ହିରୋ
ହିରୋ
ସମୁଦ୍ର ବାଲୁକା ର ପାଦ ଦେଶରେ ଠିଆ ହୋଇ କେତେ କ'ଣ ଭାବୁଛି ୧୫ ବର୍ଷ ର ପିଲାଟିଏ । ଟିକିଏ ଅନ୍ୟମନସ୍କ ହୋଇ ଯାଇଛି ସେ । ତା ପାଖକୁ ଜଣେ ନବବିବାହିତା ଜୋଡି ଆସି ମକା ଚାଟ୍ ମାଗିଛନ୍ତି । ଅନ୍ୟମନସ୍କ ମନ ଟା ଟିକିଏ ଚମକି ପଡିଲା । କହିଲା ହଁ ଆଜ୍ଞା ଦେଉଛି ଏଇ ସାଙ୍ଗେ ସାଙ୍ଗେ ।
ପୁରୁଷ ଜଣଙ୍କ ପଚାରିଲେ କିରେ ହିରୋ ତୋ ନା କଣ , ପିଲାଟି କହିଲା ରତନ ଠାକୁର୍ । ନବବିବାହିତା ଦମ୍ପତି ସହିତ ପାଖରେ ଚାଟ୍ ଖାଉଥିବା ଅନ୍ୟ ମାନେ ଠୋ ଠୋ କରି ହସିବାକୁ ଲାଗିଲେ । କାରଣ ସେହି ସମୟରେ ରତନ ଠାକୁର୍ ଜଣେ ନାମୀ ସିନେମା ନାୟକ ଥିଲେ । ସେମାନେ ସିନେମା ନାୟକ ସହିତ ସେଇ ପିଲା ର ତୁଳନା କରୁଥିଲେ । ତାଙ୍କ ଭିତରୁ ଜଣେ କଲେଜ ପଢୁଆ ଝିଅ କହିଲା କାହିଁ ରାମଚନ୍ଦ୍ର ଆଉ କାହିଁ ରାମିଆ ଭଣ୍ଡାରି । ଏମିତି ହିରୋ ନା କିଏ ରଖିଛି । ତୁ କଣ ହିରୋ କି ।
ପିଲାଟି କହିଲା ହଁ ମୋ ବୋଉ ମତେ ହିରୋ ଡାକେ । ଆଉ ସାର୍ଟ୍ ଦୋକାନୀ ଗୋଟିଏ ତା ଦୋକାନ ର ଜାମା ଟେ ପିନ୍ଧେଇ କହେ ବାବା ପୁରା ହିରୋ ଲାଗୁଛ । ତା ପରେ ସମସ୍ତେ ଆହୁରି ହସିଲେ , କହିଲେ ଯା ଦର୍ପଣ ରେ ନିଜକୁ ଦେଖେ । ଏଥର ପିଲାଟି ମନ ଟିକିଏ ଶୁଖି ଗଲା ।
ଘର କୁ ଯାଇ ବୋଉ କୁ ସବୁ କହିଲା । ବୋଉ ବୁଝେଇଲା ଲୋକଙ୍କ କଥା ଧରିବୁନି । ମୋ ପାଇଁ ମୋ ପୁଅ ହିରୋ । ଠିକ୍ ସେତିକି ବେଳେ ଘର ପାଖରେ ଜଣଙ୍କ ଘରେ ନିଆଁ ଲାଗିଗଲା । ସାଙ୍ଗେ ସାଙ୍ଗେ ପିଲାଟି ନିଜେ ଯାଇ ସେ ପରିବାର ର ସବୁ ସଦସ୍ୟ ଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇଲା ଅଗ୍ନିବିଭାଗ ର ଆସିବା ପୂର୍ବରୁ ।
ଆଉ ଏହା ପରେ ସବୁ ନିୟୁଜ୍ ଚ୍ୟାନେଲ୍ ରେ ତା ନାଆ ରେ ପ୍ରଶଂସା ଗାନ କରା ହୋଇଥିଲା । ସରକାର ତା ପାଇଁ ପୁରସ୍କାର ଘୋଷଣା କଲେ । ଏସବୁ ଦେଖି ସିନେମା ଜଗତ ର ରତନ ଠାକୁର ସେଇ ପିଲା କୁ ଭେଟିବାକୁ ଗଲେ । ଆଉ ଆଲିଙ୍ଗନ କରି କହିଲେ ଆଜିଠୁ ତୋ ପଢା ର ଆଉ ତୋ ଘର ଦାୟିତ୍ୱ ମୁଁ ନେବି । ମୁଁ ଚାହେଁ ଲୋକ ଯେତିକି ମତେ ଭଲ ପାଉଛନ୍ତି , ତା ଠାରୁ ଅଧିକା ତତେ ଭଲ ପାଆନ୍ତୁ ।
ପିଲାଟି କାନ୍ଦି ପକାଇଲା ଖୁସିରେ । ଆଉ କହିଲା ଆପଣ କେତେ ବଡ଼ ହିରୋ , ମୋତେ ଆପଣଙ୍କ ସହ ତୁଳନା କରନ୍ତୁ ନାହିଁ । ତା ପରେ ରତନ୍ ଠାକୁର କହିଲେ । ତୋ ସହିତ ମୁଁ ସମାନ ନୁହେଁ । ମୁଁ ସିନା ସିନେମା ରେ ହିରୋ ଭୂମିକା ରେ ଅଭିନୟ କରୁଛି । କିନ୍ତୁ ଅସଲ ଜୀବନ ର ହିରୋ ତ ତୁ ।
