Priyadarsini Das.PriYa❤️

Inspirational

4.0  

Priyadarsini Das.PriYa❤️

Inspirational

ହ୍ୟାଲୋ ହ୍ୟାଲୋ

ହ୍ୟାଲୋ ହ୍ୟାଲୋ

2 mins
11.8K



ମୋର ବୟସ ୬୧ ହେଲାଣି । ଦୁଇଟି ପୁଅ ମୋର । ଆଜିକାଲି ଯୁଗର ପିଲା ।କେହି ଆଉ ଗାଆଁରେ ରହିବା ପସନ୍ଦ କରୁ ନାହାନ୍ତି । ମୁଁ ତା ମାଷ୍ଟର ଥିଲି । ଗାଆଁରେ ଜୀବନ କାଟିଲି । ଏଇ ୬୦ ବର୍ଷରେ ଅବସର ନେଲି । ପୁଅ ଦୁଇ ଜଣ ବାହାରେ ଚାକିରୀ । ଏଇ ଗତ କେଇ ମାସ ତଳେ ଘରକୁ ଆସିଥିଲେ । ଭାରି ଖୁସି ଲାଗିଲା ସେଇ କେତେ ଦିନ । ଆସି ପହଂଚି ବଡ଼ ପୁଅ ମୋତେ ଗୋଟେ ମୋବାଇଲ ଆଣି ଦେଇଥିଲା । କଣ ସେଇଟା ଯେ ଆଇ ଫୋନ ନା କଣ । ମୁଁ ତ ପୁରୁଣା ଜମାନାର ଲୋକ । ଛୋଟ ବେଳେ ଆମ ଘରେ ସେ ଲ୍ୟାଣ୍ଡ ଫୋନ ବି ନ ଥିଲା ।ଚିଠି ଦିଆ ନିଆରେ ଆମ ଜୀବନ କାଟୁଥିଲେ । ବହୁତ୍ ବର୍ଷ ପରେ ବାପା ଗୋଟେ ଲ୍ୟାଣ୍ଡ ଫୋନ ଆଣିଥିଲେ । ଆମେ ତ ତାକୁ ଖେଳନା ଭାବୁଥାଏ । ଖାଲି ଖାଲି କାନରେ ଦେଇ ଖେଳୁଥାଏ , ହାଲୋ କହି । ପୁଣି ବିଲର ଡର ଥାଏ , ତେଣୁ ବହୁତ୍ କମ୍ ବ୍ୟବହାର କରୁଥାଏ । 



ତାପରେ ବଡ ହେଲି , ଚାକିରୀ କରିଲି , ବିବାହ କରିଲି , ବାପା ହେଲି, ତାପରେ ଗୋଟିଏ ନୋକିଆର ୩୬୦୦ ମୋବାଇଲ ଟେ ଆଣିଲି । କଣ ନା ଖାଲି ଟିକିଏ କଥା ହେବା ପାଇଁ ।ସେଇଥିରେ ବି ସବୁ ଶିଖି ନଥାଏ , କେବଳ କଲ୍ କରୁଥାଏ । କିନ୍ତୁ ଆଜି ପୁଅ ଆଣି ଦେଇଛି ମୋବାଇଲ । କହିଲା ବାବା ଭିଡିଓ କଲ୍ ରେ ଏଥର କଥା ହେବା । ଆମେ ଦୂର ରେ ଥିଲେ ବି ଜଣା ପଡ଼ିବନି । ପୁଅ ମାନେ ମିଶି ମୋତେ ସେ ମୋବାଇଲରେ ସବୁ କିଛି ଶିଖେଇ ଦେଲେ ।


ଏବେ ର ଏ ଲକ୍ ଡାଉନ୍ ଟାଇମରେ ପୁଅ ଦୁଇ ଜଣ ବାହାରେ । ଭାରି ବ୍ୟସ୍ତ ଲାଗେ । କିନ୍ତୁ ଧନ୍ୟବାଦ୍ ସେ ମୋବାଇଲକୁ , ଯିଏ କି ଦୂରରେ ଥିବା ମୋ ପୁଅଙ୍କୁ ବି ପାଖକୁ ଆଣି ଦେଇ ପାରୁଛି । ସବୁ ଦିନ ସେମାନଙ୍କୁ ଦେଖି ପାରୁଛି । ଭାରି ଖୁସି ଲାଗୁଛି । ଯାହା ହେଉ ଏତେ ଭାଗ୍ୟବାନ ମୁଁ ।ଏତେ ଭଲ ଦୁଇ ପୁଅର ବାପା ମୁଁ । ଲୋକେ କୁହନ୍ତି ଆଗର ସେ ଲ୍ୟାଣ୍ଡ ଫୋନ ଜମାନା ଉପରେ ଏ ଯୁଗର ମୋବାଇଲ୍ ଭାରି ପଡ଼ିଛି । କିନ୍ତୁ ମୁଁ ତ କହିବି... ସମୟ ସହ ଆମକୁ ବଦଳି ବାକୁ ହେବ ।ନୂଆ ନୂଆ ଟେକ୍ନୋଲୋଜିକୁ ଆପଣେଇବାକୁ ପଡ଼ିବ । ନଚେତ୍ ଆମେ ସେଇ ପଛରେ ପଡ଼ିଥିବା । ସବୁ କିଛିକୁ ଯଦି ଭଲ ଦିଗରେ ନେବା ତେବେ ସବୁ ଆମ ସପକ୍ଷରେ । ସମ୍ପୂର୍ଣ୍ଣ ଦୂରରେ ରହିବା ଠୁ ଟିକିଏ ପାଖରେ ରହି ପାରିବାର ଅନୁଭୂତି ଆସୁଛି ।


ଧନ୍ୟବାଦ୍ ଏ ସ୍ମାର୍ଟ୍ ଫୋନକୁ । ଦୂରତାକୁ ନିକଟ ତର କରାଉଛି ।



ଏମିତି ଲାଗୁଛି ଯେମିତି ପୁରୁଣା ଯୁଗର ସେ ଲ୍ୟାଣ୍ଡ ଫୋନଟି ମୋବାଇଲକୁ ଜାବୁଡି କରି ଅତି ଆନନ୍ଦ ପାଉଛି । ବାପା ପୁଅକୁ କୁଣ୍ଢେଇ ରଖିବା ପରି ଏ ସ୍ମାର୍ଟ୍ ଫୋନ ଟି ମୋ ଭଳିଆ ପୁରୁଣା କାଳିଆ ଲ୍ୟାଣ୍ଡ ଫୋନ କୁ ଟେକ୍ନୋଲୋଜି ର ଆଧାର ରେ ଏକ ବଡ଼ ଆଲିଙ୍ଗନ ଟେ ଦେଇ ପାରୁଛି ।



ଏମିତି ପୁଅ ସମସ୍ତଙ୍କୁ ମିଳୁ , ସମସ୍ତେ ଏମିତି ଖୁସି ରେ ଥାନ୍ତୁ , ମୁଁ ଟିକିଏ ଯାଏ ଭିଡିଓ କଲ୍ ଟେ କରି ଦେଖେ ପୁଅ କଣ ଖାଇଲା ....।




Rate this content
Log in

Similar oriya story from Inspirational