Kamal Kumar Dash

Classics

2  

Kamal Kumar Dash

Classics

ଝିଅ ତୃତୀୟ ଭାଗ

ଝିଅ ତୃତୀୟ ଭାଗ

2 mins
336



ଅଫିସ୍ ରେ ସମସ୍ତେ ଜାଣିଲେ ଯେ ଗୀତା ବଡ଼ବାବୁଙ୍କ ଝିଅ ହୋଇଛି ବୋଲି | କିଛି ଦିନ ପରେ ଗୀତାର ଜନ୍ମ ଦିନ ପଡିଲା ଗୀତା ନୂଆଡ୍ରେସ ପିନ୍ଧି ଆସି ସବୁ ବଡ଼ ମାନଙ୍କୁ ନମସ୍କାର କଲା ହେଲେ ବଡ଼ ବାବୁଙ୍କୁ ପାଦ ଛୁଇଁ ମୁଣ୍ଡିଆ ମାରିଲା | ଅଫିସର ସବୁ ଷ୍ଟାଫ ଲାଗିଗଲେ ବଡ଼ ବାବୁ ଙ୍କ ପଛରେ ,ସାର ଝିଅର ଜନ୍ମଦିନ କେକ ତ କାଟିବା ଦରକାର , ଆଉ କେହି କହିଲେ ସାର ପାର୍ଟି ତ ହେବାର କଥା | ବଡ଼ବାବୁ କେକ ଓ ଝିଅ ପାଇଁ ଗିଫ୍ଟ ମଗାଇଲେ | ଅଫିସ ସାରିବା ପରେ କେକ କଟା ହେଲା ଓ ଗୀତାର ଜନ୍ମ ଦିନ ପାଳନ କରାଗଲା | ଗୀତା ବି ମିଠା ମାଗଇ ସମସ୍ତଙ୍କୁ ଦେଲା |

  ବଡ଼ ବାବୁ ଘରେ ପହଂଚି ଶ୍ରୀମତିଙ୍କୁ ଗୀତାର ଜନ୍ମ ଦିନ କଥା କହିଲେ | ସେ ସଙ୍ଗେ ସଙ୍ଗେ ଗୀତକୁ ରିଂ କରି ଜନ୍ମ ଦିନର ଶୁଭକାମନା ଦେଲେ ଓ ରବିବାର ଦିନ ଘରକୁ ଆସିବାକୁ ଡାକିଲେ  | ରବିବାର ଦିନ 10ଟା ରେ ଗୀତା ଆସି ପହଁଚିଲା ବଡ଼ବାବୁଙ୍କ ଘରେ | ମାଡାମ ଆସି ଗୀତା କୁ ପାଛୋଟି ନେଲେ ଗୀତା ମାଡାମଙ୍କ ପାଦ ଛୁଇଁ ପ୍ରଣାମ କଲା ଓ ପଚାରିଲା ସାର କୁଆଡେ ଗଲେ ? ମାଡାମ କହିଲେ ବଜାରକୁ ଯାଇଛନ୍ତି ମା ତୁ ବସ ଏବେ ଆସିଯିବେ | ତା ପରେ ମାଡାମ କହିଲେ ଗୀତ ତୁ ଠିକ ରେ ଖାଉ ନୁ କି ? ବହୁତ ଝଡି ଗଲା ଭଳି ଦେଖା ଯାଉଛୁ ? ଗୀତା କହିଲା କାଲି ଟିକେ ବେଶୀ ରାତି ଯାଏଁ ପଢ଼ୁଥିଲି ତ ସେଥିପାଇଁ ବୋଧେ ସେମିତି ଲାଗୁଥିବି | ମାଡାମ ପଚାରିଲେ ତୋ ବାପା ମା ଏବେ କେଉଁଠି ରହୁଛନ୍ତି | ସେ କହିଲା ବାପା ରିଟାୟାର୍ଡ଼ ହେଲା ପରେ ଗାଁ କୁ ଯାଇ ରହୁଛନ୍ତି ଏଠୁ 50କିମି ଦୂରରେ | ଏଠି ମୁଁ ଓ ମୋ ସାନ ଭାଇ ରହୁଥିଲୁ ତାର ଏଠି ପଢାସରି ଗଲା, ସେ ବୁର୍ଲା ରେ ପଢୁଲା ଓ ସେଠି ହଷ୍ଟେଲ ରେ ରହୁଛି | ମାଡାମ ଫୁଣି ପଚାରିଲେ ତତେ ଏକା ରହିଲେ ଡର ଲାଗୁନିତ ? ନା ମାମI  ମୁଁ ଫ୍ଲାଟରେ ରହେ ତେଣୁ ଡର ଲାଗେନି ,ସାରି ମାମା କହିଦେଲି ମାଡାମ | ନାନା ତୁ ମାମା ଡାକେ, ତୁ ପରା ସାର ଙ୍କର  ଝିଅ ହେଇଛୁ ? ଗୀତା ଖୁସିରେ ମାମା କହି ମାଡାମ ଙ୍କୁ କୁଣ୍ଢାଇ ପକାଇଲା | ସେ ଗୀତା କୁ ପଚାରିଲେ ଗୀତା ତୋର ଶୁଭମ କଥା କଣ ମନେଅଛି କହିଲୁ ? ଗୀତା କହିଲା ଥରେ 7କ୍ଳାସ ରେ ,ଆମେ ବାପା ମା ଙ୍କ ଠାରୁ କଣ ଶିଖିଚୁ ତା ଉପରେ ଡିବେଟ ଥିଲା |ପ୍ରିପାର ହେବାପାଇଁ କିଛି ଟାଇମ ନଥିଲା , ତେଣୁ ବହୁତ କମ ପିଲା ଡିବେଟ ରେ କହିବା ପାଇଁ ଆସି ଥିଲେ | ଶୁଭମ କହିଲା ସେ ବାପାଙ୍କ ଠାରୁ ସଫଳତା ନ ମିଳିବାଯାଏଁ ପ୍ରାଣ ପଣେ ଚେଷ୍ଟା କରିବାକୁ ଶିଖିଛି ଓ ମାମା ଙ୍କ ଠାରୁ ସମସ୍ତଙ୍କୁ ଭଲପାଇବାର କଥା ଶିଖିଛି ହେଲେ ମାମା କହନ୍ତି ଝିଅସାଙ୍ଗ ମାନଙ୍କ ଠାରୁ ଦୂରରେ ରହିବ ଓ ତାଙ୍କୁ ଭଲ ପାଇବ ନାହିଁ | ତା କଥା ଶୁଣି ସମସ୍ତେ ହସି ହସି ଗଡିଗଲେ ତାକୁ ସେକେଣ୍ଡ ପ୍ରାଇଜ ମିଳିଲା ଓ ମତେ ଫାଷ୍ଟ ପ୍ରାଇଜ | ମାଡାମ ପଚାରିଲେ ତୁ କଣ କହିଥିଲୁ ?ଗୀତା କହିଲା ମୁଁ ବାବାଙ୍କ ଠାରୁ ଶିଖିଛି ସମସ୍ତଙ୍କୁ ଖୁସି ବାଣ୍ଟିବା ପାଇଁ ,ଓ ଶୋଇବା ଆଗରୁ ସବୁ କାମ ପୁରା କରିବା ପାଇଁ | ଆଉ ମାମା ଠାରୁ ସମସ୍ତଙ୍କୁ ଭଲପାଇବା ପାଇଁ 

ସାର ବି ଆସିଗଲେ ବଜାର ରୁ ମାଛ ଆଉ ପରିବା ଧରି | ଗୀତା ପାଦ ଛୁଇଁ ପ୍ରଣାମ କଲା | ସାର ଆଶ୍ରିବାଦ ଦେଲେ ଖୁସ ରହୋ |ତା ପରେ ଗୀତା ମାମା ଙ୍କ ସାଙ୍ଗ ରେ ମିଶି ଲାଗିଗଲା ରୋଷେଇରେ |



Rate this content
Log in

Similar oriya story from Classics