STORYMIRROR

Debabrata Barik Debunu

Classics

2  

Debabrata Barik Debunu

Classics

ଜଣେ ନିରୀହର ପ୍ରଶ୍ନ.....

ଜଣେ ନିରୀହର ପ୍ରଶ୍ନ.....

2 mins
330

ଜଣେ ନିରୀହର ପ୍ରଶ୍ନ


ମାଆ ସେମାନେ ଆସି ଆମ ଘର ଭାଙ୍ଗିଦେଲେ ଏବେ ଆମେ କଣ କରିବା ଯେ


କଣ ଆଉ କରିବାରେ ଧନ ଆମେ ଆଉ ଗୋଟେ ନୂଆ ଜାଗାକୁ ପଳେଇବା ସେଠି ଆଉଥରେ ଆମ ନିଜର ନୂଆ ଘର ଗୋଟେ ତିଆରି କରିବା


ମୁଁ ଜାଣିଛି ସେମାନେ ପୁଣି ଥରେ ଆସି ସେଠି ବି ଆମ ଘର ଭାଙ୍ଗିଦେବେ କେତେ ଜାଗା ଏମିତି ବୁଲୁଥିବା ଯେ


ଆଉ କଣ କରିପାରିବା ରେ ଧନ ସେମାନେ ବୋହୁତ ଶକ୍ତିଶାଳୀ ନା ଆମେ ଚାହିଁଲେ ବି ତାଙ୍କର ବିଶେଷ କିଛି କରିପାରିବାନି


ଆମେ କଣ ତାଙ୍କ ଘର ଭାଙ୍ଗିବାକୁ ଯାଉଛୁ କି ତାହେଲେ ସେମାନେ କାହିଁକି ଆମ ଘର ଭାଙ୍ଗିବାକୁ ଆସୁଛନ୍ତି ଯେ ଘର ବି ଭାଙ୍ଗୁଛନ୍ତି ଆଉ ଆମର ଏତେ କଷ୍ଟରେ ସଞ୍ଚିତ ସମ୍ପତ୍ତି ବି ସବୁ ଲୁଟି ନେଉଛନ୍ତି


ହଁ ରେ ଧନ ହେଲେ ତୁ ବେଶୀ ମନ ଦୁଃଖ କରେନି ଆମେ ଆହୁରି ପରିଶ୍ରମ କରିବୁ ପୁଣିଥରେ ସଞ୍ଚୟ କରିବୁ କିଛିଦିନ ପରେ ଆଗକୁ ଆଉ କିଛି ଅଭାବ ରହିବନି


କେତେ ଏମିତି ପରିଶ୍ରମ କରୁଥିବା ଯାହାର ଫଳ ଆଉ କିଏ ପାଉଥିବ


ସେତେଦିନ ଯାଏଁ କରୁଥିବା ଯେତେଦିନ ଯାଏଁ ଆମର ସାମର୍ଥ୍ୟ ଅଛିରେ ଧନ ଏଇ ପରିଶ୍ରମ କରିବା ତ ହେଲା ଆମର ଧର୍ମ


ଆଉ ତାହେଲେ ତାଙ୍କର ଧର୍ମ କଣ ପର ଜିନିଷ ଚୋରି କରିକି ନେଇ ନିଜ ଭଗବାନଙ୍କୁ ତୁଷ୍ଟ କରିବା ସତରେ କଣ ତାଙ୍କ ଠାକୁର ଏୟା ଚାହୁଁଥିବେ


ତାଙ୍କ ଠାକୁର ଯିଏ, ସିଏ ଆମର ବି ତ ଠାକୁର ରେ ଧନ ଆମେ ସମସ୍ତେ ସେଇ ଏକା ଈଶ୍ୱରଙ୍କର ସନ୍ତାନ


ତାହେଲେ ସେଇ ଈଶ୍ୱର କଣ ଏଇୟା ଚାହୁଁଛନ୍ତି ଯେ ତାଙ୍କର ଜଣେ ସନ୍ତାନ ଆସି ଆଉ ଜଣେ ସନ୍ତାନର ଘରଦ୍ବାର ସବୁ ଉଜାଡି ଦେଇ ଯେତେକ ସମ୍ପତ୍ତି ସବୁ ଚୋରି କରି ନିଅନ୍ତୁ


ନା ରେ ଧନ ସିଏ ତ ସମସ୍ତଙ୍କର ଭଲ ଚାହାନ୍ତି ନିୟମ ତ ସବୁ ଏଠି ଏଇମାନେ ହିଁ ତିଆରି କରନ୍ତି


ଭୋକ ହେଲାଣି ଲୋ ମାଆ


ରହରେ ଧନ ତୁ ବେସ୍ତ ହୋ'ନି ଏଇଠି ବସିଥା ମୁଁ ସାଙ୍ଗେ ସଙ୍ଗେ ଯାଇଁ ତୋ ପାଇଁ କିଛି ଖାଇବାର ବ୍ୟବସ୍ଥା କରୁଛି


ଆଚ୍ଛା ମାଆ ସେ ଠାକୁର କୋଉଠି ଦେଖା ହେବେ ଯେ ମତେ ତୁ ଥରେ ତାଙ୍କ ପାଖକୁ ନେଇ ଯାଆନ୍ତୁନି


କାହିଁ କଣ ହେଲା କି ମୋ ଧନର


ତାଙ୍କୁ ଖାଲି ମୁଁ ଗୋଟିଏ କଥା ପଚାରନ୍ତି ଲୋ... ସତରେ କଣ ସେ ମଣିଷ ମାନଙ୍କୁ କହିଛନ୍ତି ଯେ ସେମାନେ ଏମିତି ଆସି ଆମ ମହୁପୋକ ମାନଙ୍କର ବସା ଉଜାଡି ଦେବେ.. ଆଉ ଆମ ପରିଶ୍ରମର ସଞ୍ଚିତ ଖାଦ୍ୟ ଯେତେକ ତାଙ୍କ ନିଜପାଇଁ ଆସି ଚୋରି କରି ନେଇଯିବେ ସତରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics