STORYMIRROR

Kalpana Kumari Pradhan

Drama

3  

Kalpana Kumari Pradhan

Drama

ହୁଳୁହୁଳା ଗଣ୍ଡ

ହୁଳୁହୁଳା ଗଣ୍ଡ

2 mins
270

ମୋର ପ୍ରଥମ ନିଯୁକ୍ତି ହୋଇଥିଲା ଗଞ୍ଜାମ ଫୁଲବାଣୀ ସୀମାନ୍ତ ରେ l ବଣ ଜଙ୍ଗଲ ରେ ପରିପୂର୍ଣ୍ଣ ପରିବେଶ ଟିଏ l ଘର ଠାରୁ କର୍ମ ସ୍ଥଳି ବହୁତ ଦୂର ତଥାପି ମନ ମୋର ସଦା ପ୍ରଫୁଲ୍ଲିତ l ମୋ ବୃତ୍ତି ମୋର ଆଦର୍ଶ l ଶିକ୍ଷା କ୍ଷେତ୍ର ରେ ନିଯୁକ୍ତି ଟିଏ ପାଈ ମୁଁ ବହୁତ ଖୁସି l ସୁସ୍ଥ ସମାଜ ଗଠନ ରେ ଭୂମିକା ଗୁରୁତ୍ୱପୂର୍ଣ୍ଣ l ତେଣୁ ଗୁରୁଭାର ଗ୍ରହଣ କରି ଆପ୍ରାଣ ଉଦ୍ୟମ ରତ ଥାଏ ନିଜର କର୍ତ୍ତବ୍ୟ ସୁଚାରୁ ରୂପେ ସମ୍ପାଦନ କରିବା ପାଇଁ l

ଛୁଟି ପରେ ସେଦିନ ବସ ଯୋଗେ ପହଞ୍ଚିଲି ସୋରଡ଼ା ରେ l ପ୍ରଥମେ ଭାବିଲି ଅଫିସ ଯାଇ ବଡ଼ବାବୁ ଙ୍କ ସହ ଭେଟି ଚାଲି ଯିବି କର୍ମସ୍ଥଳୀ କୁ l ମୋତେ ଦେଖୁ ଦେଖୁ ଅଫିସ ରେ କହିଲେ -"ଆହେ ବୁଦ୍ଧ "ତୁମେ କୁଆଡେ ଆସିଛ? ତୁମର ସହକର୍ମୀ ମାନେ ମିଶି ହୁଳୁହୁଳା ଗଣ୍ଡ ଠାରେ ସଭା ତଥା ଭୋଜି ଭାତ କରୁଛନ୍ତି l ତୁମେ ସେଠାକୁ ଯାଅ l

 ବସ ଯୋଗେ ପହଞ୍ଚିଲି ଅସୁର ବନ୍ଧ ଠାରେ, ସେଠି ବସରୁ ଓଲ୍ହାଇ ଲୋକଙ୍କୁ ଠୁଁ ପଚାରି ବୁଝିଲି ହୁଲୁହୁଳା ଗାଁ ଟି କେଉଁଠି l ସେମାନେ ବାଟ ଦେଖେଇ ଦେଲେ l ଗୋଟିଏ ବାଟ ରେ ଗଲେ ବୁଲା ପଡିବ କିନ୍ତୁ ଆଉ ଗୋଟେ ପଥରେ ଗଲେ ବିଲ ହୁଡ଼ା ଦେଇ ଯିବାକୁ ପଡିବ l

ନାକ ସିଧା ଚାଲିଲି l ଖାଲ ଖମା କୁ ଖାତର ନାହିଁ l

 ଶେଷରେ ଏକ ଶୂନଶାନ ସଡ଼କ, ପୁରା ଜନ ଶୂନ୍ୟ ଲୋକଙ୍କ ଭାଷା ରେ ବିଲେଇ ଛୁଆ ଟେ ବି ଦୃଶ୍ୟ ହେଉ ନଥିଲା l ସମୟ ପ୍ରାୟ ଦିନ 12 ଟା ହେବ l ହଠାତ ରାସ୍ତା ର ଦୁଇ ପାର୍ଶ୍ଵ ରେ ଥିବା ଛୋଟ ଛୋଟ ବୁଦା ଭିତରୁ ଗୋଟିଏ ବୁଦା, ପବନ ନାହିଁ ନଇଁପଡ଼ିଲା ଭୂମି ରେ ଲାଗି ପୁଣି ଫେରିଗଲା l ମୁଁ ପ୍ରଥମେ ଏହା କୌଣସି ଲୋକ ର କାର୍ଯ୍ୟ ବୋଲି ଝୁଙ୍କି କି ଦେଖିଲି l ଆଶ୍ଚର୍ଯ୍ୟ କିଏ ନାହିଁ! ଏହା କୌଣସି ଭୌତିକ କାଣ୍ଡ l ଦୃଢ ମନା ମୁଁ ଭୟ ଛୁଇଁ ପାରିଲାନି ମୋତେ l ଚାଲି ଚାଲି ପହଞ୍ଚିଲି ଗୋଟିଏ ଗ୍ରାମ ନିକଟରେ l କିଛି ଲୋକଙ୍କୁ ପଚାରି ବୁଝିଲି ସେ ହିଁ ହୁଲୁହୁଳା ଗ୍ରାମ l ସେମାନେ ମୋତେ ପଚାରିଲେ ତୁମେ କୁଆଡେ ଆସିଛ? ମୁଁ କାହିଲ -ଏଇ ଗ୍ରାମରେ ସଭା ଓ ଭୋଜି ଭାତ କରୁଛନ୍ତି l ସେମାନେ ପୁରା ସ୍ପଷ୍ଟ କରିଦେଲେ ଏଠି କୌଣସି କାର୍ଯ୍ୟକ୍ରମ ହେଉନାହିଁ l ମନ ଖରାପ ଯେଉଁ ବାଟରେ ଯାଇ ଥିଲି ସେବାଟରେ ଫେରିଲି ସେହି ଛକକୁ l ସେଠାରେ ବସ କୁ ଅପେକ୍ଷା କରିଥାଏ l

ଜଣେ ଜଣେ କରି ମୋର ସହକର୍ମୀ ବନ୍ଧୁ ମାନେ ସାଇକେଲ ଗୋଟିଏ ଗୋଟିଏ ଧରି ସେପଟରୁ ଫେରୁଛନ୍ତି l ସେମାନେ ପଚାରିଲେ ତୁମେ ଏଠି! ମୁଁ ଆସିଥିଲି ଭୋଜି ରେ ଯୋଗ ଦେବାକୁ ହୁଳୁହୁଳା ଯାଇଥିଲି କିନ୍ତୁ...

ସେମାନେ କହିଲେ ଆହେ ବନ୍ଧୁ, ହୁଳୁହୁଳା ନୁହେଁ ହୁଳୁହୁଳାଗଣ୍ଡ ସେ ବହୁତ ଦୂର ନୁହେଁ ଏଇ ବାଟ 500ମିଟର ହେବ l ସେଠାରେ ପାଣି ସୁବିଧା ଏବଂ ଛୋଟିଆ ପାହାଡ଼ ଟିଏ ଅଛି l ତେଣୁ ଏଠାରେ ସବୁ ଭୋଜି ଭାତ କରନ୍ତି l

କିମ୍ବ ଦନ୍ତି କୁହେ ସେଠି କେବେ ହୁଳହୁଳି ଶବ୍ଦ ଶୁଭୁଥିଲା ତେଣୁ ତାର ନାମ ଏମିତି ହେଇଛି l

ମୁଁ ମୋର ଭୁଲ ବୁଝି ଗଲି...


Rate this content
Log in

Similar oriya story from Drama