Gangotri Priyadarshini

Abstract Comedy Inspirational

3  

Gangotri Priyadarshini

Abstract Comedy Inspirational

ଜୀବନ ଏମିତି ନାଟକ ଟିଏ

ଜୀବନ ଏମିତି ନାଟକ ଟିଏ

3 mins
143


ଶ୍ରୀ ... ଶ୍ରୀ....ଆରେ ଶୁଣ ବାବା ,ଆ ମାେ ଧନଟା ପରା ଟିକେ ଶୁଣି ଯାଆ । କଣ କରିବି ଯେ ଏଇ ପିଲାକୁ ,ଏଡେ ବକଟେ ପିଲାଟା କେତେ ଦୁଷ୍ଟ ହଉଛୁ ।ସବୁ ବେଳେ ଖାଲି ଟିଭି ଆଉ ମୋବାଇଲ୍ । ଇଆଡ଼େ ନକଲେ ହେବନି କି ସିଆଡେ ନକଲେ ହେବନି । ଦୁଇଟା ହାତ ଜାଗାରେ କୋଡିଏ ହାତ ଦେଲେ ବି ଯୋଉ କାମ କୁ ସେଇ କାମ , ବଢିବ ସିନା କମିବ ନାହିଁ।

ଏ ମାଆ ଶିଖା ଯାଇକି ଟିକେ ଦେଖ ତ ଗେଟ୍ ପାଖରେ କିଏ ଵେଲ୍ ଦେଲା । ହଁ ମାଆ ମୁଁ ଦେଖୁଛି ,ଆପଣଙ୍କ ପୁଅ ଆସିଲେ ବୋଧେ ।

ଆଜି ଏତେ ଜଲଦି ଆସିଗଲ ଯେ ,ହଉ ଭଲ ହେଲା ଭିତରକୁ ଆସ । ସିଆଡେ ପୁଅ କୁ ଦେଖେ କୁଆଡେ ଗଲା ।

ଶିଖା ଶୁଣ ଟିକେ , ଆଜି ବେଶୀ କାମ ନଥିଲା ଯେ ପଳେଇ ଆସିଲି ଜଲଦି । ଚାଲୁନ ସମସ୍ତେ ମିଶି କୁଆଡେ ଗୋଟେ ବୁଲି ଯିବା ।

ନାଇଁ ବିଭୁ ମୁଁ ଏମିତି ରେ ବି ବହୁତ୍ ଥକି ଯାଇଛି , ପାଗଟା ବି ମେଘୁଆ ଲାଗୁଛି । ଶ୍ରୀ କୁ ଏମିତିରେ କୁଆଡେ ନେଇ ଯିବା । ତୁମେ ଯାଇ ଫ୍ରେସ୍ ହେଇ ଆସ , ମୁଁ ଟିକେ କଣ ଚାହା ,ଜଳଖିଆ ନେଇ ଆସୁଛି ,ତୁମେ ଖାଇନିଅ ତାପରେ ମିଶି ସମସ୍ତେ ଗପିବା ।

ଆଛା ଠିକ୍ ଅଛି କହି ବିଭୁ ଭିତରକୁ ଆସିଲେ ।ତାଙ୍କୁ ଶ୍ରୀ ଆଉ ବୋଉଙ୍କ ସହ ସମୟ ବିତେଇବା ଭାରି ପସନ୍ଦ ।ତିନି ଜଣ ଏକାଠି ହେଲେ ଟିଭି ରୁ ସବୁ କାର୍ଟୁନ୍ ବର୍ଷ ବର୍ଷ ଧରି ଦେଖୁଥିବେ । କାହାକୁ ଆଉ କହିବି ????

ଆମ ଘରେ ଛୁଟି ଦିନ ଗୁଡାକରେ କାର୍ଟୁନ୍ ଧାରାବାହିକ ର ଅଭିନୟ ହୁଏ , କେବଳ ମାେ ପୁଅକୁ ଖୁସି କରିବାକୁ । ଶ୍ରୀ ଆଜି ଯାଏ ଭଲରେ କଥା କହି ସିଖିନି ,ହେଲେ ତା ପ୍ରିୟ କାର୍ଟୁନ୍ ଧାରାବାହିକ ନଟିଆ କମେଡି , ଛୋଟା ଭୀମ ର ଚରିତ୍ର ର ଛୋଟ ଛୋଟ ଲୋକ ପ୍ରିୟ ଡାଇଲଗ ଆଉ ପ୍ରାୟ ପ୍ରତ୍ୟେକ ଚରିତ୍ର ର ନାଆଁ ମନେ ରଖିଛି ।

ଆମେ ବଜାର ଗଲେ ପ୍ରାୟ ଶ୍ରୀ ପାଇଁ କାର୍ଟୁନ୍ ଚରିତ୍ର ଥିବା ଚାବି ରିଂ ,ଡ୍ରେସ ,ଖେଳନା ତା ପାଇଁ ଖୋଜି ଖୋଜି ଆଣିବାକୁ ଭାରି ଭଲ ଲାଗେ । ଯେବେ ବି ଆମେ କାର୍ଟୁନ୍ ଅଭିନୟ କରି ଶ୍ରୀ କୁ ମଜାରେ କହୁ , ଶ୍ରୀ ତୁମେ ଛୋଟା ଭୀମ ଧାରାବାହିକ ରେ କାଳିଆ ହେବ ,ସେ ବୁଝି ରାଗି କୁହେ ନା ନା ଛୋଟା ଭୀମ ମୁଁ ,

,ମାେ ଶାଶୁ ଚୁଟକି ର ମାଆ ମାନେ ଲଡ଼ୁ ମେକର୍ ଟୁନ୍ ଟୁନ୍ ମାଉସୀ ଆଉ ଶ୍ରୀ ର ବାବା ଢୋଲକପୂର୍ ର ସମ୍ରାଟ ଇନ୍ଦ୍ର ବର୍ମା ଯେ କି ରାଜକୁମାରୀ ଇନ୍ଦୁମତୀ ଙ୍କ ପିତାଙ୍କ ଚରିତ୍ର ।ବାଃ କି ମଜା ହୁଏ ,ମୁଁ ତ ହସି ହସି ବେଦମ୍ ହେଇଯାଏ ,ଏସବୁ ଦେଖି ।ମାେ ପୁଅ କେବଳ କୁହେ ଲଡ଼ୁ ଲାଓ ,ପିଲା ମାନଙ୍କୁ ବହୁତ୍ ମାତ୍ରାରେ ଏ କାର୍ଟୁନ୍ ଚରିତ୍ର ସବୁ ପ୍ରଭାବିତ କରି ଥାନ୍ତି ।ସାହାସୀ ହେବା ,ବଡ଼ ମାନଙ୍କ କଥା ମାନିବା ,ପୌରାଣିକ ଜ୍ଞାନ ସମ୍ବନ୍ଧ ରେ ଅବଗତ ହେବା ଇତ୍ୟାଦି ।

ଛୋଟା ଭୀମ ର ସମସ୍ତ ଚରିତ୍ର ଯେମିତି , କାଳିଆ , ଢୋଲୁ ଗୋଲୁ , ଜଗୁ ,ରାଜୁ ଙ୍କ ଭିତରେ ଅତୁଟ ବନ୍ଧୁତ୍ୱ ,ସାହାଯ୍ୟ କରିବା ମନୋବୃତ୍ତି ପିଲା ମାନେ କଣ ଆମେ ମାନେ ବି ଭଲ ପାଉ ଦେଖିବାକୁ ।

ନଟିଆ ଚରିତ୍ର ବି ମୋର ବହୁତ ପ୍ରିୟ । ନଟିଆ ର ବରଯାତ୍ରୀ ମାର୍କୁଣ୍ଡି ନାଚ , ଇଞ୍ଜେକ୍ସନ ନେବା,ହାତୀ ପିଠି ରେ ବସିବା , ଆମ୍ବୁଲ ଚୋରି , ଶୁଆ ପାଳିବା ଏମିତି କାହିଁ ରେ କେତେ ମନ ମତାଣିଅା କାହାଣୀ । ନଟିଆ ଚରିତ୍ର ପ୍ରିୟ ଡ଼ାଏଲଗ୍ " ତମର ତ କଥା ବାର୍ତ୍ତା ଠିକ୍ ନାଇ ଆଉ " ।

ମଣିଷ ନିଜ ବ୍ୟସ୍ତତା ଭିତରେ ଏମିତି ହିଁ ନିଜକୁ ଟିକେ ଖୁସି କରିବା ପାଇଁ ଏପରି କାର୍ଟୁନ୍ ର ସାହାରା ନେଇଥାଏ ।

ମଣିଷ କୋଉଠି ନା କୋଉଠି ଏଇ ଚରିତ୍ର ମାଧ୍ୟମରେ ନିଜ କୁ ଖୋଜୁଥାଏ । ଏମିତି ହିଁ ଜୀବନ ,ଅଭ୍ନୟ ଦୃଷ୍ୟପଟ ରେ କେତେବେଳେ ଜୀବନ ଗାଡି ଆଗକୁ ଗଡ଼ି ଚାଲେ ଜଣା ପଡେନି ।



Rate this content
Log in

Similar oriya story from Abstract