ଇଚ୍ଛା ଭ୍ରମଣ
ଇଚ୍ଛା ଭ୍ରମଣ
ଶାରୀରିକ ମାନସିକ ଓ ବୌଦ୍ଧିକ୍ ବିକାଶ ପାଇଁ ଭ୍ରମଣ ନିତ୍ୟାନ୍ତ ଆବଶ୍ୟକ । ଜୀବନରେ ଇଚ୍ଛା ଥିଲା ଆନ୍ଧ୍ରପ୍ରଦେଶର କୈଳାସ ଗିରିର ପ୍ରାକୃତିକ ଓ କୃତ୍ରିମ ଶୋଭାରାଜିକୁ ଦେଖିବା ପାଇଁ । ବହୁତ୍ ପରିଶ୍ରମ ଏବଂ କଷ୍ଟ ସହି ଇଚ୍ଛାଟି ବାସ୍ତବିକ୍ ରୂପ ନେଲା । କୈଳାଶ ଗିରିରେ କୈଳାଶଙ୍କ ମୂର୍ତ୍ତି ଚାରିଆଡେ ସୃଷ୍ଟିକରେ ପବିତ୍ର ଓଁମ୍ କାର ଧ୍ଵନି ସହ ଭକ୍ତି ମୟ ଭାବନା । ଆଃ କି ସୁନ୍ଦର୍ ଶାନ୍ତ ସ୍ନିଗ୍ଧ ମନୋରମ ଦୃଶ୍ୟ । ସତେ ଅବା ସ୍ୱର୍ଗକୁ ପାଇଯାଇଛି ମୋ ହାତ ମୁଠାରେ । ସବୁଜ ବନାନୀ ପରିବେଶ ସହ ଝୁଲନ୍ତା ଦୋଳିରେ ବସିବାର ମଜା ବେଶ୍ ନିଆରା ।