STORYMIRROR

Sunanda Mohanty

Abstract Drama Thriller

4  

Sunanda Mohanty

Abstract Drama Thriller

ଜେଜେମା ଓ ସାଇବାବା

ଜେଜେମା ଓ ସାଇବାବା

2 mins
324


   ଶିବୁ ସେଦିନ ଦଉଡ଼ି ଦଉଡ଼ି ଆସି ମାଆଙ୍କୁ କହିଲା ସତ୍ୟସାଇ ତାକୁ ଚାହିଁ ହସୁଛନ୍ତି । ମାଆ ବୁଝେଇଦେଲେ ଯେ ସତ୍ୟସାଇଙ୍କ ସେହି ବିରାଟ ହସୁଥିବା ଫୋଟୋଟିକୁ ଯିଏ ବି ଦେଖିବ ତାଙ୍କୁ ସେହିଭଳି ଅନୁଭବ ହେବ। ବଡ ବଡ ସହର ଭିତରକୁ ପଶିବା ପୂର୍ବରୁ ବା ସହର ଭିତରେ ଲାଗିଥିବା ଓଡ଼ିଆ ବା ହିନ୍ଦି ବା ଅନ୍ୟଭାଷାଭାଷି ବିଜ୍ଞାପନରେ ଥିବା ସିନେତାରକା ମାନଙ୍କୁ ଯିଏ ବି ଚାହିଁବ ତାଙ୍କୁ ଚାହିଁଲା ଭଳି ଲାଗିବ ଶିବୁ। ଏକଥା ସବୁ କହି ମାଆ ଶିବୁକୁ ବୁଝାଇବା ବେଳେ ଶିବୁ ବୁଝୁନଥିଲା ଫୋଟୋଗ୍ରାଫିର କଳା କୌଶଳ, କହିଥିଲା ସାଇବାବାଙ୍କ ହାତ ଲମ୍ବି ଆସି ତାକୁ ଆଶୀର୍ବାଦ ଦେଉଛନ୍ତି। ମାଆ ହସି ହସି କହୁଥିଲେ ହଉ ହଉ ମୋ ପୁଅକୁ ସାଇବାବା କାହିଁକି, ସବୁ ଠାକୁର ଠାକୁରାଣୀ ଆଶୀର୍ବାଦ ଦିଅନ୍ତୁ ଭଲ ମଣିଷ ହେବାକୁ। ଶିବୁକୁ ଜେଜେମା କହୁଥିଲେ ଆରେ ମଣିଷ ଦିଅଁ କି ଆଶୀର୍ବାଦ ଦେବେ ଆ ଠାକୁର ଘରକୁ ମୁଣ୍ଡିଆ ମାରିବୁ। ସବୁ ଠାକୁର ଠାକୁରାଣୀ ମୋ ଶିବୁନାକୁ କେତେ ଆଶୀର୍ବାଦ ଦେବେ। ଶିବୁ ବୁଝିପାରୁନଥିଲା ତା କଥାକୁ କାହିଁକି ମାଆ ଓ ଜେଜେମା ବୁଝି ପାରୁନାହାନ୍ତି।

  ବାପା ଅଫିସ ରୁ ଫେରି ଶିବୁ କଥା ଶୁଣି ସତ ନମଣିଲେ ମଧ୍ଯ କହିଲେ ହଉ ବାବାଙ୍କ ଆଶୀର୍ବାଦ ତୋ ମୁଣ୍ଡରେ ଏମିତି ଥାଉ। କେମିତି ବୁଝେଇବ ବାପାଙ୍କୁ ଶିବୁ ଯେ, ସାତ୍ୟସାଇବାବାଙ୍କ ଫଟୋରୁ ଜୀବନ୍ତ ହାତ ଆସି ତା ମୁଣ୍ଡ ଛୁଇଁ ତାକୁ ଆଶୀର୍ବାଦ ଦେଉଛନ୍ତି। ପୁଣି ଥରେ ନୁହେଁ ଅନେକ ଥର । କେହି ତା କଥାକୁ ସତ ମଣୁନଥିଲେ ତ ଅଭିମାନରେ ଶୋଇଗଲା ସେଦିନ ଶିବୁ ଚଞ୍ଚଳ ଖାଇ ପିଇ।

   ସକାଳୁ ସକାଳୁ ଉଠି କହିଲା ବାପା ମାଆ ଜେଜେମା ଶୁଣ ମୁଁ ସପ୍ତମ ଶ୍ରେଣୀ ବୃତ୍ତି ପରୀକ୍ଷାରେ ଆମ ସର୍କଲରେ ଫାଷ୍ଟ ହୋଇଛି। ସମସ୍ତେ ହସିଲେ, କହିଲେ ତୁ କେମିତି ଜାଣିଲୁ?? ଶିବୁ କହିଥିଲା ସାଇବାବା ମତେ କହିଲେ। ସମସ୍ତେ ପୁଣି ହସିଲେ ହେଲେ ସତକୁ ସତ, ସେଦିନ ଫଳ ପ୍ରକାଶ ପାଇଲା ଓ ଶିବୁ ହିଁ ସର୍ବୋଚ୍ଚ ନମ୍ବର ରଖି "ଏନ ଆର ଟି ଏସ"ପରୀକ୍ଷାରେ ଜିଲ୍ଲାରେ ଫାଷ୍ଟ ହୋଇଥିଲା। ଜେଜେମା ଦୌଡିଯାଇ ଡ୍ରଇଂ ରୁମର ସାତ୍ୟସାଇଙ୍କ ଫଟୋଟି ଆଣି ଠାକୁର ଘରେ ସ୍ଥାପନ କରୁଥିବାର ଦୃଶ୍ୟରେ ଘରର ସବୁ ଲୋକ ଖୁସି ହୋଇଥିଲେ। ଶିବୁ ପଥମେ ସାଇବାବାଙ୍କୁ ପ୍ରଣିପାତ କରି ତାପରେ ଜେଜେମା ବାପା ଓ ମାଆ ଙ୍କ ପାଦ ଛୁଇଁ ସ୍କୁଲକୁ ଚାଲିଥିଲା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract