STORYMIRROR

Sunanda Mohanty

Abstract Action Thriller

3  

Sunanda Mohanty

Abstract Action Thriller

ଜେଜେ ନାତୁଣୀଙ୍କ ରଙ୍ଗ ସୁଆଙ୍ଗ

ଜେଜେ ନାତୁଣୀଙ୍କ ରଙ୍ଗ ସୁଆଙ୍ଗ

2 mins
193

  ସେଦିନ ପାର୍କର ଦୁଇ ବେଞ୍ଚରେ ବସିଥିବା ଜଣେ ଯୁବତୀ ଓ ଜଣେ ବୃଦ୍ଧଙ୍କ ଆଚରଣ ଭାରି ଅଶ୍ଳୀଳ ମନେ ହେଲା ସମସ୍ତଙ୍କୁ ତ ସମସ୍ତେ ପ୍ରଶ୍ନବାଣରେ ଜର୍ଜ୍ଜରିତ କରିପକାଇଲେ ଯୁବତୀଟିକୁ। ଯୁବତୀ ଜଣକ ଠିକଠାକ ଉତ୍ତର ଦେବା ପରିବର୍ତ୍ତେ ସମସ୍ତଙ୍କୁ ମୁହେଁ ମୁହେଁ ଜବାବ ଦେବା ସହ ମୋର ଯାହା ଇଚ୍ଛା ହେଲା ମୁଁ ତାହା କରିବି କହିବା ସହ ବୃଦ୍ଧଙ୍କୁ ଚୁମ୍ବନ ପରେ ଚୁମ୍ବନ ଦେଇ ଚାଲିବା କଥାଟାକୁ ଅନ୍ୟ ମାନେ ନାପସନ୍ଦ କରିବା ସହ ବୃଦ୍ଧଙ୍କୁ ଯା ଇଚ୍ଛା ତା ଗାଳି ଦେବା ସହ ଯୁବତୀର ଉନ୍ମାଦ ପୂର୍ଣ୍ଣ ବ୍ୟବହାରର ପରିଣତି ସ୍ବରୂପ ପାର୍କରେ ଥିବା ପ୍ରାୟ ସମସ୍ତେ, ବୃଦ୍ଧ ଓ ଯୁବତୀ ଦୁହିଁଙ୍କୁ ପିଟିବାକୁ ଲାଗିଲେ। ଏଭଳି ଅଭାବନୀୟ ଘଟଣା ବେଶ କିଛି ସମୟ ଯାଏଁ ଚାଲିବା ପରେ ବି ଯୁବତୀ ଜଣଙ୍କ ନଛୋଡ ବନ୍ଧା।

ଛି ଛାକର ପୂର୍ଣ୍ଣ ମନ୍ତବ୍ୟ ଭିତରେ ଜଣେ ପ୍ରୌଢ଼ ପହଞ୍ଚି ବୃଦ୍ଧ ତାଙ୍କ ପିତା ଓ ଯୁବତୀ ଜଣଙ୍କ ତାଙ୍କ କନ୍ୟା କହିବାରେ ସମସ୍ତେ ସ୍ତବ୍ଧ ହୋଇଗଲା ବେଳେ ପ୍ରୌଢ଼ ସୌମ୍ୟକାନ୍ତ କହିଥିଲେ କି ଦୁର୍ଘଟଣା ପରେ ପରେ ବାପାଙ୍କର ଆଉ କିଛି ମନେ ପଡୁନି ତ ତାଙ୍କୁ ସବୁକିଛି ମନେ ପକାଇଦେବା ପାଇଁ ତାଙ୍କ ଗେଲ୍ହୀ ନାତୁଣୀ ପ୍ରୟାସ ଜାରି ରଖି ଆଜି ସମସ୍ତଙ୍କର ବାରଣ ସତ୍ତ୍ୱେ ପାର୍କ ନେଇ ଆସିଥିଲା । ଫେରିବା ବିଳମ୍ବ ଦେଖି ମୁଁ ଆସି ଦେଖୁଛି ଏ ଅଭାନୀୟ ପରିସ୍ଥିତି, ମୋ ଝିଅ ଜେଜେଙ୍କ ସହ ଅତିମାତ୍ରାରେ ମିଳାମିଶାକୁ ଭୁଲ ବୁଝି ଆପଣ ମାନେ ମୋ ବାପା ଓ ଝିଅକୁ ଖାଲି ଦୁର୍ବ୍ୟବହାର କରିନାହାନ୍ତି ବରଂ ହାତ ଉଠେଇ ପିଟିଛନ୍ତି, ମୁଁ ବର୍ତ୍ତମାନ ପୋଲିସ ଡାକୁଛି।

ହଠାତ୍ ବୃଦ୍ଧ ଉଠି ଠିଆହେଲେ ପୋଲିସ ଡାକିବାକୁ ବାରଣ କଲେ ନାତୁଣୀର ଭୁଲକୁ କ୍ଷମା କରିବାକୁ ଯୋଡ ହସ୍ତରେ ସମସ୍ତଙ୍କୁ ଭୁଲ ମାଗୁଥିଲେ, ବାପାଙ୍କର ସବୁକଥା ମନେ ପଡ଼ିଯିବାର ଦେଖି ପ୍ରୌଢ଼ ସୌମ୍ୟକାନ୍ତ ଖୁସି ହୋଇ ବାପା ଓ ଝିଅଙ୍କୁ ଧରି ଫେରିଯିବା ପୂର୍ବରୁ ପୋଲିସ ପହଞ୍ଚି ସାରିଥିଲା । ସେଇଦିନଠୁ ପୋଲିସର ଡିଉଟି ପାର୍କରେ ଲାଗିରହିିବାରୁ ଏବେ ପାର୍କ ଖାଲି ଖାଲି ଲାଗୁଥିଲା ଜେଜେ ନାତୁଣୀଙ୍କ ବସିଥିବା ସେହି ଚେୟାର ଦୁଇଟି ଶୂନ୍ୟ ପଡ଼ିରହି ପାର୍କର ଖାଲି ଖାଲି ପରିବେଶକୁ ଆହୁରି ନିର୍ଜନ କରି ତୋଳୁଥିଲା ପାର୍କ ପରିବେଶ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract