STORYMIRROR

Shaktiprava Mishra

Inspirational

4  

Shaktiprava Mishra

Inspirational

ଜନ୍ମାଷ୍ଟମୀ

ଜନ୍ମାଷ୍ଟମୀ

1 min
503


      ମା' କହିଲେ, ଶିବୁ , ଆଜି ପରା ଜନ୍ମାଷ୍ଟମୀ। ଗାଧୋଇ ପାଧୋଇ ଟିକେ ମନ୍ଦିର ଯାଉନୁ । କୃଷ୍ଣଙ୍କୁ ପୂଜା କରି ଆସିବୁ।

        ହଁ ମା' , କହି ପୁଅ ଜଲଦି ବାହାରିପଡିଲା । ଫେରିବା ବେଳେ ହାତରେ ଧରିଥିଲା ଜରିଟିଏ । ମା' ପୁଅ ପାଖକୁ ଆସି ପଚାରିଲେ, ଏତେ ଡେରି ହେଲା ଯେ ?ମନ୍ଦିରରେ ତ ଆଜି ବେଶି ଭିଡ ଥିଲା। ପୁଅ କହିଲା, ଭଲ କଲ ମା' , ମନେପକେଇଦେଲ ଆଜି କୃଷ୍ଣଙ୍କର ଜନ୍ମଦିନ ବୋଲି । ମନ୍ଦିର ଭିତରେ ଖୁବ୍ ଶାନ୍ତି ମିଳେ ନା?

    ମା' ଖୁସି ହୋଇ କହିଲେ, ନ ହେଲେ କଣ ମିଛରେ ଏତେ ଲୋକ ସେଠିକୁ ଧାଉଁଛନ୍ତି ? ତୁ କଣ ପ୍ରସାଦ ଚଢେଇଲୁ କହିଲୁ ?

   ଜରି ଭିତରୁ କେକ୍ ପିସ୍ ଟିଏ କାଢି ମା' ପାଟିରେ ଭରିଦେବା ମାତ୍ରେ ଚିହିଁକି ଉଠି ମା' କହିଲେ, କେକ୍ ପୂଜା କରିଚୁ ? ସେଥିରେ ଅଣ୍ଡା ପଡିଥିବ ।

       ଓହୋ ,,, ଆଜିକାଲିର ପିଲାଙ୍କୁ ପାରିହେବନି ଆଉ,,,,,।

 ପୁଅ ସେତେବେଳକୁ ଲାପ୍ଟପ୍ ରେ କିଛି ଫଟୋ ଅପ୍ଲୋଡ୍ କରୁଥିଲା। ମା କାଠ ହୋଇ ଦେଖୁଥିଲେ କୃଷ୍ଣଙ୍କ ବେଶରେ ଗୋଟିଏ ଅନାଥ ପିଲା କେକ୍ କାଟିବା ଆଉ ଅନ୍ୟମାନେ ଆନନ୍ଦରେ ହାପି ବାର୍ଥଡେ ଟୁ କୃଷ୍ଣ ଗୀତ ଗାଉଥିବାର ଦୃଶ୍ୟ ।

      ସବୁରି ପାଟିରେ ଥିଲା କେକ୍ । ଖୁସିରେ ସମସ୍ତେ ହାତ ଧରାଧରି ହୋଇ ନାଚୁଥିଲେ ଆଉ ତାଙ୍କରି ଖୁସିର ତାଳେତାଳେ ନାଚୁଥିଲା ତାଙ୍କ ପୁଅ ଶିବୁ।

                


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Shaktiprava Mishra

Similar oriya story from Inspirational