Sandhyarani dash

Inspirational

3  

Sandhyarani dash

Inspirational

ହ୍ୟାଣ୍ଡ ସେକ୍

ହ୍ୟାଣ୍ଡ ସେକ୍

3 mins
207



ଜମିଦାର ବାବୁ ବାବୁଅଣୀ ଦାଣ୍ଡରେ ଚଉକି ପକାଇ ବସିଛନ୍ତି। ଗାଁ ମୁଣ୍ଡରେ ଥିବା ମନ୍ଦିର ପାଖରେ ବାର୍ଷିକ ଉତ୍ସବ ପାଳନ କରାଯାଏ। ସେ ବିଷୟ ରେ କଥା ହେବା ପାଇଁ ଗାଁ ସାରା ଲୋକ ରୁଣ୍ଡ ହୋଇ ଥିଲେ। ବର୍ଷକୁ ଥରେ ପୂଜା, ସମସ୍ତ ଖର୍ଚ୍ଚ ଜମିଦାର ବାବୁ ଙ୍କ ର। ହେଲେ ସବୁ କାର୍ଯ୍ୟ କରନ୍ତି ଗ୍ରାମବାସୀ। ସମସ୍ତେ ମାନନ୍ତି ବାବୁ ବାବୁଆଣୀ ଙ୍କୁ। ପ୍ରତ୍ୟେକ ଲୋକଙ୍କ ଭଲ ମନ୍ଦ ସେ ନିଜେ ବିଝନ୍ତି। ଥିଲେ ନ ଥିଲେ ଚଲାଇ ଦିଅନ୍ତି। ସେଇଥି ପାଇଁ ତ ଏତେ ଖାତିର।ହେଲେ ସେ ଖାତିର ଟା ଆଜି ମାଟିରେ ମିଶିବାକୁ ଯାଉଛି। ସାନ ପୁଅ ସୁଶାନ୍ତ ପାଇଁକି। ବଡ଼ ପୁଅର ବାହା ଘର ନିଜେ ଦେଖି ବାଛି ସୁନ୍ଦର ସୁନା ନାକ୍ଷୀ ବୋହୁ କରି ଆଣିଥିଲେ। ଝିଅକୁ ଜଣେ ଡାକ୍ତର ସହିତ ବିବାହ ଦେଇ ଥିଲେ। ସାନ ପୁଅ କୁ ଅଧିକ ଶିକ୍ଷିତ କରିବା ପାଇଁ କି ବିଦେଶକୁ ପଠାଇ ଥିଲେ, ପାଠ ପଢ଼ିବାକୁ। ପାଠ ପଢା ସାରି ସାଙ୍ଗରେ ବୋହୁ ଧରି ଆସୁଛି।ମୁଣ୍ଡରେ ବଜ୍ର ପଡ଼ିଗଲା ପରି ଲାଗୁଛି। ଜୀବନ ସାରା ଅର୍ଜନ କରିଥିବା ଇଜ୍ଜତ ମହତ ସବୁ ମାଟିରେ ମିଶିବାକୁ ଯାଉଛି। ଭୟଙ୍କର ବାତ୍ୟା ଆଶଙ୍କାରେ ଦେହ ମନ ଥରି ଯାଉଛି। କାହାକୁ କଣ କହିବେ କିଛି ବୁଝି ପାରୁ ନାହାଁନ୍ତି ଆଜି। ବାବୁ ଆଣି ଠାକୁର ଘରେ ବସି ଜପା ମାଳି ଧରି ହରେ କୃଷ୍ଣ ହରେ ରାମ ଜପ କରୁ ଛନ୍ତି। ପଛରୁ ଶବ୍ଦ ଶୁଭିଲା ସାନ ବାବୁ ଆଉ ବୋହୁ ମା ଆସିଲାଣି। ବାବୁ ଆଣୀ ହାତରୁ ମାଳି ଟା ମନକୁ ତଳକୁ ଖସି ଚଟାଣରେ ପଡ଼ିଗଲା।


