Satyabati Swain

Horror Tragedy

4  

Satyabati Swain

Horror Tragedy

ଜଡି ବୁଟି

ଜଡି ବୁଟି

6 mins
164



ସମସ୍ତେ ବୁଝାଉଥାନ୍ତି ମୋତେ ବ୍ୟସ୍ତ ହଅନା ମା , ତୋ ଦୁଃଖର ରାତି ପାହି ଆସିଲାଣି।


ମୁଁ ଅଧିର ବିଭୋର ହୋଇ ସେଇ କଳା ରାତିର ଶେଷକୁ ଅପେକ୍ଷା କରିଥାଏ।


ଅପେକ୍ଷା ବିନା ଆଉ କିଛି ଚାରା ମୋର କଣ ଅଛି ଯେ।


ଅଖିଳ ଫୋନ୍ କରିଥିଲେ ଭାଉଜ "ଆମେ ଯାଉଛୁ"।


ଓଃ ତାଙ୍କ ଆସିବା ଅପେକ୍ଷା ଖୁବ୍ ପୀଡା ଦାୟକଥିଲା।


ମୁଁ ଆୟତରେ ନଥିଲି।ଉତ୍କଣ୍ଠା, ଉଦ୍ ବିଗ୍ନ ମୋତେ ମୋଠାରୁ ଛଡାଇ ନେଇଥିଲେ।ନିଜ ସତ୍ତା ଯେପରି ଭୁଲି ମୁଁ କେବଳ ଅପେକ୍ଷା କରିଥିଲି ସେ କେତେବେଳେ ଆସିବେ।


ସବୁ ଭୁଲ୍ ଭାଲ୍ କରି ଦେଉଥିଲି।ଚା ରେ ପତି ପରିବର୍ତ୍ତେ ହଳଦୀ ଗୁଣ୍ଡ,ଡାଲ୍ମାରେ ହଳଦୀ ଗୁଣ୍ଡ ବଦଳରେ ଚା ପତି ପକାଇ ଦେଉଥିଲି।କ୍ଷୀର ପୋଡି ସସପେନ୍ସ ଟା ପୋଡି ବି ଦେଲି। ମା କହୁଥିଲେ କଣ ହୋଇଛି କି ଆଭା ! ଆଜି ଏତେ ଅନ୍ୟ ମନସ୍କ?


ମା ଯେ ମୋ ଶାଶୁ ଓ ବାବା ଯିଏ ମୋର ଶଶୁର; ଏମାନେ ମୋ ଜନ୍ମିତ ବାବା ମା ଠାରୁ ଅଧିକ ସ୍ନେହ କରନ୍ତି।ମୋତେ ଆଶ୍ୱସନା ଦେଇ ମୋ ମୁଣ୍ଡ ସାଉଁଳେଇ କହୁଥାନ୍ତି ତୋ ଦୁଃଖର ଦିନ ଗଲା ଜାଣ ମା।ଏଣିକି ଈଶ୍ୱର ତୋତେ ସୁଖରେ ରଖିବେ।


ମୁଁ ଲାଜରା ହୋଇ ଯାଉଥିଲି।କହି ପାରୁ ନଥିଲି ମୋ ଅନ୍ୟମନସ୍କତାର କାରଣ।କେବଳ ଅପେକ୍ଷା ସେ କେତେବେଳେ ଆସିବେ।ମୋ ଅପେକ୍ଷାର ଗୋଟେ ଗୋଟେ ମିନିଟ କେତେ ଯୁଗ ଲାଗୁଥିଲା।ଖୁସିରେ ମୁଁ ମେଘ ସେପାଖକୁ ଭାବନାରେ ଉଡ଼ିଯାଉଥିଲି ।ଇନ୍ଦ୍ରଧନୁ ମୋ ମନ ହୃଦୟରେ ରଙ୍ଗ ନେସି ଦେଉଥିଲେ।


ଅଭ୍ୟସ୍ତ ହସ୍ତ ମୋର କାମ ସିନା କରୁଥିଲେ ମନ କିନ୍ତୁ କେବଳ ତାକୁ ହିଁ ଭାବୁଥିଲା।ଦୀର୍ଘ ପାଞ୍ଚ ବର୍ଷ ପରେ ତାଙ୍କ ସହ ଭେଟ ହେବାର ଅଛି।ପା...ଞ୍ଚ ବର୍ଷ। ଗୋଟେ ଯୁଗ ଭଳି ଲାଗୁଥିଲା।ଠିକ୍ ପାଞ୍ଚ ବର୍ଷ ତଳେ ମୁଁ ଏ ଘରକୁ ବୋହୁ ହୋଇ ଆସିଥିଲି ମିଷ୍ଟର ନିଖିଳଙ୍କ ଧର୍ମପତ୍ନୀ ଭାବେ।ବିବାହର ପନ୍ଦର ଦିନ ପରେ ସେ ଯାଇଛନ୍ତି ଯେ ଯାଇଛନ୍ତି ଫେରିବା ନାଁ ନ ନେଇ।


ପତି ସୁଖ ସୋହାଗ ଠିକ୍ ଭାବେ ବୁଝିବା ପୂର୍ବରୁ ନିଖିଳ ପରଦେଶୀ।ସେ ଗଲା ବେଳେ କେଜାଣି ମୋତେ କାଇଁ ଖୁବ୍ କାନ୍ଦ ଲାଗିଲା।ପନ୍ଦର ଦିନର ସମ୍ପର୍କ ଏତେ ଗାଢ଼ ଏମିତି ଉଛନ୍ନ ଭାଵ କରୁଥିଲା ମୋତେ ! କ୍ଷଣେ ମନ କହୁ ନଥିଲା ନିଖିଳ ମୋ ଆଗରୁ ଅନ୍ତର ହୁଅନ୍ତୁ। କାହିଁକି !


ଦେହଳିର ଖୁଜ୍ ବୁଜ୍ ଭାଵ ହୃଦୟର ମେଣ୍ଟି ନଥିବା ଶୋଷ ମୋତେ ଛଟପଟ କରି ଆଖିରେ ଲୁହ ହୋଇ ବହି ଆସୁଥିଲେ କୋହ ଫୁଟାଇ।ଦେହ ସୁଖ ଏତେ ମାନ୍ୟତା ରଖେ ! ଅବିବାହିତ ମନ ତ ଏମିତି ଉଚ୍ଚାଟ ହୋଇନି କେବେ! କେବେ ଅମାନିଆଁ ହୋଇନି ମନପକ୍ଷୀ! ବିବାହ ପରେ ଅନ୍ୟ ଏକ ସଙ୍ଗ ସୁଖ ପାଇଁ ଏତେ ବ୍ୟାକୁଳ,ଅଧିର ,ବିଭୋର କାହିଁକି ଯେ!


ମନକୁ ବୁଝାଇ ନିଖିଳଙ୍କୁ ବିଦାୟ ଦେଲି।ଗଲା ବେଳେ ସେ କହିଲେ ଫେରିବେ ଖୁବ୍ ଶୀଘ୍ର।


ସେଇ ଗଲେ ଯେ ଆଉ ଆସିବା ନାଁ ଧରିଲେନି।କିନ୍ତୁ କାହିଁକି!!!


ଏ କାହିଁକିର ଉତ୍ତର ଖୋଜୁ ଖୋଜୁ ଶାଶୁ ଶଶୁର, ମୋ ବାପା ମା ସମସ୍ତେ ଚିନ୍ତାରେ ପଡିଗଲେ।


ଶେଷରେ ଏଇ ନିର୍ଯ୍ୟାସରେ ପହଞ୍ଚିଲେ ଯେ କେହି ତାଙ୍କୁ "ଜଡି ବୁଟି "କରି ରଖିଛି। ନିକି ଏପରି ପୁଅ ନୁହେଁ।କେହିତ ତାଙ୍କୁ ମୋହନ ଶକ୍ତି ଦ୍ୱାରା ବାନ୍ଧି ରଖିଛି।ନଚେତ ନିଖିଳ ପରି ପୁଅ ଘର ନାଁ ଧରନ୍ତାନି !!


