Neelamadhab Rath

Abstract Action Inspirational

3  

Neelamadhab Rath

Abstract Action Inspirational

ଜୀବନ ଓ ଯନ୍ତ୍ରଣା

ଜୀବନ ଓ ଯନ୍ତ୍ରଣା

2 mins
58


    ସନ୍ତୋଷ ସବୁ ଦିନ ପରି ସକାଳୁ ସକାଳୁ କର୍ମ କ୍ଷେତ୍ରକୁ ଚାଲିଯାଏ, ରୋଜଗାର କରିବାକୁ । ତେଲ ଲୁଣର ସଂସାର ତିନି ପ୍ରାଣି କୁଟୁମ୍ବ । ବିଦେଶ ରାଇଜ । ମୁଲ ଲାଗି ଯାହା କିଛି ରୋଯଗାର କରେ ସଂସାରଟା ହସ ଖୁସିରେ ଚଳିଯାଏ । ଗାଁ ରେ ଚାରି ଭରଣ ଜମି ଓ ଚାଳ ଛପର ଘର । ସନ୍ତୋଷର ବୁଢା ବାପ ମାଁ ରହନ୍ତି । କେବେ କେମିତି କାମରୁ ଫୁରୁସତ ମିଳିଲେ ଗାଁ ପଟେ ବୁଲିଆସେ । ହଁ ଗାଁ ରେ ବା' କରିଥାନ୍ତା କଣ ? ନା ମୁଲ ମିଳୁଛି ନା ଜମି ବେଶି ଅଛି ଯେ ଚାଷବାସ ଟରିବ । ଯେତିକି ଅଛି ସେତକ ବାପ ମାଁଙ୍କୁ ନିଅଣ୍ଟ । ରାଉତ ଘରକୁ ଜମିତକ ଭାଗ ଚାଷକୁ ଦେଇଛି ବାପା, କେଁଉ ତିରିଶି ବର୍ଷ ହେଲା ।

ଦିନ ଦି ପହର । ହଠାତ ଏକ ବାତ୍ୟା ମାଡି ଆସିଲା। ସାରା ସହର ଟା ଛିନ୍ ଛତର । ଇଲେକ୍ଟ୍ରି ପୋଲ କିଛି ଓପାଡି ଗଲା । ରାସ୍ତା ମଝିରେ ଗଛ ଭାଙ୍ଗି ରାସ୍ତା ଯାମ । ଯେମିତି ସେମିତି ଘର ପାଖରେ ପହଞ୍ଚିଲା । ଝଡରେ ଘରର ଚାଳଛପର ଆଉ ନାହିଁ । ଚାରି ବରଷର ଛୁଆକୁ ଧରି , କାଳିଆ ମାଁ ଖଣ୍ଡିଆ ଖାବରା ଆସବାବପତ୍ଳ ସଜାଡିବାରେ ବ୍ୟସ୍ତ ।

ସବୁକିଛି ନାରଖାର କରିନେଲା ବାତ୍ୟା ।ଆଉ ଏଠି ଚଳିବା ମୁସ୍କିଲ୍ । ମୁଣ୍ଡରେ ହାତଦେଇ ଲଥକରି ବସିପଡିଲା । ଭାବୁଥାଏ ଗାଁ କଥା । ସହରି ଜୀବନ ଆଉ ମଫସଲି ଜୀବନ । ଗାଁରେ ଥିଲେ କିଛିତ ଆଶ୍ରା ମିଳି ଥାନ୍ତା । କୋଉ ସ୍କୁଲ ଘରେ କି ମଠରେ ରାତିଟା ଆଶ୍ରା ନେଇଥାନ୍ତା । କିଏତ ସାହି ପଡିଶା ଭଲମନ୍ଦ ପଚାରି ଥାନ୍ତେ। ଏଠିତ ସହରି ମଣିଷ , ବସ୍ତି ବାସିନ୍ଦାଙ୍କ ଦୁଃଖ କିଏ ବୁଝିବ? ଏଇ ସହରଠୁ ସେହି ଗାଁଟା ଭଲ , ନା ବିଜୁଳୀର ଆବଶ୍ୟକତା ନା ପାଣିକଳ । ମନକୁ ମନ ବୁଝାଇ ପୁଣି ଗାଁ କୁ ଫେରିବାକୁ ନିଷ୍ପତ୍ତି କଲା ।

ସତରେ ଗାଆଁ ଚଳଣି ଓ ସହର ଚଳଣି ଜୀବନର ଗତିପତକୁ ବହୁତ ବଦଳାଇ ଦେଇଥାଏ । ସହର ଜୀବନର ଚାକଚକ୍ୟ ନା ଗାଁରେ ଥାଏ ନା ଗାଁର ସରଳ, ନିରାଡମ୍ବର ଜୀବନ, ଖୋଲା ପବନ ସହରରେ ମିଳେ।

ସମୟର କଷଟି ପଥରରେ କାହା ଜୀବନର ଗତିପଥ କେତେବେଳେ କେଉଁ ମୋଡ ନିଏ କହିବା ମୁଷ୍କିଲ୍ ।



Rate this content
Log in

Similar oriya story from Abstract