Minakshi Samal

Abstract Romance Fantasy

3  

Minakshi Samal

Abstract Romance Fantasy

ଇଛାର ଦୁଇପାର୍ଶ୍ବ

ଇଛାର ଦୁଇପାର୍ଶ୍ବ

4 mins
256



ରାତି ପ୍ରାୟ ଦୁଇଟା ପାଖାପାଖି । ଅଫିସର କର୍ମକ୍ଲାନ୍ତ ଶରୀରକୁ ତାଜା କରିବାର ପ୍ରଥମ ପାଦ ହେଉଛି ଭଲକରି ଗୋଟିଏ ଗାଧୁଆ । ପରବର୍ତ୍ତୀ କାର୍ଯ୍ୟ ହେଲା ନିଜ ହାତରେ କଫି ବା ଚା' ଟିକେ ବନେଇ ବିସ୍କୁଟ ଦୁଇଟି ସହ ଲାପଟପ ସାମନାରେ ହାଜିର ହେଇଯିବା । ଆଉ ଯଦି ମନର ମଣିଷଟି ଅପରପାର୍ଶ୍ବରେ ଥାଏ ତେବେ ସମୟଟା କେମିତି ବ୍ୟତୀତ ହୋଇଯାଏ ଜଣାପଡେନା । ସେଇଯେ ରାତି ଆଠଟା ବେଳୁ ଦୁଇଜଣ ଆମନା ସାମନା ହୋଇ ବସିଛନ୍ତି ଯେ ବସିଛନ୍ତି । ଭୋକ ଶୋଷ କୁଆଡେ ଉଭାନ । ଆଜିକାଲି କିଏ ଏତେ କଷ୍ଟକରି ରୋଷେଇଘରେ ଗ୍ୟାସ ଲଗେଇ ଗରମରେ ରୋଷେଇ କରୁଛି । ସ୍ବିଗି କି ଜୋମାଟୋରେ ଖାଇବା ଅର୍ଡର କରିଦେଲେ କାମ ଶେଷ । ଯାହାହେଉ ଏଇଭଳି ଯୁବପିଢିଙ୍କ ପାଇଁ ତ ଅନ୍ୟ କେତେଜଣଙ୍କ ପାଇଁ ରୋଜଗାର ପନ୍ଥା ସୃଷ୍ଟି ହୋଇଛି ସ୍ବିଗି ଓ ଜୋମାଟୋ ଜରିଆରେ ।


ଚାଲ ଏଥରକ ଶୋଇପଡିବା । କାଲି ମୋର ଅଫିସରେ ପ୍ରେଜେଣ୍ଟେସନ ଅଛି । ଏବେ ଟିକେରେଷ୍ଟ ନେଇ ପୁଣି ସେସବୁ କାମ ସାରିବାକୁ ପଡିବ । ଓକେ । ବାୟ । ଗୁଡନାଇଟ୍ ସୁଇଟହାର୍ଟ । ଅପରପାର୍ଶ୍ବରେ ଫ୍ଲାଇଙ୍ଗ କିସ୍ ସହିତ ହାତ ହଲାଉଥିଲା ରିମିଲି ।


ଦୁଇମାସ ତଳେ ରିମିଲି ଓ ବୈଭବଙ୍କର ଏନଗେଜମେଣ୍ଟ ସେରିମନି ଅନୁଷ୍ଠିତ ହୋଇଥିଲା ଭୂବନେଶ୍ୱରର ଖୁବ ଏକ ନାମିଦାମୀ ହୋଟେଲରେ । ଦୁହିଁଙ୍କ ଜାତକ ଦେଖି ପୂଜାରୀ ନନା ଏପ୍ରିଲ ମାସର ୨୪ ତାରିଖକୁ ଭଲ ତିଥି ଥିବାରୁ ବିବାହର ଦିନ ଧାର୍ଯ୍ୟ କରିଥିଲେ ।ରିମିଲି ବାଙ୍ଗାଲୋର ଚାଲିଯାଇଥିଲା ଓ ବୈଭବ ହାଇଦରାବାଦ । ଶରୀର ଦୁଇଟି ସ୍ଥାନରେ ଥିଲେବି ମନଟା ଥିଲା ଗୋଟିଏ । ପ୍ରତ୍ୟେକ ମୁହୁର୍ତ୍ତରେ ଜଣେ ଅନ୍ୟଜଣକ ସାନ୍ନିଧ୍ୟ ଚାହିଁଲେ ଭିଡିଓ କଲ୍ ଥିଲା ଏକମାତ୍ର ମାଧ୍ୟମ ।


