Er. Suchismita Satpathy

Abstract Inspirational

4.5  

Er. Suchismita Satpathy

Abstract Inspirational

ହିଟଲର ବାପା

ହିଟଲର ବାପା

2 mins
303


ପିଲାଟି ଦିନରୁ ମୁଁ ଶୁଣିଆସିଛି ହିଟଲରଙ୍କ ନାଁ । ପ୍ରଥମ ତ ମୋ ମାଆ ମୁହଁ ରୁ ଦ୍ୱିତୀୟ ତ ସାଇପଡିଶା ,ବନ୍ଧୁ ବାନ୍ଧବ ଓ ବାପାଙ୍କ ଅଫିସର ସାଙ୍ଗ ମାନଙ୍କ ଠାରୁ।ବେଳେବେଳେ ଗାଁ କୁ ଗଲେ ଗାଁ ଲୋକଙ୍କ ଠାରୁ।ଯେ ମୋ ବାପା ହିଟଲର।ବୟସ ବଢିବା ସହ ବାପାଙ୍କ ସହ ଘନିଷ୍ଠତା ମଧ୍ୟ ବଢିଲା।

ହେତୁ ପାଇଲା ଦିନୁ ବାପାଙ୍କ କଥାବାର୍ତ୍ତା, ଆମ ପ୍ରତି ତାଙ୍କ ଦାୟିତ୍ୱ ବୋଧ ଓ ଶିକ୍ଷା ର ପ୍ରଭାବ ବହୁ ମାତ୍ରାରେ ଆମକୁ ପ୍ରଭାବିତ କରିଛି।ତେଣୁ ସେବେଠାରୁ ହିଟଲରଙ୍କ ବିଷୟରେ ମଧ୍ୟ ପଢିବାର ଆଗ୍ରହ ବଢିଲା।ପଢିବା ସହ ବାପାଙ୍କ ଭିତରେ ତାଙ୍କର ପ୍ରତିଛବି ଦେଖି କେବେ ହେଲେ ହିଟଲର ଯେ ଜଣେ ପ୍ରିୟ ଚରିତ୍ର ହୋଇଗଲେ ଜଣା ପଡି ନାହିଁ।


ମୋର ମନେ ପଡେ ଯେବେ ଆମେ ଗାଁ କୁ ଯାଉ ବସରୁ ଅବତରଣ କରନ୍ତେ ଯେଉଁ ଲୋକ ଦେଖିଲା ,ଆଜ୍ଞା ନମସ୍କାର ବୋଲି ଶୁଣିବାକୁ ମିଳେ।ଛକଠାରୁ ଘର ଦୁଇ କିଲୋମିଟର ମାତ୍ର ଏକ ଘଣ୍ଟା ଲାଗେ ଆମକୁ ରିକ୍ସା ରେ ଯିବା ପାଇଁ।ମାଆ ଆଗରେ ପଳାଏ।ଆମେ ବାପାଙ୍କ ସହ ଯାଉ।ଖୁସି ଲାଗେ ଦେଖିବାକୁ ଲୋକଙ୍କ ଦ୍ୱାରା ବାପାଙ୍କ ସତ୍କାର।କିଏ ଫଳ ଆଣି ଦେଲାଣି ତ କିଏ ପନିପରିବା ।ଆଉ କିଏ ଆମକୁ ଚକଲେଟ।ବାଟରେ ଯଦି କିଏ ଅଟକେଇ ଗୁହାରି କହିଲା ତେବେ କଥା ଶେଷ।ଆମେ ଥକିଯାଉ ଅପେକ୍ଷା କରି କରି।

ସେହି ପ୍ରକାରେ ଛୁଟିରୁ ଫେରିଲା ବେଳେ ମଧ୍ୟ।

ମନେ ପଡେ ଯେବେ କିଛି ଭୋଜି ମଉଛବ ହୁଏ ସବୁ ବନ୍ଧୁ ବାପାଙ୍କ ନିର୍ଦ୍ଦେଶ କୁ ଅପେକ୍ଷା କରନ୍ତି।ମାଆ ମାଉସୀ ମାନେ କୁହନ୍ତି ହିଟଲର ନ ଆସିବା ଯାଏଁ କିଛି ହେବନି।ଖୁସି ଲାଗେ ଓ ଗର୍ବରେ ଛାତି କୁଣ୍ଢେମୋଟ ହୋଇଯାଏ।ସେହିପରି ଯେତେବେଳେ ଅଫିସକୁ ଯାଏ ଅଫିସର ପିଅନ ମଧ୍ୟ କୁହନ୍ତି ଆମ ହିଟଲର ବହୁତ ଭଲ।


