ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଜହ୍ନମାମୁଁ -୯

ଜହ୍ନମାମୁଁ -୯

3 mins
7.4K


ଶିବ ପୁରାଣ - ୧


ଥରେ ପାର୍ବତୀ ବିଷ୍ଣୁଙ୍କ ପାଖକୁ ଯାଇ କହିଲେ “ଭାଇ, ଶିବଙ୍କୁ ଗଜାସୁର ନିଜ ହୃଦୟରେ ଲିଙ୍ଗ ରୂପରେ ଲୁଚାଇ ରଖିଛି । ତାଙ୍କୁ କୈଳାସ ଫେରାଇ ଆଣିବା ପାଇଁ କିଛି ବ୍ୟବସ୍ଥା କରନ୍ତୁ ।”

ଶ୍ରୀବିଷ୍ଣୁ ତାଙ୍କୁ ସାନ୍ୱନା ଦେଇ କହିଲେ, “ଭଉଣୀ, ମୁଁ ଖୁବ୍ ଅଳ୍ପ ଦିନରେ ତୁମ ଦୁଃଖ ଦୂର କରିବି ।” ତା’ପରେ ସେ କୈଳାସ ଓ ପାର୍ବତୀଙ୍କୁ ରକ୍ଷା କରିବା ଲାଗି ଗଣମାନଙ୍କୁ ନିଯୁକ୍ତ କରି ରୁଦ୍ରଗଣଙ୍କୁ ସାଥିରେ ଧରି ସ୍ୱର୍ଗକୁ ଗଲେ । ସେଠାରୁ ଦେବତାମାନଙ୍କୁ ସଙ୍ଗରେ ଧରି ଛଦ୍ମବେଶରେ ଯାଇ ଶୋଣିତପୁରରେ ପହଁଚିଗଲେ ।

ମନେ ମନେ ବିଷ୍ଣୁ ନାନା ଉପାୟ ପାଂଚିଲେ । କି ପ୍ରକାର ଘଟଣା ସୃଷ୍ଟି ହେବ ଯେଉଁଥିରେ ଭୋଳାନାଥ ଶବ ଗଜାସୁର ଦେହରୁ ବାହାରି ଆସିବେ ଓ ଗଜାସୁର ମରିବ; ଅଥଚ ସବୁ କିଛି ଶାନ୍ତିପୂର୍ଣ୍ଣ ଭାବରେ ହେବ । ଅନେକ ଭାବି ଭାବି ସେ ଏକ ଉପାୟ ସ୍ଥିର କଲେ । ସେହି ଅନୁସାରେ ରୁଦ୍ରଗଣଙ୍କୁ ଓ ଦେବତାମାନଙ୍କୁ କାର୍ଯ୍ୟ କରିବାକୁ ସେ ଆଦେଶ ଦେଲେ । ସେମାନେ ସମସ୍ତେ ଏକ ବାଦ୍ୟକାର ଓ ନୃତ୍ୟକାର ଦଳ ବାନ୍ଧି ଗଜାସୁରର ରାଜନଅର ଆଡେ ଚାଲିଲେ ।

ନନ୍ଦୀ ଏକ ଷଣ୍ଢ ହୋଇଥାନ୍ତି । ବିଷ୍ଣୁ ତାକୁ ନଚେଇବାବାଲା କେଳା । ଅନ୍ୟ ଦେବତା ଓ ରୁଦ୍ରଗଣମାନେ ବିଭିନ୍ନ ବାଦ୍ୟକାରୀ ସାଜି ସାଙ୍ଗରେ ଚାଲିଥା’ନ୍ତି । ଏପରି ଏକ ନୂତନ ପ୍ରକାରର ନୃତ୍ୟବାଦ୍ୟ ଦଳ ଦେଖି ଗଜାସୁର ତାଙ୍କୁ ନିଜ ନଅର ମଧ୍ୟକୁ ଡାକିନେଲା । ସେଠାରେ ଏମାନେ ସମସ୍ତେ ଶିବସ୍ତୋତ୍ର ଗାନ କଲେ ଓ ଷଣ୍ଢ ସେଠାରେ ନାଚିଲା ।