ଜଡି ବୁଟି !! ଏ କଥା ବିଶ୍ବାସ କରିବାକୁ ମୋ ମନ କହୁ ନଥିଲା।ଫୋନ୍ କଲେ ବି ଉଠାଉ ନଥିଲେ ସେ। ସତ କଣ ମିଛ କଣ ଜାଣିବା ପାଇଁ ମୋ ଦିଅର ଅଖିଳ କଲିକତା ଗଲେ। ସେଠି ଯାହା ଦେଖିଲେ ଅତି ଆଶ୍ଚର୍ଯ୍ୟ ହୋଇ ଗଲେ।ଜଣେ ଅଧା ବୟସ୍କା ବିଧବା ଯାହାର ତିନୋଟି ଝିଅ ତାଙ୍କରି ପାଲରେ ନିଖିଳ।


ସେଇ ବିଧବା ଘରେ ଭଡାରେ ଥିଲେ ନିଖିଳ।ଆକ୍ସିଡେଣ୍ଟ୍ ରେ ଘର ମାଲିକ ମରିଗଲା ପରେ ସେ ବିଧବା ଓ ତାର ତିନୋଟି ଝିଅକଥା ତଥା ଯାବତୀୟ ଭଲ ମନ୍ଦ ନିଖିଳ ହିଁ ବୁଝନ୍ତି।ସେ ବିଧବଟି ଗଦ ଶୁଂଘେଇ ରଖିଛି ନିଖିଳଙ୍କୁ।


ନିଖିଳଙ୍କ ବ୍ୟାଙ୍କ ଜବ୍ ,ସୁନ୍ଦର ସୁଠାମ ସତେଇଶି ବର୍ଷର ଯୁବକକୁ ନେଇ ଖୁବ୍ ଖେଳୁଛନ୍ତି ଘର ମାଲିକଙ୍କ ସ୍ତ୍ରୀ।ତାରି ମୋହରେ ନିଖିଳ ଘର ,ବାପା ମା,ଭାଇ ଭଉଣୀ ଓ ନବ ବିବାହିତ ସ୍ତ୍ରୀ କଥା ଭୁଲି ଯାଇଛନ୍ତି।ନିଖିଳ ଅଖିଳ ଙ୍କୁ ଦେଖି ଅପରାଧୀ ପରି ସଂକୋଚ ବୋଧ କଲେ।ସଫେଇ ଦେବାକୁ ଯାଇ କହିଲେ ଏସବୁ କିଛି ନୁହେଁ।ହଠାତ ସ୍ୱାମିଟି ହରେଇ ରୁବି ପାଗଳ ପ୍ରାୟ ହୋଇ ଯାଇଥିଲା।ତାଙ୍କରି ଘର ଉପର ମହଲାରେ ମୁଁ ଭଡାରେ ରହୁଥିଲି।ତିନୋଟି ପର ଲାଗି ନଥିବା ଝିଅ ଓ ଅଳ୍ପ ବୟସ୍କା ରୁବିକୁ ଟିକେ ସହାରା ହେଉ ହେଉ ଫସିଗଲି।ମୂକୁଳି ପାରୁନି ଏ ବନ୍ଧନରୁ।


ଭାଇ !ଘରେ ଯେଉଁ ବିବାହିତ ପତ୍ନୀ ସୋମାକୁ ଛାଡି ଆସିଛ ,ଭାବିଛ ତା କଥା କେବେ? ବିଚାରୀ ତୁମକୁ ଝୁରୁ ଝୁରି କଣ୍ଟା ଦୋହଲୁଛି।କେବେ ମନେ ପଡେନି ସେ ନିରୀହ ଝିଅଟି କଥା ?ତୁମର ଯଦି ସମାଜ ସେବା କରିବାର ଥିଲା, ଦରବୁଢ଼ୀକୁ ନେଇ ସର୍କସ କରିବାର ଥିଲା, ବା ଜନ୍ମ ନ କରି ତିନୋଟି ଝିଅର ବାପା ହେବାର ଥିଲା ତ ସୋମା ପରି ଗୋଟେ ଝିଅର ଜୀବନ ନଷ୍ଟ କରିବାର ଅଧିକାର ତୁମକୁ କିଏ ଦେଲା ?? କହିଲେ ଅଖିଳ।


