ଜଳ ହିଁ ଜୀବନ
ଜଳ ହିଁ ଜୀବନ


ଦୁଇ ବର୍ଷ ତଳର କଥା ।ଗରମ ଦିନ ।ଟିଟିଲାଗଡରେ ୪୪ ଡିଗ୍ରୀ ତାପମାତ୍ରା ।ଭାରି ଗରମ ।ସମାଚାରରେ ଖାଲି ତାପମାତ୍ରାର କଥା । କେଉଁଠି କିଏ ଗରମରେ ଟଳି ପଡ଼ିଲାଣି କେଉଁଠି ଚାଷୀ ଏ ଗରମ ସହି ପାରୁନି ବୋଲି ଦୁଃଖର ଖବର । ଭଲ ଲାଗୁ ନ ଥାଏ । ସବୁ କଥା ଖବର ଶୁଣି ବସି ଥାଏ । ମହାପାତ୍ର ବାବୁ ଙ୍କ କଲ୍ ଆସିଲା । ବହୁତ ଦିନ ପରେ କଲ୍ କରିଛନ୍ତି ।ସେ ଆଉ ମୁଁ ଏକ ସହ ବଲାଙ୍ଗିରରେ ଜବ୍ କରୁଥିଲୁ । ତାପରେ ମୋର ବଦଳି ହୋଇଗଲା । ତାଙ୍କ କଲ୍ ଦେଖି ଖୁସି ଲାଗିଲା । ସେ ମୋତେ ସଙ୍ଗାତେ ଡାକୁ ଥାନ୍ତି । ସେଇ ତାପମାତ୍ରା ଆଉ ଖବର କଥା ଆଲୋଚନା ଚାଲିଥାଏ ।
ସେଇ ସମୟରେ ସେ ପଟେ ସେ ତାଙ୍କ ପୁଅଙ୍କୁ କଣ ପାଟି କରୁଥାନ୍ତି ।
ମୁଁ ପଚାରିଲି କଣ ହେଲା ସଙ୍ଗାତେ ....?
ସଙ୍ଗାତେ .... ଆରେ କିଛି ନା ।
ଏ ଇ ମୋ ପୁଅର ସବୁ ଦିନର କଥା ।କେତେ ତାକୁ ଆଉ କହିବି ..।
କଣ କହୁଛି ସେ ।
ସଙ୍ଗାତେ, ଆରେ ଏଡିକି ବକଟେ ପିଲା ।
-କାଇଁ କଣ କରିଲା କି ? ପଢୁନି କି ? ଏ ଥର ପରା ମାଟ୍ରିକ ପରୀକ୍ଷା ଦେବ ...।
ସଙ୍ଗାତେ ... ନା ନା ।ସେକଥା ନୁହେଁ । ପଢୁଛି ।ଭଲ ପଢେ ବି । ସବୁଦିନ ଗାଧୋଇ ଗଲା ବେଳେ ତାର ଫାର୍ସ ...।
କଣ କି ...?
ସଙ୍ଗାତେ .... ଏଇ ସାୱାର ନ ଦେଲେ ବାବୁ ଗାଧୋଇ ବେନି ।ବାଥିଂ ଟବ୍ ରେ ପସି ଗାଧେଇବା ଗୋଟେ ବଡ଼ ଅଭ୍ୟାସ କରି କରିସାରିଲାଣି ।
ଓହୋ ।ହଉ ଗାଧେଇ ଦେଉ ।
ସଙ୍ଗାତେ .... ଆରେ ନା ।ତୁମେ ବୁଝୁନ ସଙ୍ଗାତେ ।ସେ ସିନା ଗାଧେଇ ହେବ ।ଥରେ ଭାବିଲ ସବୁ ଆଡ଼େ ଜଳର କି ସମସ୍ୟା । ସେଇପାଇଁ ମୁଁ ସବୁଦିନ ତାକୁ ବୁଝାଇ କହୁଛି କମ୍ ପାଣିର ବ୍ୟବହାର କରିବା ଶିଖ , ହେଲେ ସେ କଣ ମାନୁଛି ।
ଓହୋ ।ଏହି କଥା । ଦେଲ ଟିକେ ଫୋନ ପୁଅକୁ ।
ସଙ୍ଗାତେ , ହଁ ଦେଉଛି ।ପୁଅ ପୁଅ .. । ନେଲୁ ଅଙ୍କଲ କଣ କହୁଛନ୍ତି ।
-ପୁଅ ଫୋନ ଧରିଲା । ଶୁଣ ପୁଅ । ତୁମେ ସିନା ଏତେ ପାଣି ନଷ୍ଟ କରି ଦେବ। କିଛି ନାହିଁ । ପାପା ଦେଇଦେବେ ପୁଣି ସୁଇଚ୍ ।ପାଣି full ହୋଇଯିବ ।ଜାଣିଛ ନା କିଛି ଲୋକ ଏ ଗରମରେ ପାଣି ଟିକକ ପାଇଁ ମାଇଲ ମାଇଲରାସ୍ତା ଯାଉଛନ୍ତି । ଚୁଆଁ ଖୋଳି ପାଣି ପିଉଛନ୍ତି । କେତେ କଷ୍ଟରେ ସେମାନେ ରହୁଛନ୍ତି । ମୁନ୍ଦିଏ ପାଣି ତାଙ୍କ ପାଇଁ ବହୁତ୍ କଷ୍ଟରେ ମିଳେ । ଭୂତଳ ଜଳ ବି ଦିନକୁ ସରିବାକୁ ଲାଗିଲାଣି ।ତେଣୁ ତୁମେ ପାଠ ପଢା ପିଲା ।ବୁଝି ପାରୁଥିଲା ଭଳି ଲାଗୁଛି । ପାଣି ନଷ୍ଟ କରନି ।
ପୁଅ ବୁଝିଗଲା ।ହଉ ଅଙ୍କଲ କମ୍ ପାଣିରେ ଗାଧେଇ ଦେବି ।
ସଙ୍ଗାତେ .... ଆଛା ସଙ୍ଗାତେ କଣ ବୁଝେଇ ଦେଲ ଯେ ପୁଅ ଏକା ଥରେ ବୁଝିଗଲା । ଯାହା ହେଉ ସେ ତ ବୁଝିଗଲା ।
ହଁ ପରା , ଯଦି ଦୁନିଆର ସମସ୍ତେ ଏମିତି ବୁଝି ଯାନ୍ତେ ତେବେ ଜଳର ଏତେ ବଦ୍ ଖର୍ଚ୍ଚ ହୁଅନ୍ତା ନି । ଜଳ ହିଁ ଜୀବନ ।ତାକୁ ଆମେ ବଞ୍ଚେଇରହିବା କଥା ।
ସଙ୍ଗାତେ .. ହଉ ମୁଁ ତେବେ ରହୁଛି ।ପରେ କେବେ କଥା ହେବା । ଫୋନ କଟିଗଲା ।
ସେ କଥା ଆଜି ମୋର ମନେ ପଡିଗଲା । ସତରେ ଜଳ ଆମ ପାଇଁ ଅମୃତ । ତା ବିନା ବଞ୍ଚିବା କଷ୍ଟ । ଅମୃତ ସମାନ ଜଳ ଆମ ପାଇଁ ।
ଜଳ ବିହୁନେ ସୃଷ୍ଟି ନାଶ , ଜଳ ବହୁଳେ ସୃଷ୍ଟି ନାଶ ।