଶୋଇବା ଘରକୁ ପଳାଇ ଆସି YouTube ରୁ ଦେଖି ବନେଇବାକୁ ଆରମ୍ଭ କରିଛି କି ନାହିଁ ଇତି ଆସି ହାଜର, ମୁଁ ସେଇଠୁ ଫଟାଫଟ୍ ଫୋନ୍ ବନ୍ଦ କରି ଆଉ କିଛି କରିବାର ବାହାନା କଲି ,କୁନିବାପା ହେଇଗଲା ? ମୁଁ କହିଲି ନା ପରେ କରିବା ଏବେ ଯା ଏଠୁ ମୋର କିଛି କାମ ଅଛି disturb କରନି, ପିଲାଟି ମୋର ଅସଫଳତାର ହତାଶବୋଧକୁ ଦେଖି କିଛି ନକହି ହସି ଦେଇ ପଳେଇ ଗଲା । ମୁଁ ପୁଣି ସାଙ୍ଗେ ସାଙ୍ଗେ YouTube ଖୋଲି ଆରମ୍ଭ କରିଦେଲି ଅଧା କରିଛି ସ୍ତ୍ରୀ, ଇତି ଆଉ ବୁଗୁଲି ତିନିହେଁ ଆସି ହାଜର୍ ସେଠୁ ଲଜ୍ୟା ଛାଡ଼ି ସ୍ତ୍ରୀ ଆଉ ପିଲାଙ୍କ ସହ ମିଶି Video ଦେଖି ବନେଇଲି । ପିଲାବେଳେ ଯେଉଁ କଥାଟି ଏତେ ସହଜ ସରଳ ଲାଗୁଥିଲା ଆଜି ଏତେ କଷ୍ଟ ହେଇଯାଇଛି କାହିଁକି କାରଣ ପିଲା ବେଳର ସେ ସରଳତା, ସହଜତା ଆଉ ନିଷ୍କପଟତା ନାହିଁ ।

ସେ ଯାହାହେଉ ଶେଷରେ ବନିଗଲା, ଗଡ଼ ଗୋଟିଏ ଜିତିଗଲା ପରି ଲାଗିଲା ,ପିଲା ଆଉ ସ୍ତ୍ରୀକୁ କବାଟ ବାହାରେ ଠିଆ କରାଇ ଖଟରୁ ଥାଇ ରକେଟଟିକୁ ଉଡ଼େଇ ଦେଲି । ପିଲା ଦୁହେଁ ହୋ ହୋ କରି ଖୁସିରେ ଡେଇଁବାକୁ ଲାଗିଲେ । ରକେଟଟି ତାଙ୍କ ମୁଣ୍ଡ ଉପରେ ଉଡ଼ିଯାଇ ଟିକିଏ ଦୂରରେ ଲ୍ୟାଣ୍ଡ କଲା ମୋ ଖୁସି କହିଲେ ନ ସରେ , ସ୍ତ୍ରୀ ବି ମୁରୁକି ହସି ମୋର ଏ କ୍ଷୁଦ୍ର ସଫଳତାକୁ ଅନୁମୋଦନ କଲେ ।



Rate this content
Log in

More oriya story from Sriman Bapu

Similar oriya story from Inspirational