Bidulata Sahoo

Inspirational

3  

Bidulata Sahoo

Inspirational

ଜନ୍ମଦିନ

ଜନ୍ମଦିନ

1 min
189


ମେ ପାଞ୍ଚତାରିଖରେ ମୋ ନାତୁଣୀର ଜନ୍ମଦିନ |ପ୍ରତିବର୍ଷ ନୂଆଡ୍ରେସ୍ ପିନ୍ଧି କେକ୍ କାଟି ତାର ଜନ୍ମଦିନ କରାଯାଏ |ଏ ବର୍ଷ କିନ୍ତୁ ଲକ୍ ଡାଉନ ଯୋଗୁ ଦୋକାନସବୁ ବନ୍ଦ |କିଛି ଆସିପାରିଲା ନାହିଁ |

ସେ କହିଲା ଜେଜେମା ଏବର୍ଷ କଣ ମୋ ଜନ୍ମଦିନ କରିବନି ?ମୁଁ କହିଲି ହଁ କରିବା କିନ୍ତୁ ଟିକିଏ ଅଲଗା ଢ଼ଙ୍ଗରେ |ତୁ ତୋ ସାଙ୍ଗମାନଙ୍କୁ ଡାକେ |ସେ ଘରପାଖରୁ ମାତ୍ର ପାଞ୍ଚଜଣ ସାଙ୍ଗଙ୍କୁ ଡାକିଲା |


ଘରେ ପିଲାମାନଙ୍କ ପାଇଁ କିଛି ଜଳଖିଆ ପ୍ରସ୍ତୁତ କଲି |ବାରିଆଡେ ତା ଜେଜେଙ୍କୁ କହି ଗୋଟିଏ ଗାତ ଖୋଳାଇଥିଲି |ଭଲ ପିଜୁଳିଚାରାଟିଏ ରଖିଥିଲୁ |

     ତାର ସାଙ୍ଗମାନେ ଆସିବା ପରେ ବାରିକୁ ଯାଇ ସେ ଗାତରେ ଚାରାଟିକୁ ଲଗାଇଲା |ସବୁ ସାଙ୍ଗମାନେ ତାକୁ ହାପି ବାର୍ଥଡେ ଟୁ ୟୁ ବୋଲି କହିଲେ |

ତାପରେ ସେ ଗଛରେ ପାଣିଦେଇ ଘରକୁ ଆସି ଜଳଖିଆ ଖାଇ ସାଙ୍ଗମାନେ ଚାଲିଗଲେ |


ସମସ୍ତଙ୍କୁ ଏ ନିଆରା ଜନ୍ମଦିନ ପାଳନ ଭାରି ଭଲ ଲାଗିଲା |

ସେମାନେ କହିଲେ ଆମେ ବି ଆମ ଜନ୍ମଦିନ ଠିକ୍ ଏହିପରି ଭାବରେ ପାଳନ କରିବୁ |


Rate this content
Log in

Similar oriya story from Inspirational