ଏପ୍ରିଲ ପନ୍ଦର ତାରିଖ ସୁଦ୍ଧା ଘରକୁ ଆସିଯିବାକୁ ଦୁହିଁଙ୍କ ମା' ବାପା ଏବଂ ପରିବାର ବର୍ଗଙ୍କ ପରାମର୍ଶ ଥିଲା । ସମ୍ମତି ଦେଇଥିଲେ ଦୁଇଜଣ ଏବଂ ନିଜ ନିଜର ଅଗ୍ରିମ ଫ୍ଲାଇଟ ଟିକେଟ ବୁକ୍ କରି ଦେଇଥିଲେ ।

 ବୈଭବ ସେଦିନ ଅଫିସ ପହଞ୍ଚିବା ସମୟରେ ଲିଫ୍ଟ ଭିତରେ ଦେଖାହେଲା ସହକର୍ମୀରମନ୍ ସାଙ୍ଗରେ । ସେମାନଙ୍କ ଟିମ ଲିଡର ଅମିତେଶଙ୍କ ନର୍ସିଂହୋମରେ ଭର୍ତ୍ତି ହେବାର ସୂଚନା ମିଳିଲା । ଛାତିରେ ଭୀଷଣ କଷ୍ଟ ଅନୁଭବ କରିବାରୁ ପୂର୍ବଦିନରାତି ପ୍ରାୟ ବାରଟା ସମୟରେ ଘରଲୋକେ ତାଙ୍କୁ ନର୍ସିଂହୋମରେ ଭର୍ତ୍ତି କରିଥିଲେ ।

ଦେଖୁ ଦେଖୁ ଗୋଟିଏ ସପ୍ତାହ ମଧ୍ୟରେ ଅନେକ ସହକର୍ମୀ ତଥା ଆଖପାଖ ଅଞ୍ଚଳରେରହୁଥିବା ଲୋକଙ୍କ ମଧ୍ୟରେ କରୋନା ଭୁତାଣୁର ଦ୍ବିତୀୟ ଲହରର ପ୍ରଭାବ ଅନୁଭୂତ ହେଲା । ସ୍ଥିତି ଅଚାନକ ଭୟଙ୍କର ହେବାକୁ ଲାଗିବାରୁରାଜ୍ୟ ସରକାରଙ୍କ ତରଫରୁରାଜ୍ୟବ୍ୟାପି ଲକଡାଉନ ଘୋଷଣା କରାଗଲା । ପ୍ରଥମ ଥର ଠାରୁ ଅଧିକ କ୍ରୁର ହୋଇଉଠିଥିଲା କରୋନା ଭୁତାଣୁ । ଦ୍ବିତୀୟ ଥର ନୂଆ ନୂଆ ପ୍ରକାରରେ ହନ୍ତସନ୍ତ କରିଦେଉଥିଲା ସଂକ୍ରମିତରୋଗୀଙ୍କୁ ।


ପ୍ରତିରାତିରେ ଭିଡିଓ କଲରେ ନିଜ ନିଜ ସ୍ଥାନର ପରିସ୍ଥିତି ବିଷୟରେ ଆଲୋଚନା କରୁଥିଲେ ରିମିଲି ଓ ବୈଭବ । ଦୁହେଁ ଦୁହିଁଙ୍କୁ ସାବଧାନ ହୋଇରହିବାର ପରାମର୍ଶ ଦେଉଥିଲେ ।

ମାର୍ଚ୍ଚ ମାସ ଚବିଶ ତାରିଖ । ଭୋରରୁ ବାଜି ଉଠିଲାରିମିଲିର ଫୋନ । ନିଦ ମଳମଳ ଆଖିରେ ଫୋନଟିକୁ ଉଠାଇ କଲ୍ରିସିଭ କଲା ସେ । ଜନ୍ମଦିନର ଶୁଭକାମନା କରୁଥିଲେ ବୈଭବ ଏକ ଫୁଲତୋଡା ସହିତ ।ରାତିରେ ଅଫିସ କାମରେ ବ୍ୟସ୍ତରହି ଭିଡିଓକଲ୍ କରିନପାରି ଥିବାରୁ ଦୁଃଖ ପ୍ରକାଶ କରିଥିଲେ । ସନ୍ଧ୍ୟା ସମୟରେ ରିମିଲିକୁ ତା'ର ଜନ୍ମଦିନର ଭର୍ଚୁଆଲ ସେଲିବ୍ରେସନର ନିମନ୍ତ୍ରଣ ଦେଇଥିଲେ ସେ ।


ପରେ ପରେ ଫୋନରେ ରିମିଲିର ପରିବାର ଲୋକେ ଜନ୍ମଦିନର ଶୁଭକାମନା ଜଣାଇଲେ । ମନଟା ଖୁସି ହୋଇଗଲା । ଆଉ ନିଦ ତ ଆସିଲାନି ତେଣୁ ବ୍ରଶ କରି କପେ ଚା'ବନେଇ ପେପର ପଢିବା ଠିକ ହେବ ବୋଲି ଭାବିନେଲା ସେ ।


ନିଜର ପ୍ଲାନ ଅନୁସାରେରାତି ସାତଟା ସମୟରେରିମିଲିର ଭରଚୁଆଲ୍ ଜନ୍ମଦିନ ପାଳନର ସମସ୍ତ ବ୍ୟବସ୍ଥା କରି ଲ୍ୟାପଟପ ଅନ କରି ସ୍କାଇପରେ ଅପେକ୍ଷା କରିରହିଲେ ବୈଭବ । ପାଞ୍ଚ,ଦଶ,କୋଡିଏ ମିନିଟ ପାର ହୋଇ ଅଧଘଣ୍ଟା ହେବାକୁ ବସିଥିଲା ।ରିମିଲିକୁ କଲ୍ କଲେ ଅସ୍ତବ୍ୟସ୍ତ ହୋଇ । କୌଣସି ଉତ୍ତର ନମିଳିବାରୁ ତା'ର ଫ୍ଲାଟ ଓନରଙ୍କ ନମ୍ବରରେ କଲ୍ କଲେ ବୈଭବ । ଉତ୍ତର ନପାଇରିମିଲିର ସହକର୍ମୀ ନିଶିଥ କୁ ଲଗାଇଲେ ଫୋନ୍ ।

ଉତ୍ତର ପାଇଲେ ଯେ ରିମିଲି ସେଦିନ ଅଫିସ ଆସିନି । ମନଟା ଉଦବେଗରେ ଭରିଗଲା । ନାନା ପ୍ରକାର ଦୁଶ୍ଚିନ୍ତା ମୁଣ୍ଡରେ ବସା ବାନ୍ଧିବାକୁ ଆରମ୍ଭ କଲା । ଘର ଲୋକଙ୍କୁ ଏକଥା କହି ସେମାନଙ୍କୁ ହଇରାଣ କରିବାକୁ ଉଚିତ ମନେ କଲେନି ବୈଭବ ।

ମୁଣ୍ଡଟା ତାଙ୍କର ଭୀଷଣ ଭାବେ ଝିମଝିମ୍ ହେବାକୁ ଲାଗିଲା । ଚେୟାର ଉପରେ ମୁଣ୍ଡଟାକୁ ଚାପିଧରି ବସିଗଲେ ବୈଭବ ।

ଟିଂ ଟଂ । ଟିଂ ଟଂ ।

ଏ ଅସମୟରେ ଡୋରବେଲ୍ ଶୁଣି ଥରଥର ହାତରେ ଦରଜା ଖୋଲିଲେ ସେ । ଏଁ ଏ କ'ଣ ଦେଖୁଛନ୍ତି ସେ!

ବିସ୍ଫାରିତ ଚକ୍ଷୁରେ ଡବଡବ କରି ଦେଖୁଥିଲେ ସେ ସତେ ଯେମିତି ଭୂତ ଦେଖିକି ଚମକି ପଡିଛନ୍ତି ।

ଆରେ ଏମିତି କ'ଣ ଦେଖୁଛ ବୈଭବ । ହା ହା ହା ହା ହା ।

ନିଶିଥ ତମେ ମତେ ମିଛ କହିଥିଲ ।

ସରି ବୈଭବ । ମିଛ କହିବାକୁରିମିଲି ହିଁ ବାଧ୍ୟ କରିଥିଲା ।

ପଛପଟୁ ଦୁଷ୍ଟାମୀର ହସ ହସି ସାମନାକୁ ଆସୁଥିଲାରିମିଲି ।  

ତେବେ ଲକଡାଉନ କଟକଣା ନମାନି ତୁମେମାନେ ଏମିତି ଏ ଅସମୟରେ କେମିତି???

ଆରେ ଆରେ ଭିତରକୁ ତ ଆସିବାକୁ ଦିଅ ।

କଗ୍ନିଜେଣ୍ଟ୍ର ଏକ ଜରୁରୀ କାମ ପାଇଁ ଆମ ଟିମ୍ କୁ ହାଇଦରାବାଦ ଆସିବାକୁ ପଡିଲା । ଆମକୁ ଏଇ ନଅରୁ ଦଶ ଘଣ୍ଟିଆରୋଡ ଜର୍ଣ୍ଣି କରିବାକୁ ପରମିସନ୍ ମଧ୍ୟ ମିଳିଥିଲା । ଏଇ ମୌକାକୁ ହାତଛଡା ନକରି ଗୋଟିଏ ଗୁଳିରେ ଦୁଇଟି ଶିକାର କରିବାର ଇଛାଟି ପ୍ରକାଶ କରିଥିଲାରିମିଲି । ଚାରିଜଣ ବିଶିଷ୍ଟ ଟିମ ଏଇ ପ୍ଲାନକୁ ସମ୍ପୂର୍ଣ୍ଣରୂପେ ସିକ୍ରେଟରଖି କାର୍ଯ୍ୟକାରୀ କରିବାକୁ ପଣ କରିଥିଲେ ।


ରିମିଲିର ଜନ୍ମଦିନ ଭରଚୁଆଲି ନକରି ଅସଲିରେ ମନାଇବାରେ ମଜାଆସିବ ନିଶ୍ଚୟ । ସେଲିବ୍ରେସନ୍ ସାରି ପୁଣି ଫେରିବାକୁ ପଡିବ ଯେ ।

ରିମିଲି ଓ ନିଶିଥ ସହିତ ଆସିଥିବା ଦୟାଲ୍ ଓ ସର୍ବାଣୀ ଏକସ୍ବରରେ ଏଇକଥା କହୁଥିଲେ ।

'ହାପି ବର୍ଥ ଡେ ଟୁ ୟୁ'ର ଧ୍ବନିରେ ମୁଖରିତ ହେଉଥିଲା ବୈଭବଙ୍କର ଫ୍ଲାଟ୍ ,ତାଙ୍କର ଆତଙ୍କିତ ମନ ଖୁସିରେରୂପାନ୍ତରିତ ହୋଇଥିଲା,ସାମାଜିକ ଦୂରତା ବଜାୟରଖି ଦାୟିତ୍ୱସମ୍ପନ୍ନ ପାଞ୍ଚଟି ନାଗରିକ ଖୁସିର ମୁହୁର୍ତ୍ତ ଗୁଡିକୁ ସାଉଁଟିବା ସଙ୍ଗେ ସଙ୍ଗେ କ୍ୟାମେରାରେ ସେସବୁକୁ ଏକତ୍ରିତ କରୁଥିଲେ ।



Rate this content
Log in

Similar oriya story from Abstract