   ଘରେ ବଡ଼ ବୋହୁ ଧୀରେ ଧୀରେ ଆସି ଡାକିଲା ବୋଉ, ସୁଶାନ୍ତ ତାଙ୍କ ଧର୍ମପତ୍ନୀ ଙ୍କୁ ବିବାହ କରି ପହଞ୍ଚି ଗଲେଣି। ଆପଣ ଆସନ୍ତୁ, ତାଙ୍କୁ ପାଛୋଟି ଆଣିବା। ବବୁଆଣୀ ଆସ୍ତେକିନା ମୁଣ୍ଡକୁ ଟେକି ଚାହିଁଲେ। ଆଗରୁ ଜବତ କରି କାଇଦା କଟକଣା ଜାରି କରି, ବିଭିନ୍ନ ଉପଦେଶ ମାଧ୍ୟମରେ ଘରର ରୀତି ନୀତି ବୁଝାଇ ବଡ଼ ବୋହୁ କୁ ରଖିଥିଲେ। ଏବେ ବିଦେଶୀ ବୋହୁ ଘରକୁ ଆସୁଛି। କେମିତି ଚଳିବି, ଗାଁ ଲୋକ କଣ କହିବେ, ସମସ୍ତଙ୍କୁ କେମିତି ବ୍ୟବହାର ଦେଖାଇବ, ସେଇ ଚିନ୍ତାରେ ମୁଣ୍ଡ ଟା ବିନ୍ଧି ପକାଉଛି।ହାତରେ ଥାଳି ଅରୁଆ ଚାଉଳ ଦୂବପତ୍ର ବର କୋଳି ପତ୍ର ଦୀପ ଧରି ବଡ଼ ବୋହୁ ଠିଆ ହୋଇଛି। ବାବୁ ଆଣି ଠାକୁର ଘରୁ ଉଠି ଆସିଲେ। ସୁଶାନ୍ତ ସବୁଠାରୁ ସାନ। ସେଇଥି ପାଇଁ ମାଆ ର ଅତି ଗେହ୍ଲା। ଆଜି ତାକୁ ନ ପଚାରି ବିବାହ କରି ଦେଲା। ହଉ ନୀୟତୀର ଖେଳ ପାଖରେ ମଣିଷ କଣ କରିବ। ତେଣୁ ଶାଶୁ ବୋହୁ ଦୁଇ ଜଣ ପୁଅ ବୋହୁ ଙ୍କୁ ଆଶୀର୍ବାଦ ଦେଇ ଆଣିବା ପାଇଁ ଦାଣ୍ଡ କୁ ଚାଲି ଗଲେ।


ଦାଣ୍ଡରେ ଜମିଦାର ବାବୁ ବସି ଛନ୍ତି। ବଡ଼ ବୋହୁ ମୁଣ୍ଡରେ ହାତ ଓଢ଼ଣା ଟାଣି ଥାଳି ଧରି ଠିଆ ହୋଇଛି।ଦାଣ୍ଡ ଗେଟ୍ ପାଖରେ ଗାଡ଼ି ଟିଏ ଆସି ଲାଗିଲା। ଡ୍ରେସ୍ ପିନ୍ଧା ବୋହୁ ପୁଅ ଆସି ଉପସ୍ଥିତ ହେଲେ। ତାକୁ ଦେଖି ଘର ଲୋକ ଠାରୁ ଆରମ୍ଭ କରି ଗ୍ରାମବାସୀ ମାନେ ଅନେକ କଥା କୁହକୁହି ହେଉ ଥାନ୍ତି। ଲଜ୍ଜ୍ୟାରେ ପରିବାର ଲୋକଙ୍କ ମୁଣ୍ଡ ତଳକୁ ହୋଇ ଗଲା।ପାଦରେ ବିଦେଶୀ ଚପଲ , ଦେହରେ ହାତ କଟା ଗଞ୍ଜି, ଚିରା ଜିନି ପ୍ୟାଣ୍ଟ୍, ଖୋଲା ଚୁଟି, ହାତରେ ପଟେ ଚୁଡି ବି ନାହିଁ, ସାଧାରଣ ନମସ୍କାର ବି ନାହିଁ।ବିଦେଶୀ ଭାଷାରେ ସୁଶାନ୍ତ ସମସ୍ତଙ୍କର ପରିଚୟ କରାଇ ଦିଏ ତ, ସାଙ୍ଗେ ସାଙ୍ଗେ ସମସ୍ତଙ୍କ ଆଗରେ ଠିଆ ହୋଇ ହ୍ୟାଣ୍ଡ୍ ସେକେ କରିବା ପାଇଁ ଆଗେଇ ଆସିଲା।ସାଇ ପଡ଼ିଶା ଘର ଚାରିପାଖରେ ଗୋଲାକାର ଆକୃତି ରେ ଠିଆ ହୋଇ ସ୍ଵାଗତ କରିବା ପାଇଁ ଅପେକ୍ଷା ରେ। ସ୍ଵାଗତ ର ଅର୍ଥ ବୁଝି ପାରୁ ନ ଥିବା ଝିଅଟି କେବଳ ଆଲିଙ୍ଗନ ଆଉ ହ୍ୟାଣ୍ଡ ସେକ କଥା ବୁଝେ ଆଉ ଜାଣେ। ଗାଁ ଲୋକ କଣ କହିବେ କଣ କହୁଛନ୍ତି ସେ ବିଷୟରେ ଧାରଣା ନାହିଁ।


