Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Satyabati Swain

Children

3  

Satyabati Swain

Children

ହୁ ଇଜ୍ ପାୱାର୍ ଫୁଲ୍

ହୁ ଇଜ୍ ପାୱାର୍ ଫୁଲ୍

3 mins
10



ଉଠ୍ କାହ୍ନା ! ବ୍ରସ୍ କର,ଟିଫିନ୍ ବେଳା ହେଲାଣି ପରା।

ଉଁ...


ଦେଖ୍ ଛଅଟା ତିରିଶି ହେଲାଣି।ତୋର ସାତଟାରେ ଅନ୍ ଲାଇନ୍କ୍ଲାସ୍ ଅଛି ପରା..


ହୁଉଁ...


କଣ ହୁଉଁ ହେଉଛୁ ଉଠିଯା କାହ୍ନା..


ହୁଉଁ ଉଁ...


ମାମା ରୁହ..


ଜୋର ଜବରଦସ୍ତ ମୁଁ କାହ୍ନକୁ ଉଠାଇ ସୋଫାରେ ବସାଇଲି।"କାହ୍ନା ଗୁଡ୍ ବଏ।ଦେଖ କେମିତି ସାଙ୍ଗେ ସାଙ୍ଗେ ବ୍ରସ୍ କରି ଦେବ।ଦେଖିବ କେତେ ଶୀଘ୍ର ସେ ଫ୍ରେସ୍ ହୋଇଯିବ। କହିବ ,ମାମା ମୋ ଟିଫିନ୍ ଦିଅ।


ଦେଖିବ,ଦେଖିବ କାହ୍ନା କେମିତି ତା କାମ ନିଜ ହାତରେ କରେ? କହିଲୁ ତୋ ପାଇଁ କଣ ଚଟପଟି ବନେଇଁବି ଆଜି ବ୍ରେକଫାଷ୍ଟ୍ ପାଇଁ ?


ତଥାପି କିଛି କହୁ ନଥାଏ କାହ୍ନା।ନିଦ ତ ଆଖିରେ ନାହିଁ! କିନ୍ତୁ ଆଳସ୍ୟ ତାକୁ ଏମିତି ମାଡି ବସିଛି କାହିଁକି?ମୋତେ ଭୟ ଲାଗିଲା।କହିଲୁ ଗୁଡ୍ ବଏ ତୋ ଦେହ ଅସୁସ୍ଥ ଲାଗୁଛି କି ?ଡକ୍ଟର ଅଙ୍କଲ୍ ପାଖକୁ ଯିବା ? 


କାହ୍ନା ଚୁପ୍ ଚାପ୍ ବସିଥାଏ । କିଛି ଉତ୍ତର ନାହିଁ ।ସେ ବେଶୀ ଭଲ ପାଏ ପ୍ଲେନ ଦୋସା,ଏକଦମ୍ ଛୋଟ ଛୋଟ ପିଆଜ କଟା ଓ ଭୃସଙ୍ଗ ପତ୍ର ଦେଇ କଲେ।ଯଦିଓ ସହରରେ ମୁଁ ରୁହେ,ସହରିଆ ରୋଗୀଣା କିଣା ଖାଦ୍ୟ ମୋ ପିଲାକୁ ଦିଏନି । ସେଥିପାଇଁ ମୋତେ ଆଜିକାଲି ପିଲାଙ୍କ ଚାହିଦା ମୁତାବକ ଯଥା ସମ୍ଭବ ଖାଦ୍ୟ ନିଜେ ବନାଇଁବାକୁ ପଡ଼ିଥାଏ। ଏମିତି କି ମିକ୍ସଚର୍ ବି ନିଜେ ପ୍ରସ୍ତୁତ କରେ । ଏଥିପାଇଁ ମୁଁ ଅନ୍ ଲାଇନ୍ କୁକିଙ୍ଗ୍ କୋର୍ସ ଟିଏ କରିଛି ।


