Bidulata Sahoo

Inspirational

3  

Bidulata Sahoo

Inspirational

ଝିଅ

ଝିଅ

1 min
268


ଆଜି ଡାଇରି ଲିଖନର ଅନ୍ତିମ ଦିବସ | ଜୀବନଟା ହିଁ ଏକ ଡାଇରି | ଆମ ଜୀବନରେ ପ୍ରତ୍ୟେକ ଦିନ କିଛି ନା କିଛି ଘଟଣା ଘଟେ, ଆଉ ସେସବୁକୁ ସଜେଇ ଲେଖିଦେଲେ ସେ ହୋଇଯାଏ ଡାଇରି | 

ଏଇ 30 ଦିନ ଡାଇରିଲିଖନକୁ ମୁଁ ମୋର କେତେକ ଅନୁଭୂତିରେ ହିଁ ସଜେଇଛି | କିଛି କାଳ୍ପନିକ କି ମନଗଢା କଥା ନୁହେଁ | ଜାଣେନି ଏହା କେତେଦୂର ପାଠକମାନଙ୍କ ମନକୁ ଛୁଇଁ ପାରିବ | 

ଏବେ ଏବେ ମାଟ୍ରିକ ରେଜଲ୍ଟ ବାହାରିଛି | ଆମ ଘର ପାଖରେ ହରିର ଘର | ସେ ଜଣେ ସଉଦା ଦୋକାନୀ | ତାର ଦୁଇଟି ଝିଅ ଓ ଗୋଟିଏ ପୁଅ | ବଡ ଝିଅ ରାନୁ | ଏ ବର୍ଷ ମାଟ୍ରିକରେ 92 ପର୍ସେଣ୍ଟ ନମ୍ବର ରଖି ପାସ୍ କରିଛି | ତାର ଭାରି ଇଚ୍ଛା ସେ କଲେଜରେ ବିଜ୍ଞାନ ପଢିବ | 

କିନ୍ତୁ ହରି ରାଜି ହେଉନି | ସେ କହୁଛି ଏତ ଝିଅଟା, ଆର ବର୍ଷକୁ ତା ପୁଅଟି ମାଟ୍ରିକ ପାସ୍ କରିବ | ସେ ତାକୁ ବିଜ୍ଞାନ ପଢାଇବାକୁ ଚାହୁଁଛି | ଦୁଇଜଣଯାକ ବିଜ୍ଞାନ ପଢିଲେ ଖର୍ଚ୍ଚ ଅଧିକ ହେବ | ତେଣୁ ସେ ରାନୁକୁ କଳା ପଢିବାକୁ କହୁଛି | 

ଝିଅଟି ଆସି ମୋତେ ଏକଥା କହି କାନ୍ଦିଲା | ମୁଁ ହରିକୁ ଡାକି ବୁଝାଇଲି | କହିଲି ଦେଖ ଝିଅଟା ଏତେ ଭଲ ରେଜଲ୍ଟ କରିଛି | ପୁଅ କଣ କରିବ ତମେ ଜାଣିନ | ତେଣୁ ପୁଅ ପଢିବା ପାଇଁ ଝିଅ ପଢାକୁ ବନ୍ଦ କରିବା ଉଚିତ ହେବନି |ଆଜିକାଲି ଝିଅମାନଙ୍କ ପାଇଁ ଅନେକ ସୁବିଧା ଅଛି | ପୁଅଝିଅରେ ଆଉ କଣ ପ୍ରଭେଦ ଅଛି ? ତୁମେ ଝିଅକୁ ପଢାଅ ସୁବିଧା ଅସୁବିଧାରେ ମତେ କହିବ | ମୁଁ କିଛି ସାହାଯ୍ୟ କରିବି | 

ହରି ରାଜି ହେଲା | ତା ଝିଅର ମୁହଁରେ ହସ ଫୁଟି ଉଠିଲା | 



Rate this content
Log in

Similar oriya story from Inspirational