Satyabati Swain

Inspirational

2  

Satyabati Swain

Inspirational

ଜଣେ ଶିକ୍ଷକୟିତ୍ରୀଙ୍କର ଚିଠିଟିଏ

ଜଣେ ଶିକ୍ଷକୟିତ୍ରୀଙ୍କର ଚିଠିଟିଏ

4 mins
245


ଶ୍ରଦ୍ଧେୟ ପିଲାମାନେ;            ମୋର ସ୍ନେହାଶିଷ ନେବ।ସମୟ ସମୟର କଥା।ଆମେ ସମସ୍ତେ ପୂର୍ଣ୍ଣ ପ୍ରାଣରେ ପ୍ରସ୍ତୁତ ହେଉଥିଲେ ବାର୍ଷିକ ପରୀକ୍ଷା ପାଇଁ।ବର୍ଷ ଶେଷ,ଅମଳ ସମୟ।ଚାଷୀ ପରି ପ୍ରତି ଶିକ୍ଷକ ଓ ଛାତ୍ର ଛାତ୍ରୀଙ୍କ ବାର୍ଷିକ ପରୀକ୍ଷାଟି ଅତି ଗୁରୁତ୍ୱ ରଖେ।କାହିଁକିନା କେବଳ ଛାତ୍ର ଛାତ୍ରୀ ନୁହଁନ୍ତି ପ୍ରତ୍ୟେକ ଶିକ୍ଷକ ବି ଆଗ୍ରହୀ ଥାଏ ତା ପଢଉ ଥିବା ବିଷୟରେ ପିଲାମାନେ କେତେ ଭଲ କରୁଛନ୍ତି ଜାଣିବା ପାଇଁ।ଏଇ ପରୀକ୍ଷା ତ କହିଦିଏ କେଉଁ ସାର୍ ପିଲାଙ୍କୁ ବୁଝେଇବାରେ କେତେ ସମର୍ଥ।ଏଣୁ ପିଲାଙ୍କ ସହ ପରୀକ୍ଷିତ ହୁଅନ୍ତି ସମସ୍ତ ଶିକ୍ଷକ ଜାତି।ପୁଣି ସବୁ ଛାତ୍ର ଛାତ୍ରୀଙ୍କ ଏଇ ପରୀକ୍ଷା ଦ୍ୱାର ଦେଇ ଉପର ଶ୍ରେଣୀକୁ ଯାଇଥାନ୍ତି।ତେଣୁ ପିଲାମାନେ ବେଶୀ ତତ୍ପର ଥାଆନ୍ତି ବାର୍ଷିକ ପରୀକ୍ଷାଟି ପାଇଁ।ପରୀକ୍ଷା ପରେ ମୁଣ୍ଡରୁ ଗୋଟେ ବୋଝ ଓହ୍ଲେଇ ଯାଏ।ଉଶ୍ୱାସ ଲାଗେ।ପଛରେ ରହିଯାଏ ପଛ ଶ୍ରେଣୀ।ଉପର ଶ୍ରେଣୀ ହାତ ଠାରି ଡାକେ।ବେଶ୍ ଖୁସି ଥାଏ ମନ ଉପର ଶ୍ରେଣୀକୁ ଯିବା ପାଇଁ।ନୂଆଁ ବହି, ଖାତା,ନୂଆ ଶ୍ରେଣୀ ,ବେଳେବେଳେ ନୂଆ ସ୍କୁଲ ପାଇଁ ମନ ଉଚ୍ଚାଟ ହୁଏ। ତଳ ଶ୍ରେଣୀ ମା ଗେହ୍ଲା କରି କୁହେ ଯାଅରେ ପିଲାମାନେ ତୁମ ବଡ଼ ମା ପାଖକୁ।ସେ ତୁମକୁ ମୋ ଅପେକ୍ଷା ଅଧିକ ନୂଆ ନୂଆ ଗପ କହିବ।ନୂଆ ଦୁନିଆଁ ସହ ପରିଚିତ କରାଇବ।ମନ ଦେଇ ପଢ଼ିବରେ ପିଲେ ସେଠି;ଦୃଷ୍ଟ ହେବନାହିଁ।ଆଉ ଉପର ଶ୍ରେଣୀ ମା ଚାତକ ପରି ଅନେଇଥିବ କେତେବେଳେ ଆସିବେ ତା ଧନ ମାନେ ତା ଘର ପୂର୍ଣ୍ଣ କରି।