Satyabati Swain

Inspirational

4  

Satyabati Swain

Inspirational

କ୍ରାନ୍ତି

କ୍ରାନ୍ତି

4 mins
261



ଝଡରେ ଭାଙ୍ଗି ପଡିଥିବା ହୃଦୟ ବଗିଚାର ଭଙ୍ଗା ରୁଜା ଗଛକୁ ପ୍ରାଣ ପଣେ ସାହସ, ଇଚ୍ଛା ଶକ୍ତିର ଢ଼ିରା ଦେଇ ପୁଣି ଠିଆ କରାଇବାକୁ ଚେଷ୍ଟା କଲି ମୁଁ।


ସମୟ ଧୂଳି ଜମେଇଁ ଦେଇଥିଲା ମନ ବଗିଚାରେ ଆସ୍ତେ ଆସ୍ତେ।


ମୁଁ କେବଳ ମୁଁ ହୋଇ ବଞ୍ଚିବାକୁ ସଂଘର୍ଷ କରୁଥିଲି ସାମାଜ, ଲୋକ ଓ ମାନଡିକତା ସହ ଅଭିମନ୍ୟୁ ପରି ଲଢେଇ କରି।


ନିଜକୁ ବୁଝିଥିବା,ନିଜ ସାମର୍ଥ୍ୟକୁ ଚିହ୍ନି କାମ କରୁଥିବା ଜଣେ ମଣିଷ ହେବା ଚେଷ୍ଟାରେ ଥିଲି ଅହରହ ।ମୋର ପରିଚୟ ଝିଅ ଭିତରେ ସୀମିତ ନୁହେଁ।ଗୋଟେ ଝିଅ ହଜାର ପୁଅଙ୍କ ଉପରେ ଭାରି ପଡି ପାରେ,ଏ କଥା ଅକ୍ଷର ଭିତରେ କି ସ୍ଲୋଗାନରେ ନୁହେଁ କାମରେ କରି ଦେଖାଇ ଦେବା ମୋର ଏକମାତ୍ର ଲକ୍ଷ୍ୟ।ପାଠରେ ବି ମୂର୍ଖ ନୁହେଁ।ଲାଇଫ୍ ସାଇନ୍ସର ସ୍ନାତକତ୍ତୋର ।


ନକଲିଆ ଆଈ ଅଜା ମାନେ କୁହନ୍ତି ହଇଲୋ କେଉଁ ପୁଅ ତୋତେ ଘରଣୀ କରିବାକୁ ମଙ୍ଗିବ?କେହି ତୋ ହାତ ଧରିବାକୁ ମଙ୍ଗିବେ ନାହିଁ ଲୋ କିନୁ।ତୋ ନାତ କିଏ ସହିବ ଲୋ ମା।ଏମିତିରେ ତ ପୋଡ଼ା ମୁହିଁ ଟା।ସେମିତି ଅଭିଆଡ଼ି ହୋଇ ବୁଢ଼ୀ ହେବୁ ଲୋ ରଇଥା।


ତୁମେ ଜାଣିଛ ବିପ୍ଳବ ମୋର ଗୋଟେ ଇତିହାସ ଅଛି।ଯାହା ଶୁଣିଲେ ମୋତେ ବାହା ହେବାର ଭୂତ ଆପେ ଆପେ ଉତୁରି ଯିବ ତୁମ ମୁଣ୍ଡରୁ।


ମୁଁ ଜଣେ ବଳତ୍କାର ହୋଇଥିବା ଝିଅ।


ବଳତ୍କାର "ଝଡ଼ ପରେ " ଜୀବନ ଖୁବ୍ ଅସହ୍ୟ ,ଅବ୍ୟକ୍ତ।ଖାଲି ଘୃଣା ଅଶ୍ରଦ୍ଧାକୁ ପ୍ରତି ମୁହୂର୍ତ୍ତରେ ପିଇ କେମିତି ବଞ୍ଚି ବାକୁ ହୁଏ ସେଇଟା ମୁଁ କହିବାକୁ ଅସମର୍ଥ।


ଓଃ ଏବେ ମୁଁ ଅନୁଭବ କରି ପାରୁଛି ମୋ ଦେହ ମନର ଯନ୍ତ୍ରଣା।ହଁ ଏଇ ତ ଦିଶି ଯାଉଛି--- ମୋ ଜେଜେଙ୍କ ଶୁଦ୍ଧିକ୍ରିୟା ପାଇଁ ଆମ ଘର କୁଣିଆଁରେ ଭର୍ତ୍ତୀ।ଏକାଦଶାହ ଦିନ।ବ୍ରାହ୍ମଣ ଭୋଜନ ତଥା ଆଖ ପାଖ ଗାଁର ସମସ୍ତ ଲୋକଙ୍କ ଖିଆ ପିଆ ସରିଲା।ଅଧିକ ଲୋକ ଓ ଧାଁ ଦଉଡ଼ ହେତୁ ଯିଏ ଯେଉଁଠି ପାଇଲେ ଶୋଇ ପଡିଲେ।କ୍ଲାନ୍ତ ଓ ଖଟଣୀ ବାଧା ସମସ୍ତଙ୍କୁ।ସମସ୍ତ ଶୋଉ ଶୋଉ ନିଘୋଡ଼ ନିଦରେ ଚେତାଶୁନ୍ୟ ହେଲା ପରି ପଡି ଗଲେ।


ଶୋଇବାକୁ କେଉଁଠି ଜାଗା ନ ପାଇ ମୁଁ ଷ୍ଟୋର ରୁମ୍ ଘରେ ପଡିଥିବା ପୁରୁଣା ଖଟ ଉପରେ ଶୋଇ ପଡ଼ିଲି।କ୍ଲାନ୍ତ ହେତୁ ଅଳ୍ପ ସମୟ ରେ ମୁଁ ଗାଢ଼ ନିଦରେ ହୋଇ ଗଲା।ରାତି ପାହିବାକୁ ଆହୁରି  କେତେ ସମୟ ବାକି ଥାଏ।ମୋତେ ସ୍ୱପ୍ନ ଦେଖିଲା ପରି ଲାଗିଲା।କେହି ଜଣେ ମୋ ପାଟି ଗାମୁଛାରେ ବାନ୍ଧି ଦେଉଛି।ତାପରେ ହାତ ଗୋଡ଼।ଆସ୍ତେ ଆସ୍ତେ ସେ ମଣିଷଟି ଚିରି ଦେଉଛି ମୋ ଫ୍ରକ।ଟାଣି ନେଉଛି ମୋ ପ୍ୟାଣ୍ଟ୍।ମୁଁ ଛାଟି ପିଟି ହେଲି ଯେତେବେଳେ ଅନୁଭବ କଲି ଏ ସ୍ୱପ୍ନ ନୁହେଁ।ମୋ ସହ ଏ ସତରେ ଘଟୁଛି।ଆଖି ଖୋଲି ଦେଖିଲି ସମ୍ପର୍କୀୟ ମଉସା ଯାହା ଝିଅ ମୋ ବୟସର ଜଣେ ରାକ୍ଷସ ପରି ଦିଶୁଛନ୍ତି।ମୁଁ ଯଥା ସମ୍ଭବ ଶକ୍ତି ଖଟାଇ ଡାକି ବାକୁ ଚେଷ୍ଟା କଲିମା,ବାପା..।

କିନ୍ତୁ ମୋ ପାଟି ହାତ ଗୋଡ଼ ବନ୍ଧା ହୋଇଥିଲା।ଗୋଡ଼ ଦିଟା ଖଟ ଗୋଡ଼ରେ ଗୋଡ଼ ଓ ହାତ ଦିଟା ଦୁଇ ବିପରୀତ ଝରକା ରେଲିଂ ରେ ବନ୍ଧାଥିଲା।ମୁଁ ମୋର ସମସ୍ତ ବଳ ଖଟେଇ ଡାକିବାକୁ ଚାହୁଁଥିଲି।କିନ୍ତୁ ପାରୁ ନଥାଏ।ମଉସା ଏପରି କାହିଁକି କରୁଛନ୍ତି ତା ବି ବୁଝି ପାରୁ ନଥାଏ।ମଉସା !ଓହୋ.. କଣ କଲେ ମୋ ସହ।କି ଯନ୍ତ୍ରଣା।ଯନ୍ତ୍ରଣା ଲୁହ ହୋଇ ତକିଆ ସମୂର୍ଣ୍ଣ ଓଦା କରିଦେଲାଣି।ଆଖି ପଟେ ରକ୍ତ ବି ବାହାରି ଆସିଲାଣି।ତାପରେ ମୋର କଣ ହୋଇଛି ମୁଁ ଜାଣିନି। 

 

ଚେତା ଆସିବାରୁ ମୁଁ ନିଜକୁ ମେଡ଼ିକାଲ୍ ରେ ଆବିଷ୍କାର କଲି।ମୋର ଗୁପ୍ତ ଅଙ୍ଗରେ ଅସହ୍ୟ ପୀଡା। ଦେହରେ କାମୁଡା ଆମ୍ପୁଡାର କ୍ଷତ।ଦେହ ସାରା ଖଣ୍ଡିଆ।ଦରଜରେ ଦେହ ହଲାଇ ହେଉ ନଥାଏ।ଥରେ ମାତ୍ର ଆଖି ଖୋଲି ମା ଆ ଆ କହି ପୁଣି ମୋର ଚେତା ଚାଲିଯାଇଥିଲା। ତିନି ମାସ ଜୀବନ ମରଣ ସହ ସଂଘର୍ଷ କରି ବଂଚିଗଲି।


ଦେହର କ୍ଷତ ଶୁଖିଗଲା।କିନ୍ତୁ ମନର କ୍ଷତ ଝଡ ରେ ମୋତେ ମୁକ କରିଦେଲା କିଛି ଦିନ।ଲୋକଙ୍କ ଅସହ୍ୟ ଘୃଣା ଅକଥ୍ୟ ମନ୍ତବ୍ୟ ଶୁଣି ଶୁଣି ମୁଁ ବଡ଼ ହେଲି।ସ୍କୁଲରେ ସାଙ୍ଗ ମାନେ ମୋତେ ଅଛୁଆଁ ପରି ବ୍ୟବହାର କଲେ।କେହି ମୋ ସହ ସାଙ୍ଗ ହେଲେ ନାହିଁ।ମୋ ଶିକ୍ଷକ ବି ମୋତେ କ୍ଲାସରେ ଦେଖିଲେ ନାକ ଟେକିଲେ।ଗୋଟିଏ ବେଞ୍ଚରେ ମୁଁ ଏକା ବସିଲି।


ଚାଲି ଗଲେ ଲୋକେ କହିଲେ ନ ମରି ଏଇଟା ଗାଁ କଳଙ୍କ ହୋଇ ବଂଚିଗଲା!!


ବନ୍ଧୁ ବାନ୍ଧବ କେହି ଘରକୁ ଆସିଲେ ନାହିଁ।ମୋର  ଆମ ଶ୍ରେଣୀର ପୁଅଟିଏ ସାଙ୍ଗ ଥିଲା।ସେ ବି ମୋ ସହ କଥା ହେବା ବନ୍ଧ କରିଦେଲା।କେତେ ଭଲ ପାଉଥିଲା ସେ।ତାର ମୁଁ କଣ କଲି ଯେ ସେ ବି ଅନ୍ୟ ମାନଙ୍କ ପରି ବ୍ୟବହାର କଲା!


ସଂସାରର ଭିଡ଼ ମଧ୍ୟରେ ଏକା ଏକ ନିଃସଙ୍ଗ ଜୀବନ ସହ ବନ୍ଧୁତା କଲି ମୁଁ।ସେ ସମୟ ମନେ ପଡିଲେ ମେଞ୍ଚାଏ ଦୁଃଖ ଅସହାୟତାତା ମୋତେ କଲବଲ କରନ୍ତି।ସମ୍ପୂର୍ଣ୍ଣ ଅନ୍ଧାର ଭିତରେ ମୁଁ ଏକା ଲଢେଇ କରୁଥିଲି ସାମାଜିକତା ଓ ମଣିଷ ମାନଙ୍କ ସହ।


ନିଷ୍ଠୁର ପ୍ରତିକୂଳ ପରିସ୍ଥିତି ମୋତେ ନୂଆ ଏକ ଜନ୍ମ ଦେଲା।ନିଜକୁ ପ୍ରସ୍ତୁତ କଲି ଲଢ଼ିବାକୁ ସାମାଜିକ ଦୃଷ୍ଟିଭଙ୍ଗୀ ସହ।ମନ କହୁଥିଲା ମୋର ମରିଯିବାକୁ। ହେଲେ ସାହସ ବାନ୍ଧିଲି।ଆଉ କେତୁଟା ବଳତ୍କାରୀ ଝିଅ ପରି ମୁଁ ଆତ୍ମହତ୍ୟା କରିବି ନାହିଁ।କି ମୁହଁ ଲୁଚାଇ ଘରେ କୋଣେ ବସି କାନ୍ଦିବି ନାହିଁ ।ମୁଁ ନିଜକୁ ପ୍ରବୋଧନା ଦେଲି,ବହୁତ ବୁଝାଇଲି।ଯେଉଁ କାର୍ଯ୍ୟରେ ମୋର ଦୋଷ ନାହିଁ ସେପରି ସ୍ଥଳେ କାହିଁକି ମୁଁ ନିଜ ସୁନ୍ଦର ଜୀବନ ଟି ନଷ୍ଟ କରିବି?ବରଂ ମୁଁ ଦୃଢ଼,ସଶକ୍ତ ହେବାକୁ ଚେଷ୍ଟା କଲି।ସଂକଳ୍ପ ନେଲି ମୁଁ ହାରି ଯିବିନି କିନ୍ତୁ ହରାଇବି।

ଷୋହଳ କି ସତର ବର୍ଷ ତଳେ ମୋତେ ଦୁଷ୍କର୍ମ କରାଯାଇଥିଲା ଏକଥା ସମସ୍ତେ ଭୁଲି ଯାଇ ଥାଇ ପାରନ୍ତି।କିନ୍ତୁ ମୁଁ ଭୁଲି ନାହିଁ,ନା ଭୁଲିବି ଏ ଶରୀର କେମିତି ଧ୍ୱଂସ ବିଧ୍ୱଂସ ହୋଇଥିଲା କଅଁଳ ବୟସରେ।ସେଇ ଦିନୁ ମୁଁ ସ୍ଥିର କରିଥିଲି ମୋ ଝିଅ ଆତ୍ମାକୁ ମୋ ଠାରୁ କାଢି ଫିଙ୍ଗି ଦେବି।ହୋଇଯିବି ଭିନ୍ନ।ବଦଳାଇ ଦେବି ଏ ସମାଜର ସମସ୍ତ ଧାରା।


ମୁଁ ଜାଣିନି ମୋ ନାମ କାହିଁକି ମୋ ବାପା ମା କ୍ରାନ୍ତି ରଖିଥିଲେ।ଭାବିଲି କିଛି ନ ହେଉ ପଛେ ଏ ନାଁ ଟିର ଯଥାର୍ଥ ପ୍ରତି ପାଦନ କରିବି।କରିଛି ବି।ମୁଁ କ୍ରାନ୍ତି,ଆଣିଛି କ୍ରାନ୍ତି।ଏଇଟା ଝିଅ କାମ,ଏଇଟା ପୁଅ କାମ ଏ ସଂଜ୍ଞା ବଦଳାଇ ଦେଇଛି।ମୁଁ ଝିଅ ଏବଂ ପୁଅ ଉଭୟଙ୍କ କାମ ସଫଳତାର ସହ କରି ପାରିଛି।


ଆଉ ତୁମେ ବିପ୍ଳବ !କଣ କହୁଛ ନା ମୋତେ ଭଲ ପାଅ?ଏ ପାଗାଳାମୀ ଛାଡି ଦିଅ।ମୁଁ ତୁମ ପରି ସଫା ହୃଦୟର ମଣିଷଙ୍କୁ ଅନ୍ଧାରରେ ରଖିବାକୁ ଚାହେଁନି।ମୁଁ ତୁମ ଜୀବନ ସାଥୀ ହେବାକୁ ସମ୍ପୂର୍ଣ୍ଣ ଅଯୋଗ୍ୟା।ମୋତେ ଜୀବନ ସାଥୀ କଲେ ବିଦ୍ରୁପ ଅଟ୍ଟାହାସ୍ୟ ର ପାତ୍ର ହେବ।ବଞ୍ଚିବା ମୁସ୍କିଲ କରିଦେବ ଏ ସମାଜ ତୁମର।ଆମେ ଖୁବ୍ ଭଲ ବନ୍ଧୁ ହୋଇ ରହିବା।ବୁଝିଲ ପାଟି...ମୋ ଭଳି ଝିଅ କଣ ଘର ସଂସାର କରି ପାରନ୍ତି!


"ବିପ୍ଲଵ" ମୋ ହାତ ଧରି ପକାଇ "କହିଲେ କ୍ରାନ୍ତି ମୁଁ କଣ ତୁମ ପସନ୍ଦ ନୁହେଁ?ଯଦି ନୁହେଁ କହିଦିଅ ଚାଲି ଯିବି।କିନ୍ତୁ ତୁମେ କଣ ମୋତେ କହି ସଫେଇ ଦିଅନି।କୋଟିଏ ଯୁଗରେ ତୁମ ପରି ଗୋଟିଏ ଝିଅ ଜନ୍ମ ନିଅନ୍ତି।ତୁମେ ନାରୀ ଜାତିର "ମଶାଲ୍"।ବିଜ୍ଞାନ ବିପ୍ଳବ ଓ କ୍ରାନ୍ତି ମିଶିଗଲେ ନୂଆ ଯୁଗଟିଏ ଆରମ୍ଭ ହୋଇଯିବ ଆପେ।ମୋତେ ନିରାଶ କରନି,କ୍ରାନ୍ତି।


କ୍ରାନ୍ତି ଝଡରେ ଭାଙ୍ଗି ପଡିଥିବା ମନକୁ ସାଉଁଟି ଅଣ୍ଟିରେ ପୁରାଇ ଯାଉଥିଲା ବିଜ୍ଞାନ ବିପ୍ଳବଙ୍କର ଜୀବନ ସାଥୀ ହୋଇ।ଲୋକ ମାନେ ଟେରା ହୋଇ ଅନେଇଁ କୁହା କୁହିଁ ହେଉଥିଲେ ଈଶ୍ୱର ରାଜା ଛୁଆ ପରି ରୂପର,ଗୁଣର ବରଟିଏ ପୋଡ଼ା ମୁହିଁ, ଉଦଣ୍ଡି ,ଚଣ୍ଡି ପାଇଁ ରଖିଥିଲେ ତ.......




Rate this content
Log in

Similar oriya story from Inspirational