ଝିଅ ନୁହେଁ ଅଲୋଡ଼ା
ଝିଅ ନୁହେଁ ଅଲୋଡ଼ା
ପ୍ରଶଂସା ଏପରି ଏକ ଶବ୍ଦ ଯାହା ହୃଦୟରୁ ବାହାରି ଥାଏ l ଢୋଙ୍ଗି ମଣିଷ ହୃଦୟରୁ କେବେ ପ୍ରଶଂସା କରେ ନି l ସବୁ ନିଜର ସ୍ୱାର୍ଥ ପାଇଁ କରେ ସ୍ୱାର୍ଥ ସାଧିତ ହେଲେ ପୁଣି ଭୁଲିଯାଏ l କିନ୍ତୁ ହୃଦୟରୁ କରାଯାଉଥିବା ପ୍ରଶଂସା ସବୁଦିନ ପାଇଁ ରହିଥାଏ କାରଣ ସେ ବ୍ୟକ୍ତିର ବ୍ୟତୀତ୍ୱ, ଆଚାର, ବ୍ୟବହାରକୁ ପ୍ରଶଂସା କରିଥାଏ ବିନା ସ୍ୱାର୍ଥରେ l ତେଣୁ ସ୍ୱାର୍ଥପର ମଣିଷର ପ୍ରଶଂସାରେ କେବେ ଖୁସି ହେବା କଥା ନୁହଁ l ସମାଜର ନୀତି, ଆଦର୍ଶର ବୃଥା ଖୋଳପା ହିତରେ ମଣିଷ ଚେହେରା ଅଲଗା ହୋଇ ଥାଏ l ପ୍ରକୃତରେ ଆମେ ଯାହାକୁ ଯାହା ଭାବୁ ସେ ସେଇୟା ହୋଇ ନ ଥାଏ l ସତ୍ୟ ଓ ପରିସ୍ଥିତି ମଣିଷ ଚିହ୍ନିବା ଶିଖେଇ ଦିଏ l ପ୍ରକୃତରେ କିଏ ନିଜର ଆଉ କିଏ ପର l
ସ୍ମିତା ଦେଖିବାକୁ ଖୁବ ସୁନ୍ଦର l ଦେଖିବାକୁ ଯେମିତି ସୁନ୍ଦର ସେମିତି ଶିକ୍ଷିତା ଆଉ ସଂସ୍କାରି ସେ ଜଣେ କର୍ମଜୀବି ନାରୀ l ନୂଆଁ ନୂଆଁ ବାହାଘର ହୋଇଥିଲା l ତା ଘର ଚାଲି ଚଳଣି ଆଉ ଏ ଘର ଚାଲିଚଳଣୀକୁ ଖାପ ଖୁଆଇ ଚଳିବା ତା ପକ୍ଷେ ବେଳେ ବେଳେ କଷ୍ଟକର ହୋଇପଡେ ହେଲେ ସବୁ ପରିସ୍ଥିତିରେ ନିଜକୁ adjust କରିବା ନାରୀର ଧର୍ମ ଭାବେ l ଦୁଇ ଜା ଭିତରେ ସେ ସାନ l ନିଜ ଚାକିରୀ ଓ ବ୍ୟବହାର ପାଇଁ ସମସ୍ତେ ପ୍ରଶଂସା କରନ୍ତି ହେଲେ ବଡ଼ ଜା ସାହିପାରେନି l ପଛରେ ଶାଶୁଙ୍କ ଆଗରେ ବହୁତ ନିନ୍ଦା କରେ l ସବୁ ଜାଣିବି ସ୍ମିତା ଚୁପ ରହେ କିଛି କୁହେନି କାହାକୁ l ଅଫିସରୁ ଆସିଲେ ଆଉ ଜା କିଚେନରେ ରୁହେନି l କୁହେ ଏବେ ତୁ ସବୁକର l ଲୁଗା ବଦଳାଇ ଲାଗିପଡେ ରନ୍ଧାବଢ଼ାରେ l ଟିକେ ଚା ପିଇବାକୁ ଇଛା ହେଲେ ବି ପିଇ ପାରେନି l ଜା କୁ ଡାକିଲେ ବିଭିନ୍ନ ବାହାନା କରେ... ଏକା ପିଇ ପାରେନି l
ଏମିତି କେତେ ଦିନ ଗଲା ପରେ ...