ଧୁମ୍ ଧଡକ କରିବେ।ରୋଳା ପକେଇବେ।ସେମାନଙ୍କ ପାଟିତୁଣ୍ଡରେ ପୁରିଯିବ ତା ମନ ଘର। ହେଲେ ପିଲାମାନେ! ଏ ବର୍ଷ ବାର୍ଷିକ ପରୀକ୍ଷା ପ୍ରସ୍ତୁତି ସରିଲା,ପ୍ରୋଗ୍ରାମ ଦିଆଗଲା,କୋଶ୍ଚିନ୍ ଆସିଲା। କିନ୍ତୁ ଧାର୍ଯ୍ୟ ତାରିଖ ପୂର୍ବରୁ ଆସିଗଲା ବଦମାସି କ ରୋ ନା।ଚିନ୍ ରେ ଥିଲା।ଆମେ ନ୍ୟୁଜରେ କିବା ଭିଡିଓରେ ଦେଖୁଥିଲୁ।କିନ୍ତୁ ଚାହୁଁ ଚାହୁଁ ସମଗ୍ର ବିଶ୍ୱକୁ ବ୍ୟାପିଗଲା!! ଆଉ ବାର୍ଷିକ ପରୀକ୍ଷା ନୋହିଲା।ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍କୁଲ ଛୁଟି।                        ଖାଲି ସ୍କୁଲ କାହିଁକି ସବୁ ଅଫିସ୍,ଦୋକାନ,ବଜାର ବିବାହ ,ବ୍ରତ,ସଭା,ସମିତି ବନ୍ଦ ହୋଇଗଲା।ଏବେ ଚାରି ଆଡେ କ ରୋ ନା ଭୟ।ସାରା ଦେଶ ଲକ୍ ଡାଉନ୍ ଘେରରେ।ସମସ୍ତେ ଆମେ ଏବେ ଲକ୍ ଡାଉନ୍ ହୋଇ ଘର ଭିତରେ।ଅନିଶ୍ଚିତ ଜୀବନ ରେ ପିଲାମାନେ।କ ରୋନା ଆମ ହୃଦୟ,ମନ,ମସ୍ତିଷ୍କକୁ କୋରି ଦେଲାଣି।ଏହା ବିଶ୍ୱ ଇତିହାସରେ ବୋଧେ ପ୍ରଥମ ପ୍ରବଳ ପ୍ରତାପୀ ମହାମାରୀ ରୂପେ ଉଭା ହୋଇଛି।କେଉଁଠି ଇତିହାସ ଏପରି ସଙ୍କଟ କ୍ଷଣ ବିଶ୍ୱକୁ ଆସିଥିଲା କହି ନାହିଁ।ପିଲାମାନେ ଆଗାମୀ ଇତିହାସ ପାଇଁ ଏ ଭୋଗୁଥିବା ସମୟଟି ନିଶ୍ଚିତ ବିସ୍ମୟ ସୃଷ୍ଟି କରିବ ନୂତନ ପିଢିଙ୍କ ମନରେ।ସେମାନେ ଚକିତ ହେବେ ଏପରି ସମୟର କଥା ଭାବି। ଜୀବନ ଥିଲେ ଅନେକ ନାହିଁ ନଥିବା ଅଦ୍ଭୁତ,ଅଶ୍ରୁତପୂର୍ବ ଘଟଣା ଘଟେ।ଆଜି ସେମିତି ଘଟିଛି।ସବୁଠାରୁ ମୁଣ୍ଡ ବ୍ୟଥାର କାରଣ ଏ କ ରୋ ନା ରୋଗ ପାଇଁ କିଛି ଔଷଧ ବାହାରି ନାହିଁ।ଏହାକୁ କୌଣସି ବିଜ୍ଞାନରେ ଅତି ଉନ୍ନତ ଦେଶ ବି ଆୟତ୍ତ କରି ପାରୁ ନାହାନ୍ତି।