suchismita Panda

Drama Crime Others

3  

suchismita Panda

Drama Crime Others

ହତ୍ୟା ନା ଆତ୍ମହତ୍ୟା

ହତ୍ୟା ନା ଆତ୍ମହତ୍ୟା

2 mins
131


   କଲିକତା ସହର । ଚାଞ୍ଚଲ୍ଯ ଭରା ରହସ୍ୟ ଓ ଲୋକଙ୍କ ଅବିରତ ଚଳଚଞ୍ଚଳ ଭିତରେ ସର୍ବଦା ବ୍ୟସ୍ତ । ରାତି ସକାଳ ସବୁ ସମାନ ସେଠି । ଘଡିଏ ମଧ୍ୟ ଶାନ୍ତି ନଥାଏ । ସକାଳ ହେଲେ ପକ୍ଷୀ ରାବେ ଅବା ପକ୍ଷୀ ରାବିଲି ପରେ ସକାଳ ଆସେ ଜାଣିବା ମୁସକିଲ । ଲୋକଙ୍କ ଗହଳ ଚହଳ ଭିତରେ ପକ୍ଷୀଙ୍କ କିଳିରାବ ଏତେ ଉହ୍ୟ ଥାଏ କି ନିରଖି ନରହିଲେ ପକ୍ଷୀ ମଧ୍ୟ ସେ ସହରରେ ଅଛନ୍ତି ବୋଲି ଜାଣିବା ଅସମ୍ଭବ । ସେଭଳି ବ୍ୟସ୍ତ ବହୁତ ସହରକୁ ଟ୍ରାନ୍ସଫର ହୁଏ ମିଷ୍ଟରଙ୍କ । ତାଙ୍କ ସହ ଏକା ଆସେ ମୁଁ ପିଲା ଦୁହିଁଙ୍କୁ ହଷ୍ଟେଲରେ ଛାଡିଦେଇ ।

       ଛୁଆଙ୍କୁ ଛାଡି ଆଗରୁ କେବେ ରହିନଥିବାରୁ ଭାରି କଷ୍ଟ ହୁଏ ନୂତନ ପରିବେଶରେ ନିଜକୁ ସାମିଶ କରିବାକୁ । ସେଥିରେ ପୁଣି ମିଷ୍ଟରଙ୍କ ଲମ୍ବା ସମୟ ଧରି ଅଫିସ କାମ । ଏକା ଏକା ବିରକ୍ତି ଆସିଯାଏ ବୋଲି ଆରମ୍ଭ କରେ କିଛି ବୁଣା କାମ । ସେଇ ଭିତରେ ସମୟ ଗୋଟିଏ ପ୍ରକାରରେ ଆଗେଇ ଚାଲେ ଆରାମରେ । 

      ଥରେ ଦୀର୍ଘ ଦିନ ଧରି ଛୁଆଙ୍କୁ ନଦେଖି ମନ ଭାରି ବିଚଳିତ ହେଲାରୁ ମୁଁ ଜିଦ୍ ଧରେ ଛୁଟି ନେଇ ବୁଲି ଆସିବାକୁ। ମୋ ଜିଦ୍ ଆଗେ ହାରି ଆମେ ପାଞ୍ଚ ଦିନର ଛୁଟିରେ ଯାଉ ଘରକୁ । ମାତ୍ର ଘରେ ପହଞ୍ଚିବାର ଚବିଶ ଘଣ୍ଟା ମଧ୍ୟ ବିତିନଥାଏ ମିଷ୍ଟରଙ୍କ ଆସେ ଏମାରଜେନସି କଲ। ବାଧ୍ୟ ହୋଇ ଛୁଟିରେ ଥିଲେ ମଧ୍ୟ ଆମକୁ ଫେରିବାକୁ ହିଁ ପଡେ କଲିକତା । 

      ଜଣେ ମହିଳାଙ୍କ ଝୁଲନ୍ତା ଶବ ସହ ଏକ ପନ୍ଦର ବର୍ଷୀୟ ବାଳକର କ୍ଷତାକ୍ତ ଶରୀର ନେଇ ତନାଘନା ପ୍ରକିୟାର ମୁଖ୍ୟ ଦାୟିତ୍ଵ ଥାଏ ମିଷ୍ଟରଙ୍କ ଉପରେ । ମିଷ୍ଟରଙ୍କୁ ମିଳିଥିବା ତଥ୍ୟ ଏବଂ ତଦନ୍ତକୁ ଦେଖି ସେ ଜାଣିଥିଲେ ଯେ ଆସାମୀ ହେଉଛନ୍ତି ମିଷ୍ଟରଙ୍କ ସହକର୍ମୀ ରମେଶ ବର୍ମା । ରମେଶ ବର୍ମାଙ୍କ ଅନୈତିକ ସଂପର୍କ ଯୋଗୁଁ ଉଠିଥିବା କଜିଆର ଫଳ ଦୁଇ ଦୁଇ ଆତ୍ମାକୁ ଭୋଗ କରିବାକୁ ପଡିଛି ହତ୍ୟା କରାଯାଇ ମିଥ୍ୟାରେ ଆତ୍ମହତ୍ୟାର ନାମ କରାଯାଉଛି । ହେଲେ ଏତେ ସବୁ କଥାକୁ ପ୍ରମାଣିତ କରିବା ପାଇଁ ତାଙ୍କ ପାଇଁ ସମ୍ଭବ ହୋଇପାରୁନଥାଏ ।

     ମିଷ୍ଟର ଓ ତାଙ୍କ ତଳ ଅଧିକାରୀ ଛୋଟରାୟ ବାବୁ ମିଶି ଲୁଚି ଛପି ଯେତେ ସବୁ ସୁଗାର ଆଣିଥିଲେ ତାଙ୍କୁ ମୋ ଆଲମାରୀରେ ରଖାଯାଇଥିଲା । କିନ୍ତୁ ଯାହା ଭାଗ୍ୟରେ ନଥାଏ ତାହା କେବେବି ନହୁଏ ପରି ହାତୁ ଆସି ହାତୁ ଖସି ପଡେ ସବୁକିଛି ଯେବେ ଏକାକୀ ଦେଖି ଡକାୟତଙ୍କ ତାଣ୍ଡବଲୀଳା ହୁଏ । ବର୍ମା ହିଁ ସବୁ ସୁଗାରକୁ ଖଲାସ କରିଦେଇ ନିଜର ବଳର ପ୍ରୟୋଗରେ ଏତେ ବଡ ହତ୍ୟାକୁ ଆତ୍ମହତ୍ୟା ରୂପେ ରଖିଥାଆନ୍ତି ଏବଂ ଶତ ଶତ ଚେଷ୍ଟାରେ ମଧ୍ୟ ସେଇ ମିଛରେ ସଭିଙ୍କୁ ସତ ହିଁ ଦେଖାଯାଏ । 

      ଏଭଳି ସତକୁ ଲୁଚେଇ ରଖୁଥିବା ସତ୍ୟବ୍ରତ ଚାକିରୀ ରୁ ଇସ୍ତାହାର ଦେଇ ମିଷ୍ଟର ଏଇ କେସ ପରଠୁ ନିଜକୁ ମୁକ୍ତ କରନ୍ତି ଏବଂ ସେଇ ଆତ୍ମହତ୍ୟା ନାମେ ପରିଚିତ ହତ୍ୟାକୁ ନେଇ ମନରେ ଚିରଦିନ ପାଇଁ ଏକ ବୋଝକୁ ମୁଣ୍ଡରେ ବଂଚିଛନ୍ତି ।

       



Rate this content
Log in

Similar oriya story from Drama