STORYMIRROR

Sunanda Mohanty

Abstract Inspirational

3  

Sunanda Mohanty

Abstract Inspirational

ଜବର ଖବର

ଜବର ଖବର

2 mins
222


  ଆମେ ଏଵେ ଯେମିତି ଡାଇନୋସର ନାମ ଶୁଣିଲେ କଳନା କରିବା କଷ୍ଟ ହେଉଛି । କେମିତି ଜୀବଟିଏ ହେଇଥିବ କେଜାଣି, ଖାଲି ପଢି ଜାଣି ଆକଳନ କରିବା କଥା । ସେମିତି ଯଦି ହାତୀ, ବାଘ, କୁମ୍ଭୀର ଭଳି ମାଂସାସୀ ପ୍ରାଣୀଙ୍କର ବିଲୋପ ହେବ ତ ନିହାତି ପରପିଢ଼ି ଅବିଶ୍ୱାସ ଆଖିରେ ଚାହିଁବେ, ବାଘ ଆମ ଜାତୀୟ ପଶୁ?? କେମିତି ସେ? ସେଇଥିପାଇଁ ସରକାରୀ ବ୍ୟାଘ୍ର ଗଣନା ଠୁ ଆରମ୍ଭକରି, ପ୍ରତିବର୍ଷ ଚିଲିକାରେ କେତେ ପକ୍ଷୀଙ୍କ ସମାଗମ ହୁଏ ବି ଗଣନା ହୁଏ ।ତା ପଛରେ କାରଣ ନିଶ୍ଚୟ ଯୁକ୍ତି ସଂଗତ କିନ୍ତୁ କେହି କେହି କେବେ ନା କେବେ ଭାବେ କାହିଁକି ଏସବୁ କରାଯାଉଛି?? ଆଉ କେହି କେହି ଜାଣିଥାଏ ଏହାର ମାର୍ମିକ ଚିନ୍ତାଧାରା ନିଶ୍ଚୟ ସୁଦୂର ପ୍ରସାରୀ l

  ଆଉ ମୁଁ ପ୍ରତିଦିନ ସକାଳୁ ସକାଳୁ ଚା କପର ବାମ୍ଫ ଭିତରେ ଖବର କାଗଜର ପୃଷ୍ଠା ଲେଉଟାଉଥାଏ ସଚେତନ ନାଗରିକ ହିସାବରେ । କେବେ କିଛି ଅଭିସନ୍ଧିମୂଳକ ତଥ୍ୟ ପାଇବା ଓ କିଛି ଚିନ୍ତାଧାରା ଭିତରେ ହମା ରଡି, ଛେଳିର ମେଁଏଁ, ଷଣ୍ଢର ରଡି, ମଇଁଷି, ଘୁଷୁରୀ ସାଙ୍ଗକୁ କୁକୁର ବିଲେଇ ମାଙ୍କଡ଼ଙ୍କର ଦୈନ୍ୟ ଦୁର୍ଗତି ଅବଲୋକନ କରି ପପର୍ଯ୍ୟାଲୋଚାନା କଲାବେଳେ ମୋର କାହିଁ ଏହି ଗୋରୁମାତାଙ୍କ ସ୍ଥିତି ଅବହେଳିତ ମନେ ହୁଏ । ଗୃହପାଳିତ ପଶୁ ହିସାବରେ ମଣିଷର କେତେ ଉପକାର କରୁଥିଲେ ବି ତା ପାଇଁ ଖାଦ୍ୟ,ଆଶ୍ରୟ ରୂପୀ ଗୁହାଳର ଅବସ୍ଥା ବଡ଼ ଦୟନୀୟ ମନେ ହୁଏ । ଏମିତିକି ତାର ସେବା ଶୁଶ୍ରୁଷା ଠିକ ଠାକ ଲାଗେନି ତ ଗୋମାତା ବୋଲାଉଥିବା ଗାଈ ବଳଦ ମାନଙ୍କର ପାଳନର ଅବକ୍ଷୟରେ ହତୋତ୍ସାହିତ ହୋଇ ମତେ ଲାଗେ ଏମାନେ ଅବହେଳିତର ଶୀକାରରେ ଲୋପ ପାଇଗଲେ । ହୁଏତ ଅଗାମି ବଂଶଧର ପୁଷ୍ଟିକର କ୍ଷୀର ଖାଇବାରୁ ବଞ୍ଚିତ ହେବେ , ତା ଛଡ଼ା ଗାଈର ଯତ୍ନ, ପାଳନ ସମ୍ବେଦନଶୀଳତା ଉପରେ ମଧ୍ୟ ଦୃଷ୍ଟି ଦିଏନା ମଣିଷ, ତ ବଂଶ ଲୋପ ପାଇବାକୁ କେତେ ବାକି !