ଏପରି ଭାୟାନଙ୍କ ରୋଗ ଇଏ ଯେ ନିମିଷେ ବ୍ୟାପି ଯାଉଛି ହଜାର ହଜାର ସଂଖ୍ୟାରେ। ଚୀନ,ଇଟାଲୀ,ସ୍ପେନ,ଆମେରିକା ପରି ବିଶ୍ୱର ଅଗ୍ରଣୀ ଶୀଳ ରାଷ୍ଟ୍ରଗୁଡିକ ଏ ରୋଗରେ ବେଶୀ ଆକ୍ରାନ୍ତ।ଏବେ ଆମଦେଶ ଭାରତରେ କ ରୋ ନା କାୟା ବିସ୍ତାର କଲାଣି।ଅଠତିରିଶି ଜଣ ଆମ ଦେଶରେ ଏ ରୋଗରେ ମଲେଣି।ସହସ୍ରାଧିକ ଏ ରୋଗରେ ଆକ୍ରାନ୍ତ।ଏବେ ଆମ ଦେଶ ବି ଘୋର ବିପତ୍ତି ଦ୍ୱାର ମୁହଁରେ। ଜାଣିଛ ପିଲେ !ଏ ଏମିତି ରୋଗ ଯାହା ଆପଣାର ଲୋକ ପାଖରୁ ବିଛିର୍ଣ୍ଣ କରିଦିଏ।ବାସନ୍ଦକରିଦିଏ,ଘରୁ,ସମ୍ପର୍କରୁ ଏବଂ ସମାଜରୁ।ପିଲାମାନେ ଏହା ଏକ ସଂକ୍ରମିତ ରୋଗ।ଏହି ରୋଗ ଜଣେ ରୋଗୀର କାଶ,କଫ,ଛିଙ୍କ ରୁ ଯାଇ ଅନ୍ୟ ସୁସ୍ଥ ଲୋକଙ୍କୁ ଆକ୍ରାନ୍ତ କରେ।ଥଣ୍ଡା ହେଲେ ଏ ରୋଗ ଆକ୍ରମଣ କରିବାର ଅଧିକ ଆଶଙ୍କା ଥାଏ।ଏଣୁ ତୁମେମାନେ ଘରେ ରହିଲେ ବି କାଶ କି ଛିଙ୍କ ରୁମାଲ ଦେଇ କରିବ।କଫ ଏଣେ ତେଣେ ନ ପକାଇ ଘରର ଅଣ ଆଢୁଆଳ ନିର୍ଦ୍ଧିଷ୍ଟ ସ୍ଥାନରେ ପକାଇ ମାଟି ଦେଇ ପୋତିଦେବ। ହଁ ପିଲେ ଯଦି କାହାକୁ ଥଣ୍ଡା କି କାଶ କି ଜ୍ୱର ଲାଗି ରହୁଛି ତାକୁ ତୁରନ୍ତ ଡାକ୍ତର ଖାନା ନେଇ ପରୀକ୍ଷା କାରାଇବାକୁ କହିବ।ନଚେତ ବଣରେ ଲାଗିବା ନିଆଁ ପରି ଏ ରୋଗ ଭସ୍ମିଭୂତ କରିଦେବ ମଣିଷ ସମାଜ।କାହିଁକିନା ଏ ରୋଗ କେବଳ ମଣିଷଙ୍କୁ ହେଉଛି,ଅନ୍ୟ କୌଣସି ପଶୁ ଜୀଵଜନ୍ତୁଙ୍କୁ ନୁହେଁ। ଆଉ ଗୋଟିଏ କଥା।ଏହା ଏକ ବେଦେଶୀ ରୋଗ।ଏଣୁ ବିଦେଶରୁ ଆସିଥିବା କାହାକୁ ବି ଏ ରୋଗ ହୋଇଥାଇ ପାରେ। ଯେ କେହି ବିଦେଶ ବା ଅନ୍ୟ ରାଜ୍ୟରୁ ଆସୁ ଛନ୍ତି ସେମାନଙ୍କୁ ଡାକ୍ତରଖାନାରେ ଚଉଦ ଦିନ ରହିବାକୁ ପଡିବ।ସେମାନେ ନିଜକୁ ଡାକ୍ତରଖାନା ଯାଇ ପରୀକ୍ଷା କରାନ୍ତୁ।ସଂକ୍ରମଣ ରୋକନ୍ତୁ।