   ବନ୍ଦାପନା ଥାଳି ଧରି ଶାଶୁ ବୋହୁ ଠିଆ ହୋଇ ଅରୁଆ ଚାଉଳ ଦୂବପତ୍ର ଧୂପଦୀପ ଦେଇ ପାଛୋଟି ଆଣିବା ପାଇଁ ଆସନ୍ତେ, ଝିଅଟି ବୋକା ହୋଇ ସ୍ବାମୀ ର ମୁହଁକୁ ଚାହିଁ ରହିଲା। ଏତିକି ବେଳେ ସୁଶାନ୍ତ ବଡ଼ ପାଟିରେ ଚିତ୍କାର କରି କହିଲା, ଏ କଣ କରୁଚ ଆମେ ମଣିଷ, ପୂଜା କରିବା କଣ ଦରକାର। ବିଦେଶୀ ଝିଅଟି ସିନା ଜାଣିନି, ଏହାର ମୂଲ୍ୟ କଣ? କିନ୍ତୁ ସୁଶାନ୍ତ ତ ଜାଣି ଥିଲା ଏହାର ମୂଲ୍ୟ। ତଥାପି ବିଦେଶ ଯାଇ ସେ ପୁରା ବିଦେଶୀ ପାଲଟି ଯାଇଥିଲା।ବିଦେଶିନୀ ହେଲେ ବି ସେ ଚେଷ୍ଟା କଲା ସବୁ ଧୀରେ ଧୀରେ ବୁଝିବାକୁ। ପରିବାର ର ଅର୍ଥ ବୁଝି ପାରିଲା। ନିଜକୁ ଓଡ଼ିଆ ଘରର ବୋହୁ ସାଜିବାକୁ ସତ ଚେଷ୍ଟା କଲା। ଆସ୍ତେ ଆସ୍ତେ ସମସ୍ତ ଙ୍କ ର ଆଦରର ବୋହୁ ପାଲଟି ଗଲାହେଲେ ଆଜିର ଆଧୁନିକ ଯୁଗରେ ଓଡ଼ିଆ ଘରର ଝିଅ ବୋହୁ ନିଜକୁ ବିଦେଶୀ ଢଙ୍ଗରେ ସଯାଇବାକୁ ବେଶ୍ ତତ୍ପର। ନିଜର ଶିକ୍ଷା ସସ୍କୃତି କୁ ଭୁଲି କୁପଥରେ ଯିବାକୁ ଖୁସି ହେଉ ଛନ୍ତି। ସୁଶାନ୍ତ ଯଦି ବୋହୁ ଟିକୁ ଘରକୁ ଆଣିବା ପୂର୍ବରୁ ଆମ ପରମ୍ପରା ବୁଝାଇ ଦେଇ ଥାନ୍ତା, ନିଶ୍ଚୟ ବିଦେଶୀ ଝିଅଟି ବୁଝି ଯାଇ ଥାଆନ୍ତା। କିନ୍ତୁ ଆମେ ତାଙ୍କ ସସ୍କୃତି କୁ ଜାବୁଡି ଧରି ବାକୁ ଆଗଭର।


   ପୁଅ ହେଉ କି ଝିଅ ବିଦେଶୀ ଢଙ୍ଗରେ ଚଳିବାକୁ ଖୁବ୍ ଆଗ୍ରହ ପ୍ରକାଶ କରୁ ଛନ୍ତି। କେହି ଆମ ସଂସ୍କୃତି ପରମ୍ପରା ରେ ଚାଲିଲେ ଗାଉଁଲି ମଫି ହିସାବରେ ଗଣନା କରାଯାଏ। କେହି ପାଦ ତଳେ ପ୍ରଣାମ କରିବା ପାଇଁ କୁଣ୍ଠାବୋଧ କରୁଛନ୍ତି। ହାଲୋ ହାଏ ହ୍ୟାଣ୍ଡ ସେକ କଲେ ନିଜକୁ ଆଧୁନିକା ମଣୁଛନ୍ତି। ଶଶୁର ବୋହୂ ଦେଢ଼ ଶୁର, ଭାଇବୋହୁ ବଡ଼ ଭାଇ , ସାନ ଭାଇ ସବୁ ସେଇ ହ୍ୟାଣ୍ଡ ସେକ ରେ କାମ ଚଳି ଯାଉଛି। ପୁରୁଣା ଲୋକ ବାଧ୍ୟ ହୋଇ ନୂଆ ମାନଙ୍କ ସହିତ ତାଳ ଦେଇ ଚାଲୁ ଛନ୍ତି। ନ ହେଲେ ପୁଅ ବୋହୁ ଝିଅ ଜୋଇଁ ଙ୍କ ପାଖରେ ଚଳିବା ମୁସ୍କିଲ ହୋଇଯିବ।



Rate this content
Log in

Similar oriya story from Inspirational