ଦେଖେ ଅଖି ମୁଁ ବିବାହ କରି ଆସିଲା ପରେ ପରେ ଏସବୁ ଘଟିଛି।ମୁଁ ନିଜେ ଜାଣି ନାହିଁ କେମିତି ରୁବି ଫାଶରେ ପଡ଼ିଗଲି।ଶୁଣିଥିଲି ମହିଳା ମାନେ ଯୁବକଙ୍କୁ ମେଣ୍ଢା କରି ରଖନ୍ତି, ଖେଳନ୍ତି ତାଙ୍କ ସହ।ମୋ ଭାଗ୍ୟ କେମିତି ଦେଖ୍ ମୁଁ ନିଜେ ସେଇ ଶୁଣା ମେଣ୍ଢା ହୋଇ ଯାଇଛି।ଭାଇରେ ! ବାପା ମା, ସୋମା ତୁମେ ସମସ୍ତେ ଖୁ ମୋର ମନେ ପଡ ; କିନ୍ତୁ ମନସ୍ଥିର କରି ଘରକୁ ଯିବା ପାଇଁ ବାହାରିଲା ବେଳକୁ କେହି ଯେପରି ମୋ ଗୋଡ଼ ଟାଣି ଧରେ। ଆଉ ଯାଇ ପାରେନି।ତୁ ତ ଆସିଛୁ ମୋତେ ଯେମିତି ହେଲେ ଏ ନର୍କରୁ ଉଦ୍ଧାର କର ଭାଇ।


ନିଖିଳ କାନ୍ଦୁଥିଲେ।ଅଖିଳ ଫୋନ୍ କରି ସବୁ କଥା ଘରକୁ ଜଣାଇଁଲେ। ବାପା ମା ଗଲେ କେଉଁ ଗୁଣିଆଁ ପାଖକୁ । ସେ କଣ ଡକା ପାଣି ବସାଇଲା।ଯଦି ସତରେ ଜଡି ବୁଟି କେହି କରିଥିବ ଏ ଡକା ପାଣି ତାକୁ ଉଛନ୍ନ କରିବ ଆସିବାକୁ।


ସତରେ ଜଡିବୁଟି କିଛି ଅଛି !!


ମୁଁ ବିଶ୍ବାସ କରୁ ନଥିବା କଥା ସତ ହେବାକୁ ଯାଉଥିଲା।


ଅଖିଳ ଫୋନ୍ କରିଛନ୍ତି ସେ ନିଖିଳଙ୍କୁ ନେଇ ଆସୁଛନ୍ତି ଘରକୁ।ଖୁବ୍ ସାବଧାନ ସିଧା ଅଫିସ୍ ରୁ ନିଖିଳଙ୍କୁ ଆଣି ଆସିବାକୁ ଗୁଣିଆଁ କହିଛନ୍ତି।ଯେଉଁ ଘରେ ନିଖିଳ ରୁହନ୍ତି ସେଠିକୁ ଗଲେ ଆଉ ସେ ଆସି ପାରିବେ ନାହିଁ। ସେ ଘରେ କାଳେ ଔଷଧ ପୋତା ହୋଇଛି। ସେଇ ଔଷଧ ବଳରେ ଆତ୍ମୀୟ ସ୍ୱଜନଙ୍କର ବିସ୍ମରଣ ହେଉଛି ନିଖିଳ ଙ୍କର। ଆହୁରି ମଧ୍ୟ ଏ କଥାଏ ଟେର ଯେପରି ରୁବି ନ ପାଏ ଗୁଣିଆଁ ସତର୍କ କରି ଦେଇଛନ୍ତି।


ରୁବି ପ୍ରଥମେ ଅଖିଳଙ୍କୁ ଦେଖି କାବା ହୋଇଗଲା।ଉପର ମହଲାକୁ ଯେଉଁଠି ନିଖିଳ ରୁହନ୍ତି ଯିବା ଆସିବାରେ ଟିକେ ପାବନ୍ଧି ଲଗାଇଲା।କିନ୍ତୁ ଅସନ୍ତୁଷ୍ଟ ଭାଵ ତା ବ୍ୟବହାର ରେ ଝଲସି ଉଠୁଥିଲା। 


ରୁବି ଚୁପି ଚୁପି ନିଖିଳଙ୍କୁ କହିବାର ଶୁଭୁଥିଲା, ସେ କିଏ ?କାହିଁକି ଆସିଛନ୍ତି?ତାଙ୍କୁ ତୁରନ୍ତ ବିଦାକର।ନଚେତ ଭଲ ହେବନି ,କହୁଛି"।