ନଚେତ ସେ ବ୍ୟକ୍ତି ଯାହା ଯାହା ପାଖକୁ ଯାଇଥିବ ସେମାନଙ୍କୁ କ ରୋ ନା ହେବାର ସମ୍ଭାବନା ଅଧିକ।ତୁମେ ଯେଉଁ ୱାର୍ଡ ଚେନ୍ ପଢ଼ ଏ ଠିକ୍ ସେହିପରି ଜଣଙ୍କ ପାଖରୁ ଆଉ ଜଣଙ୍କୁ ତା ପାଖରୁ ଆଉ ଅନେକ ଜଣଙ୍କୁ ସଂକ୍ରମିତ ହୋଇଥାଏ ଚେନ ପରି ହାତ ଧରାଧରି ହୋଇ। ତାହେଲେ ପିଲେ କଣ କରିବା?ଔଷଧ ତ ବାହାରି ନାହିଁ ଖାଇକି ଭଲ ହୋଇଯିବା।ତେବେ କଣ ନିରୁପାୟ ହୋଇ ମରିବା?ନାଇଁରେ ପିଲେ ଏହାର ବଡ଼ ଔଷଧ ହେଉଛି ସତର୍କତା,ସଚେତନତା।ଅର୍ଥାତୄ ନିଜକୁ ଆୟତ୍ତ କରିବା।ଘରେ ରହିବା।ସାମାଜିକ ଦୂରତା ବଜାଇ ରଖିବା।ସଫା ସୁତୁରା ରହିବା।ମାସ୍କ ବ୍ୟବହାର କରିବା।ବନ୍ଧୁଙ୍କୁ ଦେଖିଲେ କର ମର୍ଦ୍ଦନ ନ କରି ଦୂରତା ରହି ଦୁଇ ହାତ ଯୋଡି ନମସ୍କାର କରିବା।ତୁମକୁ ସ୍କୁଲରେ ଯେଉଁ ହାତ ଧୋଇବା ବିଧି ଶିଖା ଯାଇଥିଲା ସେହିପରି ବାରମ୍ବାର କୋଡିଏ ମିନିଟ୍ ପର୍ଯ୍ୟନ୍ତ ସାନି ଟାଇଜର କିମ୍ୱା ସାବୁନରେ ହାତ ଧୋଇବା।ଲକ୍ ଡାଉନ୍ ନିୟମ ମାନିବା।ନିହାତି ଆବଶ୍ୟକ ନହେଲେ ଘରୁ ବାହାରିବା ନାହିଁ।ଯଦି ଜରୁରୀ କାମ ହେତୁ ବାହା ରକୁ ଗଲ ଆସିବା କ୍ଷଣି ହାତ ସହ ନିଜ ପୋଷାକ ପତ୍ର ବି ଧୋଇବା।ତୁମର ଜନ୍ମ ଦିନ କିବା କୌଣସି ପର୍ବ ପର୍ବାଣୀ ଏକାଠି ହୋଇ ପାଳିବ ନାହିଁ।ଜନ ଗହଳି ସ୍ଥାନକୁ ଯିବ ନାହିଁ।ଡାକ୍ତର ଖାନା ଗଲେ ମାସ୍କ ନିଶ୍ଚୟ ବାନ୍ଧିବ। ପିଲାମାନେ ତୁମେ ଖେଳିବାକୁ ,ବାହାରେ ବୁଲିବାକୁ ଖୁବ୍ ଭଲ ପାଅ।ଏଇଟି ତୁମ ବୟସର ସହଜାତ ପ୍ରବୃତ୍ତୀ।ତେବେ କଣ ବହାରକୁ ଯାଇ ଖେଳିବା!ନାଇଁ ନାଇଁ ରେ ସୁନା ପିଲା !ଏମିତି ଭୁଲ୍ ଆଦୋୖ କରିବ ନାହିଁ।ନିଜ ଘରେ ବସି ଲୁଡୁ,ବଲ୍ ଗଡ଼ା,ବାଘ ବଜାରୀ,କାଠି କି ଗୋଡି ଟଣା,କ୍ୟାରମ୍, ଖେଳିବ।କାଟୁନ ଟିଭିରେ ଦେଖିବ।ଏବେ ଟିଭିରେ ରାମାୟଣ ଦେଉଛି ତାକୁ ବି ଦେଖିବ।