ଏଣେ ଗଜାସୁରର ହୃଦୟସ୍ଥ ଶିବ ନିଜର ସ୍ତ୍ରୋତ୍ର ଶୁଣି ଅତି ଆନନ୍ଦରେ ଫୁଲିବାକୁ ଲାଗିଲେ । କ୍ରମେ ଗଜାସୁରର ନିଶ୍ୱାସ ନେବାରେ କଷ୍ଟ ହେଲା । ସେ ଜାଣିପାରିଲା ତା’ର ମୃତ୍ୟୁ ସୁନିଶ୍ଚିତ । ସେ ଧୀର ଭାବରେ ଶିବଙ୍କୁ ପ୍ରାର୍ଥନା କଲା, “ହେ ପରମେଶ୍ୱର, ମୋତେ ରକ୍ଷା କର ।” ଶିବ ଭିତରେ ଥାଇ କହିଲେ, “ତୋର ମୃତ୍ୟୁ ସୁନିଶ୍ଚିତ । ଏବେ କିଛି ବର ମାଗି ନେ ।”

ଗଜାସୁର ପ୍ରାର୍ଥନା କଲା “ହେ ପରମେଶ୍ୱର ମୋର ଶିର ଯେପରି ସର୍ବଦା ବନ୍ଦନୀୟ ରହିବ । ମୋର ଚର୍ମ ଆପଣ ନିଜେ ଧାରଣ କରିବେ ଓ ମୋତେ ପୁନର୍ଜନ୍ମରୁ ନିଷ୍କୃତି ଦେବେ ।”

ଗଜାସୁର ଶିବଙ୍କର ପରମ ଭକ୍ତ ଥିଲା । ତେଣୁ ଗଜାସୁରର ପ୍ରାର୍ଥନା ପୂରଣ କରିବା ପରେ ସେ ଗଜାସୁରର ପେଟ ଚିରି ବାହାରକୁ ବାହାରି ଆସିଲେ । ଏପରି ଏକ ଅଭିନବ ଉପାୟରେ ଗଜାସୁରର ଯେ ମୃତ୍ୟୁ ହେବ ସେକଥା କେହିବି କଳ୍ପନା କରିପାରି ନଥିଲେ । ଗଜାସୁରର ଅଚାନକ ମୃତ୍ୟୁ ଦେଖି ତା’ର ବନ୍ଧୁ କୁଟୁମ୍ବ ଓ ସୈନ୍ୟଦଳ ଦେବତାମାନଙ୍କର କୁଟନୀତି ବିଷୟ ବୁଝିଗଲେ ଓ ସଙ୍ଗେ ସଙ୍ଗେ ଯୁଦ୍ଧ କରିବାକୁ ପ୍ରସ୍ତୁତ ହେଲେ । ତୁମୁଳ ଯୁଦ୍ଧ ଲାଗିଲା । କହିବା ବାହୁଲ୍ୟ ସେ ଯୁଦ୍ଧରେ ସମସ୍ତ ଅସୁର ନିହତ ହେଲେ । ବାକି ଅଳ୍ପ କେତେଜଣ ନିଜର ଜୀବନ ଧରି ସେଠୁ ପଳାଇଗଲେ ।

ତା’ପରେ ସେମାନେ କୈଳାସ ଫେରିବେ, ଇତିମଧ୍ୟରେ ଜଣେ ପ୍ରଥମେ ଯାଇ ଏହି ସୁଖବର ପାର୍ବତୀଙ୍କୁ ଦେଇ ଦେଇଛି । ପାର୍ବତୀ ଖୁସିରେ ସ୍ନାନ କରିବାକୁ ଗଲେ । ସ୍ନାନ କରିସାରି ସମସ୍ତଙ୍କୁ ସ୍ୱାଗତ କରିବେ । ସ୍ନାନ ପୂର୍ବରୁ ସେ ଗଣମାନଙ୍କୁ ଦ୍ୱାରରେ ନିଯୁକ୍ତ କଲେ ଓ ଗଣେଶ ସେମାନଙ୍କର ଅଧିପତି ହେଲେ ଯାହାଙ୍କୁକି ମାତା ପାର୍ବତୀ ନିଜର ଦିବ୍ୟ ଶରୀରରୁ ଉତ୍ପନ୍ନ କରିଥିଲେ ।

ପାର୍ବତୀ ସ୍ନାନ କରିବାକୁ ଯିବା ସମୟରେ ଗଣମାନେ ତ ଦ୍ୱାରରକ୍ଷା କରୁଥା’ନ୍ତି । ଏହି ସମୟରେ ରୁଦ୍ରଗଣ ଆସି ପହଁଚିଲେ । ପାର୍ବତୀଙ୍କ ଗଣମାନେ ଦ୍ୱାର ଖୋଲି ସେମାନଙ୍କୁ ପ୍ରବେଶ କରିବାକୁ ଦେଲେ ନାହିଁ । ଫଳରେ ସେ ଦୁଇ ଦଳଙ୍କ ମଧ୍ୟରେ ଘୋର୍ ଯୁଦ୍ଧ ହେଲା । ଅନେକ ମଲେ ଓ କେତେକ ଫେରିଯାଇ ଶିବଙ୍କୁ ସବୁ ଜଣାଇଲେ ।

ଏଇ ସମୟରେ ସେଠାରେ ନାରଦ ଆସି ପହଁଚିଲେ । ସେ କହିଲେ, “ପରମେଶ୍ୱର! ଏ କ’ଣ ହେଲା? ପାର୍ବତୀଙ୍କ ଦ୍ୱାରପାଳମାନେ ଏତେ ଗର୍ବୀ ଯେ ରୁଦ୍ରଗଣଙ୍କୁ ମଧ୍ୟ ମାରି ପକାଇଲେ ।” ତାଙ୍କର ଏଭଳି କଥା ଶିବଙ୍କୁ ବହୁତ ଅପମାନ ବୋଧ ହେଲା । ସେ ଗଣମାନଙ୍କୁ ମାରି ଦେବାକୁ ତ୍ରିଶୁଳକୁ ଆଦେଶ ଦେଲେ । ତ୍ରିଶୁଳ ଯାଇ ସେହିକ୍ଷଣି ସବୁ ଗଣଙ୍କୁ ମାରିଦେଲା ।

ଏସବୁ କଥା ଦେଖି ପାର୍ବତୀ ଶୋକରେ ଅଧିର ହୋଇ ପଡିଲେ । କାରଣ ଗଣମାନେ ତାଙ୍କର ପୁତ୍ରସମ ପୁଣି ଗଣର ଅଧିପତି ଖୋଦ୍ ତାଙ୍କର ନିଜ ପୁତ୍ର । କିନ୍ତୁ ଶିବ ତ ଆଉ ଏସବୁ କଥା ଜାଣି ନଥା’ନ୍ତି ।

ଏବେ ଗଣମାନେ ନିହତ ହେବା ପରେ ଦ୍ୱାରରେ କେହିବି ଆଉ ରକ୍ଷୀ ନଥା’ନ୍ତି । ଶିବ ଓ ବିଷ୍ଣୁ ଅବାଧରେ ଓ ଆନନ୍ଦରେ ପ୍ରବେଶ କଲେ । ଭିତରେ ପାର୍ବତୀଙ୍କୁ ଶୋକମଗ୍ନା ଦେଖି ବିଷ୍ଣୁ କହିଲେ, “ଭଉଣୀ ତୁମକୁ ଖୁସି କରିବା ପାଇଁ ତୁମରି କଥା ଅନୁସାରେ ମୁଁ ସବୁ କଲି । ଗଜାସୁରର ମୃତ୍ୟୁରେ ଯେତେବେଳେ ତିନିଲୋକ ଆନନ୍ଦିତ ସେତେବେଳେ ତୁମେ କାହିଁକି ଶୋକମଗ୍ନା । କାରଣ କୁହ ମୁଁ ତୁମର ସେ କଷ୍ଟ ଦୂର କରିବି ।”



Rate this content
Log in

Similar oriya story from Classics