STORYMIRROR

Er. Suchismita Satpathy

Abstract Children Stories Fantasy

3  

Er. Suchismita Satpathy

Abstract Children Stories Fantasy

ହଜିଯାଇଥିବା ଭାଇ

ହଜିଯାଇଥିବା ଭାଇ

2 mins
220

ଅନେକ ଦିନ ପରେ ଅଜୁ ମାମୁଁ ଆସିଛନ୍ତି ବୋଲି ରିଶିର ଗୋଡ ତଳେ ଲାଗୁନାହିଁ।ପ୍ରତି କଥାରେ ମାମୁଁ ନହେଲେ ତାର ହେଉନି।ଖାଇବା ବସିବା ଶୋଇବା ସବୁଥିରେ।ଶେଷରେ ତାର। ଯିଦି ଥିଲା ସିନେମା ଦେଖିଯିବ।ମାତ୍ର ମା ମନାକଲେ କାହିଁକି ନା ଏ କରୋନା ସମୟରେ ବାହାରକୁ ଯିବା ମାନେ ବିପଦକୁ ନିମନ୍ତ୍ରଣ କରିବା ସହ ସମାନ।

ମାତ୍ର ରିଶି କୋଉ ବୁଝିବା ପିଲା।କାନ୍ଦି କାନ୍ଦି ଘରଗୋଟାକ ମୁଣ୍ଡରେ ନେଇ ଥୋଇଛି।

କାଲି ରାତିରୁ ମୁହଁ ଫୁଲେଇଛି ଯେ ଆଉ କାହା ସହ କଥା ହେଉନି।ମାଆ ଯେତେ ପ୍ରଲୋଭନ ଦେଲେ ବି ତାର ହେଉନି।

ଶେଷରେ ମାମୁଁ ଏକ ନୂଆ କଥା କହିଲେ।କହିଲେ ,ତୁ ଯଦି ଆଜି ଭଲରେ ଖାଇଦେବୁ ତେବେ ମୁଁ ତତେ ଏକ ଭଲ ସିନେମା କଥା କହିବି।

ରିଶି କହିଲା ନା ଆଗେ ତୁମେ କୁହ ତାପରେ ମୁଁ ଖାଇବି।ଅନେକ ଚେଷ୍ଠା ପରେ ଯାଇ ରିଶି ଖାଇଲା ଓ ସଙ୍ଗେସଙ୍ଗେ ମାମୁଁଙ୍କ ପାଖକୁ ଧାଇଁଲା।ସେତେବେଳକୁ ମାମୁଁ ଲ୍ୟାପଟପ ଧରି କଣସବୁ କରୁଥିଲେ।ରିଶି ପହଞ୍ଚିଲା ପରେ ଆଗ୍ରହର ସହ ଲ୍ୟାପଟପ ଧରି ବସିଗଲେ ଓ ବାକି ସମସ୍ତଙ୍କୁ ବି କହିଲେ ଯାହାର ନୂଆ ଓ ରୋମାଞ୍ଚକର ଚଳଚ୍ଚିତ୍ର ଦେଖିବାର ଅଛି ଆସ।

ଆରମ୍ଭକଲେ।ପ୍ରଥମେ ରିଶି ପିକେକୁ ଦେଖି ଖୁସି ହୋଇଗଲା।ଆରେ ଏ ତ ପିକେ।ମୁଁ ଏ ଚଳଚ୍ଚିତ୍ର ଦେଖିଛି ।ନୂଆ ପୁଣି କଣ।ମାମୁଁ କହିଲେ ତୁ ପିକେ ଦେଖିଛୁ ମାତ୍ର ତାର ଭାଇକୁ ଦେଖିନୁ ,ତା ନାଁ ଯାଦୁ। ପିକେ ହଜିଯାଇଥିଲା ତାକୁ ପୁଣିଥରେ ଖୋଜିପାଇଛି ଯାଦୁ।

ଏହା ଶୁଣି ରିଶି କହିଲା ଯାଦୁ ପୁଣି କୁଆଡେ ଆସିଲା।ମାମୁଁ କହିଲେ ଏହା ଏକ ନୂଆ ଚଳଚ୍ଚିତ୍ର ଓ ସତ୍ୟଘଟଣା।ପରେ ଜଣାପଡିଲା ଯେ ଯାଦୁ ଓ ପିକେ ହଜିଯାଇଥିବା ଦୁଇ ଭାଇ।