କାହ୍ନା ମୋର ଏକମାତ୍ର ପୁଅ,ଏଇ ରଥଯାତ୍ରାକୁ ତାକୁ ଛଅ ପୁରି ସାତ ବର୍ଷ ପଶିଲା। ଭାରି ମେଧାବୀ ,ବିଚକ୍ଷଣ ପିଲା।ଜିଦିଆ ନୁହେଁ, କିନ୍ତୁ ନଟଖଟ୍ । ଖୁସି ମିଜାଜ୍ ର ପିଲା।ଖେଳ କୁଦ ଭଲ ପାଏ।ସବୁ ସାଙ୍ଗଙ୍କର ପ୍ରିୟ।କିନ୍ତୁ ବେଳେବେଳେ ଭାରି ସେଣ୍ଟିମେଣ୍ଟାଲ ହୋଇଯାଏ।ଏବେ ସଙ୍ଗ ରୋଧ ପିଲା ମନ କୋମଳ ଜିଜ୍ଞାସାରେ ଉବୁଡୁବୁ। ଭାରି ଝୁରୁଛି ତା ସ୍କୁଲ,ସାଙ୍ଗ,ଖେଳ ପଡିଆ ଓ ଖୋଲା ଆକାଶ।ଯାହା ସମସ୍ତଙ୍କ ପାଇଁ କ୍ ରୋନା କରିଛି ନା..


ଏବେକାର ପିଲା ମାନେ କେଜାଣି ଏତେ ପିଲା ଦିନୁ ଏପରି ସିରିୟସ୍ ,ମେଚର୍ ଲାଗନ୍ତି କାହିଁକି ? ଆମ ପରି ନୁହଁନ୍ତି? ସମୟ ଖାଲି ତାଙ୍କୁ ସଫଳ ହେବା ପାଇଁ ପ୍ରତିଯୋଗୀ କରିଦେଉଛି।ସବୁ କ୍ଷେତ୍ରରେ ହାତ ପକେଇ ସଫଳ ହେବା ଯେମିତି ଜନ୍ମରୁ ଆଣି ଆସିଛନ୍ତି ।କାହ୍ନା ଆଜି ସେମିତି ସିରିଅସ୍ ଲାଗୁଛି । କିଛି ହୋଇଛି ତାର ନିଶ୍ଚେ। ତା ହାତରେ ବ୍ରସ ଧରେଇ ତା ପ୍ରିୟ ଖାଦ୍ୟ କରିବାକୁ ଗଲି।କିନ୍ତୁ ଖାଦ୍ୟ ତିଆରି କରି ସାରି ଆସେ ଦେଖେ ତ ସେ ସୋଫାକୁ ଆଉଜି ଆଖି ବୁଜି ଉପରକୁ ମୁହଁ କରି ବସିଛି । ବ୍ରସ୍ ସେମିତି ଧରା ହୋଇଛି ହାତରେ।


ମୁଁ ବ୍ୟସ୍ତ ହୋଇ ପଡିଲି।ଏମିତି ଅନିୟମିତତା କେବେ ହୁଏନି କାହ୍ନାର। ସତରେ ଦେହ ଭଲ ଲାଗୁନି କି! ଭୟରେ ମୋ ଦେହ କଣ ହୋଇଗଲା।ଏବେ ଯେଉଁ ବିଷମ୍ ସମୟ ,ଡକ୍ଟର ପାଖକୁ ଯିବାକୁ ବି ଡର ଲାଗୁଛି । ମୁଁ କଅଁଳେଇ କହିଲି, ଶୋଇ ପଡ଼ିଲୁ କି କାହ୍ନା ! ତୁ ବ୍ରସ୍ ଧରି ବସିଛୁ, କରିନୁ ଏଯାଏ ?ଥଣ୍ଡା ଦୋସା ତୋର ପରା ପସନ୍ଦ ନୁହେଁ?ଦେଖିଲୁ ସାତଟା ତିରିଶି ହେଲାଣି।ଗୋଟେ କ୍ଲାସ୍ ସରିବା ସରିବା ହେବଣି।ଲ୍ୟାପଟପ୍ ଟି ଟାଣି ଆଣି ଖୋଲି ଦେଲି।


ତା ପାଖେ ବସି ମୁଣ୍ଡ ସାଉଁଳେଇ କହିଲି ,କଣ ହୋଇଛି ମୋ ଗୁଡ୍ ବଏ ର ! ଗୁଡ୍ ବଏ କହି ଦେଲେ ସେ ଭାରି ଖୁସି ହୋଇଯାଏ । ତା ମିସ୍ ବି ତାକୁ ଗୁଡ୍ ବଏ କୁହନ୍ତି।ସତରେ ପ୍ରଶଂସା ପିଲାଠୁ ବୁଢା ସମସ୍ତଙ୍କୁ ପ୍ରସନ୍ନ କରେ ।ଏଣୁ କିଛି କାମ ପଟେଇବାର ଥିଲେ ମୁଁ କାହ୍ନାକୁ ବେଶୀ ଗୁଡ୍ ବଏ ଲାଞ୍ଜ ଦିଏ।ତା ମୁଣ୍ଡ ସଲ ସଲ କରେ।କୋଳକୁ ଆଣି ଗାଲ ଓ ମଥାରେ ତିନିଟା ପପି ଦିଏ। ସେ ବହୁତ ଖୁସି ହୋଇଯାଇ,ଆହୁରି ପାପୁଲି,ନାକକୁ ପପି ଦେବାକୁ କୁହେ ।ଆଜି ଏ ଫର୍ମୁଲା ବି ଫେଲ୍ !!


ଭାରି ଉଦାସ ଲାଗୁଛି କାହ୍ନା। ମୁଁ କାଖେଇ ନେଇ ବ୍ରସ୍ କରିଦେଲି । ଟେବୁଲ ଉପରେ ବସାଇ କହିଲି ଆଜି ମୋ କାହ୍ନାକୁ ମୁଁ ଖୁଆଇବି ଓ କାହ୍ନା ମୋତେ ଖୁଆଇବ। ଅନିଚ୍ଛା ସତ୍ତ୍ୱେ ସେ ଟେବୁଲ ଉପରେ ବସିଲା।ମୁଁ ଟିକେ ଟିକେ ଦୋସା ଚଟ୍ ନି ଲଗାଇ ତା ପାଟିକୁ ଦେଲି। ଦେଖିବଦେଖିବ, କାହ୍ନା ଏବେ ମୋତେ ଖୁଆଇ ଦେବ।ଏହା କହି ମୁଁ ତା ପାଖେ ପାଟି ମେଲା କରି ଦେଖାଇଲି। ସେ ଅନ୍ୟ ମନସ୍କ ଭାବେ ମୋତେ ଯାହା ପଚାରିଲା ସେଥିରେ ମୋ ମେଲା ପାଟି ଆଉ ବନ୍ଦ ହେଲାନାହିଁ।


ସେ କହିଲା, ମାମା ! ହୁ ଇଜ୍ ପାୱାର୍ ଫୁଲ୍ ? ପ୍ୟାରେଣ୍ଟସ୍, ଗଡ୍ ୟା କରୋନା ?


ମୁଁ ବି ଉତ୍ତର ଖୋଜୁଥିଲି ରିଅଲି ହୁ ଇଜ ?? ସତରେ କଣ କାହ୍ନା ପ୍ରଶ୍ନ ଉତ୍ତର ମୋ ପାଖେ ଅଛି !!


ମୁଁ କହିଲି କଣ ହୋଇଛି ଧନ,କାହିଁକି ଏମିତି ପଚାରୁଛୁ?


ସେ କହିଲା ମାମା ଟିଚରସ୍ କୁହନ୍ତି ପ୍ୟାରେଣ୍ଟସ୍ ଗ୍ରେଟ୍, ଗଡ୍ ଗ୍ରେଟ୍।ବଟ୍ ଏବେ କରୋନା ସମସ୍ତଙ୍କ ଅପେକ୍ଷା ଅଧିକ ପାୱାର୍ ର୍ଫୁଲ୍,ଅଧିକ ଗ୍ରେଟ୍ ହୋଇ ଯାଇଛି।ପ୍ୟାରେଣ୍ଟସ୍ କି ଗଡ୍ ଙ୍କୁ କିଛି ମାଗିଲେ ମିଳି ଯାଏ, କିନ୍ତୁ କରୋନା !! ସେ କେତେ ପାୱାର୍ ଫୁଲ୍ ଯେ ସମସ୍ତଙ୍କୁ ମାରି ଦେଉଛି ! ସମସ୍ତେ ତାକୁ ଡରି ଘରେ,ଆମ ପ୍ରିନସପାଲ୍ ବି ଡରୁଛନ୍ତି ତାକୁ। ଆମେ ସମସ୍ତେ ସ୍କୁଲରେ ପ୍ରିନସପାଲ୍ ଙ୍କୁ ଡରୁ।କିନ୍ତୁ ସେ କରୋନାକୁ ଡରି ସ୍କୁଲ ଖୋଲୁ ନାହାନ୍ତି!!



Rate this content
Log in

More oriya story from Satyabati Swain

Similar oriya story from Children