ୱାର୍ଡ ଗେମ୍ ,ପଜଲ୍ ସଲଭ୍ ବି ଖେଳି ପାରିବା ଆଉ କଣ ପଢିବ ନାହିଁ?ହଁ ତୁମ ପାଖେ ଯେତେ ଗପ ବହି,ୱାର୍ଡ ବୁକ,ରଚନା,ଟେଷ୍ଟ ପେପର୍ ଏବଂ ତୁମେ ପଢ଼ୁଥିବା ଶ୍ରେଣୀ ବହି ପଢିବ ମୂଳରୁ ପଢି ପ୍ରଶ୍ନ ଉତ୍ତର କରିବ।ପ୍ରତିଦିନ ଗୋଲ୍ ଗୋଲ୍ ଅକ୍ଷରରେ ଇଂରାଜୀ ଓ ଓଡ଼ିଆ ରୁ ଫାଳେ ଲେଖାଏଁ ଲେଖିବ।ଡିକସ୍ ନାରୀରୁ ପ୍ରତି ଦିନ ପାଞ୍ଚୋଟି କରି ନୂଆ ଶବ୍ଦ ପଢିବ,ଲେଖିବ ଓ ମନେ ରଖିବାକୁ ଚେଷ୍ଟା କରିବ।ତୁମ ସାଙ୍ଗ,ଭାଇ ,ଭଉଣୀ,ବାପା,ମା ଏପରିକି ମୋ ପାଖକୁ ଚିଠି ଲେଖିବ କ ରୋ ନା ବିଷୟରେ।ଘରେ ରହି ତୁମକୁ କେମିତି ଲାଗୁଛି ସେ ଅନୁଭୁତି ବି ଲେଖିବ। ପିଲାଏ ଯାହାର ଯେଉଁ ପ୍ରତିଭା ଯେପରିକି ଗୀତ ଗାଇବା,ଚିତ୍ର ଆଙ୍କିବା,ମୂର୍ତ୍ତି ଗଢିବା,କବିତା କି ଗପ ଲେଖିବା କିମ୍ବା ପ୍ରକଳ୍ପ କରିବା ଗୁଣ ଅଛି ଏଇଟି ପ୍ରକୃଷ୍ଟ ସମୟ ମନ ଭରି ଅଭ୍ୟାସ କର।ହେଉ ରେ ପିଲେ ଘରେ ରହିଛ ବୋଲି ମନ ଊଣା କରିବ ନାହିଁ।ସ୍ୱାସ୍ଥ୍ୟ ଓ ଜୀବନ ଆଗ ଆଉ ସବୁ ପଛ।ଆମେ ବଞ୍ଚିଲେ,ନିରୋଗ ରହିଲେ ସିନା ହେବ।ଏଣୁ ସତର୍କ ରୁହ,ସଚେତନ ହୁଅ।ଘରେ ରୁହ। ଆଜି ତ ପିଲାମାନେ ଉତ୍କଳ ଦିବସ।ଆମେ ଏପରି ଏକ ଜାତୀୟ ଦିବସକୁ କ ରୋ ନା ପାଇଁ ପାଳି ପାରିଲେ ନାହିଁ।କିନ୍ତୁ ଘରେ ଥିଲେ ବି ତୁମେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ମନେ ପକାଇବ।ଉତ୍କଳ ଦିବସ କି ଜୟ କହିବ।ବନ୍ଦେ ଉତ୍କଳ ଜନନୀ ସହ ମୋ ଓଡିଶା ମୋ ଓଡିଶା ଗୀତ ବୋଲିବ।ତୁମକୁ ମୋର ଉତ୍କଳ ଦିବସର ବହୁତ ବହୁତ ଅଭିନନ୍ଦନ।ତୁମ ସମସ୍ତଙ୍କର ସୁସ୍ଥତା କାମନା କରି ରହୁଛି।ଇତି                   ତୁମ ମୀନୁ ଦିଦି।


Rate this content
Log in

Similar oriya story from Inspirational