ଆଜି ବୟସର ଅପରାହ୍ନ ରେ ପହଞ୍ଚି ଲା ପରେ ଓ ଚାକିରୀ ରୁ ଅବସର ନେଲା ପରେ ଓ ବାର୍ଧ୍ୟକ୍ୟ କରାଗ୍ରତ କଲାପରେ ସେହି ସ୍ୱଭାବରେ ମଧ୍ୟ ପରିବର୍ତ୍ତନ ଘଟିଛି।

ହଠାତ ଦିନେ ଶୁଣିଲି ବାପାଙ୍କର ଏକ ଦୁର୍ଘଟଣା ଘଟିଛି।ଶୁଣି ମନଟା ଛଟପଟ ହେଲା।ଜୀବନର ଆଦର୍ଶ ସେ।ଯାହାକୁ ପାଥେୟ କରି ସାହାସର ସହ ଆଗକୁ ବଡଢିଛୁ ତାକୁ କଷ୍ଟ ହେଲେ ଆତ୍ମାକୁ ନିହାତି ବାଧିବ।ତେଣୁ ଛୁଟି ନେଇ ଘରକୁ ଗଲି।ଦେଖିଲି ବହୁତ ଜାଗାରେ ଖଣ୍ଡିଆ ଖାବରା ହୋଇଛି ।ପାଦରେ ଜୋତା ପିନ୍ଧି ପାରୁନାହାଁନ୍ତି। ସକାଳୁ ଉଠି ଚାଲିବାକୁ ଯାଇପାରୁନାହାନ୍ତି।କଷ୍ଟ ଲାଗିଲା। ବହୁତ କଷ୍ଟରେ ଡାକ୍ତରକୁ ଦେଖାଇ ଔଷଧ ଖାଉଛନ୍ତି।ଆମ ଭାଇ ଭଉଣୀଙ୍କ କଥା ସେ ଶୁଣନ୍ତି ନାହିଁ।ଏଥଳ କିନ୍ତୁ ଆମେ ନଛାଡେ ବନ୍ଧା।ଓଔଷଧ ସମୟରେ ଖାଇବା ,ତେଲ ମାଲିସ କରିବା ସବୁ ଟାଇମରେ କରାଗଲା। ମାତ୍ର ତାଙ୍କର ଆମ ଉପରେ ପାଟିକରିବା ବନ୍ଦ ହୁଏନାହିଁ। ସେହି ଭିତରେ ଜଣେ ସମ୍ପର୍କୀୟ ଆସି ପହଞ୍ଚିଲେ।ଆମର ବାପାଙ୍କ କଥା ବୁଝିବା ଦେଖି କହିଲେ ଏଥର ହିଟଲର ଠିକ ଧରାପଡିଗଲେ।

ଏହା ଶୁଣି ହସରେ ଘରେ ଏକ ସୁସ୍ଥ ଓ ପାବନ ପରିବେଶ ସୃଷ୍ଟି ହୋଇଗଲା। ଛୁଟି ସରି ଆସୁଥାଏ ।ଫେରିବା ସମୟ।ଇଛା ନଥାଏ ମାତ୍ର ଆସିଡ଼ଆକୁ ହେବ।

ମୋ ହିଟଲର ବାପା ହିଁ କହନ୍ତି "ଆଗେ ରାଜ କାର୍ଯ୍ୟ ତା ପରେ ନିଜ କାର୍ଯ୍ୟ"ଯାହାକୁ ପାଥେୟ କରି ତାଙ୍କ ଜୀବନର ସୁବର୍ଣ୍ଣ ସମୟକୁ ସେ ଅତିବାହିତ କରିଛନ୍ତି ,ସେ ଆମର ପଥପ୍ରଦର୍ଶକ।ତେଣୁ ମୁଁ ବା କେମିତି ତାକୁ ଅଣଦେଖା କରିବି।ବିଦାୟ ନେଇ କାର୍ଯ୍ୟ କ୍ଷେତ୍ରକୁ ଫେରିଲି।ମାତ୍ର ପ୍ରତି ମୁହୂର୍ତ୍ତରେ ତାଙ୍କ ନିତି ଓ ଆଦର୍ଶ କୁ ଦର୍ପଣ ପରି ସାମନାରେ ରଖି ଜୀବନ ଅତିବାହିତ କରିବାକୁ ଆମେ ଭାଇ ଭଉଣୀ ସଙ୍କଳ୍ପବଦ୍ଧ।


Rate this content
Log in

Similar oriya story from Abstract