STORYMIRROR

Bidyut lata Mishra

Inspirational

4.9  

Bidyut lata Mishra

Inspirational

ଜିଦ

ଜିଦ

2 mins
14.6K


ଚଳ ଚଞ୍ଚଳ ହରିଣୀ ପରି ଏ ଘରକୁ ସେ ଘର ଦୌଡିଯାଉଥାଏ ସ୍ୱପ୍ନା। ଅଵଶ୍ୟ ତାର ଜିଦ୍ ଖୋର୍ ଗୁଣଟି ତାର ମାଆଙ୍କ ଠୁ ଆଣିଛି।କିନ୍ତୁ ବାପା ଙ୍କର ଅତି ଅଲିଆଳି।ମା ଙ୍କର ଏକା ଜିଦ ପିଜି ତ ସରିଲା ଏଥର ହାତ କୁ ଦିହାତ କଲେ କାମ ସରେ।ସ୍ଵପ୍ନା କିନ୍ତୁ ତାର ଜିଦ ରେ ଅଟଳ ପ୍ରଥମେ ଚାକିରୀ ତାପରେ ବିବାହ।ଶେଷ ରେ ତାହା କଥା ହିଁ ହେଲା.......

କଲେଜରେ ଅଧ୍ୟାପିକା ଭାବେ କର୍ମମୟ ଜୀବନ ଆରମ୍ଭ କରିବାର କେଇ ବର୍ଷ ପରେ ନିଜ ଇଛା ରେ ସୌରଭ ଙ୍କୁ ପସନ୍ଦ କରିଥିଲା ଜୀବନସାଥୀ ରୂପେ।ସବୁ ଜିଦ ଭଳି ଏଇ ଜିଦ କୁ ବି ବାପା କୌଣସି ଆପତ୍ତି ନକରି ମ।ନିନେଲେ ବ୍ୟୋମକେଶ ବାବୁ।

ବିବାହ ର ଅଳ୍ପଦିନ ପରେ ଶଶୁର ଙ୍କ ରକ୍ଷଣଶୀଳ ମନୋଭାବକୁ ସମ୍ମାନ ଜଣାଇ ସ୍ବପ୍ନ। ନିଜ କର୍ମମୟ ଜୀବନ ଯବନିକା ପକାଇ ଥିଲା।

କେବଳ ଚାକିରୀ ନୁହେଁ ଏକ ସୁନ୍ଦର ଘର ସୁନ୍ଦର ପାଠାଗାର,ସଙ୍ଗୀତମୟ ପରିବେଶ ସୃଷ୍ଟି ପାଇଁ କିଛି ଶୁନଶାନ ଜାଗା ,ମେଳାପୀ ଶାଶୂ ଶଶୁର ଆଊ । ନା ସବୁ................

ଆଜି କିନ୍ତୁ ସ୍ୱପ୍ନା ପୁଣି ଚଳ ଚଞ୍ଚଳ ବାପା ଦୀର୍ଘ ଏକ ବର୍ଷ ପରେ ଆଜି ଆସିବେ।ସମୟ,ପରିସ୍ଥିତି,ପରିବେଶ, ଏଇଇ ସ୍ୱପ୍ନା କୁ କେତେ ପରିବର୍ତ୍ତନ କରି ଦେଲସ ସତେ।ଟିକେ ଫୁଟଣ ଛୁଙ୍କ ରେ ବୋଉ ଉପରେ ରାଗି ତଅମତମ ହଉଥିବ ସ୍ୱପ୍ନା ପକ୍କା ଗୃହିଣୀ ପରି କେତେ ରକମ ରୋଷେଇ ଜରୁଥାଏ। କଲିଂ ବେଲ ବାଜିଲା ଅରେ ସମୁଦି ଯେ କେତେ ଦିନରେ ଆସିଲେ ଝିଅ ଫୋନ କରିଥିଲା କି??ସୌରଭ ନାହାନ୍ତି ??ବାବା ଆସିବେ ଜାଣି ବି ସେ କଲେଜ ଚାଲିଗଲେ।

ଅରେ ତୁ ଯାଇନୁ ସ୍ୱପ୍ନା?? ନା ବାପା ଚାକିରୀ ବହୁତ ବିରକ୍ତି କର ଝିଅ ପିଲା ଘର ସମ୍ଭାଳିଲେ ଭଲ। ମୁ resign କରିଦେଲି ।ଦୁଇଘଣ୍ଟାର ରହଣୀ ଭିତରେ ବ୍ୟୋମକେଶ ବାବୁ ଲକ୍ଷ୍ୟ କରୁଥାନ୍ତି ଝିଅକୁ ମଥାର ସିନ୍ଦୂର ଆଉ ହାତର ଶଙ୍ଖା । ଝିଅକୁ କେତେ ବଡ କରିଦେଇଛି ପାଣି ହାତ ହୋଉନଥିବା ଝିଅ ତାଙ୍କର ଆଦର୍ଶ ବୋହୁ ହୋଇପାରିଛି। ସ୍ୱାଧିନଚେତା ଝିଅର ଅସ୍ୱାଭାବିକ ପରିବର୍ତ୍ତନ ।

ବାବା କନ୍ୟାଦାନ କରିଛନ୍ତି ତେଣୁ ନାତି ମୁଁହ ନଦେଖିଲା ଯାଏ ଝିଅ ଘରେ ଜଳ ସ୍ପର୍ଶ କରିବେନି କହି ଫେରିଯାଉଥିଲେ। ଅଭିମାନରେ ସ୍ୱପ୍ନା ର ଆଖି ରୁ ଝରିଯାଉଥାଏ ସ୍ୱପ୍ନାର ଜିଦ କୁ ବାପା କେବେ ଭାଙ୍ଗନ୍ତିନି । ଜାଣି ସୁଧା ସ୍ୱପ୍ନା କରିପାରିନଥିଲା। ......ଜିଦ

ବିଦ୍ୟୁତଳତା ମିଶ୍ର

ଶିକ୍ଷୟିତ୍ରୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational