ଜୀବନ ର ଅନୁଭୂତି
ଜୀବନ ର ଅନୁଭୂତି
ଏହି କଥା ଟି ମୋ ନିଜ ଅନୁଭୂତି ରୁ
କହୁଛି।ମୋ ଜୀବନ କୁ ମୁ ପ୍ରଭୁ ଜଗନ୍ନାଥ ଙ୍କୁ ଅର୍ପଣ କରିଛି।
ମୋ ଜୀବନ ,ମାନ ,ସମ୍ମାନ୍ ସବୁ ତାଙ୍କରି ଦାନ।ମୁ ଯାହା ପାଇଛି ସବୁ ମହା ପ୍ରଭୁ ଙ୍କ ପାଇଁ।ସେ ଲୀଳା ମୟ ଯୁଗେ ଯୁଗେ ଭକ୍ତ ଙ୍କ ସହ ଲୀଳା କରନ୍ତି।ମୋ ଜୀବନ ରେ ଅନେକ ଅନୁଭୂତି ରହିଛି ମହା ପ୍ରଭୁଙ୍କୁ ନେଇ, ସେଥିରୁ ଆଜି ଗୋଟିଏ କହୁଛି।
ସେ ଦିନ ଥିଲା ୨୦୧୯ ମସିହା ପବିତ୍ର ରଥ ଯାତ୍ରା।ମୁ ପ୍ରତି ବର୍ଷ ଭାବେ ପ୍ରଭୁ ଙ୍କ ଭଜନ ଟିଏ ଗାଇବି, ତାଙ୍କର ବଡ଼ ଦାଣ୍ଡ ରେ।
ହେଲେ ଦୀର୍ଘ ଦଶ ବର୍ଷ ହେଲା ସୁଯୋଗ କେବେ ମୁ ପାଏନି।ସବୁ ବେଳେ ମଞ୍ଚ ପାଖରେ ବସେ ପୁଣି ରାତି ଅଧିକ ହେଲେ ଫେରି ଆସେ।ମୋ ମନ ଭାରି ଦୁଃଖ ହୁଏ।
ସମସ୍ତେ ଗୀତ ଗାଇ ବହୁତ ଖୁସି ହୁଅନ୍ତି ।ହେଲେ ମୋ ଭାଗ୍ୟରେ ସେ ସୌଭାଗ୍ୟ ମିଳେନି।
୨୦୧୯. ମସିହା ରଥ ଯାତ୍ରା ଆଗରୁ ମୁ ଆମ ଘରେ ଥିବା ଜଗନ୍ନାଥ ଙ୍କ ଫୋଟୋ କୁ ଦେଖି କହିଲି ତୁମେ ଯଦି ସତରେ ଜଗନ୍ନାଥ
ହୋଇଥିବ ତା ହେଲେ ମୋ ମନ କଥା ବୁଝିବ, ମୋତେ ତୁମ ବଡ଼ ଦାଣ୍ଡ ରେ ତୁମରି ଆଗରେ ଗୀତ ଟିଏ ଗାଇବା ପାଇଁ ସୁଯୋଗ ଦେବ।
ଏତିକି ମନେ ମନେ ପ୍ରଭୁ ଙ୍କୁ କହିଥିଲି।ସେ ଦିନ ରଥ ଯାତ୍ରା ଥିଲା
ମୁ ସକାଳୁ ସକାଳୁ ଯାଇ ପହଁଞ୍ଚିଲି ଜଣେ କେସିଓ ବଜାଉ ଥିବା ଭାଇ ଙ୍କ ପାଖରେ। ତାଙ୍କୁ ସବୁ କଥା କହିଲି
ମୋତେ କେବେ ଗାଇବା ପାଇଁ ସୁଯୋଗ ମିଳୁନି ।ମୋର ଗୀତ ଗାଇବାକୁ ବହୁତ ଇଚ୍ଛା ଅଛି।
ସେ ମୋତେ ଭଲ ରେ ଜାଣି ନ ଥାନ୍ତି।କେମିତି କେଜାଣି ସେ ମୋ ପାଇଁ କହିଲେ ଆଜି ତୁମେ ନିଶ୍ଚୟ ଗୀତ ଗାଇବ ।ଆଜି ଯଦି ତୁମକୁ ଗୀତ ଗାଇବାକୁ ସୁଯୋଗ ନ ମିଳିବ
ମୁ ବାଜା ବାଜାଇବା ଛାଡି ଦେବି।
ତାଙ୍କର ଏହି କଥା ମୋ ପାଇଁ ଶୁଣି
ମୁ ଚକିତ ହୋଇ ଗଲି।
ସତ କୁ ସତ ମୁ ଅନେକ ଆଶା ନିରସା ମନ ରେ ରଖି ବାହାରିଲି।
ସେତେ ବେଳ କୁ ସନ୍ଧ୍ୟା ସାତ ଟା ହୋଇଛି। ସଂଗୀତ ଆରମ୍ଭ ହୋଇଲା। ମୁ ମୋ ନାମ ଲେଖି ବାକୁ
ଜଣକୁ କହିଲି, କେହି ମୋ ନା ଲେଖିଲେ ନାହିଁ।କିଛି ସମୟ ପରେ ସେ କାଯ୍ୟକ୍ରମ ର ଜଣେ ମୁଖ୍ୟ ଲୋକ ଆସିଲେ ,ମୁ ତାଙ୍କୁ ପ୍ରଣାମ କଲି ,ସେ ମୋ ସହ କେବେ ମିଶନ୍ତି ନାହିଁ।ମୋତେ ଦେଖୁ ଦେଖୁ କହିଲେ
ନା ଦେଲ, ମୁ କହିଲି ନା ଲେଖା ଯାଇନି।ସେ ମୋ ନା ଲେଖିବାକୁ ଜଣକୁ କହିଲେ ସେ ମୋ ନା ଟି ଲେଖି ଦେଲେ।ତା ପରେ ଯାହାର ନାମ ଡକା ହେଲା ସିଏ ଯାଇ ଗୀତ ଗାଇଲେ।ହେଲେ ମୋତେ କେହି ଡାକିଲେନି।ମୁ ସମସ୍ତଙ୍କୁ ବିନତି କଲି
ମୋ କଥା କେହି ଶୁଣିଲେନି।ମୋ ପାଇଁ ସେ କେସିଓ ଵାଲା ବି କହିଲେ କିନ୍ତୁ ମୋତେ କେହି ସୁଯୋଗ ଦେଲେନି,ବରଂ ଅନେକ କଥା କହି ମୋତେ ପରିହାସ କଲେ,ମୋତେ ବହୁତ ଦୁଃଖ ଲାଗିଲା।
ମୁ ଭାବିଲି ଆଉ ମୋତେ ସୁଯୋଗ. ମିଳିବନି ।ମୁ ନିରାଶ ହୋଇ ଘରକୁ ଯିବି।ସେତେ ବେଳେ ମହା ପ୍ରଭୁ ରଥ ଉପରେ ବସିଥାନ୍ତି।କିଛି ସମୟ ପରେ ତାଙ୍କର ପହଣ୍ଡି ହେବ ଆଡ଼ପ ମଣ୍ଡପକୁ ବିଜେ କରିବେ।ମୋର ଇଚ୍ଛା ଥାଏ ମୁ ମହା ପ୍ରଭୁ ଙ୍କ ଆଗରେ ଭଜନ ଟିଏ ଗାଇବି।
ମୋତେ କେହି ସୁଯୋଗ ଦେଲେନି।ମୁ ନିରାଶ ହୋଇ ଗଲି
ଶେଷରେ ମହା ପ୍ରଭୁ ଙ୍କୁ ଚାହଁି କହିଲି ପ୍ରଭୁ ମୋର ଇଚ୍ଛା ତୁମ ଆଗରେ ଗୀତ ଟିଏ ଗାଇବି ।ମୋତେ କେହି ସୁଯୋଗ ଦେଉନାହାନ୍ତି ।ପ୍ରଭୁ ମୋ ଉପରେ କୃପା କର ମୋତେ ଟିକେ ଗାଇବାକୁ
ସୁଯୋଗ ଦେବ।
ମୁ ଖାଲି ଏତିକି କହିଛି ସେ ପଟେ ମଞ୍ଚ ରେ ଜଣେ ଉପସ୍ଥାପକ ଘୋଷଣା କଲେ ବର୍ତ୍ତମାନ ମଞ୍ଚ ଉପରକୁ ଆସିବେ ଜଣେ ମହାନ ଗାୟକ।ତା ପରେ ମୋତେ ଯିବାକୁ କହିଲେ ମୁ ପ୍ରଭୁ ଙ୍କ ମହିମା ବୋଲି ଜାଣି ପାରିଲି।ତଥାପି କିଛି ଲୋକ ମୋତେ ଦେଖି ପରିହାସ କରୁଥାନ୍ତି।
ମୁ ମଞ୍ଚ ରେ ଠିଆ ହୋଇ ଆଖି ବନ୍ଦ କରି ଭଜନ ଟି ଗାଇଲି।
ଏହା ମୋର ନିଜ ଲେଖା ଗୀତ।
ଗୀତ ଟି ହେଲା ,"ବାଲି ରଥ ନୁହେଁ ମୋର ,ନନ୍ଦୀ ଘୋଷ ନୁହେଁ ମୋର ମୋ ଆତ୍ମା ରଥେ ତୁମେ ଆସ ଜଗନ୍ନାଥ "।
ଏହି ଗୀତ ଟି ମୁ ବହୁତ ଭାବ ବିଭୋର ହୋଇ ଗାଇଲି।
ତା ପରେ ଦେଖିଲି ମୋ ପ୍ରଭୁ ରଥରେ ସେତିକି ସମୟ ବସି ଥିଲେ ଯେତିକି ସମୟ ଯାଏ ମୁ ଗାଇ ନ ଥିଲି। ମୋତେ ଲାଗିଲା ଯେମିତି ମୋ ପ୍ରଭୁ ମୋ ଗୀତ ଶୁଣିବା ପାଇଁ ହୁଏ ତ ସେତିକି ସମୟ ବସି ରହିଲେ ରଥ ଉପରେ।
ମୁ ମଞ୍ଚ ତଳ କୁ ଖସିଲା ବେଳକୁ
ମୋ ପ୍ରଭୁ ବି ରଥ ତଳକୁ ଖସିଲେ ତା ପରେ ମହା ପ୍ରଭୁ ପହଣ୍ଡି କରି ଆଡ଼ପ ମଣ୍ଡପକୁ ବିଜେ କଲେ।
ସେହି କଥା ଆଜି ବି ମନେ ପଡିଲେ ମୁ ଭାବ ବିଭୋର ହୋଇ ଯାଏ।ମୋ ଜୀବନ ରେ ଏମିତି ଅନେକ ଅନୁଭୂତି ଅଛି। ମୁ ମହା ପ୍ରଭୁ ଙ୍କ ପାଖରେ ନିଜକୁ ସମର୍ପି ଦେଇଛି ।