ଏହା ଶୁଣି ରିଶିର ଆଗ୍ରହ ଆହୁରି ବଢିଲା ଓ ସେ ପଚାରିଲା ତେବେ ସେମାନେ କେମିତି ମିଳିଲେ ମତେ କୁହ।


ମାମୁଁ ଆରମ୍ଭକଲେ।

ଯେତେବେଳେ ଯାଦୁ ପୃଥିବୀ ଲୋକକୁ ଆସିଥିଲା ସେତେବେଳେ ତା ଭାଇ ପିକେ ବହୁତ ମନଦୁଃଖ କରି କାନ୍ଦିଲା।ଅନେକ ଦିନ ହୋଇଗଲା।ମାତ୍ର ଯାଦୁ ଫେରିଲାନି।ପିକେ ସ୍ଥିର କଲା ଯେତେବେଳେ ପୁନଶ୍ଚ ତାଙ୍କ ସ୍ପେଶ ସିପ ପୃଥିବୀ ପୃଷ୍ଠକୁ ଆସିବ ସେ ବି ଆସି ତା ଭାଇକୁ ଖୋଜିବ।

ତେଣୁ ଯେଉଁ ଦିନ ସ୍ପେଶ ସିପ ଆସିଲା ସେ ତାଙ୍କ ନିଜ ବେଶ ଛାଡି ମନୁଷ୍ୟର ବେଶ ଧାରଣ କଲା ତାହାହେଲେ ସହଜରେ ତାକୁ କେହି ଅନ୍ୟଗ୍ରହର ବୋଲି ଜାଣିପାରିବେନି।ସମୟ ଅନୁସାରେ ତଳକୁ ଆସି ଲା ମାତ୍ର ଦୁଃଖର କଥା ଯାଦୁ ତ ମିଳିଗଲା ମାତ୍ର କେଉଁ ଏକ ଦୁଷ୍ଟ ମାନବ ଯୋଗୁଁ ତାର ରିମୋଟ ହଜିଗଲା ଓ ସେ ପୃଥିବୀ ପୃଷ୍ଠରେ ରହିଗଲା।ଅନେକ ଖୋଜାଖୋଜି କଲାପରେ ମଧ୍ୟ ସେ ବିବଶ ହୋଇ ଜଣେ ରାଜସ୍ଥାନୀ ଲୋକଙ୍କ ଘରେ ଶରଣ ନେଇଥିଲା।

ସେପଟେ ଯାଦୁ ମନ ଦୁଃଖରେ ଥାଏ । ଦିନେ ଯାଦୁ ଯିଦି କରି ପୃଥିବୀ ଲୋକକୁ ଆସିଲା ଓ ସାଙ୍ଗରେ ଆଉ ଏକ ରିମୋଟ ଧରି । ଯେହେତୁ ଯାଦୁ ପୂର୍ବରୁ ପୃଥିବୀ କୁ ଆସିଥିଲା ତାକୁ ପୃଥିବୀର ଲୋକଙ୍କ ଠାରୁ ଲୁଚିବାରେ ଅଡୁଆ ହେଲା ନାହିଁ।

ଇତି ମଧ୍ୟରେ ସେ ରୋହିତ ପାଖକୁ ଯାଇ ପିକେକୁ ଖେଜିଲା।ଉଭୟେ ରୋହିତ ଓ ଯାଦୁ ମିଶି ପିକେ କୁ ଜଗ୍ଗୁ ଘରେ ପାଇଗଲେ।

ହଜିଯାଇଥିବା ଦୁଇ ଭାଇ ଅନେକ ଦିନପରେ ମିଳି ଥିବାରୁ ଦୁହିଁଙ୍କର ଖୁସିର ତୁଳନା ନଥିଲା।ଯାଦୁର ମୁଣ୍ଡ ରେ ଥିବା ଲାଇଟ୍ ଟି ଜୋରରେ ଦପ୍ ଦପ୍ କରୁଥିଲା ତ ପିକେର ହାତର ରିମୋଟ ସୁନ୍ଦର ଲାଇଟ ଦେଉଥିଲା।

ରୋହିତର ସହାୟତାରେ ଉଭୟେ ହାତ ଧରାଧରି ହୋଇ ପୁଣି ନିଜ ଦୁନିଆକୁ ଫେରିଲେ।

ଏହା ଶୁଣି ରିଶି ଖୁସିରେ ତାଳି ମାରି ଉଠିଲା।ତାକୁ ବେଶି ଖୁସି ଲାଗିଲା ମାମୁଁ ପ୍ରତ୍ୟକ କଥାରେ ଏକ ଫଟୋ ଚିତ୍ର ଦେଖାଉଥିବାରୁ।

ଶେଷରେ ସମସ୍ତେ ଅଜୁ ମାମୁଁ ଙ୍କୁ ମିଶି ଧନ୍ୟବାଦ ଜଣାଇଲେ।


#ନନଷ୍ଟପ୍ ନଭେମ୍ବର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract