ଜେନେରାଲ ବଗି
ଜେନେରାଲ ବଗି
ରେଲୱେ ଷ୍ଟେସନ ମାଷ୍ଟର ପାଇଁ ସମ୍ବାଦ ଖବର କାଗଜରେ ବିଜ୍ଞପ୍ତି ହେଲା। ଏହାର ପୋଷ୍ଟ ସଂଖ୍ୟା ଏତେ ପରିମାଣରେ ଥିଲା ଯେ ଯେ'କେହି ବି ପାଇବା ସ୍ଵାଭାବିକ ଏଣୁ ମାଲିକ ଶ୍ରୀଧର ମହାନ୍ତି ମୋରି ନାମରେ ଆବେଦନ କରିଦେଲେ। ମାଲିକ ଶ୍ରୀଧର ମହାନ୍ତି ମୋର ଅତି ଆପଣାର ନ ହେଲେ ବି ଆପଣାର ଅଟନ୍ତି କାରଣ ତାଙ୍କରି ଯୋଗୁଁ ହିଁ ମୋର ରୋଜଗାର ଆଗକୁ ବଢ଼ୁଛି ଆଉ ଘର ଚଳେଇବାରେ ପୂରା ସକ୍ଷମ ହୋଇ ପାରିଛି।
ମୋତେ ମୋର ମାଲିକ ସେଦିନ କାହିଲେ,"ରୀତେଶ ! ଏହିଁ ଜି.କେ ବହିଟି ନିଅ ଓ ମନଦେଇ ପଢ। ଆଗକୁ ତୋର ପରୀକ୍ଷା ଆସୁଛି। ମୁଁ କୌଣସି କିଛି ବି ବୁଝି ପାରିଲି ନାହିଁ କେବଳ ବଲବଲ କରି ଅନେଇଲି ତ ସେ କହିଲେ,"ରୀତେଶ ! ରେଲୱେ ଷ୍ଟେସନ ମାଷ୍ଟର ପାଇଁ ତୋରି ନାମରେ ଆବେଦନ କରି ଦେଇଛି। ତୋତେ ପରୀକ୍ଷା ଦେବାକୁ ହେବ। ମୋର ଆଶା ଓ ବିଶ୍ୱାସ କି ତୁ ନିଶ୍ଚୟ ସଫଳତା ଲାଭ କରିବୁ।" ମୁଁ ମନ ମଧ୍ୟରେ କୋଟି ପ୍ରଣାମ କଲି ଓ ମୁଣ୍ଡ ଟୁଙ୍ଗାରି ସମ୍ମତି ଜଣେଇ ଜି.କେ ବହିଟି ଧରିଲି। ମୋର ପାଠ ପଢ଼ିବା ଆରମ୍ଭ ହୋଇଗଲା। ପ୍ରାୟତଃ ତିନି ମାସ ପରେ ପରୀକ୍ଷା ଦେବାକୁ ଚିଠି ଆସିଗଲା। ପରୀକ୍ଷା ସେଣ୍ଟର ପଡ଼ିଥିଲା କଲିକତାରେ। ମୁଁ ସଜବାଜ ହୋଇ ହରିଚନ୍ଦନପୁର ପ୍ଲାଟଫର୍ମକୁ ଗଲି ଓ ଟିକେଟ କାଟି ଦ୍ବିତୀୟ ବଗିରେ ଚଢିଲି। ମୁଁ ଚଢ଼ୁଚଢୁ ସେଇ ଝିଅଟି ସାମ୍ନାକୁ ଆସିଗଲା ଆଉ ଠୁଙ୍ଗାରେ ମସଲା ମୁଢି ଧରାଇ ଦେଇ କହିଲା,"ଭାଇ ! କଲିକତା ଯାଉଛନ୍ତି ନିଶ୍ଚୟ ପରୀକ୍ଷାରେ ଯେମିତି ଭଲ ହିଁ କରିକି ଫେରିବ।" ମୁଁ ତାର କଥାଶୁଣି ଆଚମ୍ବିତ ହୋଇଗଲି। ଏ ଝିଅଟି ମୋର ବିଷୟରେ ଜାଣିଲା କେମିତି? ମୋର ଆଶ୍ଚର୍ଯ୍ୟ ହେବା ସେ ବୁଝିନେଲା ଆଉ କୌଣସି କିଛି ନ କହି ଜୋରରେ ଡଗଡ଼ଗ ହୋଇ ସେଠାରୁ ଚାଲିଗଲା।
