Er. Suchismita Satpathy

Abstract Children Stories Fantasy

4.0  

Er. Suchismita Satpathy

Abstract Children Stories Fantasy

ହଜିଲା ସମ୍ପଦ

ହଜିଲା ସମ୍ପଦ

2 mins
258



ଶ୍ରୀଯୁକ୍ତ ହରିଶ ବଳବନ୍ତରାୟ ଜଣେ ବିଶିଷ୍ଟ ବ୍ୟବସାୟୀ ଓ ଜଣେ ପ୍ରତିପତ୍ତିଶାଳୀ ବ୍ୟକ୍ତତ୍ୱ।

ତାଙ୍କର ସମାଜରେ ନାଁ ଯେମିତି କାମ ସେପରି।ତାଙ୍କ ବ୍ୟାପାରରେ କାମ କରୁଥିବା କର୍ମଚାରୀଙ୍କ ପ୍ରତି ବ୍ୟବହାର ଖୁବ ଭଦ୍ର।

ଉନେଇଶ ଶହ ମସିହାର ଲୋକ ହୋଇ ମଧ୍ୟ ତାଙ୍କର ଚଳଣୀ କିଛି ରାଜା ମହାରାଜାଙ୍କ ଠାରୁ କମ ନୁହେଁ।

ଅନେକ ସମୟରେ ସେ ତାଙ୍କ ପୈତୃକ ସମ୍ପତ୍ତିର ତଦାରଖ କରିବା ପାଇଁ ଏକ ଗୁପ୍ତ ସ୍ଥାନକୁ ଯାଆନ୍ତି।ମୂଲ୍ୟବାନ ସମ୍ପଦର ରକ୍ଷଣା ବେକ୍ଷଣ ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ ଥିବାରୁ ସେ ଭାରତ ଛାଡି ବିଦେଶକୁ ପାଠ ପଢିବାକୁ ଯାଇ ପାରିଲେ ନାହିଁ।ତାଙ୍କର ବହୁତ ମନ ଥିଲା ତାଙ୍କ ବନ୍ଧୁ ରାହାନୁଜନ୍ ଙ୍କ ପରି ପାଠ ପଢିବାକୁ।

ସେ ଯାହା ହେଉ ସେଥିରେ ବି ସେ ପାରଙ୍ଗମ ହୋଇଥିଲେ।ମାତ୍ର ଦିନେ ସେ ତାଙ୍କ ସମ୍ପତ୍ତିର ତଦାରଖ କରିବାକୁ ଗଲାବେଳେ ଦେଖିଲେ ସେ ଭିତରୁ ତାଙ୍କ ମୂଲ୍ୟବାନ ସମ୍ପଦର ବାକ୍ସଟିକୁ କିଏ ନେଇ ଯାଇଛି।ଏତେ ସୁରକ୍ଷା ଭିତରେ କିଏ ତାଲା ଭାଙ୍ଗି ନେଇଛି ତାଙ୍କର ଚିନ୍ତା ପଡିଲା।ପୋଲିସର ସହାୟତା ନେଲେ।ଏକଥା ଗଙ୍ଗାଧର ଜାଣିପାରିଲେ କାଳଣ ସେ ସେ କମ୍ପାନୀରେ ଜଣେ କର୍ମଚାରୀ ଥିଲେ।ଜଣେ ଭଦ୍ର ଓ ଦେଶର ଦାୟିତ୍ୱ ବାନ ,ସଚ୍ଚୋଟ ବ୍ୟକ୍ତି କୁ ସାହାଯ୍ୟ କରିବାପାଇଁ ଆଗେଇ ଆସି ସାମନାରେ ଶକ୍ତିମାନ ପରି ଠିଆ ହୋଇଗଲେ।ଶକ୍ତିମାନକୁ ଦେଖି ହରିଶ ବାବୁ ଖୁସି ହୋଇଗଲେ ଓ ଶକ୍ତିମାନଙ୍କୁ ଧନ୍ୟବାଦ ଦେଲେ।

କିଛି ସମୟ ତଦାରଖ କଲାପରେ ଶକ୍ତିମାନ କହିଲେ ଏ ଭିତରେ ପଶିବା କଷ୍ଟକର କାରଣ ଏକ ଫର୍ମ୍ୟୁଲା ଦ୍ୱାରା ଦ୍ୱାରକୁ ବନ୍ଦ କରାଯାଇଛି।ଖୋଲିବାପାଇଁ ଚୋରଟି ଏକ ଗାଣିତିକ ଫର୍ମ୍ୟୁଲାକୁ ସମାଧାନ କରିବାକୁ କହିଛି।ଏହା କିପରି ସମ୍ଭବ ହେବ।ସେହି ସମୟରେ ହରିଶ ବାବୁଙ୍କର ରାମାନୁଜନ୍ ଙ୍କ କଥା ମନେ ପଡିଲା।ଓ ସେ ସଙ୍ଗେସଙ୍ଗେ ଫୋନକଲେ ।ସେତେବେଳେ କୁ ସେ ଲଣ୍ଡନରେ ଥିଲେ।ଆସିବେ କିପରି ।ସମୟ ଲାଗିବ। ଶକ୍ତିମାନ କହିଲେ ଆପଣମାନେ ଏଠି ଜଗିଥାନ୍ତୁ ମୁଁ ଯାଇ ନେଇ ଆସିବି।ଏହା କହି ପବନ ବେଗରେ ଉଡିଗଲେ । ପ୍ରାୟ ସମୟ ପରେ ରାମାନୁଜନ୍ ଆସି ପହଞ୍ଚିଲେ ଓ ଉଭୟେ ଶକ୍ତିମାନ ଓ ରାମାନୁଜନ୍ ମିଶିହଜିଥିବା ମୂଲ୍ୟବାନ ସମ୍ପଦର ଅନୁସନ୍ଧାନ କଲେ ଓ ଶେଷରେ ସଫଳ ବି ହେଲେ।

ଏହା ଦେଖି ହରିଶ ବାବୁ ଓ ଅନ୍ୟ ସମସ୍ତେ ଖୁସି ହୋଇଗଲେ।ଶେଷରେ ହରିଶ ବାବୁ ସେହି ମୂଲ୍ୟବାନ ସମ୍ପଦକୁ ଦେଶର ହିତ ଉଦ୍ଦେଶ୍ୟରେ ସରକାରଙ୍କୁ ହସ୍ତାନ୍ତର କରି ଶାନ୍ତିରେ ନିଶ୍ୱାସ ମାରିଲେ।

ଏହାପରେ ସମସ୍ତେ ବସି ଏକ ଚାହାର ଆସର ଜମେଇଲେ।


Rate this content
Log in

Similar oriya story from Abstract