ସେ ଜାଣିଲା ସେ ମା ହେବାକୁ ଯାଉଛି l କିଛି ଖାଇଲା ନି ବହୁତ ଦୁର୍ବଳ ହୋଇଗଲା l ଜା ର ଦୁଇ ପୁଅ l ଗୋଟେ ଛୋଟ ହୋଇଥାଏ l ଘରେ 2 ଲିଟର ଦୁଧ ମଗା ହେଉଥାଏ l ସ୍ମିତା କେବେ ପିଏନି l ଏବେ ଦୁର୍ବଳ ହେବା ଦେଖି ଶାଶୁ ଦୁଧ ପିଇବା ପାଇଁ କହିଲେ l ନୁଆଁ ନୁଆଁ ନିଜେ ଆଣି ପିଇବାକୁ ଖରାପ ଲାଗେ l ଜା କୁ କହିଲେ ଅଧା ପାଣିରେ ଅଧା ଦୁଧ ଦିଏ l
ଏସବୁ ଖୁବ ଖରାପ ଲାଗେ ସ୍ମିତାକୁ l ସେଥିପାଇଁ ଆଉ ଦୁଧ ବି ପିଇବା ଛାଡିଦେଲା l ଦିଟା ପୁଅ ଜନ୍ମ କରିଛି ବୋଲି ଖୁବ ଗର୍ବ କରେ l ଶାଶୁ ଶଶୁର ତା ଖରାପ ଗୁଣ ଜାଣି ବି ପୁଅ ମାନଙ୍କ ପାଇଁ ଖୁବ ଆଦର କରନ୍ତି lତାର ଓ ପୁଅ ମାନଙ୍କର ଖୁବ ଯତ୍ନ ନିଅନ୍ତି..........
ଏମିତି କେତେ ଦିନ ବିତିଗଲା l ସ୍ମିତା ଏକ ଝିଅକୁ ଜନ୍ମ ଦେଲା l ସ୍ୱାମୀ ସ୍ତ୍ରୀ ଖୁବ ଖୁସି ହେଲେ l କାରଣ ସ୍ୱାମୀ ବି ଝିଅ ପସନ୍ଦ କରନ୍ତି l ଯେଉଁଦିନ ଡିସ୍ଚାର୍ଜ ହୋଇ ଘରେ ପହଁଚିଲା ସେ ସମସ୍ତଙ୍କ ଅଲଗା ରୁପ ଦେଖିଲା l
ଭାବୁଥିଲା ଜା ଙ୍କ ଝିଅ ନାଇଁ ସେ ସ୍ନେହ କରିବେ କିନ୍ତୁ ସେ ପଚାରିଲେ ନି l
ଦେଖେଇ ଶିଖେଇ ବହୁତ କଥା କୁହନ୍ତି l ସ୍ମିତା କିଛି କୁହେନି l କାରଣ ମେଟାନି ଟି ଲିବ ପରେ ତ ଏଠି ରହିବ ନି l ସେଥିପାଇଁ ସବୁ ସହିଯାଏ l
ଶଶୁର କେବେ ଝିଅକୁ ଦେଖନ୍ତିନି l ଝିଅ ଜନ୍ମ ପରେ ବ୍ୟବହାର ବି ପୁରା ପୁରି ବଦଳିଗଲା ସମସ୍ତଙ୍କର lଶାଶୁ ବୋଧହୁଏ ଖରାପ ଭାବିବ ପୁଅ ଭାବନ୍ତି ଆଉ ସ୍ନେହ କରନ୍ତି l ଜା ର ସାନ ପୁଅ ହେଲା ବେଳେ ସେ ନିଜେ ଦେଖିଛି ଶଶୁର କେତେ ଖୁସି ଥିଲେ l ନିଜେ ମିଠା ତିଆରି କରେଇ ବାଣ୍ଟିଲେ l ହେଲେ ଝିଅ ଜନ୍ମ ହେଲା ପରେ ପୁରା ଓଲଟା l ନା ସେ ଖୁସି ହେଲେ ନା ମିଠା ବାଣ୍ଟିଲେ l କିଏ ପଚାରି ଦେଲେ କୁହନ୍ତି ହଁ ଝିଅଟେ ହୋଇଛି ଯେ କି ଖୁସି ହେବି? ଝିଅ କଣ ମଣିଷ ନୁହଁ କି ? ଏସବୁ ଶୁଣି ବହୁତ ଖରାପ ଲାଗେ ସ୍ମିତାକୁ l