ନିଖିଳ ବିରକ୍ତ ହୋଇ କହିଲେ ଓହୋ ରୁବି ସେ ମୋ ଭାଇ।କମ୍ପିଟେଟିଭ୍ ପରୀକ୍ଷା ଦେବାକୁ ଆସିଛି।ସରିଲେ ଚାଲିଯିବ।ତୁମେ ଏମିତି ହେବାର କଣ ଅଛି? ତୁମର କଣ ସେ ଅସୁବିଧା କରୁଛି କି?ମୋ ଘର ଲୋକେ ମୋ ପାଖକୁ ଆସିବାରେ ତୁମର ଏତେ ଆପତ୍ତି କାହିଁକି? ସବୁବେଳେ ତୁମ ଝିଅ, ତୁମ ସମସ୍ୟା କଥା ବୁଝୁଥିବି ନା କଣ ? ତୁମେ ଭୁଲି ଯାଉଛ ଯେ ମୋର ଗୋଟେ ପରିବାର ଅଛି।ପାଞ୍ଚ ବର୍ଷ ହେଲା ବାନ୍ଧି ରଖିଛ ଯେ ଦିନେ ଛାଡୁନ ମୋ ଘରକୁ।ତୁମକୁ ସାହାଯ୍ୟର ହାତ ବଢ଼େଇଲି କଣ ଯେ ତୁମେ ଗୋଟା ସୁଦ୍ଧା ମୋତେ ଗିଳିବାକୁ ବସିଲଣି !! ମୋତେ ମୋ ବାଟରେ ଛାଡିଦିଅ।

ବେଶୀ ମୁଣ୍ଡ ମୋ ଘର କଥାରେ ପୁରାଇବ ତ ତୁମ ଘର ଛାଡ଼ି ଅନ୍ୟତ୍ର ରହିବି।ପଇସା ଦେଲେ କଲିକତାରେ ଘର ଭଡା ଅଭାବ ଅଛି କି?


ଚୁପ୍ ହୋଇଗଲା ରୁବି ନିଖିଳଙ୍କ ଏପରି କଥା ଶୁଣି।ନିଖିଳଙ୍କ ଗଳାରେ ହାତ ଛନ୍ଦି ରୁବି କହିଲା ଓ ନିକି !ଏତେ ରାଗୁଛ କାହିଁକି?ତୁମ ଭାଇ ରୁହନ୍ତୁ ଯେତେ ଦିନ ଇଛା।କିନ୍ତୁ ମନେ ରଖ ଏଠୁ ଯିବା ନାଁ ଧରିବନି। ଏ ଘରୁ ତୁମେ ଚାହିଁଲେ ବି ଯାଇ ପାରିବନି,କହି ଦେଇଛି ହଁ।


ଏହାପରେ ନିଖିଳ କୁଆଡେ ସତ ସତିକା ମେଣ୍ଢା ହୋଇ କହିଲେ ନୋ ଡାର୍ଲିଂଗ ତୁମକୁ ଛାଡି ମୁଁ କୁଆଡେ ଯାଇ ପାରିବି !


ଏ କଥା ସବୁରି ଅଲକ୍ଷେ ଅଖିଳ ଦେଖି ତାଜୁବ ହୋଇ ଯାଉଥିଲେ।ସତରେ ରୁବି ମାୟାବିନୀ କୁହୁକିନୀ ମହିଳା।ତାକୁ ଛୁଇଁଲେ ନିଖିଳ ଭାଇ ପୁରା ମେଣ୍ଢା ହୋଇ ଯାଉଛନ୍ତି !


ଗୁଣିଆଁ ଏସବୁ ଶୁଣି ସାଵଧାନ କରାଇ ଦେଇଥିଲା ଅଖିଳଙ୍କୁ।ଅଖିଳ ଦୁଇ ଦିନ ରହିଲେ ସେଠି।ଖୁବ୍ ନିଜ ଲୋକ ପରି ରୁବି ଓ ତାଙ୍କ ଝିଅ ସହ ମିଶିଲେ।ଟିକେ ବି ସୁରାକ ଦେଲେନି ସେ ଅସନ୍ତୁଷ୍ଟ ବା ବିରୋଧ କରୁଛନ୍ତି ନିଖିଳଙ୍କୁ ବା ରୁବି ପରିବାରକୁ। ରୁବି ବୁଝିଗଲା ଯେ ଅଖିଳ କିଛି ମନ୍ଦ ଉଦ୍ଦେଶ୍ୟ ନେଇ ଆସି ନାହାନ୍ତି ବୋଲି।


