ଝିଅ ଟିଏ
ଝିଅ ଟିଏ
ଯାତ୍ରାପାର୍ଟି କଳାକାର ହିସାବରେ କିଛି ଲୋକ ତାକୁ ଘୃଣା ଚକ୍ଷୁରେ ଦେଖୁଥିଲାବେଳେ ଆଉ କିଛି ଜଣଙ୍କର ସେ ପସନ୍ଦ ଅଭିନେତ୍ରୀ ବନିଯାଇଥିଲା । ସେ ଆମ ଅଜାଘରେ ପାଖରେ ରହେ, ତା ବାପା ମା ଙ୍କର ଚାରି ପୁଅ ରେ ସେ ଗୋଟିଏ ଝିଅ ଅଟେ । ତେଣୁ ପରିବାର ରେ ଭାରି ଗେଲବସର, ସବୁଠୁ ସାନ ଓ ଶାନ୍ତ ପ୍ରକୃତିର ଥିଲା। କ୍ରମଶଃ ବଡ଼ ହେଲାପରେ ନାଚ, ଗୀତ, ଡ୍ରାମା ଲାଇନ୍ ତାକୁ ଅଧିକ ଆକର୍ଷିତ କରିଥିଲା ।
ଦିନେ ଚାରିଆଡେ ହୁରି ପଡ଼ିଲା ସେ ଯାତ୍ରା ପାର୍ଟିର ଗୋଟିଏ ଟୋକା ସହିତ ପଳେଇ ମନ୍ଦିରରେ ବାହା ହୋଇ ପଡ଼ିଛି । ମାଆ ବାପା ବହୁତ କାନ୍ଦିଲେ, ଭାଇମାନେ ବହୁତ ଖୋଜିଲେ କିନ୍ତୁ ପାଇଲେନି କି ବଦନାମ ଭୟରେ ପୋଲିସକୁ କହିଲେନି । କିଏ କିଏ କହନ୍ତି ଝିଅ ନାବାଳିକା, ଭାଇମାନେ କିନ୍ତୁ ରାଗିକି ଆଉ ଖୋଜିଲେ ନାହିଁ
ଆସ୍ତେ ଆସ୍ତେ ସମସ୍ତେ ଭୁଲିବାକୁ ଆରମ୍ଭ କଲେ କିନ୍ତୁ ମାଆ ବାପା ଝୁରି ହେଉଥାନ୍ତି । ସମୟ ଅନୁସାରେ ପୁଅମାନେ ବାହାତୋଳା ହୋଇ ସାଂସାରିକ ଜଞ୍ଜାଳ ଭିତରେ ବୁଡ଼ି ଗଲେ ।
ଆମେ ପ୍ରତି ମାସରେ ଥରେ ଅଜାଘର ଯାଉ,
ମୁଁ ତାଙ୍କ ଘର କଥା ମାଉସୀ ଠାରୁ ଶୁଣିଲି, ସେ କହିଲେ ତାଙ୍କ ଝିଅର କିଛି ଖୋଜ ଖବର ନାହିଁ । କୋଉ ଯାତ୍ରା ପାର୍ଟିରେ ନାଚୁଥିଲା ଏବେ କୋରୋନା କାଳରେ ସବୁ ଧନ୍ଦା ବନ୍ଦ ବୋଲି ତାଙ୍କ ପାଖଘର ଝିଅ କହୁଛି । ମୁଁ ଜାଣି ପାରିଲି ସେ ଏହି ସାଂଗ ସହିତ ଫୋନ୍ ରେ ଯୋଗାଯୋଗ ରଖିଛି କିନ୍ତୁ ଏହି ଝିଅ କାହାକୁ ଜଣଉନି, ବୋଧେ ସେ ମନା କରିଥିବ । ମୁଁ ମାଉସୀଙ୍କୁ କହିଲି କି ଭାଇଗୁଡାମ?
ଭଉଣୀ ଯଦି ସ୍ବଇଚ୍ଛାରେ ବିବାହ କଲା ଏବେ ଏତେ ଦିନ ହେଲାଣି ଘରକୁ ଡାକୁନାହାନ୍ତି କାହିଁକି? ମାଉସୀ ମୋତେ କହିଲା ତୁ ହେଲୁ ସକଳ ଚିନ୍ତା ବାଇମୁଣ୍ଡି...ତୋର କ'ଣ ଯାଉଛି ? ମୁଁ ହସିଦେଇ ନୀରବ ରହିଲି ।
ଦିନେ ଫେସବୁକ ରେ ଏକ ଭିଡିଓ ଦେଖିଲି.. ମାଆ ବାପାଙ୍କୁ ସନ୍ତାନ ମାନେ ବାଡ଼େଇ ଘରୁ ବାହାର କରିଦେଇଛନ୍ତି । ସମ୍ପତ୍ତି ହେଲା କାଳ, ଭାଇ ମାନେ ଏକାଠି ହୋଇ ଏହି ଘୃଣ୍ୟ କାମ କରିଛନ୍ତି । ପିତାମାତା ରାଜ ରାସ୍ତାରେ ଭିକ୍ଷା ମାଗୁଛନ୍ତି, ଶରୀରରେ ବଳ ବୟସ ନାହିଁ । ଠିକ୍ ଭାବରେ ଚଲା ବୁଲା କରିବାକୁ, ମୁଁ ଦେଖିଲି ମିଡ଼ିଆ ସବୁ ପଚାରୁଥାଆନ୍ତି । ମଉସା ମାଉସୀ ଏହି ଅବସ୍ଥାରେ କଣ ପାଇଁ? କାରଣ ଏହି ସମୟର ବାତାବରଣ ବହୁତ କ୍ଷତିକାରକ, ସେମାନେ କୋହୋଭରା ହୋଇ ପୁଅମାନଙ୍କର ଅତ୍ୟାଚାର ବିଷୟରେ କହୁଥିଲେ କିପରି ଖାଇବାକୁ ପିଇବାକୁ ଦେଉନଥିଲେ, ହାତ ଭି ଉଠଉ ଥିଲେ । ମୁଁ ଭିଡିଓ ରୁ ସେମାନଙ୍କ ଅବସ୍ଥା ଦେଖି ଆଶ୍ଚର୍ଯ୍ୟ ଓ ଦୁଃଖିତ ଥିଲି ।
କିଛି ଦିନ ପରେ ଖବର ପାଇଲି ତାଙ୍କର ଝିଅ
କେନ୍ଦ୍ରାପଡ଼ାରେ ରହେ, ଦୁଃଖ ସୁଖ ରେ ସ୍ବାମୀ ସନ୍ତାନ ସହିତ ଛୋଟ ଜଳଖିଆ ଦୋକାନ କରି ଚଳୁଥିଲେ, । କୋରୋନା ପାଇଁ ଯାତ୍ରା ସହିତ ଏହି ଦୋକାନ ଭି ବନ୍ଦ ହୋଇଯାଇଛି । ଖାଲି ଶଶୁର ଶିକ୍ଷକ ଅଟନ୍ତି ତେଣୁ ତାଙ୍କର ରୋଜଗାର ରେ ସଂସାର ଟି ଏକ ପ୍ରକାର ଚଳିଯାଉଛି । ସେ ଏହି ଭିଡିଓ ଟି ଦେଖିଲା ବହୁତ କାନ୍ଦିଲା, ବାପା ମାଆ ଭାଇମାନଙ୍କୁ କେତେ କଷ୍ଟରେ ମଣିଷ କରିଛନ୍ତି । ଛଅ ବଖରା ଘର ମଧ୍ୟ କରିଛନ୍ତି , ଭାଇମାନଙ୍କର ଇଲେକ୍ଟ୍ରି ଦୋକାନ ଅଛି, ମିଶିକି ବ୍ୟବସାୟ କରନ୍ତି, ସେମିତି ଚଳିବାକୁ ଅସୁବିଧା ନାହିଁ । ସମ୍ପତ୍ତି ପାଇଁ ପିତା ମାତାଙ୍କୁ ବାହାର କରିଦେଲେ ? କି ଲଜ୍ୟା ର ବିଷୟ, ସେ ସ୍ବଇଚ୍ଛାରେ ଲୁଚିକି ଆସି ବିବାହ କରିଥିବାରୁ ଡରରେ
ଘର ସହିତ ସମ୍ପର୍କ ରଖିନଥିଲା କିନ୍ତୁ ଆଉ ଡରିବନି କହି
ମାଆ ବାପା ପାଖରେ ପହଞ୍ଚିଲା । ପିତା ମାତା ତାଙ୍କ ଜୀବନ ଧନକୁ ଦେଖି ଭୋ ଭୋ ହୋଇ କାନ୍ଦି କୁଂଢ଼େଇ ପକେଇଲେ । ଝିଅ ଜୋଇଁ ତାଙ୍କୁ ସାଙ୍ଗରେ ନେଇ ନିଜ ଘରକୁ ଆସିଲେ ।
ମୁଁ ବହୁ କଷ୍ଟରେ ଖୋଜି ତାର ଫୋନ୍ ନମ୍ୱର୍ ପାଇ ଯୋଗାଯୋଗ କଲି, ସେଠୁ ଜାଣିଲି ତା ପିତାମାତା
ବହୁତ ଖୁସିରେ ତା ସହିତ ଅଛନ୍ତି । ସେ ନିଜ ଶାଶୁ ଶ୍ୱଶୁର ସହିତ ବାପା ମାଆଙ୍କୁ ପାଇ ଭାରି ଖୁସି, କାରଣ ଏମାନେ ହିଁ ପ୍ରକୃତ ଭଗବାନ ।
ମୁଁ ଭାବିଲି ଦେଖ, ଚାରିପୁଅ ନିଜ ବାପା ମାଆଙ୍କୁ ସମ୍ପତ୍ତି ଲୋଭରେ ବାଡ଼େଇ ଘରୁ ବାହାର କରିଦଉଛନ୍ତି ସେଠି ଝିଅ ଟିଏ ତାର କର୍ତ୍ତବ୍ୟ ପିତା ମାତା ଙ୍କ ପ୍ରତି କଣ ସୂଚଉଛି । ମୋର ଆଶୀର୍ବାଦ ଏକ ବଡ଼ ଭଉଣୀ ହିସାବରେ ଝରିପଡିଲା ।
