Kamal Kumar Dash

Classics

2  

Kamal Kumar Dash

Classics

ଝିଅ ଚତୁର୍ଥ ଭାଗ

ଝିଅ ଚତୁର୍ଥ ଭାଗ

3 mins
615



ଏହା ଭିତରେ କିଛିଦିନ ଚାଲି ଗଲାଣି | ଦିନେ ବଡ଼ବାବୁ ଅଫିସ ଆସି ନଥିଲେ , ଦେହ ଖରାପ ବୋଲି ଛୁଟି ଦରଖାସ୍ତ ପଠାଇ ଦେଇଥିଲେ | ଗୀତା ଜାଣିଲା ପରେ ବଡ଼ବାବୁଙ୍କୁ ଫୋନ କଲା | ମାଡାମ କହିଲେ ଜ୍ଵର ହୋଇଛି ସକାଳୁ ମେଡ଼ିସିନ ଖାଇ ଟିକେ କମିଛି , କିଛି ଦରକାର ହେଲେ କହିବେ କହି ସେ ଫୋନ ରଖିଲା | ଫୁଣି 2ଟା ବେଳେ ଗୀତI ଫୋନ କଲା ମାଡାମ କିଛି ସମୟ ପରେ ଫୋନ ଉଠାଇଲେ ଓ କହିଲେ ଏବେ ସାର ଙ୍କର ବାନ୍ତି ହେଉଛି | ଗୀତା କହିଲା ମାମା ସାରଙ୍କୁ ହସ୍ପିଟାଲ କୁ ନେଇ ଡାକ୍ତର ଙ୍କୁ ଦେଖାଇବା ମୁଁ ଆସୁଛି କହି ସେ ଆଫିସ୍ରୁ ବାହାରିଲା | 20 ମିନିଟ ପରେ ଗୀତା ସାର ଙ୍କ ଘରେ ପହଁଚିଲା | ସାର ଙ୍କ ବେଡ଼ ପାଖରେ ବସିଲା | ସାର କହିଲେ କିଛି ଦରକାର ନାହିଁ ବାନ୍ତି ହୋଇ ଗଲାଣି ଏବେ ଦେହ ଠିକ ହୋଇଯିବ ,ଗୀତା କହିଲା ନା ନା ହସିପିଟାଲ ଯିବା ଡାକ୍ତର ଙ୍କୁ ଦେଖାଇ ଆସିବା |

  ଗୀତା କାର ବୁକ କଲା ,ତିନିଜଣ କାର ରେ ବସି ବାହାରିଲେ ହସ୍ପିଟାଲ | ଡାକ୍ତର ଦେଖିଲା ପରେ ସାର ଙ୍କୁ ସାଲାଇନ ଲଗାଇ ଦେଲେ ଓ ବାନ୍ତି ବଂଦ କରିବାକୁ ଇଞ୍ଜେକ୍ସନ ଦେଲେ ଓ ଆଉ କିଛି ମେଡ଼ିସିନ ଲେଖିଦେଲେ | ସନ୍ଧ୍ୟା ପରେ ରେ ଡାକ୍ତର ଦେଖିବାକୁ ଆସିଲେ ଓ ପଚାରିଲେ ମିଶ୍ର ବାବୁ କେମିତି ଲାଗୁଚି ? ସେ କହିଲେ ସାର ଠିକ ଲାଗିଲାଣି ସାର ଏବେ ଛାଡିଦିୟନ୍ତୁ , ଆମେ ଘରକୁ ପଳାଇବୁ | ନର୍ସ ଟେମ୍ପରେଚର ଚେକ କଲେ ଟିକେ ଆଧିକ ଥିଲା | ଡାକ୍ତର କହିଲେ କ|ଲି ସକାଳୁ ଗଲେ ଭଲ ହେବ | ମିଶ୍ର ବାବୁ କହିଲେ ନାଇଁ ସାର ଭାବୁଛି ଆଉ କିଛି ଅସୁବିଧା ହେବନି ଆମକୁ ଚଡି ଦିୟନ୍ତୁ ,ହଉ ଟିକେ ଅପେକ୍ଷା କରନ୍ତୁ କହି ସେ ବାକି ରୋଗୀଙ୍କୁ ଦେଖିବାକୁ ଚାଲି ଗଲେ | ଗୀତI ଯାଇ ମେଡ଼ିସିନ ଧରି ଆସିଲା | ପ୍ରାୟ ଗୋଟେ ଘଣ୍ଟା ପରେ ଡାକ୍ତର ଫେରିଲେ ମେଡ଼ିସିନ କେମିତି ଖାଇବ ବୁଝାଇ ହସପିଟାଲରୁ ଡିସଚାର୍ଜ କଲେ | ଗୀତା ଗାଡି ବୁକ କଲା , ସମସ୍ତେ ଗାଡ଼ିରେ ବସି ଘରକୁ ବାହାରିଲେ ରାତି ପ୍ରାୟ 9ଟା ହେବ | ମାମା କହିଲେ ମୁଁ କିଛି ରୋଷେଇ କରିନି ,ବାଟରୁ ରୁଟି ତରକାରୀ ନେଇଯିବା | ଗୀତI   ଘରକୁ ଫେରିବା ବେଳେ ବାଟରେ କIର ରଖି ରୁଟି ତରକାରୀ ନେଇ ଆସିଲା କିନ୍ତୁ ଦିଟା ପାକେଟ ଧରି ଆସିଲା | ମାମା ପଚାରିଲେ ଦିଟା ପ୍ୟାକେଟ କଣ ପାଇଁ ଆଣିଲୁ ? ସେ କହିଲା ଆପଣଙ୍କୁ ଚଡି ମୁଁ ପଳାଇ ଆସିବିତ ସେଥି ପାଇଁ | ମାମା ଫୁଣି କହିଲେ ମା'ରେ ରାତି ବହୁତ ହେଲାଣି ତୁ ଏଇଠି ରହିଯା କଲି ସକାଳୁ ଚାଲି ଯିବୁ | ଗୀତା ଚୁପ ଚାପି ସବୁ ଶୁଣୁଥିଲା | ତା ପରେ ଗୀତା ତା ଘରୁ ଫୋନ ଆସିଲା | ତା ବି ମମି ପଚାରିଲେ ଗୀତ ତୁ କେଉଁଠି ଅଛୁ , ଘଣ୍ଟେ ଆଗରୁ ଫୋନ କରିଥିଲି କାହିଁକି ଉଠାଇଲୁନି ? ଗୀତI କହିଲା ମାମା ମୁଁ ହସ୍ପିଟାଲ ରେ ଥିଲି ସାର ଙ୍କର ଦେହ ଭଲ ନଥିଲା ତ ଏବେ ସାର ଓ ମାମ ଙ୍କ ସାଥିରେ ତାଙ୍କ ଘରକୁ ଯାଉଛି ଟିକେ ପରେ ମୋ ରୁମ କୁ ଫେରିବି | ତା ଠୁ ଫୋନ ମାମ ମାଗି ନେଲେ ଓ ଗୀତାର ମାମା ଙ୍କ ସାଥିରେ କଥା ହେଲେ ଓ କହିଲେ ରାତି ଦଶଟା ହେଲାଣି ଗୀତI ଆଜି ଆମ ଘରେ ରହିଯିବ କଲି ତା ରୁମ କୁ ଯିବ ତା ମାମା ଟିକେ ଆଶ୍ଵସ୍ତ ହେଲେ ଓ ଫୋନ ରଖିଲେ |

     ଘରେ ପହଁଚିଲା ପରେ ସମସ୍ତେ ମୁଂହ ହାତ ଧୋଇ ଖାଇବାକୁ ବସିଲେ ମିଶ୍ର ବାବୁ ଙ୍କୁ ବି ଟିକେ ଭଲ ଲାଗୁଥିଲା | ସେ କହିଲେ ଆରେ ମା ଗୀତା ଟିକେ ଟିଭି ଲଗାଇଲୁ , ଗୀତI ଟିଭି ଲଗାଇଲା | ଗୋଟେ ଚାନେଲରେ ଗୀତ କମ୍ପିଟେସନ ଚାଲିଥିଲା ଓ ସେଥିରେ ବବି ଗାଉଥିଲା ମିଶ୍ର ବାବୁ କହିଲେ ମା ଏଇ ଚାନେଲ ଟା ଥାଉ | ବବି ମତେ କହିଥିଲା ତାର ପ୍ରୋଗ୍ରାମ ଅଛି ବୋଲି ହେଲେ ମୁଁ ଭୁଲି ଯାଇଥିଲି | ମାମ ଗୀତା କୁ କହିଲେ ବବି ବି ଆଂକର ଗେଲି ଝିଅ | ସମସ୍ତେ ହସିଲେ ,ବବି ବି ସେ କମ୍ପିଟେସନ ଜିତିଗଲା | ମିଶ୍ର ବାବୁ ବବି କୁ ରିଂ କଲେ ,ତାର ଫୋନ ଏନଗେଜ ଆସିଲା ,କିଛି ସମୟ ପରେ ସେ ରିଂ କଲା ଓ ମିଶ୍ରବାବୁ ତାକୁ କମ୍ପିଟେସନ ଜିତିଥିବାରୁ କଂଗ୍ରାଚୂଲେସନ କଲେ | କିଛି ସମୟ କଥା ହୋଇ ସେ ଫୋନ ରଖିଲେ |

       ମାମ କହିଲେ ଗୀତା ତୋର ଯଦି ନେଟ କରିବାର ଅଛି ତ ସେ ଘରେ ମୋ ଲାପଟପ ଅଛି ତୁ କରି ପାରିବୁ ନହେଲେ ଡ୍ରେସ ଚେଞ୍ଜ କରି ଶୋଇପଡ଼ ,ଆମ ପାଇଁ ବହୁତ ଟେନ୍ସନ ନେଲୁଣି | ସେ କହିଲା ନା ମାମା ସେମିତି କାହିଁକି ଭାବୁଛନ୍ତି | ଗୋଟେ ପରୀକ୍ଷା ପାଇଁ ପଢା ପଢି କରିବାର ଥିଲା ସେଥି ପାଇଁ ଭାବୁଥିଲି | କାଲିତ ଛୁଟି ଅଛି ସବୁ ପାଠ କଭର କରିଦେବି | ତା ପରେ ଗୁଡ଼ ନାଇଟ କହି ସେ ଶୋଇ ବାକୁ ଚାଲିଗଲା |




Rate this content
Log in

Similar oriya story from Classics