ହୋଲି - “ବନ୍ଧୁତା ଓ ପ୍ରେମର ପର୍ବ"
ହୋଲି - “ବନ୍ଧୁତା ଓ ପ୍ରେମର ପର୍ବ"
ମୁଁ ଯେତେବେଳେ ଛୋଟ ଥିଲି ମୋ ବୋଉ ମତେ ହୋଲିରେ କେବେ ବି ବାହାରେ ଖେଳିବାକୁ ଛାଡେନି। ଆମେ ଘରେ ଖେଳୁ, ଭାଇ, ଭଉଣୀ, ବାବା ଓ ବୋଉ ମିଶିକି। ଯେତେବେଳେ କଲେଜରେ ପଢିଲି ସେତେବେଳେ ହୋଲି ପୂର୍ବ ଦିନ କଲେଜ କ୍ଲାସ୍ ସରିଲେ ସାଙ୍ଗସାଥି ହୋଲିର ଅବିର ରଙ୍ଗ ମିଶିକି ବୋଳାବୋଳି ହେଉ। ବହୁତ ମଜା ଲାଗେ। ହୋଲିରେ ହଷ୍ଟେଲରେ କିନ୍ତୁ ବହୁତ ମଜା ହୁଏ। ମୋର କିନ୍ତୁ ହଷ୍ଟେଲରେ ରହିବାର ଭାଗ୍ୟ ନଥିଲା। ହୋଲି ପର ଦିନ ଗଲେ ହଷ୍ଟେଲରେ ରହୁଥିବା ସାଙ୍ଗମାନେ ହୋଲି କେମିତି ମନେଇଲେ କୁହନ୍ତି ସେମାନଙ୍କ କଥା ଶୁଣି ମତେବି ଟିକେ ଇର୍ଷା ହୁଏ। କାସ୍ ମୁଁ ବି ହଷ୍ଟେଲରେ ରହୁଥାନ୍ତି ହୋଲିରେ ସାଙ୍ଗସାଥିଙ୍କ ସହ କେତେ ମଜା କରିଥାନ୍ତି।
ମୋର ବାହାଘର ପରେ ଯେତେବେଳେ ମୁଁ କଲିକତାକୁ ସିଫ୍ଟ୍ ହେଲି ସେତେବେଳେ ହୋଲିରେ ଆମ ସୋସାଇଟିରେ ସବୁ ଧର୍ମର ଲୋକ ମିଶି ଖୁବ୍ ମଜା କରୁ । ହୋଲି ସମସ୍ତେ ମିଶି ପାଳନ କରୁ। କଲିକତାକୁ 2013ରେ ଯେବେ ସିଫ୍ଟ ହେଲି ସେତେବେଳେ ମୋ ପୁଅ ଆଶୁ 3ବର୍ଷର ହୋଇଥିଲା। ଆମ ସୋସାଇଟିରେ ଛୋଟ ପାର୍କଟେ ଅଛି, ସେଠି ସବୁ ଛୁଆ ମିଶିକି ଖେଳନ୍ତୁ। ଆଶୁକୁ ଦେଖିଲେ ଆଶୁଠାରୁ ବଡ ଦିଦିମାନେ ତାକୁ ମୋଠୁ ନେଇଯାନ୍ତି, ଦୋଳିରେ ତାକୁ ଝୁଲେଇ ଦିଅନ୍ତି ଆଉ ତା ସହ ଖେଳନ୍ତି। ଧିରେ ଧିରେ ଏଇ ସୋସାଇଟି ଯେମିତି ନିଜର ହେଇଗଲା, ସମସ୍ତେ ଯେମିତି ନିଜ ଲୋକ। ବହୁତ ଭଲ ପାଇବା ମିଳିଲା ଆମକୁ ଏଠି। ପ୍ରଥମ ଥର 2014ରେ ଏଠି ହୋଲି ସମସ୍ତିଙ୍କ ସହ ମିଶିକି ଖେଳିଲୁ। ଆମଘରକୁ ଆସି ଆମକୁ ଡାକି ଟାଣିକି ନେଇକି ଯାନ୍ତି ହୋଲି ଖେଳିବା ପାଇଁ। ଆଶୁ ବି ଚାରି ବର୍ଷର ହେଇଥିଲା, ଛୁଆମାନଙ୍କୁ ରଙ୍ଗ ପାଣିରେ ଖେଳିବାର ଦେଖି ସେବି ପିଚକାରି ନେଇ ଖେଳିଲା। ତା ପରଠୁ କୋଉ ବର୍ଷ ହୋଲିରେ ଘରେ ବନ୍ଦ ହେଇ ରହୁନା। 2016ମସିହା ଆମାନ ଆଉ ଅଲିସବା ନୂଆକରି ଆମ ସୋସାଇଟିରେ ଆସିଥିଲେ ଆଉ ରହିଲେ ଆମ ବ୍ଲକରେ। ଆଶୁ ଆମାନ ବହୁତ ଭଲ ସାଙ୍ଗ ହେଇଗଲେ। ସବୁବେଳେ ମିଶିକି ଖେଳିବା, ଜନ୍ମଦିନରେ ଦୁଇଜଣ ଦୁଇଜଣଙ୍କ ଘରକୁ ଯିବା ଆସିବା । ଆମାନର ସାନ ଭଉଣୀ ଆଲିସବା ଥିଲା ଚାରି ବର୍ଷର ସେ ମଧ୍ୟ ଖେଳେ। ବହୁତ ଭଲ ସାଙ୍ଗ ହୋଇଗଲେ ସମସ୍ତେ।
2017 ମାର୍ଚ ମାସର ହୋଲି। ସମସ୍ତେ ରଙ୍ଗରେ ଖେଳିବାରେ ବ୍ୟସ୍ତ। ଛୋଟ ଛୋଟ ଛୁଆ ପିଚକାରି ସାଙ୍ଗରେ ଧରି ପାଣି ପାଇପ୍ ପାଖରେ ଭିଡ ଲଗେଇ ଛନ୍ତି। ଜଣ ଜଣ କରି ବାଲ୍ଟିରେ ପାଣି ଭରି ନାଲି ଗୋଲାପି ରଙ୍ଗକୁ ପାଣିରେ ମିଶାଇ ପିଚକାରିରେ ଭରି ଜଣେ ଆଉଜଣଙ୍କ ଉପରେ ପିଚକାରିରେ ମାରୁଥିଲେ। ବଡଲୋକମାନେ ମଧ୍ୟ ଅବିରରେ ଖେଳୁଥିଲେ । ଛୋଟମାନେ ବଡମାନଙ୍କ ପାଦରେ ଅବିର ରଙ୍ଗଦେଇ ତାଙ୍କଠାରୁ ଆଶିର୍ବାଦ ନେଉଥିଲେ , ଆଉ କୋଳାକୋଳି ହୋଉ ହୋଲିର ଶୁଭେଛ୍ଛା ଜଣାଉଥିଲେ। ଏସବୁ ଭିତରେ ମୋର ନଜର୍ ପଡିଲା ଆମ ବ୍ଲକର ଛାତ ଉପରେ। ସେଠି ଆମାନ ଆଉ ଲିସବା ଛିଡା ହୋଇଥିଲେ। ସେମାନେ ଛାତ ଉପରୁ ଆମମାନଙ୍କୁ ଦେଖୁଥିଲେ ଲଳଚେଇବା ନଜରରେ। ମୁଁ ତାଙ୍କୁ ଦେଖି ସେମାନଙ୍କ ଆଖି ଯେମିତି ପଢି ପାରୁଥିଲି। ହୋଲି ଖେଳିବାକୁ ସେମାନଙ୍କର ମଧ୍ୟ ବହୁତ ଇଛ୍ଛା ହେଉଥିଲା। ମୁଁ ତାଙ୍କୁ ଦେଖି ଡାକିଲି, ଆସ ଦିଜଣ ତଳକୁ ଆଶୁ, ଆଦି, ଶ୍ରୀଜିତ୍, ଜୟା, ମେହଲ, ଗୋଲ୍ଡି ଦିଦି, ବାନି ଦିଦି ସବୁ ଖେଳୁଛନ୍ତି। ତମେ ମାନେବି ମିଶିକି ଖେଳିବ। ଆମାନ ମନା କଲା କହିଲା,“ଆଣ୍ଟି ଅବୁ ମନା କର୍ ରେହେ ହେଁ।" ମୁଁ କିଛି ଡେରି ପରେ ଛୁଆମାନଙ୍କୁ(ଆଶୁ,ଆଦି,ଶ୍ରୀଜିତକୁ) ତାଙ୍କ ଘରକୁ ପଠେଇଲି ଆମାନ ଅଲିସବାଙ୍କୁ ହୋଲି ଖେଳିବା ପାଇଁ ଆଣିବା ପାଇଁ। କିଛି ଡେରି ପରେ ଆମାନ ଆଉ ଅଲିସବା ମଧ୍ୟ ଆସିଗଲେ ଛୁଆମାନଙ୍କ ସହ ଖେଳେବା ପାଇଁ। ସେମାନେ କହିଲେ, “ହମ ଲୋଗ କଭି ହୋଲି ନହିଁ ଖେଲେ ହେଁ। " ମୁଁ କହିଲି ଏ ବର୍ଷ ଖେଳ ଆମମାନଙ୍କ ସହ ତମକୁ ବହୁତ ମଜା ଆସିବ। କିଛି ଡେରି ପରେ ଆମାନ ଆଉ ଅଲିସବାର ବାପା ମଧ୍ୟ ଆସିଗଲେ ହୋଲି ଖେଳିବାକୁ। ମୁଁ ଦେଖୁଥିଲି ସମସ୍ତିଙ୍କୁ କେତେ ଖୁସିରେ ସବୁ ହୋଲି ଖେଳୁଛନ୍ତି। ସେଦିନ ନର୍ଗିସ୍ ତା ସ୍ୱାମୀ ଆଉ ତା ପୁଅ ରେହାନ୍ ବି ହୋଲି ଖେଳୁଥିଲା। ଅତିକୁର୍ ଆଉ ତା ବାପା ମା ମଧ୍ୟ ହୋଲି ଖେଳୁଥିଲେ। ଏକ୍ ଦୁସରେ କୁ ହୋଲିର ରଙ୍ଗ ବୋଳି କୋଳାକୋଳି ହୋଇ ଭାଇଚାରାର ମେସେଜ୍ ସମାଜକୁ ଦେଉଥିଲେ। ସମସ୍ତେ ମିଠା ଖୁଆଖୁଇ ମଧ୍ୟ ହଉଥିଲେ।
ସତରେ ହୋଲି ବନ୍ଧୁତା ଓ ପ୍ରେମର ପର୍ବ। ଏଇ ରଙ୍ଗର ପର୍ବ ହୋଲି କ'ଣ କୋଉ ଧର୍ମ ସହ ସିମିତ ରହିପାରିବ। ଖୁସି ତ ସମସ୍ତିଙ୍କର । ଏମିତି ସମସ୍ତେ ହସ ଖୁସିରେ ରୁହନ୍ତୁ ଭାଇଚାରାର ସହିତ ବନ୍ଧୁତାର ସହିତ।
ସେପଟୁ ନାଚ ଗୀତର ଆବଜ୍ ଶୁଭୁଥିଲା ମୋ କାନରେ -------
“ରଙ୍ଗ ବରଷେ ଭିଗେ ଚୁନର୍ ବାଲି ରଙ୍ଗ ବରଷେ "
ସମସ୍ତେ ନାଚ ଗୀତରେ ମସଗୁଲ୍ ହେଇଗଲେ।
