Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!
Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!

T.Durga Prasad Rao

Tragedy Crime

4.0  

T.Durga Prasad Rao

Tragedy Crime

ଅଲୋଡ଼ା

ଅଲୋଡ଼ା

3 mins
464




- ହଇହେ ଶୁଣୁଛ... ପରିଡ଼ା ଘରେ ସେ ଯେଉଁ ସ୍ତ୍ରୀଲୋକଟି କାମ କରୁଥିଲା, ସେ କାଲି ତାର ଛୋଟ ଝିଅଟିକୁ ଛାଡ଼ି କାହା ସହ ଫେରାର୍।

ମୁଁ ବିସ୍ମୟରେ ଚାହିଁଲି ଶ୍ରୀମତୀଙ୍କ ମୁହଁକୁ। ବକଟେନାକୁ ପିଲା। ତାକୁ ଛାଡ଼ି ଦେଇ ପଳେଇଯିବାକୁ ତାର ମନ କେମିତି ଡାକିଲା? ତା ସ୍ୱାମୀ ମରି ଛଅ ମାସ ବି ହେଇ ନ ଥିବ।

- ଭୋକ... ମନର ଭୋକ, ଦେହର ଭୋକ। ଆଉ କଣ?

କିଛି ବର୍ଷ ଗଡ଼ିଗଲା। ଦିନେ ଶ୍ରୀମତୀ ମୋ ହାତ ଧରି ବାରଣ୍ଡାକୁ ନେଇ ଆସି ଗୋଟିଏ ଝିଅ ଆଡ଼କୁ ଅଙ୍ଗୁଳି ଦେଖେଇ କହିଲେ, ଚିହ୍ନୁଛ ୟାକୁ?

ମୁଁ କହିଲି, ନା, କିଏ କି?

- ପରିଡ଼ାଘର କାମବାଲିର ଝିଅ।

- ସେ ଛୋଟ ଝିଅଟା?

- ହଁ ସେଇ ଝିଅ।

ମୋ ପାଟିରୁ ବାହାରି ଆସିଲା, ବିଚାରୀ। ବାପା ମାଆ କେହି ନାହିଁ ତାର। ରହୁଛି କେଉଁଠି, ଚଳୁଛି କେମିତି?

- ସେ ପରିଡ଼ା ମାଉସୀ ହିଁ ତାକୁ ପାଳି ପୋଷି ରଖିଛି।

ମୁଁ ମୋର କାର୍ଯ୍ୟ ବ୍ୟସ୍ତତା ଭିତରେ ଅନେକ କଥା ଅତି ଶୀଘ୍ର ଭୁଲିଯାଏ। ସେମିତି ଏକଥାଟି ମଧ୍ୟ ଭୁଲିଗଲି। ଅନେକ ଦିନ ପରେ ଗୋଟିଏ ଝିଅକୁ ଜେଲ୍ ପାଚେରୀ ରାସ୍ତାରେ ଗୋଟିଏ ପୁଅ ସହିତ କିଛି କଥା ହେଉଥିବାର ଦେଖିଲି। ଦୁହିଁଙ୍କ ବେଶଭୁଷା ଅତି ସାଧାରଣ ଥିଲା। ମୁଁ ଚାଲି ଚାଲି ଆସୁଥାଏ। ମୋତେ ଦେଖି ସେ ଦୁହେଁ ଆଉ ଟିକିଏ ଦୂରକୁ ଚାଲିଗଲେ। ସ୍ଥାନଟି ଟିକିଏ ନିର୍ଜନ ଲାଗୁଥାଏ। ମୋର ମନେ ହେଲା ଝିଅଟିକୁ ମୁଁ କେଉଁଠି ଦେଖିଛି। ହଠାତ୍ ମୋର ମନେ ପଡ଼ିଗଲା, ଏ ସେଇ ଛୋଟ ଝିଅ। ଇତି ମଧ୍ୟରେ ବଡ଼ ହେଇଗଲାଣି। ବୋଧହୁଏ ଚଉଦ, ପନ୍ଦର ବର୍ଷ ହୋଇଯିବ। ମୋ ଆଖି ଉହାଡ଼ରୁ ଅଦୃଶ୍ୟ ହେବା ଯାଏଁ ସେ ଦୁହିଁଙ୍କୁ ଚାହିଁ ଚାହିଁ ରାସ୍ତା ଅତିକ୍ରମ କଲି। ଘରେ ପହଞ୍ଚି ଶ୍ରୀମତୀଙ୍କୁ ଯେମିତି କଥାଟା କହିଛି, ସେ କିଛି ସମୟ ମୋତେ ଚାହିଁ ରହିଲେ। ବୋଧହୁଏ ଭାବୁଥିଲେ କଥାଟା କହିବେ କି ନା। ମୁଁ କହିଲି, କଣ ହେଲା? ଅଟକି ଗଲ ଯେ? ସେ ଟିକିଏ ରହସ୍ୟମୟ ହସ ହସି କହିଲେ, ତୁମେ ଆଜି ଦେଖିଲ। ମୁଁ ଏକଥା ଦୁଇ ତିନି ବର୍ଷ ହେଲା ଶୁଣୁଛି, ଆଉ ମୋ ନଜରରେ ମଧ୍ୟ ସେମିତି ଆପତ୍ତିଜନକ କଥା ଥରେ ଅଧେ ପଡ଼ିଛି।

- କଣ ଶୁଣିଛ?

- ଛାଡ଼ ସେକଥା।

- ଆରେ, କହୁନ।

- କଣ କହିବି... ସେ ଝିଅ ଆଉ ଆୟତ୍ତରେ ନାହିଁ। ପରିଡ଼ା ମାଉସୀ ତାର କାର୍ଯ୍ୟକଳାପ ଠଉରେଇ କେବେଠାରୁ ତାକୁ ଘରୁ ତଡ଼ି ଦେଇଛି। ସେ ଝିଅର ଦାମ୍ କେତେ ଜାଣିଛ? ମାତ୍ର ପଚାଶଟି ଟଙ୍କା। ପଚାଶଟି ଟଙ୍କା ପାଇଲେ ସେ ଦିନ ରାତି ଦେଖିବନି, ସ୍ଥାନ, ପାତ୍ର ଖୋଜିବନି।

- କଣ କହୁଛ ତମେ?

- କଣ କହୁଛି ମାନେ... ମୁଁ କଣ ଆଉ ମିଛ କହୁଛି?

- ନା, ଏଇଟା କିନ୍ତୁ ଠିକ୍ ହେଲାନି। ପରିଡ଼ା ମାଉସୀ କିଛି ଭଲ କଲେନି।

- ଭଲ କଲେନି... ଆଉ କଣ ତାକୁ ଘରେ ରଖିଥାନ୍ତେ? ତାଙ୍କ ଘରେ ପରା ଦି ଦିଟା ବଢ଼ିଲା ପୁଅ। ଏ ଝିଅର ରଙ୍ଗଢ଼ଙ୍ଗ ଦେଖିଲା ପରେ ସେ କାହିଁକି ରିସ୍କ ନେଇଥାନ୍ତେ କହିଲ?

- ଆହା, ଝିଅଟା ଅଲୋଡ଼ା ହୋଇଗଲା ସମସ୍ତଙ୍କ ପାଇଁ।

- ଆରେ, ତମେ କାହିଁକି ମନସ୍ତାପ କରୁଛ? ଅଲୋଡ଼ା ତ ସେ ମୂଳରୁ ଥିଲା। ପ୍ରଥମେ ମାଆ ପାଇଁ, ତାପରେ ପରିଡ଼ା ମାଉସୀ ପାଇଁ। ଏବେ ସାଇପଡ଼ୋଶୀ ପାଇଁ। ଧୀରେ ଧୀରେ ଏ ସମାଜ ପାଇଁ ମଧ୍ୟ ସେ ଅଲୋଡ଼ା ହୋଇଯିବ। ତେଣୁ ଯେଉଁ ଜଣେ ଅଧେ ତାକୁ ଲୋଡ଼ୁଛନ୍ତି, ସେ ବିନା ଦ୍ୱିଧାରେ ନିଜକୁ ସମର୍ପି ଦେଉଛି।

ମୋ ମୁଣ୍ଡଟା ବଥେଇବା ଆରମ୍ଭ କରି ଦେଇଥିଲା। ମୁଁ ଉଠି ଚାଲିଗଲି ଛକ ଆଡ଼େ।

ଏ ଘଟଣାର ଦୁଇ ବର୍ଷ ପରେ ମୁଁ ପୁଣି ଥରେ ସେ ଝିଅକୁ ଦେଖିଲି ଆମ କ୍ୱାର୍ଟର୍ ସାମ୍ନା ରାସ୍ତା ଦେଇ ଯାଉଥିବା ସମୟରେ। କୋଳରେ ତାର ଛୋଟ ଝିଅଟିଏ। ମୁଁ ତାରି ଆଡ଼େ ଚାହିଁଛି, ଶ୍ରୀମତୀ ମୋତେ ଲାଗି ଆସି ଠିଆ ହେଲେ। କହିଲେ, ଇଏ ତାର ଜନ୍ମକଲା ଝିଅ। ବାପାର ପରିଚୟ କିନ୍ତୁ ନାହିଁ। ପୁଣି ଏକ ଅଲୋଡ଼ା....।




Rate this content
Log in

More oriya story from T.Durga Prasad Rao

Similar oriya story from Tragedy