STORYMIRROR

T.Durga Prasad Rao

Inspirational

5.0  

T.Durga Prasad Rao

Inspirational

ହସ

ହସ

1 min
9.6K


ହସ

ସ୍ମିତା ଅଫିସ୍.ରୁ ଫେରିବା ସମଯରେ ଡାଏରୀ ମିଲ୍କ ଚକୋଲେଟ୍.ଟିଏ ନେଇ ଆସିଲା ନିଜ ତିନି ବର୍ଷର ଗେହ୍ଲା ପୁଅ ଅଜୁ ପାଇଁ। ଯେମିତି ବଢ଼ାଇ ଦେଇଛି ଅଜୁର ମୁହଁରେ ହସ ଖେଳିଗଲା। ସେ ଦୁଇହାତ ମେଲାଇ ଝପଟି ଧରିଲା ସ୍ମିତାକୁ। ଏଇ ହସ ଟିକକ ଦେଖିବା ପାଇଁ ସ୍ମିତା ନିତି କିଛି ନା କିଛି ଯୋଜନା କରେ। ସେଇଥିରେ ତାକୁ ମିଳେ ଖୁବ୍ ଆତ୍ମତୃପ୍ତି, ପ୍ରଶାନ୍ତି।

xxxx xxxx xxxx xxxx xxxx

ବର୍ଷା ଟିକିଏ ଛାଡ଼ିଯାଇଛି। ତେବେ ବର୍ଷା ଅନ୍ଧାର ଯୋଗୁଁ ରାସ୍ତା ଟିକିଏ ଶୁନ୍.ଶାନ୍। ସ୍ମିତା ଅଫିସ୍.ରୁ ଫେରୁଛି। ଶାଢ଼ୀଟା ଝିପି ଝିପି ବର୍ଷାରେ ଅଳ୍ପ ଅଳ୍ପ ଓଦା। ଡେରି ହୋଇ ଯାଇଥିବାରୁ ଭାରି ବିବ୍ରତ ଜଣା ପଡୁଛି ସେ। ଅଫିସ୍.ରୁ ବସ୍ ଷ୍ଟପ୍ ପର୍ଯ୍ୟନ୍ତ ନିତ୍ୟ ପରିଚିତ ଗଳି ରାସ୍ତା ଅତିକ୍ରମ କରିବା ଭିତରେ ବି ସେ ଅନେକ ଥର ଆଗ ପଛ ଚାହୁଁଛି। ଆଗରେ ଦୁଇ ଜଣ ମୋଟା ବଳିଷ୍ଠ ଲୋକାଲ୍ ଛାପ ଲୋକ। ତା ଆଡ଼େ ଚାହିଁ କଥା ହେଉଛନ୍ତି। ହସୁଛନ୍ତି ହି ହି ହୋଇ। ସ୍ମିତାର ଶରୀରରେ ଭୟର ଏକ ତଡ଼ିତ୍ ପ୍ରବାହ ମୁଣ୍ଡରୁ ପାଦ ଯାଏଁ। ହଠାତ୍ ଦୌଡ଼ିବାକୁ ଆରମ୍ଭ କଲା ସ୍ମିତା।

ହସର ଅନ୍ତରାଳେ କେତେ ଅର୍ଥ ସତରେ! ହସ କେବଳ ନିଆରା ହସଟିଏ ହୋଇ ରହନ୍ତାନି... ... ...


ଟି.ଦୁର୍ଗା ପ୍ରସାଦ ରାଓ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational