Suvram Prusty

Abstract Classics Inspirational

3  

Suvram Prusty

Abstract Classics Inspirational

ହେଲମେଟ୍ ବୋଝ

ହେଲମେଟ୍ ବୋଝ

2 mins
159


ପୋଲିସ୍‌ ବାବୁ ହୁଇସିଲ୍‌ ମାରୁଛି । ହେଲେ କଣ ହେବ ଏ ଟୋକା ମାନେ ଶୁଣିଲେ ତ । ଟୋକା ତ ଟୋକା ଏ ବୁଢା ମାନେ ବି ଶୁଣିବାକୁ ନାରାଜ୍‌ I ଯେତେ କହିଲେ ବି ଆମେ ସୁଧୁରିବୁ ନାହିଁ । କେମିତି ପୋଲିସ୍‌ ଚେକିଙ୍ଗ ସମୟରେ ଗଳି କାଟି ପଳେଇବୁ । ହେଲମେଟ୍ ଟା ଯେପରି ମୁଣ୍ଡ ଉପରେ ବୋଝ । ପ୍ରତିଦିନ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟୁଛି । "ଭାଇ ଆଗରେ ହେଲମେଟ୍ ଚେକିଙ୍ଗ୍ ଚାଲିଛି" କହିବାଟା ଯେପରି ଜାତୀୟ କର୍ତ୍ତବ୍ୟ ପାଲଟି ଯାଇଛି । ହେଲେ ଭାଇ ହେଲମେଟ ଟା ପିନ୍ଧିକି ଯାଅ ବୋଲି ପୋଲିସ୍‌ ଙ୍କ ଛଡ଼ା ଆଉ କେହି କହୁ ନାହିଁନ୍ତି । ବାରମ୍ଵାର ଫାଇନ୍ କାଟିଲେ ମଧ୍ୟ ଶୁଣିବାକୁ ନାରାଜ । ଏବେ ବାସ ଖାଲି ଗୋଟିଏ ଫଣ୍ଡା, Wearing helmet only in checking point. ଯେତେବେଳେ ଚେକିଙ୍ଗ ପଏଣ୍ଟ ଚାଲିଗଲା ହେଲମେଟ କାଢି ହାତରେ ଧରିଦିଅ । ସତେକି ଆଉ ହେଲମେଟ ର ଉଦ୍ଭାବନ ଫାଇନ୍‌ ଦେବାରୁ ବଞ୍ଚିବା ପାଇଁ ଏବଂ ହାତରେ ଧରିବା ପାଇଁ ହେଇଥିଲା । କିଛି ପୋଲିସ୍‌ ବାବୁ ମାନେ ମଧ୍ୟ ଭାରି ସିଆଣିଆ । ଅଚିହ୍ନା କୁ ମାଡ଼ିବସ ଆଉ ଚିହ୍ନା ଲୋକ ଦେଖି ଛାଡିଦିଅ । ସତେକି ଆଉ ଚେକିଙ୍ଗର ଅର୍ଥ ସଚେତନତା ନୁହେଁ କେବଳ ଫାଇନ୍‌ ଟଙ୍କା ଆଦାୟ । ଆଉ ଫାଇନ୍‌ ନଦେବା ପାଇଁ ଲୋକଙ୍କର ଯାବତୀୟ ବାହାନା । ମୋର ଅଙ୍କଲ୍ ଜଣେ ପୋଲିସ୍‌ ରେ ଅଛନ୍ତି ରୁହନ୍ତୁ ମୁଁ ତାଙ୍କୁ କଲ୍ କରୁଛି, ମୋର ଘର ପା ଏଇ ପାଖରେ ମୋତେ ଆପଣ ମୋତେ ଜାଣି ନାହିଁନ୍ତି , ୧୦୦ କି ୨୦୦ ନିଅନ୍ତୁ ସେଟିଙ୍ଗ୍ କରିଦିଅନ୍ତୁ ଏପରି ଅନେକ କିଛି ବାହାନା । ଏପରି କହି ସେମାନେ ନିଜକୁ ବେଶୀ ଚାଲାକ୍ ଭାବନ୍ତି ହେଲେ ସେମାନେ ଜାଣି ନାହାଁନ୍ତି ଯେ ନିଜକୁ ନିଜେ ହିଁ ଠକୁଛନ୍ତି ବୋଲି । ଆସନ୍ତୁ ଏପରି ଏକ କାହାଣୀ ପଢିବା;

     ଏ ମୁନା ଟା ସକାଳୁ ଗାଡ଼ି ଧରି ବାହାରିଛି ବଜାରକୁ ପରିବା ଆଦିବା ପାଇଁ । ଜେଜେ ସେପଟୁ ହେଲମେଟ ଟା ଧରି ପଛେ ପଛେ ଗଡେଇଛନ୍ତି । ନେ ବାପା ଏଇଟାକୁ ପିନ୍ଧିପକା । 

     ମୁନା କହୁଛି, ଜେଜେ ଏଟା ପରା ବ୍ୟାଟେରୀ ଗାଡ଼ି । ଏଥିରେ ହେଲମେଟ୍ ଫେଲମେଟ୍ କିଛି ଆବଶ୍ୟକ ନାହିଁ । ତା' ଛଡ଼ା ଗାଡ଼ିର ସ୍ପିଡ୍‌ ଅତିବେଶୀରେ ୩୦-୪୦ କି.ମି. ଘଣ୍ଟା ପ୍ରତି । ଗାଡ଼ିର ପଲ୍ୟୁସନ ଏବଂ ଅନ୍ୟ କାଗଜ ପତ୍ରର କିଛି ଆବଶ୍ୟକତା ମଧ୍ୟ ନାହିଁ ।  

     ବ୍ୟାଟେରୀ ଗାଡି ଟା କଣ ତ' ଜେଜେ ଜାଣନ୍ତି ନାହିଁ । ହେଲେ ନାତି କଥା ରୁ ଯେତେକ ବୁଝିଲେ ସେଥିରୁ ଭାବିକି କହିଲେ, ବିପଦ କଣ କହିକି ଆସେ । ତୋର କିଛି ଭୁଲ ନ ଥିଲେ ବି' ଯଦି ସାମ୍ନା ବାଲା ଭୁଲ କରିଦିଏ ତେବେ । ନେ ଏଠାକୁ ପିନ୍ଧିପକା । କ

     ମୁନା ରାଗିକି କହିଲା, କି'ଏ ସେ ବୋଝ ଟାକୁ ନେଇ ମୁଣ୍ଡରେ ବୁଲିବ । ମୋତେ ବ୍ୟାଗ୍ ଟା ଦିଅ ମୁଁ ଚାଲିଲି । 

     ଜେଜେ ନାତି ଆଗରେ ହାର୍ ମାନିଲେ । 

ପରିବା ଆଣିବ କ'ଣ, ମୁଣ୍ଡ ଫଟେଇ ମୁନା ଘରେ ବସିଛି । ବଜାରକୁ ଗଲା ସମୟରେ ଏକ କାଳିଆ ଷଣ୍ଢ ସହ ମୁନାର ଧକ୍କା । କାଳିଆ ଷଣ୍ଢର ତ' କିଛି ହେଇନି ହେଲେ ମୁନାର ମୁଣ୍ଡ ଟା ଫାଟି ଆଁ । ବେଶି ନୁହେଁ ମାତ୍ର ଦୁଇ ରୁ ତିନୋଟି ଷ୍ଟିଚ୍ ପଡିଛି । ଘରର ସମସ୍ତେ ମୁନା ପାଇଁ ପୁରା ବ୍ୟସ୍ତ ଏବଂ ଚିନ୍ତିତ । ଜେଜେ ଧିରେ କିନା ଆସି ମୁନା ଶୋଇଥିବା ଖଟ ଉପରେ ବସିଲେ । ସୁନାର ମୁଣ୍ଡ କୁ ଧିରେ ଧିରେ ଆଉଁଶି ଆଉଁଶି କହିଲେ ଦେଖିଲୁ ତ; ମାତ୍ର ସାମାନ୍ୟ ମୁଣ୍ଡ ର ବୋଝ ପାଇଁ ତୁ କେମିତି ଏବେ ସାରା ପରିବାର ପାଇଁ ବୋଝ । ମୁଣ୍ଡକୁ ଟୁଙ୍ଗାରି ହଁ ଭରିଲା ମୁନା । ହସିଲେ ଜେଜେ ।    


Rate this content
Log in

Similar oriya story from Abstract