ମୁଁ ଭୁବନେଶ୍ୱରରେ ଓହ୍ଲେଇ ପୁଣି ଅନ୍ୟ ଏକ ଟ୍ରେନ୍ ଧରିଲି। ମୁଁ ସେଇ ଜେନେରାଲ ବଗିରେ ହିଁ ଗଲି ଆଉ ଠିକଣା ସମୟରେ ପହଞ୍ଚିଲି। ଟ୍ରେନରୁ ଓହ୍ଲାଇ ଲଜ୍ ବୁକିଂ କରି ଖାଦ୍ୟ ଖାଇ ପଢ଼ିବା ଆରମ୍ଭ କରିଲି। କଠିନ ପରିଶ୍ରମ ତ ଆଗରୁ କରିଥିଲି। ଏବେ କ୍ଳାନ୍ତ ଅନୁଭବ କାରଣରୁ ଗାଢ଼ ନିଦ୍ରାରେ ଶୋଇଗଲି। ରାତି ପାହି ସକାଳ ହେଲା। ମୁଁ ନିତ୍ୟକର୍ମ ସାରି ପରୀକ୍ଷା କେନ୍ଦ୍ରରେ ପହଞ୍ଚିଗଲି ଓ ସ୍ଥାନ ଅଧିକାର କରିନେଲି। ପରୀକ୍ଷା ଆରମ୍ଭ ହୋଇ ସରିଗଲା ମୁଁ ଫେରିଲି ପୁଣି ଲଜକୁ ଆଉ ରାତ୍ରିର ବିଶ୍ରାମ ପରେ ସକାଳୁ ସେଇ ଟ୍ରେନର ହିଁ ଚଢ଼ିକି ଫେରିଲି। ସାଧାରଣ ବଗିରେ ଯିବା ମୋର ଭାରି ସଉକ ତ ବଡ଼ ଖୁସିରେ ଥିଲି। ବଡ଼ ଆଶ୍ଚର୍ଯ୍ୟ କଥା ଏହିକି ସେଇ ଝିଅଟି ମଧ୍ୟ ସେଇ ଜେନେରାଲ ବଗିରେ ଥିଲା। ମୋତେ ଖୋଜିଖୋଜି ପାଖକୁ ଆସି କହିଲା,"ଭାଇ ! ଏଇ ନିଅନ୍ତୁ ମସଲା ମୁଢ଼ି। ଖାସ ତୁମରି ପାଇଁ।" ମୁଁ ତାର ମସଲା ମୁଢିକୁ ଧରି ଖାଇଲି। ସେ ଗପିବା ଆରମ୍ଭ କଲା,'ଭାଇ ! ପରୀକ୍ଷା କେମିତି ହୋଇଛି?" ମୁଁ ମସଲା ମୁଢ଼ି ଖାଉଖାଉ କହିଲି,"ଭଉଣୀ ! ମାଆ ତାରିଣୀଙ୍କ ଅପାର କୃପା ଓ କରୁଣରୁ ଭଲ ହୋଇଛି। ତେବେ ଈଶ୍ବରଙ୍କ ଇଛା ଆଗକୁ ଦେଖାଯାଉ କ'ଣ ହେଉଛି?" ସେ ମଧ୍ୟ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଦୁଇ ହାତ ଯୋଡ଼ିଦେଲା ଆଉ ମୋର ପାଖରୁ ଚାଲିଗଲା। ସେଇ ଝିଅଟି ପ୍ରତି ମୋ ମନରେ ଏକ ପ୍ରକାର ମୋହ ସୃଷ୍ଟି ହୋଇଗଲା। ଇଛା ହେଉଥିଲା ପ୍ରଶ୍ନ ପଚାରି ତାଙ୍କ ଘରର ହାଲଚାଲ ବୁଝିନେବି କିନ୍ତୁ ମୋର ପ୍ରତି ଜେନେରାଲ ବଗିରେ ହେଉଥିବା ଅଘଟଣକୁ ଆଖି ଆଗରେ ରଖି କିଛି ବି ନ କହି ନୀରବ ରହିଲି।
ଦେଖୁଦେଖୁ ଭୁବନେଶ୍ବର ପହଞ୍ଚିଗଲି ଓ ପ୍ଲାଟଫର୍ମରେ ଓହ୍ଲାଇଲି। ସେତେ ବେଳକୁ ଆମ ହରିଚନ୍ଦନପୁର ଅଭିମୁଖେ ଆସୁଥିବା ଟ୍ରେନଟି ଅନେକ ସମୟରୁ ଛାଡ଼ି ଦେଇଥିଲା। ମୁଁ ଭୁବନେଶ୍ବରରେ ବାପାଙ୍କ ପାଖକୁ ଚାଲିଗଲି ଆଉ ରାତ୍ରି ଯାପାନ ପରେ ଗାଁ'କୁ ଫେରି ଆସିଲି।
ମୋର ଜେନେରାଲ ବଗି ପ୍ରତି ଅହେତୁକ ଦୁର୍ବଳତା କାରଣ ଅଳ୍ପ ଅର୍ଥ ଖର୍ଚ୍ଚରେ ଚଳିଯିବା ଉଚିତ୍ ମଣିଥାଏ। ମୋର ସୌଭାଗ୍ୟ ଏହିକି ଯେ ମୁଁ ନିଜର ଭବିଷ୍ୟତ ଏହି ଜେନେରାଲ ବଗିରୁ ହିଁ ଆରମ୍ଭ କରିଛି। ଦୁଃଖ ପରେ ଅନନ୍ତ ସୁଖକୁ ହାତେଇଛି। ଈଶ୍ୱରଙ୍କୁ ଅନେକ ଅନେକ ଶୁଭେଚ୍ଛା କି ତାଙ୍କର ଇଚ୍ଛା ଓ ଆଶାରେ ମୋର ଦୀର୍ଘ ଭବିଷ୍ୟତ ଗଠନରେ ସହାୟକ ହୋଇ ପାରିଛି। ମୁଁ ଗାଁ'କୁ ଆସି ନିଜର କର୍ତ୍ତବ୍ୟ କରିବା ଆରମ୍ଭ କରିଦେଲି। ମାଲିକ ସହ ମୋର ଦେଖା ହେବାକ୍ଷଣି କହିଲେ,"ରହନ ! ଟ୍ରେନ ଯାତ୍ରା ସଫଳ ହେଲା ତ?" ମୁଁ ତାଙ୍କୁ ବଲବଲ କରି ଅନେଇଲି। ମାଲିକ ମହୋଦୟ ଏମିତି ପ୍ରଶ୍ନ କରିବାର କାରଣ କ'ଣ ହୋଇପାରେ? ନିଜକୁ ସଞ୍ଜତ କଲି କୌଣସି କିଛି ଉତ୍ତର ନ ଦେଇ ନୀରବ ରହିଲି।
ଦେଖୁଦେଖୁ ଚାରିମାସ ହୋଇଗଲା। ଦିନେ ପୋଷ୍ଟ ପିଅନ ଚିଠିଟିଏ ବଢାଇ ଦେଇ ଚାଲିଗଲା। ମୁଁ ଚିଠିଟି ଖୋଲି ପଢ଼ିଲି ତ ନିଜକୁ ବିଶ୍ଵାସ କରି ପାରିଲି ନାହିଁ। ଚିଠିଟି ଧରି ଦୌଡିଲି ମାଲିକଙ୍କ ପାଖକୁ ଆଉ ଦେଖାଇଲି ତ ମାଲିକ ମୋର ମୁଣ୍ଡ ଆଉଁସି କହିଲେ,"ରହନ ! ସମୟକୁ ଅପେକ୍ଷା କର ଆଉ ନିଜ ଚାକିରୀରେ ଯୋଗ ଦେଇ ଭବିଷ୍ୟତ ଗଠନ କର।" ମୁଁ ମାଲିକଙ୍କ ଗୋଡ଼ ଧରି ପ୍ରଣାମ କଲି। ତାଙ୍କ ଆଖିରେ ଆନନ୍ଦର ଲୁହ। ସେ ମୋତେ କୁଣ୍ଢାଇ ମୁଣ୍ଡ ଆଉଁସି ଦେଲେ। ମୁଁ ଜେନେରାଲ ବଗିକୁ କୋଟିଏ ପ୍ରଣାମ କଲି କାରଣ ସେହି ବଗିରେ ହିଁ ମୋର ସଫଳତା ଦିନକୁ ଦିନ ହାତକୁ ଆସୁଛି।