   ହେଲେ ସେଦିନ ଖବର କାଗଜପୃଷ୍ଠା ଓଲଟାଉ ଓଲଟାଉ ଗୋମୂତ୍ରରୁ ସୁନାର ସନ୍ଧାନ ଶିରୋନାମାଟିରେ ଚମତ୍କୃତ ହେଲି । ଯାହେଉ, ଏହି ବାର୍ତ୍ତାର ପ୍ରଚାର ପ୍ରସାର ଯେ ନିହାତି ଜରୁରୀ ହୃଦୟଙ୍ଗମ କରୁ କରୁ ଗଉଡ଼ କ୍ଷୀର ନେଇ ଆସୁଥିଲା ତ ତାକୁ ଡାକି କହିବାକୁ ଲାଗିଲି , ଗାଈ ମାନଙ୍କ ଯତ୍ନ ନେଇ ଠିକଠାକ ପାଳନ ପୋଷଣ କରି ମୂତ୍ର ସଂଗ୍ରହ କରି ରଖିବାକୁ ପଡିବ । ସେସବୁ ବିକ୍ରିକରି ଦୁଇ ପଇସା ରୋଜଗାର କରିପାରିବ । ମୂତ୍ର କିଏ କିଣିବ ବାବୁ, ଆରେ ମୂତ୍ରରୁ ପରା ସୁନା ବାହାରିବ। ବିଜ୍ଞାନଗାରରେ ବିଶୋଧିତ ହେଲାପରେ, ତ ଯେଉଁ ଗାଈ ଯେତେ ସୁରକ୍ଷିତ ଅବସ୍ଥାରେ ରହିବ ତା ମୂତ୍ରରୁ ସେତେ ଅଧିକା ପରିମାଣର ସୁନା ରହିବା ସହ ବାହାର କରିବା ସହଜ ସୁଲଭ ହେବ ତେଣୁ ଗାଈର ମାନ ଅର୍ଥାତ ତା ରହିବା ଖାଇବା ଯତ୍ନ ଅନୁଯାଇ ମୂତ୍ରର ମୂଲ୍ୟ ନିର୍ଦ୍ଧାରଣ କରାଯିବ । ଏଇ ଦେଖୁନୁ, ସମାଜ ପଢେ ନେ, ତ ଗଉଡ଼ ହରି ଖୁସି ହୋଇ କହୁଥିଲା ଏଥର ଗାଈ ଗୁଡାଙ୍କୁ ଆଉ ବାହାରକୁ ଛାଡିବିନି, ଭଲସେ ଗୁହାଳ ବାଗେଇ ରଖି ମୂତ୍ର ସଂଗ୍ରହ କରିବି । କହି କହି ସେତ ଖୁସିରେ ଚାଲିଗଲା, ମୁଁ ବି ଖୁସି ହୋଇଗଲି ବିଚରା ଗାଈଗୁଡା ଦାଣ୍ଡରେ ଖରା ବର୍ଷା ଶୀତ କାକରରେ ନପଡ଼ି, ମଶା ଦାଉରୁ ରକ୍ଷା ପାଇବାକୁ ଜବର ଖବରଟିଏ ଏହା ନିଶ୍ଚୟ l


Rate this content
Log in

Similar oriya story from Abstract