Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

TapaswiniDash Sarangi

Drama Tragedy Inspirational

3.9  

TapaswiniDash Sarangi

Drama Tragedy Inspirational

ଝିଅ କଣ ସତରେ ଅଲୋଡ଼ା

ଝିଅ କଣ ସତରେ ଅଲୋଡ଼ା

2 mins
203


ରାଧିକା ଦେବୀ ଫୋନ୍ ର ଶବ୍ଦ ଶୁଣି ଧାଇଁଗଲେ।କାଳେ କିଛି ଭଲ ଖବର ଆସିଥିବ ତାଙ୍କ ଝିଅ ରୀତା ୨ୟ ଥର ପାଇଁ ଆସନ୍ନ ପ୍ରସବା।ଜ୍ଵାଇଁ କହୁଥିଲେ ଗଲା କାଲି ସେ ହସ୍ପିଟାଲ୍ ରେ ଭର୍ତ୍ତି ହୋଇଛି ପ୍ରବଳ ପ୍ରସବ ବେଦନା ହେଉଥିଲା କୁଆଡ଼େ। 


ହ୍ୟାଲୋ..! ହଁ ଶକ୍ତି କୁହ ।ଆଉ ରୀତାର ଏଥର ପୁଅଟିଏ ହେଲା ନା।ମୁଁ ଜାଣିଛି ପରା ଏଥର ଠାକୁର ଶୁଣିବେ ମୋ ଡାକରା,ଶେଷ ଥର ମୋ ପ୍ରାର୍ଥନାରେ କମ୍ ଥିଲା ବୋଧେ ସେଥିପାଇଁ ଝିଅଟିଏ ହେଲା।ଗୋଟେ ନିଶ୍ଵାସରେ କହିଗଲେ ରାଧିକା।


ନାଇଁ ବୋଉ ଏଥର ମୃତ କନ୍ୟା ସନ୍ତାନଟିଏ ଜନ୍ମ ହେଲା। ରୀତା ଦୁଃଖରେ ଭାଙ୍ଗି ପଡିଛି।ମୋର ତ ମା' ନାହିଁ,ଆପଣ ଟିକେ ଆସନ୍ତେନି ତା'କୁ ଟିକେ ସାନ୍ତ୍ଵନା ଦରକାର।କହି ଫୋନ୍ ରଖିଦେଲେ ଶକ୍ତି।


ରାଧିକା ଦେବୀ ବାହାରି ପଡିଲେ ଝିଅ ରୀତା ପାଖକୁ। ଯାଇ ପହଞ୍ଚି ଦେଖନ୍ତି ତ ରୀତା ବହୁତ କାନ୍ଦୁଛି ଦାନା ଟିକିଏ ମୁହଁରେ ଦେଇନି।ରାଧିକା ଦେବୀ ବୁଝାଶୁଝା କରି କିଛି ଖୁଆଇ ଦେଲେ ଝିଅକୁ। ତଥାପି ବି ରୀତାର ମନ ବୁଝୁ ନଥାଏ। 


କଥା ଛଳରେ କହୁ କହୁ ରାଧିକା କହିଦେଲେ ଆରେ ମା' ଭଗବାନ ଯାହା କରନ୍ତି ଆମର ମଙ୍ଗଳ ପାଇଁ। ଦେଖେ ଶକ୍ତିଙ୍କର ପ୍ରାଇଭେଟ୍ ଚାକିରୀ।ତୁମ ପାଖରେ ଗୋଟିଏ ଝିଅ ଅଛି ଯଦି ଆଉ ଗୋଟିଏ ଝିଅ ହୋଇଥାଆନ୍ତା ତୁ ବୁଝି ପାରୁଛୁ ତ...।କେମିତି ଏତେ ବୋଝ ମୁଣ୍ଡେଇ ଥାଆନ୍ତ ତୁମେ ଦୁହେଁ।ସେ ଆମ ଗାଁ ପାଖ ବାବାଜୀଙ୍କ ଠାରୁ ବିଭୂତି ତୋତେ ଦେଲି ହେଲେ କିଛି କାମ ଦେଲାନି।ହେଉ ଛାଡ଼୍ ଯାହା ହେବାର ଥିଲା ହେଲା।ଭଗବାନ କଲେ ବହୁତ ଜଲଦି ଗୋଟେ ପୁଅ ତୋ କୋଳରେ ଖେଳିବ ବହୁତ ଜଲଦି।


ଚୁପ୍ କର ବୋଉ।ତୁ ଏମିତି।କେମିତି କହି ପାରୁଛୁ।ହଁ ଭଗବାନ ଯାହା କରିଛନ୍ତି ଭଲ କରିଛନ୍ତି।ଗୋଟେ ନିରୀହ ଆତ୍ମାକୁ ଏ ଅବହେଳିତ ଦୁନିଆକୁ ଆସିବା ଆଗରୁ ମୁକ୍ତି ଦେଇ ଦେଲେ।ଛିଃ!ତୁ ବି ଗୋଟେ ନାରୀ ଆମେ ବି ତୋ କୋଳରେ ଦୁଇଟି ଝିଅ ଗୋଟିଏ ପୁଅ।ବାପା ସାଧାରଣ ପିଅନ ହୋଇ ବି ଆମ ତିନିଙ୍କୁ କେବେ କୌଣସି ଅବହେଳା କରି ନାହାଁନ୍ତି।ଆଜି ଜାଣିଗଲି ତୋ ମନ କଥା।ଜାଣିଗଲି ତୋର ସ୍ନେହ ଶ୍ରଦ୍ଧା ଆମ ପ୍ରତି।ଆଚ୍ଛା କହିଲୁ ବୋଉ ତୁ ବି ମା' ଗୋଟେ କଥା କହ ମୋତେ, ପ୍ରସବ ବେଦନା କଣ ପୁଅ ଆଉ ଝିଅ ପାଇଁ ଅଲଗା।ଦଶ ମାସ ଦଶ ଦିନ ଗର୍ଭାବସ୍ଥାରେ କଣ ପୁଅ ମାନେ କମ୍ କଷ୍ଟ ଦିଅନ୍ତି।


ଗୋଟେ ମା' ପାଇଁ ପ୍ରତିଟି ସନ୍ତାନ ସମାନ।ବିଜ୍ଞାନ ଅନୁସାରେ ପୁଅ କି ଝିଅ ସନ୍ତାନ ହେବା ସ୍ଵାମୀ ଉପରେ ନିର୍ଭର କରୁଛି ।ତେବେ ମନ୍ତ୍ର ବିଭୂତି,ଡେଉଁରିଆ କାହିଁକି ସ୍ଵାମୀକୁ ଦିଆ ଯାଉନି?କାହିଁକି ଝିଅଟିଏ ହେଲେ ସେଇ ସ୍ଵାମୀ ଦାୟୀ କରୁଛି ସ୍ତ୍ରୀକୁ?କେତେକାଂଶରେ ଘରୁ ବାହାର କରି ଦିଆ ଯାଉଛି।ଭାଇ ଏବେ ବାହାରେ ରହୁଛି ସେ କାଇଁ ତୋତେ ଆଉ ବାପାଙ୍କୁ ନେଇ ତା' ପାଖେ ରଖୁନି?ତୁ ତ ତାକୁ ଜୀବନ ଠାରୁ ଏତେ ଭଲ ପାଉ।ସେ ତ କହୁଛି ତା' ସ୍ତ୍ରୀ ତା'ର ଜୀବନ?ବୋଉ ତୁ ଦେଇ ପାରିବୁ ଏ ପ୍ରଶ୍ନ ଗୁଡିକର ଉତ୍ତର? ଲୁହ ମିଶା କୋହକୁ ଏକାଠି କରି ରୀତା ପ୍ରଶ୍ନର ବର୍ଷାରେ ଓଦା କରିଦେଲା ରାଧିକାଙ୍କ ମନ।

ରାଧିକା ଝିଅ କଥାରେ ଲାଜ ରେ ମୁଣ୍ଡ ତଳକୁ କରି ଦେଲେ।ବୁଝି ପାରୁଥିଲେ ସତରେ ଝିଅ.. ଝିଅ।ଆଜି କେଇ ମୁହୁର୍ତ୍ତରେ ରୀତା ତାଙ୍କ ଆଖିରୁ ପୁତ୍ର ମୋହର ଅନ୍ଧ ପୁଟୁଳିକୁ ଖୋଲି ଦେଲା।


   


Rate this content
Log in

More oriya story from TapaswiniDash Sarangi

Similar oriya story from Drama