ତିନି ଦିନ ବେଳକୁ ଅଫିସ ଗଲେ ନିଖିଳ ଓ ପରୀକ୍ଷା ଦେବାକୁ ଗଲେ ଅଖିଳ ଏଇ କଥା ଭାବିଲା ରୁବି।


ପ୍ରକୃତରେ କିନ୍ତୁ ଅଫିସ୍ ରୁ ଅଖିଳ ତାଙ୍କ ଭାଇ ନିଖିଳଙ୍କୁ ନେଇ ସିଧା ଦମ୍ ଦମ୍ ଏରୋଡ୍ରମ୍ ଫିଲଡ଼କୁ ଗଲେ।ସେଠୁ ଏଗାରଟାରେ ଆଗରୁ ଅନ୍ ଲାଇନ୍ ଟିକେଟ କରିଥିବା ଫ୍ଲାଇଟ୍ ରେ ଉଡାଣ ଭରିଲେ ଓଡିଶା।


ଗୁଣିଆଁ କହିବା ମତେ ନିଖିଳ ଆସିବା ମାତ୍ରେ ଗାଧୋଇ ପାଧୋଇ ଖାଇ ଶୋଇପଡିବେ।ଚିତ ହୋଇ ଶୋଇବେ। ତାଙ୍କ ଛାତି ଉପରେ ଗୋଟେ ଭାରି ପଥର ଲଦି ଦେବ ଏବଂ ଜଗି ବସିବ।କବାଟ ଝରକା ସବୁ ବନ୍ଦ କରି କେବଳ କବାଟ ଟିକେ ଖୋଲା ରଖିଥିବ।ଅନ୍ଧାର ଲାଗିବ ଯେପରି ଘର।ଦେଖିବ କିଛି ସମୟ ପରେ ଘରେ ଭିତରେ କେହି ଡାକିବାର ଶୁଭିବ ନିଖିଳ ପ୍ରଧାନ ଘରେ ଅଛ? ଏପରି ଦୁଇଥର ସେ ଡାକିବ।ଖୁବ୍ ହୁସିଆର ନିଖିଳ ଯେପରି କୌଣସି ଜବାବ ନ ଦିଏ। ତୁମେ ମାନେ କହିବ ନିଖିଳ ଫିଖିଳ କେହି ଏଠି ନାହାନ୍ତି। ତା ପରେ ଦେଖିବ ନିଖିଳ ଛାତି ପରେ ଲଦା ପଥର ଫାଟି ଦୁଇ ଫାଳ ହୋଇଯିବ।


ଏବଂ ତାପଠାରୁ ନିଖିଳ ଉପରେ ସବାର ହୋଇଥିବା ଜଟିବୁଟୁ ପ୍ରଭାବ ସମ୍ପୂର୍ଣ୍ଣ ଛାଡିଯିବ ଓ ସେ ଆଗର ନିଖିଳ ପରି ବ୍ୟବହାର କରିବ।ଏହା ପରେ ଆଉ ତାକୁ କଲିକତା ପଠାଇବ ନାହିଁ।କଲିକତା ରେ ତା ସହ ଯାହା ଘଟିଥିଲା ସବୁ ବିସ୍ମରଣ ହୋଇ ଯିବ ତାର।


ସତକୁ ସତ ଗୁଣିଆଙ୍କ କଥା ଅନୁସାରେ ସବୁ ଠିକ୍ ଠିକ୍ ଘଟିଲା। ଏବେ ନିଖିଳ ସମ୍ପୂର୍ଣ୍ଣ ଭଲ ମଣିଷ।ଖୁବ୍ ଭଲ ପାଉଛନ୍ତି ମୋତେ। ମୋ ମନରେ କିନ୍ତୁ କଷ୍ଟ ନିଖିଳ ଆଉ କେଉଁ ସ୍ତ୍ରୀ ପାଇଁ ମୋତେ ଅଣ ଦେଖା କରିଥିଲେ ବୋଲି।


ପଢୁଆ ମନ ମୋର ଏସବୁ ଅନ୍ଧ ବିଶ୍ୱାସକୁ ବିଶ୍ୱାସ କରୁ ନଥିଲା।


ସେଇଥିପାଇଁ ଏବେ ବି ମୋ ମନରେ ସନ୍ଦେହ ସତରେ କିଛି ଜଟି ବୁଟି ଅଛି କି !!






Rate this content
Log in

Similar oriya story from Horror