ଜା କେବେ ତେଲ ଟିକେ ବି ଲଗାଇ ନି ଝିଅକୁ l କିନ୍ତୁ ସ୍ମିତାର ସ୍ୱାମୀ ଆଗେ ବୃଥା ପ୍ରଶଂସା କରେ l ସ୍ମିତା ସବୁ ଜାଣେ କିନ୍ତୁ ସ୍ୱାମୀଙ୍କୁ କହେନି l
ଏମିତି ତିନି ମାସ ବିତିଗଲା l ସ୍ମିତା ନିଜ ଚାକିରୀରେ ଜଏନ କଲା l ଶାଶୁ ତା ପାଖରେ ରହିଲେ... ଛୁଆର ଯତ୍ନ ନେବାପାଇଁ l ଦିନେ ଜା ଚାରି ବର୍ଷର ପୁଅକୁ ସ୍ମିତା ପାଖରେ ରହିବା ପାଇଁ ପଠେଇ ଦେଲା l କାରଣ ଘରେ ଥିବା ବେଳେ ସ୍ୱାମୀ ତାର ସବୁ ଖର୍ଚ୍ଚ ବୁଝୁଥିଲେ l ସ୍ମିତା କିଛି କହିଲେ ସ୍ୱାମୀ ଖରାପ ଭାବିବେ ଭାବି କିଛି କହିଲା ନି l ଶାଶୁଙ୍କୁ ବି ଟିକେ ପୁତ୍ର ମୋହ ବେସି l ସେଥିପାଇଁ ସେ ଆଉ ଝିଅକୁ ସେତେ ଗୁରୁତ୍ୱ ଦେଲେନି l ଏ ସବୁ ଦେଖି ସ୍ମିତାକୁ ଖରାପ ଲାଗେ l ସ୍ୱାମୀ ଏ ସବୁ ଜାଣନ୍ତିନି l ଦିନେ ସ୍ମିତା ଜଲଦି ଘରକୁ ଆସିଲ l କିନ୍ତୁ ଏ କଣ ଶାଶୁ ପୁତୁରାକୁ କେଡେ ସୁନ୍ଦର ବୁଝେଇ ଖୁଆଉଛନ୍ତି ହେଲେ ଏତେବେଳେ ଯାଏ ଝିଅ ଏକା ପଡିଛି ଓଦା ବିଛଣାରେ l ପାଖରେ ଆଉ ଜଣେ ଭଡାଟିଆ ରହୁଥିଲେ ସେ କହିଲେ କୁଆଡେ ସ୍ମିତା ଗଲା ପରେ ସେ ଆଉ ଝିଅ କଥା ବୁଝନ୍ତି ନି l ଝିଅ ବି ସେମିତି ନ ଖାଇଲେ ବି କାନ୍ଦେ ନି l ଏ ସବୁ କଥା ଦେଖି ସ୍ମିତାକାନ୍ଦି ପକାଇଲା l ଝିଅ ବୋଲି ଜଣେ ନାରୀ ହୋଇ କଣ ଏମିତି କରିବା ଉଚିତ ? ସ୍ୱାମୀ ବି କହିଲେ ବୁଝନ୍ତି ନି କାରଣ ସେ ବି ଏ ପରିସ୍ଥିତି ଦେଖନ୍ତି ନି l ମା କୁ ଖୁବ ଭଲ ପାଆନ୍ତି lସ୍ମିତା କହିଲେ ଖୁବ ରାଗନ୍ତି l ପରେ ନିଜ ଭଉଣୀକୁ ଡାକିବାରୁ ଶାଶୁ ତାକୁ ବହୁତ କଥା କହିଲେ ସେ ଆଉ ରହିପାରିଲାନି l ସେ କହିଲେ ସେ ପୁଅ ଆଉ ସେଥିପାଇଁ ତାକୁ ଧ୍ୟାନ ଦେବା ଉଚିତ l ସେ ବଂଶ ରକ୍ଷା କରିବ ଆଉ ଝିଅ ତ ସେମିତି ବଢିବ l ସେଦିନ ଏ ପାତର ଅନ୍ତର କଥା ଶୁଣି ସ୍ମିତାକୁ ବହୁତ ଦୁଃଖ ଲାଗିଲା କାରଣ ସେ ଝିଅ ବୋଲି ତା ଘରେ କେବେ ହତାଦର କରିନାହାନ୍ତି l ବାପା ପୁଅ ଠୁ ବି ବଲି ଭଲ ପାଉଥିଲେ l ଚାକିରୀ ପରେ ମା କହୁଥିଲା ଏ ମୋର ପୁଅ l କାରଣ ବାପା ଚାଲିଗଲା ପରେ ସବୁ ଦାୟିତ୍ୱ ସ୍ମିତା ଉପରେ ଥିଲା l କିନ୍ତୁ ଶାଶୁଘରେ ପୁରା ଅଲଗା ଅବସ୍ୟ ସ୍ୱାମୀଙ୍କ ଚିନ୍ତାଧାରା ଅଲଗା l ସେଥିପାଇଁ ସ୍ମିତା ଯେ ଯାହା କହିଲେ କିଛି ଭବେନି l ସେଥିପାଇଁ ତ ସ୍ୱାମୀଙ୍କ ଆଗରେ ସମସ୍ତେ ବୃଥା ପ୍ରଶଂସା କରନ୍ତି l ସେଦିନ ଝିଅର ଅବସ୍ଥା ଦେଖି ଅବସ୍ୟ ଏବେ ସବୁଦିନ ପଡୋଶୀ ମହିଳା ଜଣକ ସ୍ୱାମୀ ଓ ଛୁଆ ମାନେ ସ୍କୁଲ ଗଲା ପରେ ଝିଅ କୁ ତେଲ ଲାଗଇ ଗାଧୋଇ ଦେଇ ତା ବୋତଲ ରେଡି କରିଦିଅନ୍ତି l ଏମିତି ଝିଅ ଆସ୍ତେ ଆସ୍ତେ ବଡ଼ ହେଲା l ଖୁବ ଭଲ ପଢିଲା l ସେଦିନ କ୍ଳାସ ରେ ଅଲରାଉଣ୍ଡ ର ପ୍ରାଇଜଟା ପାଇ ଜେଜେଙ୍କୁ ଦେଲା l ସେ ଏବେବି ମନ ଖୋଲି ହସନ୍ତିନି l ଟିକେ ହସିଦେଲେ କିଛି କହିଲେନି l ନାତି ମାନେ ଆସିଲେ ଖୁବ ସ୍ନେହ କରନ୍ତି କିନ୍ତୁ ସ୍ମିତାର ଝିଅକୁ ଛୋଟ ବେଳୁ ଏ ପର୍ଯ୍ୟନ୍ତ ଦିନେ ସ୍ନେହରେ କାଖେଇବା ଦେଖିନି l ହେଲେ ବି ସେବା କରିବା ଝିଅକୁ ଶିଖାଏ l ସବୁବେଳେ ଜେଜେ ଆଉ ଜେଜୀଙ୍କ ସେବା କରେ ହେଲେ ତା ମୂଲ୍ୟ କେବେ ବୁଝନ୍ତି ନି କେହି l ବେସି ଭଲ ପାଆନ୍ତି ଜା ର ପୁଅ ମାନଙ୍କୁ l
ସେଥିପାଇଁ ସବୁ ଜାଣି ସ୍ମିତା କିଛି କୁହେନି l ଝିଅ ସେଦିନ ନିଟ୍ ପାଇଲା l
ମେଡିକାଲ ପଢିବାକୁ ବାହାରକୁ ଗଲା l ସବୁଦିନ ଆସିଲେ ଜେଜେ ଆଉ ଜେଜୀଙ୍କୁ ଖୁବ ସ୍ନେହ କରେ l
(ସେଇ ତ ରକ୍ତ ମାଂସ ରେ ଗଢ଼ା ମଣିଷ, ସେଇ ଆତ୍ମା, ସେଇ ଶରୀର ପୁଣି କାହିଁକି ଏ ପୁଅ ଝିଅ ଭିତରେ ପାତର ଅନ୍ତର? କଣ ଗୋଟେ ଝିଅ ବିନା ଖାଲି ପୁଅ ଙ୍କୁ ନେଇ ଏ ସମାଜ ଚଳିବ? ସେଥିପାଇଁ ଉଭୟ ସମ୍ମାନ ପାଇବାର ଯୋଗ୍ୟ l ପୁଅ ବାହାହେଲା ପରେ ବୋହୂର ହେଲେ ଝିଅ ସବୁଦିନ ପାଇଁ ବାପା ମା ର ସେଥିପାଇଁ ପୁଅ ଙ୍କ ଝିଅ ଙ୍କୁ ଉପଯୁକ୍ତ ଶିକ୍ଷା ଦେବା ଉଚିତ )
